Biblia Todo Logo
Bib sou entènèt

- Piblisite -




ଯୋହନ 20:12 - ପବିତ୍ର ବାଇବଲ

12 ସେ ଦୁଇଜଣ ସ୍ୱର୍ଗଦୂତଙ୍କୁ ଧଳା ଲୁଗା ପିନ୍ଧି ଯୀଶୁଙ୍କ ଶରୀର ଯେଉଁଠାରେ ଥିଲା, ତାହା ପାଖରେ ବସିବାର ଦେଖିଲେ। ଜଣେ ସ୍ୱର୍ଗଦୂତ ଯୀଶୁଙ୍କ ମୁଣ୍ଡ ରହିଥିବା ଜାଗାରେ ଓ ଅନ୍ୟ ଜଣେ ପାଦ ରହିଥିବା ଜାଗାରେ ବସିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଯୀଶୁଙ୍କ ଶରୀର ଯେଉଁ ସ୍ଥାନରେ ଥୁଆଯାଇଥିଲା, ସେଥିର ମୁଣ୍ତ ପାଖରେ ଜଣେ ଓ ପାଦ ପାଖରେ ଆଉ ଜଣେ, ଏହିପରି ଦୁଇ ଜଣ ଶୁକ୍ଳବସ୍ତ୍ର ପରିହିତ ଦୂତଙ୍କୁ ବସିଥିବା ଦେଖିଲେ।

Gade chapit la Kopi

ଓଡିଆ ବାଇବେଲ

12 ଯୀଶୁଙ୍କ ଶରୀର ଯେଉଁ ସ୍ଥାନରେ ରଖାଯାଇଥିଲା, ସେଥିର ମୁଣ୍ଡ ପାଖରେ ଜଣେ ଓ ପାଦ ପାଖରେ ଆଉ ଜଣେ, ଏହିପରି ଦୁଇ ଜଣ ଶୁକ୍ଳ ବସ୍ତ୍ର ପରିହିତ ଦୂତଙ୍କୁ ବସିଥିବା ଦେଖିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 ଶୁକ୍ଳ ବସ୍ତ୍ର ପିନ୍ଧିଥିବା ଦୁଇ ଜଣ ସ୍ୱର୍ଗଦୂତ ଯୀଶୁଙ୍କ ଶରୀର ଯେଉଁଠାରେ ରଖାଯାଇଥିଲା, ସେଠାରେ ବସିଥିଲେ- ଜଣେ ମୁଣ୍ଡ ଆଡ଼େ ଓ ଅନ୍ୟ ଜଣେ ପାଦ ପଟେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଯୀଶୁଙ୍କ ଶରୀର ଯେଉଁ ସ୍ଥାନରେ ରଖାଯାଇଥିଲା, ସେଥିର ମୁଣ୍ଡ ପାଖରେ ଜଣେ ଓ ପାଦ ପାଖରେ ଆଉ ଜଣେ, ଏହିପରି ଦୁଇ ଜଣ ଶୁକ୍ଳ ବସ୍ତ୍ର ପରିହିତ ଦୂତଙ୍କୁ ବସିଥିବା ଦେଖିଲେ।

Gade chapit la Kopi




ଯୋହନ 20:12
10 Referans Kwoze  

“ତଥାପି ସାର୍ଦ୍ଦୀରେ କେତେକ ଲୋକ ଅଛନ୍ତି ଯେଉଁମାନେ ନିଜର ବସ୍ତ୍ରକୁ ଅପରିଷ୍କାର କରି ନାହାନ୍ତି। ସେହି ଲୋକମାନେ ଶୁଭ୍ର ବସ୍ତ୍ର ପିନ୍ଧି ମୋ’ ସହିତ ଗମନାଗମନ କରିବେ, କାରଣ ସେମାନେ ସେଥିପାଇଁ ଯୋଗ୍ୟ ଅଟନ୍ତି।


ମୁଁ ଉତ୍ତର ଦେଲି, “ମୋ’ ପ୍ରଭୁ! ଆପଣ ତାହା ଜାଣନ୍ତି, ସେମାନେ କିଏ। ପ୍ରାଚୀନ ଜଣକ କହିଲେ, “ଏହି ଲୋକମାନେ ଭୟଙ୍କର ତାଡ଼ନା ଭିତରୁ ଆସିଛନ୍ତି। ସେମାନେ ମେଷଶାବକଙ୍କ ରକ୍ତରେ ଆପଣା ଆପଣାର ପୋଷାକ ପରିଷ୍କାର ଓ ଧଳା କରିଅଛନ୍ତି।


ଯୀଶୁ ଗ୍ଭଲି ଯାଉଥିଲେ ଓ ପ୍ରେରିତମାନେ ଆକାଶକୁ ଗ୍ଭହିଁ ରହିଥିଲେ। ହଠାତ୍ ଦୁଇଜଣ ଧଳା ବସ୍ତ୍ର ପିନ୍ଧିଥିବା ପୁରୁଷ ସେମାନଙ୍କ ପାଖରେ ଆସି ଠିଆ ହେଲେ।


ସେମାନଙ୍କ ଆଗରେ ଯୀଶୁଙ୍କ ସ୍ୱରୂପ ବଦଳିଗଲା। ତାହାଙ୍କର ମୁଖ ସୂର୍ଯ୍ୟ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦେଖାଗଲା।


“ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି। ଅତି ବୃଦ୍ଧାଲୋକ ସେହି ଉପରେ ବସିଲେ। ତାଙ୍କର ବସ୍ତ୍ର ହିମତୁଲ୍ୟ ଶୁକ୍ଳବର୍ଣ୍ଣ ଓ ତାଙ୍କର ମସ୍ତକର କେଶ ମେଷଲୋମ ସଦୃଶ ଶୁଭ୍ର ଥିଲା। ତାଙ୍କର ସିଂହାସନ ଅଗ୍ନିମୟପରି ଓ ସିଂହାସନର ଚକସବୁ ଜ୍ୱଳନ୍ତା ଅଗ୍ନିଶିଖା, ସଦୃଶ ଥିଲା।


ଲେବୀୟ ଗାୟକମାନେ ଯଜ୍ଞବେଦିର ପୂର୍ବପଟେ ଠିଆ ହେଲେ। ଆସଫ୍, ହେମନ୍ ଓ ଯିଦୂଥୂ‌ନଙ୍କ ଗାୟକଦଳର ପ୍ରତ୍ୟେକ ସେଠାରେ ଥିଲେ। ଆଉ ସେମାନଙ୍କର ପୁତ୍ରଗଣ ଓ ଭ୍ରାତାଗଣ ମଧ୍ୟ ସେଠାରେ ଥିଲେ। ସେହି ଲେବୀୟ ଗାୟକମାନେ ଶୁଭ୍ର କାର୍ପାସ ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ନିକଟରେ ଗିନି, ସାରଙ୍ଗ ଓ ବୀଣାଯନ୍ତ୍ର ଥିଲା। ସେହି ଲେବୀୟ ଗାୟକମାନଙ୍କ ନିକଟରେ 120 ଜଣ ଯାଜକ ଥିଲେ। ସେହି 120 ଜଣ ଯାଜକ ତୂରୀ ବଜାଇଲେ।


Swiv nou:

Piblisite


Piblisite