Biblia Todo Logo
Bib sou entènèt

- Piblisite -




ଯୋହନ 2:4 - ପବିତ୍ର ବାଇବଲ

4 ଯୀଶୁ ଉତ୍ତର ଦେଲେ, “ହେ ମା, କ'ଣ କରିବାକୁ ହେବ, ଏହା ତୁମ୍ଭେ ମୋତେ କହିବା ଉଚିତ୍ ନୁହେଁ। ମୋର ସମୟ ଏପର୍ଯ୍ୟନ୍ତ ଆସି ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସେଥିରେ ଯୀଶୁ ତାଙ୍କୁ କହିଲେ, ଗୋ ନାରୀ, ମୋତେ କାହିଁକି ଏଥିରେ ଜଡ଼ିତ କରୁଅଛ? ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ।

Gade chapit la Kopi

ଓଡିଆ ବାଇବେଲ

4 ସେଥିରେ ଯୀଶୁ ତାଙ୍କୁ କହିଲେ, ଗୋ ନାରୀ, ମୋତେ କାହିଁକି ଏଥିରେ ଜଡ଼ିତ କରୁଅଛ ? ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 ଯୀଶୁ ଉତ୍ତର ଦେଲେ: “ମୋତେ କ’ଣ କରିବାକୁ ହେବ, ତୁମେ କହିବା ଦରକାର ନାହିଁ। ମୋର ସମୟ ଏ ପର୍ଯ୍ୟନ୍ତ ଆସି ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ଗୋ ନାରୀ, ମୋତେ କାହିଁକି ଏଥିରେ ଜଡ଼ିତ କରୁଅଛ? ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ।”

Gade chapit la Kopi




ଯୋହନ 2:4
20 Referans Kwoze  

ଯୀଶୁ ତାହାଙ୍କ ଭାଇମାନଙ୍କୁ କହିଲେ, “ମୋ’ ପାଇଁ ଏପର୍ଯ୍ୟନ୍ତ ଉପଯୁକ୍ତ ସମୟ ଆସି ନାହିଁ। କିନ୍ତୁ ତୁମ୍ଭମାନଙ୍କର (ଯିବା) ପାଇଁ ସମସ୍ତ ସମୟ ଉପଯୁକ୍ତ।


ସେତେବେଳେ ଯିହୂଦୀମାନଙ୍କର ନିସ୍ତାରପର୍ବ ସମୟ ପ୍ରାୟ ହୋଇଯାଇଥିଲା। ଯୀଶୁ ଜାଣିଥିଲେ, ତାହାଙ୍କୁ ଜଗତକୁ ଛାଡ଼ିଯିବାର ସମୟ ଉପସ୍ଥିତ ହୋଇଗଲାଣି। ବର୍ତ୍ତମାନ ସେ ତାହାଙ୍କ ପରମପିତାଙ୍କ ନିକଟକୁ ଫେରିଯିବେ। ସେ ସବୁବେଳେ ଏହି ଜଗତରେ ଥିବା ତାହାଙ୍କ ନିଜର ହୋଇଯାଇଥିବା ଲୋକମାନଙ୍କୁ ଭଲ ପାଉଥିଲେ। ସେ ସେମାନଙ୍କ ପ୍ରତି ତାହାଙ୍କର ଗଭୀର ଓ ଚୁଡ଼ାନ୍ତ ପ୍ରେମ ଦେଖାଇଥିଲେ।


ଯୀଶୁ ଏସବୁ କଥା ମନ୍ଦିର ପରିସରରେ ଉପଦେଶ ଦେଲାବେଳେ କହିଲେ। ଦାନ ପାତ୍ରରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହୋଇଥିଲେ। କିନ୍ତୁ କେହି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ୍ ସମୟ ସେପର୍ଯ୍ୟନ୍ତ ଆସି ନ ଥିଲା।


ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ଧରିବା ପାଇଁ ଚେଷ୍ଟା କଲେ। କିନ୍ତୁ କେହି ତାହାଙ୍କୁ ଛୁଇଁ ପାରିଲେ ନାହିଁ। ସେତେବେଳେ ମଧ୍ୟ ତାହାଙ୍କୁ ହତ୍ୟା କରିବାର ଉଚିତ୍ ସମୟ ହୋଇ ନ ଥିଲା।


ଯୀଶୁ ସେମାନଙ୍କୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ରଙ୍କର ଗୌରବ ପାଇବା ସମୟ ଆସିଯାଇଛି।


ପ୍ରତ୍ୟେକ ଜିନିଷ ପାଇଁ ଏକ ଉଚିତ୍ ସମୟ ଅଛି ଏବଂ ସ୍ୱର୍ଗ ତଳେ ପ୍ରତ୍ୟେକ ଯୋଜନା ଠିକ୍ ସମୟରେ ଘଟିବ।


ସେମାନଙ୍କ ନିମନ୍ତେ କେହି ସେହି ବାଟେ ଯାଇପାରୁ ନ ଥିଲେ। ସେମାନେ ପାଟିକରି କହିଲେ, “ହେ ପରମେଶ୍ୱରଙ୍କ ପୁତ୍ର! ତୁମ୍ଭେ ଆମ୍ଭଠାରୁ କ’ଣ ଗ୍ଭହୁଁଛ? ଉପଯୁକ୍ତ ସମୟ ପୂର୍ବରୁ ତୁମ୍ଭେ କ’ଣ ଆମ୍ଭକୁ ଦଣ୍ଡ ଦେବା ପାଇଁ ଆସିଛ?”


ଦାଉଦ କହିଲେ, “ହେ ସରୁୟାର ପୁତ୍ର, ତୁମ୍ଭମାନଙ୍କ ସହିତ ମୁଁ କ’ଣ କରିବି? ଆଜି ତୁମ୍ଭେମାନେ ମୋର ବିରୁଦ୍ଧରେ ଅଛ। ଇସ୍ରାଏଲରେ କୌଣସି ଲୋକକୁ ମୃତ୍ୟୁ ଦଣ୍ତ ଦିଆଯିବ ନାହିଁ। ଆଜି ମୁଁ ଜାଣେ ଯେ ମୁଁ ଇସ୍ରାଏଲ ଉପରେ ରାଜା ଅଟେ।”


କିନ୍ତୁ ରାଜା କହିଲେ, “ସରୁୟାର ପୁତ୍ରମାନେ, କାହିଁକି ତୁମ୍ଭେମାନେ ମୋ’ ବିଷୟରେ ଅନ୍ୟଥା ଚର୍ଚ୍ଚା କରୁଛ? ଶିମିୟି ମୋତେ ଅଭିଶାପ ଦେଉଛି, କିନ୍ତୁ ସଦାପ୍ରଭୁ ତାକୁ କହିଛନ୍ତି, ମୋତେ ଅଭିଶାପ ଦେବା ପାଇଁ। ଏବଂ କିଏ ସଦାପ୍ରଭୁଙ୍କୁ ପ୍ରଶ୍ନ କରି ପାରିବ, ଜିନିଷଗୁଡ଼ିକ ବିଷୟରେ ସେ କରନ୍ତି?”


ଯୀଶୁ ତାହାଙ୍କୁ ପଗ୍ଭରିଲେ, “ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହାକୁ ଖୋଜୁଛ?” ମରିୟମ ଭାବିଲେ, ଏହି ଲୋକ ହିଁ ବଗିଗ୍ଭର ଯତ୍ନ ନିଅନ୍ତି। ତେଣୁ ସେ ତାହାଙ୍କୁ କହିଲେ, “ମହାଶୟ ଆପଣ କ'ଣ ଯୀଶୁଙ୍କୁ ନେଇଯାଇଛନ୍ତି? ତାହାଙ୍କୁ ଆପଣ କେଉଁଠି ରଖିଛନ୍ତି? ମୋତେ କୁହନ୍ତୁ, ମୁଁ ଯାଇ ତାହାଙ୍କୁ ଘେନି ଆସିବି।”


ସେମାନେ ମରିୟମଙ୍କୁ ପଗ୍ଭରିଲେ, “ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ?” ମରିୟମ ଉତ୍ତର ଦେଲେ, “ମୋର ପ୍ରଭୁଙ୍କ ଶରୀର କେତେକ ଲୋକ ନେଇଯାଇଛନ୍ତି। ସେମାନେ ତାହାଙ୍କୁ କେଉଁଠି ରଖିଛନ୍ତି, ତାହା ମୁଁ ଜାଣି ନାହିଁ।”


ଏହି ଶୁଣି ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ କାହିଁକି ଖୋଜୁଥିଲ? ଯେଉଁଠାରେ ମୋର ପରମପିତାଙ୍କର କାର୍ଯ୍ୟ ଅଛି, ମୁଁ ସେଠାରେ ନିଶ୍ଚୟ ଥିବିବୋଲି ତୁମ୍ଭେମାନେ କ’ଣ ଜାଣି ନାହଁ?”


ତା'ପରେ ଯୀଶୁ କହିଲେ, “ହେ ନାରୀ! ତୁମ୍ଭର ଗଭୀର ବିଶ୍ୱାସ ରହିଛି। ତୁମ୍ଭେ ମୋ'ଠାରୁ ଯାହା ଗ୍ଭହିଁଛ, ମୁଁ ତାହା କରିଦେବି।” ଏହା କହିବା ମାତ୍ରେ ସେହି ସ୍ତ୍ରୀର ଝିଅଟି ସମ୍ପୂର୍ଣ୍ଣ ରୂପେ ଭଲ ହୋଇଗଲା।


ସେ ଆପଣା ପିତା ଓ ଆପଣା ମାତା ବିଷୟରେ କହିଲେ, ଆମ୍ଭେ ତାହାକୁ ଦେଖି ନାହୁଁ, ସେ ଆପଣା ଭାଇମାନଙ୍କୁ ମଧ୍ୟ ଚିହ୍ନିଲେ ନାହିଁ କିଅବା ଆପଣା ସନ୍ତାନମାନଙ୍କୁ ଚିହ୍ନିଲେ ନାହିଁ। କିନ୍ତୁ ସେମାନେ ତୁମ୍ଭର ବାକ୍ୟ ମାନି ଅଛନ୍ତି। ତୁମ୍ଭର ନିୟମ ରକ୍ଷା କରିଛନ୍ତି।


ଏହି ସମୟ ପରେ, ଆମ୍ଭେ କୌଣସି ଲୋକକୁ ଜାଗତିକ ଦୃଷ୍ଟିରୁ ଦେଖିବା ନାହିଁ। ଅତୀତରେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ଜାଗତିକ ଦୃଷ୍ଟିରେ ବୁଝିଥିଲୁ। କିନ୍ତୁ ଏବେ ଆମ୍ଭେ ସେହିପରି ଭାବୁନାହୁଁ।


ସେହି ସ୍ତ୍ରୀଲୋକଟି ଏଲିୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ମୋ’ ବିରୁଦ୍ଧରେ ତୁମ୍ଭର କ’ଣ ଅଛି? ତୁମ୍ଭେ କ’ଣ ମୋର ପାପ ସ୍ମରଣ କରେଇବାକୁ ଓ ମୋର ପୁତ୍ରର ମୃତ୍ୟୁର କାରଣ ହେବା ପାଇଁ ଆସିଅଛ?”


ସେହି ବିବାହ ଉତ୍ସବରେ ସମସ୍ତଙ୍କ ପାଇଁ ଯଥେଷ୍ଟ ପରିମାଣରେ ଦ୍ରାକ୍ଷାରସ ନ ଥିଲା। ତେଣୁ ପରେ ଦ୍ରାକ୍ଷାରସ ସରିଯିବାରୁ ଯୀଶୁଙ୍କର ମା ଆସି ତାହାଙ୍କୁ କହିଲେ, “ସେମାନଙ୍କର ଆଉ ଦ୍ରାକ୍ଷାରସ ନାହିଁ।”


ତେଣୁ ତୁମ୍ଭେମାନେ ପର୍ବକୁ ଯାଅ। ମୁଁ ବର୍ତ୍ତମାନ ପର୍ବକୁ ଯିବି ନାହିଁ। ମୋ’ ପାଇଁ ଏପର୍ଯ୍ୟନ୍ତ ଉପଯୁକ୍ତ ସମୟ ଆସି ନାହିଁ।”


Swiv nou:

Piblisite


Piblisite