Biblia Todo Logo
Bib sou entènèt

- Piblisite -




ଯୋହନ 2:9 - ପବିତ୍ର ବାଇବଲ

9 ଭୋଜିକର୍ତ୍ତା ଦ୍ରାକ୍ଷାରସ ହୋଇଥିବା ସେହି ପାଣିକି ଚାଖି ତାହା କେଉଁଠାରୁ ଆସିଲା, ଏହା ଜାଣି ନ ଥିଲେ, କିନ୍ତୁ ସେହି ପାଣି କାଢ଼ିଥିବା ସେବକମାନେ ଜାଣିଥିଲେ। ତେଣୁ ସେହି ଭୋଜିକର୍ତ୍ତା ବରକୁ ଡାକିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଭୋଜର ଅଧ୍ୟକ୍ଷ ଦ୍ରାକ୍ଷାରସ ହୋଇଥିବା ସେହି ପାଣିକି ଚାଖି ତାହା କେଉଁଠାରୁ ଆସିଲା, ଏହା ଜାଣି ନ ଥିବାରୁ (କିନ୍ତୁ ଯେଉଁ ପରିଚାରକମାନେ ପାଣି କାଢ଼ିଥିଲେ, ସେମାନେ ଜାଣିଥିଲେ) ବରଙ୍କୁ ଡାକି କହିଲେ,

Gade chapit la Kopi

ଓଡିଆ ବାଇବେଲ

9 ଭୋଜର ଅଧ୍ୟକ୍ଷ ଦ୍ରାକ୍ଷାରସ ହୋଇଥିବା ସେହି ପାଣିକୁ ଚାଖି ତାହା କେଉଁଠାରୁ ଆସିଲା, ଏହା ଜାଣି ନ ଥିବାରୁ (କିନ୍ତୁ ଯେଉଁ ପରିଚାରକମାନେ ପାଣି କାଢ଼ିଥିଲେ, ସେମାନେ ଜାଣିଥିଲେ) ବରଙ୍କୁ ଡାକି କହିଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ସେତେବେଳେ ସେହି ଜଳସବୁ ଦ୍ରାକ୍ଷାରସରେ ପରିଣତ ହୋଇଥିଲା। ପରିଚାରକମାନେ ଜାଣିଥିଲେ, ଏହି ଦ୍ରାକ୍ଷାରସ କେଉଁଠୁ ଆସିଛି। ଭୋଜି ଦାୟିତ୍ୱରେ ଥିବା ବ୍ୟକ୍ତି ତାହା ଚାଖିଲେ ଓ ତାହା କେଉଁଠୁ ଆସିଛି ଜାଣି ନ ଥିବାରୁ ବରକୁ ପଚାରିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଭୋଜର ଅଧ୍ୟକ୍ଷ ଦ୍ରାକ୍ଷାରସରେ ପରିବର୍ତ୍ତନ ହୋଇଥିବା ସେହି ପାଣିକୁ ଚାଖି ତାହା କେଉଁଠାରୁ ଆସିଲା, ଏହା ଜାଣି ନ ଥିବାରୁ (କିନ୍ତୁ ଯେଉଁ ପରିଚାରକମାନେ ପାଣି କାଢ଼ିଥିଲେ, ସେମାନେ ଜାଣିଥିଲେ) ବରଙ୍କୁ ଡାକି କହିଲେ,

Gade chapit la Kopi




ଯୋହନ 2:9
6 Referans Kwoze  

ଯୀଶୁ ଗାଲୀଲର କାନ୍ନା ନଗରକୁ ପୁଣି ଥରେ ଗଲେ। କାନ୍ନାରେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ। ରାଜାଙ୍କର ଜଣେ ମୁଖ୍ୟକର୍ମଗ୍ଭରୀ କଫର୍ନାହୂମ ନଗରରେ ବାସ କରୁଥିଲେ। ଏହି ବ୍ୟକ୍ତିଙ୍କର ପୁତ୍ର ଅସୁସ୍ଥ ଥିଲା।


ପରମେଶ୍ୱର ଯାହା ଗ୍ଭହାନ୍ତି ଯଦି କୌଣସି ବ୍ୟକ୍ତି ସେହି ଅନୁଯାୟୀ କାର୍ଯ୍ୟ କରେ, ମୋର ଉପଦେଶ ପରମେଶ୍ୱରଙ୍କଠାରୁ ଆସିଛି ନା ନାହିଁ, ତାହା ସେ ଜାଣି ପାରିବ। ସେ ବ୍ୟକ୍ତି ଜାଣି ପାରିବ ଯେ ଏ ଉପଦେଶ ମୋ’ ନିଜର ନୁହେଁ।


ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ। କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ।


ଯୀଶୁ ସେମାନଙ୍କୁ କହିଲେ, “ବର ଯେପର୍ଯ୍ୟନ୍ତ ବରଯାତ୍ରୀମାନଙ୍କ ସହିତ ଥିବ, ସେପର୍ଯ୍ୟନ୍ତ ବରଯାତ୍ରୀମାନେ ଦୁଃଖ କରିବେ କି? କିନ୍ତୁ ଦିନ ଆସିବ ବରକୁ ତାହାଙ୍କଠାରୁ ଛଡ଼େଇ ନିଆଯିବ। ସେତେବେଳେ ବରଯାତ୍ରୀମାନେ ଦୁଃଖୀ ହେବେ। ତା'ପରେ ସେମାନେ ଉପବାସ କରିବେ।


ସେମାନେ ଯୀଶୁଙ୍କୁ ପିତ୍ତ ମିଶା ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ଯୀଶୁ ତାହାକୁ ଗ୍ଭଖିବା ପରେ ପିଇବା ପାଇଁ ମନାକଲେ।


ତା'ପରେ ଯୀଶୁ ସେବକମାନଙ୍କୁ କହିଲେ, “ବର୍ତ୍ତମାନ ସେଥିରୁ କିଛି ପାଣି କାଢ଼ି ନେଇ ଭୋଜିକର୍ତ୍ତାଙ୍କ ପାଖକୁ ଯାଅ।” ସେଥିରେ ସେମାନେ ସେହି ପାଣି ନେଇ ତାହାଙ୍କ ପାଖରେ ପହଞ୍ଚିଲେ।


Swiv nou:

Piblisite


Piblisite