Biblia Todo Logo
Bib sou entènèt

- Piblisite -




ଯୋହନ 4:34 - ପବିତ୍ର ବାଇବଲ

34 ଯୀଶୁ କହିଲେ, “ଯେଉଁ ପରମେଶ୍ୱର ମୋତେ ପଠାଇଛନ୍ତି, ତାହାଙ୍କର ଇଚ୍ଛା ପାଳନ କରିବା ଓ ତାହାଙ୍କର କାର୍ଯ୍ୟ ପୂର୍ଣ୍ଣ କରିବା ହେଉଛି ମୋର ଆହାର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 ଯୀଶୁ ସେମାନଙ୍କୁ କହିଲେ, ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋହର ଖାଦ୍ୟ।

Gade chapit la Kopi

ଓଡିଆ ବାଇବେଲ

34 ଯୀଶୁ ସେମାନଙ୍କୁ କହିଲେ, ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋହର ଖାଦ୍ୟ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

34 ଯୀଶୁ କହିଲେ, “ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛାର ବାଧ୍ୟ ହୋଇ ତାଙ୍କ ଦେଇଥିବା କାର୍ଯ୍ୟ ସାଧନ କରିବା ହିଁ ମୋର ଖାଦ୍ୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ଯୀଶୁ ସେମାନଙ୍କୁ କହିଲେ, “ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋହର ଖାଦ୍ୟ।

Gade chapit la Kopi




ଯୋହନ 4:34
21 Referans Kwoze  

ମୁଁ ପରମେଶ୍ୱରଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସ୍ୱର୍ଗରୁ ଆସିଅଛି। ମୁଁ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଆସି ନାହିଁ।


“ମୁଁ ଏକୁଟିଆ କିଛି କରି ପାରିବି ନାହିଁ। ମୁଁ କେବଳ ପରମେଶ୍ୱରଙ୍କ କହିବା ଅନୁସାରେ ବିଗ୍ଭର କରେ। ତେଣୁ ମୋର ବିଗ୍ଭର ଠିକ୍, କାରଣ ମୁଁ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ ନାହିଁ। କିନ୍ତୁ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଇଚ୍ଛା କରେ, ଯିଏ ମୋତେ ପଠାଇଛନ୍ତି।


ମୁଁ ସବୁବେଳେ ପରମେଶ୍ୱରଙ୍କ ଆଦେଶ ମାନିଛି। ମୁଁ ପରମେଶ୍ୱରଙ୍କ ମୁଖରୁ ନିସୃତ ବାଣୀକୁ ମୋର ପ୍ରିୟ ଖାଦ୍ୟଠାରୁ ଅଧିକ ଭଲ ପାଇଛି।


ତୁମ୍ଭେ ମୋତେ ଯେଉଁ କାମ ଦେଇଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାରରେ ଗୌରବାନ୍ୱିତ କରିଛି।


ଯୀଶୁ ତାହା ପାନ କରି କହିଲେ, “ସମାପ୍ତ ହେଲା।” ତା'ପରେ ସେ ମୁଣ୍ଡ ନୁଆଁଇ ପ୍ରାଣତ୍ୟାଗ କଲେ।


ସେମାନଙ୍କ ପାଖରୁ କିଛି ଦୂରକୁ ଗ୍ଭଲିକରି ଯିବାପରେ ଯୀଶୁ ତଳେ ଉବୁଡ଼ ହୋଇ ପଡ଼ିଲେ ଓ ପ୍ରାର୍ଥନା କଲେ, “ହେ ପରମପିତା! ଯଦି ସମ୍ଭବ ହୁଏ, ତେବେ ଯନ୍ତ୍ରଣାର ଏହି ପାତ୍ରଟି ମୋ'ଠାରୁ ଦୂର ହୋଇଯାଉ। କିନ୍ତୁ ମୋ’ ଇଚ୍ଛା ଅନୁସାରେ ନ ହୋଇ ଆପଣଙ୍କ ଇଚ୍ଛା ଅନୁସାରେ କରନ୍ତୁ।”


“କିନ୍ତୁ ମୋ’ ପାଖରେ ମୋ’ ସମ୍ବନ୍ଧରେ ଗୋଟିଏ ପ୍ରମାଣ ଅଛି, ଯାହା ଯୋହନଙ୍କ ପ୍ରମାଣଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ମୁଁ ଯାହାସବୁ କରୁଛି, ତାହା ସବୁ ମୋର ପ୍ରମାଣ। ପରମପିତା ମୋତେ ଏସବୁ କରିବା ପାଇଁ ଦେଇଥିଲେ। ଏହିସବୁ କାର୍ଯ୍ୟରୁ ଏହା ପ୍ରମାଣିତ ହୁଏ ଯେ ପରମପିତା ମୋତେ ପଠାଇଛନ୍ତି।


କିନ୍ତୁ ଯୀଶୁ ଉତ୍ତର ଦେଲେ, “ମୋ’ ପାଖରେ ଏପରି ଖାଦ୍ୟ ଅଛି, ଯାହା ବିଷୟରେ ତୁମ୍ଭେମାନେ ଜାଣ ନାହିଁ।”


ମନୁଷ୍ୟପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖୋଜିବାକୁ ଓ ସେମାନଙ୍କୁ ରକ୍ଷା କରିବାକୁ ଆସିଛନ୍ତି।


ହେ ମୋର ପରମେଶ୍ୱର, ତୁମ୍ଭେ ଯାହା ଗ୍ଭହୁଁଛ, ମୁଁ ତାହା କରିବାକୁ ଗ୍ଭହୁଁଛି। ତୁମ୍ଭର ନୀତିଶିକ୍ଷା ମୋ’ ହୃଦୟରେ ଅଛି।


ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ୍। ଆମ୍ଭ ବିଶ୍ୱାସର ନେତା ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ୱାସକୁ ସିଦ୍ଧ କରନ୍ତି। ସେ କ୍ରୁଶ ଉପରେ ମୃତ୍ୟୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କ୍ରୁଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ୱର ତାହାଙ୍କ ସମ୍ମୁଖରେ ଯେଉଁ ଆନନ୍ଦର ଲକ୍ଷ୍ୟ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ୱରଙ୍କ ସିଂହାସନର ଡାହାଣରେ ବସିଛନ୍ତି।


ସେହିଭଳି ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କଲେ, ପରମେଶ୍ୱରଙ୍କ ଦୂତମାନେ ବହୁତ ଆନନ୍ଦିତ ହୁଅନ୍ତି।”


ମୋର ସମସ୍ତ କାର୍ଯ୍ୟ ଦ୍ୱାରା ମୁଁ ତୁମ୍ଭମାନଙ୍କୁ ଏହି ଆଦର୍ଶ ଦେଖାଇଅଛି ଯେ, ଏହିପରି ପରିଶ୍ରମ କରି ଆମ୍ଭେ ଗରିବମାନଙ୍କୁ ସାହାଯ୍ୟ କରିବା ଉଚିତ୍। ଆମ୍ଭେ ସମସ୍ତେ ପ୍ରଭୁ ଯୀଶୁଙ୍କର ଏହି ବାକ୍ୟ ମନେ ରଖିବା ଉଚିତ୍ ଯେ, ‘ଗ୍ରହଣ କରିବା ଅପେକ୍ଷା ଦାନ ଦେବା ଅଧିକ ଶ୍ରେଷ୍ଠ ଅଟେ।’”


ପରମେଶ୍ୱରଙ୍କର ଖାଦ୍ୟ କ'ଣ? ପରମେଶ୍ୱରଙ୍କର ଖାଦ୍ୟ ହେଉଛି ଜଣେ ବ୍ୟକ୍ତି ଯିଏ ଜଗତକୁ ଜୀବନ ଦେବା ପାଇଁ ସ୍ୱର୍ଗରୁ ଓହ୍ଲାଇଛନ୍ତି।”


ଉତ୍ତରରେ ଯୀଶୁ ତାହାଙ୍କୁ କହିଲେ, “ବର୍ତ୍ତମାନ ପାଇଁ ଏହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ୍, ଯାହା ଉତ୍ତମ ଅଟେ।” ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବା ପାଇଁ ରାଜି ହେଲେ।


ଏହି ଶୁଣି ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ କାହିଁକି ଖୋଜୁଥିଲ? ଯେଉଁଠାରେ ମୋର ପରମପିତାଙ୍କର କାର୍ଯ୍ୟ ଅଛି, ମୁଁ ସେଠାରେ ନିଶ୍ଚୟ ଥିବିବୋଲି ତୁମ୍ଭେମାନେ କ’ଣ ଜାଣି ନାହଁ?”


ମୋତେ ଯିଏ (ପରମେଶ୍ୱର) ପଠାଇଛନ୍ତି, ସେ ମୋ’ ସହିତ ଅଛନ୍ତି। ତାହାଙ୍କ ସନ୍ତୋଷଜନକ କାର୍ଯ୍ୟ ମୁଁ ସର୍ବଦା କରେ। ତେଣୁ ସେ ମୋତେ ଏକୁଟିଆ କରି ଛାଡ଼ି ନାହାନ୍ତି।”


ଏବେ ସମସ୍ତ କିଛି ଶେଷ ହୋଇଯାଇଛି, ଯୀଶୁ ଏହା ଜାଣିଲେ। ଧର୍ମଶାସ୍ତ୍ରବାଣୀ ସତ୍ୟ ହେବା ପାଇଁ ସେ କହିଲେ, “ମୋତେ ଶୋଷ କରୁଛି।”


ଯୀଶୁ ଉଠିଲେ। ସେ ଅଧ୍ୟକ୍ଷଙ୍କ ସହିତ ସେଠାକୁ ବାହାରିଲେ। ତାହାଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ସେଠାକୁ ଗଲେ।


Swiv nou:

Piblisite


Piblisite