Biblia Todo Logo
Bib sou entènèt

- Piblisite -




ଯୋହନ 4:15 - ପବିତ୍ର ବାଇବଲ

15 ସେ ସ୍ତ୍ରୀଲୋକଟି ଯୀଶୁଙ୍କୁ କହିଲା, “ମହାଶୟ, ମୋତେ ସେହି ଜଳ ଦିଅନ୍ତୁ। ମୁଁ ଆଉ ଯେପରି ଆଉ କେବେ ତୃଷାର୍ତ୍ତ ହେବି ନାହିଁ। ମୋତେ ଏଠାକୁ ଆଉ କେବେ ଜଳ ନେବା ପାଇଁ ଆସିବାକୁ ପଡ଼ିବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ମୋତେ ଯେପରି ଶୋଷ ନ ଲାଗେ, ପୁଣି ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡ଼େ, ଏଥିନିମନ୍ତେ ମୋତେ ସେହି ଜଳ ଦିଅନ୍ତୁ।

Gade chapit la Kopi

ଓଡିଆ ବାଇବେଲ

15 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ମୋତେ ଯେପରି ଶୋଷ ନ ଲାଗେ, ପୁଣି, ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡ଼େ, ଏଥି ନିମନ୍ତେ ମୋତେ ସେହି ଜଳ ଦିଅନ୍ତୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

15 ସ୍ତ୍ରୀ ଲୋକଟି କହିଲା, “ସେହି ଜଳ ମୋତେ ଦିଅନ୍ତୁ ଆଜ୍ଞା! ତାହାହେଲେ ଆଉ କେବେ ମୋତେ ଶୋଷ ହେବ ନାହିଁ; ପାରି କାଢ଼ିବା ପାଇଁ ଏହି କୂଅକୁ ଆଉ ଆସିବାକୁ ପଡ଼ିବ ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ମୋତେ ଯେପରି ଶୋଷ ନ ଲାଗେ, ପୁଣି, ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡ଼େ, ଏଥିନିମନ୍ତେ ମୋତେ ସେହି ଜଳ ଦିଅନ୍ତୁ।

Gade chapit la Kopi




ଯୋହନ 4:15
11 Referans Kwoze  

ଲୋକମାନେ କହିଲେ, “ମହାଶୟ, ଆମ୍ଭକୁ ସବୁବେଳେ ଏହି ଖାଦ୍ୟ ଖାଇବକୁ ଦିଅନ୍ତୁ।”


ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଅନୁସାରେ ଜୀବନଯାପନ କରନ୍ତି, ସେମାନେ ସବୁବେଳେ ତାହାଙ୍କ ପାପପୂର୍ଣ୍ଣ କଥା ଅନୁସାରେ ଚିନ୍ତା କରନ୍ତି। କିନ୍ତୁ ଯେଉଁ ଲୋକମାନେ ଆତ୍ମା ଅନୁସାରେ ଜୀବନଯାପନ କରନ୍ତି, ସେମାନେ ସର୍ବଦା ଆତ୍ମା ଅନୁସାରେ ଚିନ୍ତା କରନ୍ତି।


ପାପର ସ୍ୱାଭାବିକ ପରିଣତି ମୃତ୍ୟୁ। କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତାରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି।


ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ମୋତେ କାହିଁକି ଖୋଜୁଛ? ମୁଁ କରିଥିବା ଆଶ୍ଚର୍ଯ୍ୟକାର୍ଯ୍ୟ ଗୁଡ଼ିକ ମୋର ଶକ୍ତିକୁ ପ୍ରମାଣିତ କରୁଥିବାରୁ ତୁମ୍ଭେ ମୋତେ ଖୋଜୁଛ କି? ତା’ ନୁହେଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ରୋଟୀ ଖାଇ ସନ୍ତୁଷ୍ଟ ହୋଇଥିବାରୁ ତୁମ୍ଭେମାନେ ମୋତେ ଖୋଜୁଛ।


ଅନେକ ଲୋକ କହନ୍ତି, “କିଏ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଉତ୍ତମତା ଦେଖାଇ ପାରିବ? ହେ ସଦାପ୍ରଭୁ, ତୁମ୍ଭେ ତୁମ୍ଭର ତେଜ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦେଖାଅ।”


ଆମ୍ଭେ ଏହା ମଧ୍ୟ ଜାଣୁ ଯେ, ପରମେଶ୍ୱରଙ୍କ ପୁତ୍ର ଆସିଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ୱରଙ୍କୁ ଜାଣିପାରୁ। ସେହି ପରମେଶ୍ୱର ସତ୍ୟ ଅଟନ୍ତି। ସେହି ସତ୍ୟମୟ ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କର ଜୀବନ ଅଛି।


ବା ଯେତେବେଳେ ତୁମ୍ଭେ ମାଗ, ତାହା ପାଅ ନାହିଁ। କାହିଁକି? କାରଣ ଯେଉଁ କାରଣରୁ ତୁମ୍ଭେ ମାଗ, ତାହା ଭୁଲ୍ ଥାଏ। ତୁମ୍ଭେ ନିଜର ଅଭିଳାଷ ପାଇଁ ଯେପରି ସେଗୁଡ଼ିକୁ ବ୍ୟବହାର କରିପାର, ସେଥିପାଇଁ ସେହିସବୁ ମାଗିଥାଅ।


ଯେଉଁ ଲୋକ ଆଧ୍ୟାତ୍ମିକ ନୁହେଁ, ସେ ପରମେଶ୍ୱରଙ୍କ ଆତ୍ମିକ ସତ୍ୟଗୁଡ଼ିକୁ ଗ୍ରହଣ କରେ ନାହିଁ। ସେ ଏହିସବୁ ବିଷୟ ଗୁଡ଼ିକୁ ମୁର୍ଖାମୀ ବୋଲି ଭାବେ। ସେ ଆତ୍ମାର ସତ୍ୟଗୁଡ଼ିକୁ ବୁଝିପାରେ ନାହିଁ, କାରଣ ସେଗୁଡ଼ିକୁ କେବଳ ଆଧ୍ୟାତ୍ମିକ ଭାବରେ ବିଗ୍ଭର କରି ହେବ।


ଯୀଶୁ ତାକୁ କହିଲେ, “ଯାଅ, ତୁମ୍ଭ ସ୍ୱାମୀଙ୍କୁ ଡାକି ଏଠାକୁ ଆସ।”


ତା'ପରେ ଯୀଶୁ କହିଲେ, “ମୁଁ ସେହି ଜୀବନଦାୟକ ଖାଦ୍ୟ। ମୋ’ ନିକଟକୁ ଯେ କେହି ଆସେ ସେ କଦାପି ଭୋକିଲା ରହିବ ନାହିଁ। ମୋତେ ଯିଏ ବିଶ୍ୱାସ କରେ, ସେ କେବେ ତୃଷିତ ହେବ ନାହିଁ।


Swiv nou:

Piblisite


Piblisite