Biblia Todo Logo
Bib sou entènèt

- Piblisite -




ଯୋହନ 20:1 - ପବିତ୍ର ବାଇବଲ

1 ରବିବାର ଦିନ ପାହାନ୍ତିଆରେ ମ‌‌‌‌‌ଗ୍‌ଦଲୀନୀ ମରିୟମ ଯୀଶୁଙ୍କର କବର ନିକଟକୁ ଆସିଲେ। ସେତେବେଳେ ତଥାପି ଅନ୍ଧାର ଥିଲା। ସେ ଦେଖିଲେ ଯେ, ବହୂତ ବଡ଼ ପଥରଟି କବର ଦ୍ୱାରା ପାଖରୁ ଦୂରକୁ ଘୁଞ୍ଚି ଯାଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍ଦଲୀନୀ ମରୀୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ।

Gade chapit la Kopi

ଓଡିଆ ବାଇବେଲ

1 ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍‍ଦଲୀନୀ ମରିୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ରବିବାର ଦିନ ଅତି ପ୍ରତ୍ୟୁଷରେ ଅନ୍ଧାର ଥାଉ ଥାଉ ମଗ୍ଦଲିନୀ ମରିୟମ ଯୀଶୁଙ୍କ ସମାଧି ନିକଟକୁ ଯାଇ ଦେଖିଲେ, ସମାଧି ମୁହଁରୁ ପଥରଟି ଘୁଞ୍ଚା ଯାଇଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍‌ଦଲୀନୀ ମରୀୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ।

Gade chapit la Kopi




ଯୋହନ 20:1
19 Referans Kwoze  

ସପ୍ତାହର ପ୍ରଥମ ଦିନର ବଡ଼ି ସକାଳୁ ଯୀଶୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେଲେ। ସର୍ବ ପ୍ରଥମେ ସେ ମ‌ଗ୍‌ଦଲୀନୀ ମରିୟମଙ୍କ ନିକଟରେ ନିଜକୁ ଦେଖା ଦେଲେ। ଅତୀତରେ ଥରେ ଯୀଶୁ ଏହି ମରିୟମଙ୍କଠାରୁ ସାତୋଟି ଭୂତଙ୍କୁ ତଡ଼ି ଦେଇଥିଲେ।


ଯୋଷେଫ ଯୀଶୁଙ୍କ ଶରୀରକୁ ତାହାଙ୍କ ନୂଆ କବର ମଧ୍ୟରେ ରଖିଲେ। ସେହି କବରକୁ ଯୋଷେଫ ପଥରର କାନ୍ଥ କାଟି ତିଆରି କରିଥିଲେ। ତା'ପରେ ସେ ଗୋଟିଏ ବହୁତ ବଡ଼ ପଥର ଗଡ଼େଇ ଆଣି ପ୍ରବେଶଦ୍ୱାରକୁ ବନ୍ଦ କରିଦେଲେ। ଏସବୁ କଲାପରେ ଯୋଷେଫ ଗ୍ଭଲିଗଲେ।


ଯୋସେଫ ଖଣ୍ଡିଏ ବସ୍ତ୍ର କିଣିଲେ। ସେ ଶବକୁ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆଣିଲେ। ସେ ଶବକୁ ବସ୍ତ୍ରରେ ସମ୍ପୂର୍ଣ୍ଣ ଘୋଡ଼େଇ ଦେଲେ ଓ ପଥର କଟା ହୋଇ ତିଆରି ହୋଇଥିବା ଗୋଟିଏ କବରରେ ତାହାଙ୍କୁ ରଖିଦେଲେ। ଖଣ୍ଡିଏ ବଡ଼ ପଥର ଗଡ଼େଇ ଆଣି କବରର ମୁହଁକୁ ବନ୍ଦ କରିଦେଲେ।


ଗୋଟିଏ ସପ୍ତାହ ପରେ ଶିଷ୍ୟମାନେ ପୁଣି ଘର ଭିତରେ ଥିଲେ। ଥୋମା ସେମାନଙ୍କ ସହିତ ଥିଲେ। କବାଟରେ ତାଲା ପଡ଼ିଥିଲା। କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହେଲେ। ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”


ଯୀଶୁଙ୍କର ମା’ ତାହାଙ୍କ କ୍ରୁଶ ନିକଟରେ ଠିଆ ହୋଇଥିଲେ, ସେଠାରେ ତାହାଙ୍କର ମାଉସୀ, କ୍ଲୋପାଙ୍କ ସ୍ତ୍ରୀ ମରିୟମ ଓ ମ‌‌‌‌‌ଗ୍‌ଦଲୀନୀ ମରିୟମ ମଧ୍ୟ ଠିଆ ହୋଇଥିଲେ।


ପ୍ରଭୁଙ୍କ ଦିନରେ ପବିତ୍ରଆତ୍ମା ମୋତେ ସମ୍ପୂର୍ଣ୍ଣ ରୂପେ ଅଧିକାର କରି ନେଲେ। ମୁଁ ହଠାତ୍ ପଛପଟୁ ଗୋଟିଏ ଉଚ୍ଚ ଶବ୍ଦ ଶୁଣିଲି। ଏହି ଶବ୍ଦ ତୂରୀନାଦ ପରି ଥିଲା।


ତେଣୁ ତୃତୀୟ ଦିନ ପର୍ଯ୍ୟନ୍ତ କବରକୁ ପହରା ଦେବା ପାଇଁ ଆପଣ ଆଦେଶ ଦିଅନ୍ତୁ। ତାହାଙ୍କର ଶିଷ୍ୟମାନେ ସେଠାକୁ ଆସି ତାହାଙ୍କ ମୃତଦେହକୁ ଗ୍ଭେରି କରି ନେବା ପାଇଁ ଚେଷ୍ଟା କରିବେ। ତା'ପରେ ସେମାନେ ଲୋକମାନଙ୍କୁ କହିବେ ଯେ ସେ ମୃତ୍ୟୁରୁ ଉଠିଛନ୍ତି। ତାହାହେଲେ ଏହି ଶେଷ ପ୍ରତାରଣା ଆଗ ପ୍ରତାରଣା ଅପେକ୍ଷା ଅଧିକ ଖରାପ ହେବ।”


ପ୍ରତ୍ୟେକ ସପ୍ତାହର ପ୍ରଥମ ଦିନ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ଆୟ ଅନୁଯାୟୀ ଯେତିକି ସମ୍ଭବ ନିଶ୍ଚୟ ସଞ୍ଚୟ କର। ତୁମ୍ଭେମାନେ ଏହାକୁ ଗୋଟିଏ ବିଶେଷ ସ୍ଥାନରେ ରଖି ଥାଅ। ଏପରି କଲେ, ମୁଁ ତୁମ୍ଭମାନଙ୍କ ପାଖରେ ପହଞ୍ଚିଲା ପରେ ତୁମ୍ଭମାନଙ୍କୁ ସଂଗ୍ରହ କରିବାକୁ ପଡ଼ିବ ନାହିଁ।


ଆମ୍ଭେ ସପ୍ତାହର ପ୍ରଥମ ଦିନ ପ୍ରଭୁଭୋଜର ରୋଟୀ ଭାଙ୍ଗିବା ପାଇଁ ଏକାଠି ହେବା ବେଳେ ପାଉଲ ସେମାନଙ୍କୁ ପ୍ରଭୁଙ୍କ କଥା କହିବା ଆରମ୍ଭ କଲେ। କାରଣ ସେ ତହିଁଆର ଦିନ ଗ୍ଭଲିଯିବା ପାଇଁ ଯୋଜନା କରି ମଧ୍ୟରାତ୍ରି ପର୍ଯ୍ୟନ୍ତ ସେମାନଙ୍କୁ ଉପଦେଶ ଦେଲେ।


ସେମାନଙ୍କ ମଧ୍ୟରେ ମ‌ଗ୍‌‌ଦଲିନୀ ମରିୟମ, ଯାକୁବ ଓ ଯୋଷେଫଙ୍କ ମା ମରିୟମ ଓ ଜେବଦୀଙ୍କ ପୁତ୍ରମାନ (ଯାକୁବ ଓ ଯୋହନ) ଙ୍କ ମା ଥିଲେ।


ତା'ପରେ ସେମାନେ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାରରେ ମୋହର ଲଗେଇଲେ। ସେଠାରେ ସୈନ୍ୟମାନଙ୍କୁ ପହରା ଦେବା ପାଇଁ ଆଦେଶ ଦେଇ ଗ୍ଭେରମାନଙ୍କ କବଳରୁ କବରକୁ ନିରାପଦ ରଖିବାର ବ୍ୟବସ୍ଥା କଲେ।


ବିଶ୍ରାମ ଦିବସର ପରଦିନ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ ଅତି ସକାଳୁ ମ‌ଗ୍‌‌ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ କବର ଦେଖିବାକୁ ଆସିଲେ।


ସେତିକିବେଳେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ସ୍ୱର୍ଗରୁ ଓହ୍ଲାଇ ଆସିଲେ। ସ୍ୱର୍ଗଦୂତ ଜଣକ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାର ପାଖରୁ ପଥରଟି ଗଡ଼େଇ ବାହାର କରିଦେଲେ। ସେ ପଥର ଉପରେ ବସିଲେ।


ଯୀଶୁ ପୁଣି ବହୁତ ବ୍ୟତିବ୍ୟସ୍ତ ହେଲେ। ସେ ଲାଜାରଙ୍କ କବର ନିକଟକୁ ଆସିଲେ। ତାହା ଗୋଟିଏ ଗୁହା ଥିଲା ଓ ତା ମୁହଁରେ ଗୋଟିଏ ବଡ଼ ପଥର ଘୋଡ଼େଇ ଦିଆଯାଇଥିଲା।


ତେଣୁ ସେମାନେ ପଥର ବାହାର କଲେ। ତା'ପରେ ଯୀଶୁ ଊର୍ଦ୍ଧ୍ୱକୁ ଗ୍ଭହିଁ କହିଲେ, “ହେ ପରମପିତା, ତୁମ୍ଭକୁ ଧନ୍ୟବାଦ ଦେଉଅଛି, କାରଣ ତୁମ୍ଭେ ମୋ’ କଥା ଶୁଣିଛ।


Swiv nou:

Piblisite


Piblisite