Biblia Todo Logo
Bib sou entènèt

- Piblisite -




ଯୋହନ 2:15 - ପବିତ୍ର ବାଇବଲ

15 ଯୀଶୁ କେତେ ଖଣ୍ଡ ଦଉଡ଼ିରେ ଗୋଟିଏ ଚାବୁକ ତିଆରି କଲେ। ତା'ପରେ ଯୀଶୁ ସେ ସମସ୍ତ ଲୋକମାନଙ୍କୁ, ମେଣ୍ଢାଗୁଡ଼ିକୁ ଓ ଗୋରୁଗୁଡ଼ିକୁ ସେଠାରୁ ଜୋର୍ ଜବରଦସ୍ତି ତଡ଼ି ଦେଲେ। ସେ ମୁଦ୍ରା ବିନିମୟକାରୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ମେଜଗୁଡ଼ିକ ଓଲଟେଇ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ପୁଣି, ମୁଦ୍ରା ବ୍ୟବସାୟୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ସେମାନଙ୍କ ମେଜଗୁଡ଼ାକ ଓଲଟାଇପକାଇଲେ;

Gade chapit la Kopi

ଓଡିଆ ବାଇବେଲ

15 ପୁଣି, ମୁଦ୍ରା ବ୍ୟବସାୟୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ସେମାନଙ୍କ ମେଜଗୁଡ଼ାକ ଓଲଟାଇ ପକାଇଲେ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

15 ଯୀଶୁ ଦଉଡ଼ି ବଳି ଗୋଟିଏ ଚାବୁକ ତିଆରି କଲେ ଏବଂ ଗୋରୁ, ମେଣ୍ଢାମାନଙ୍କୁ ମନ୍ଦିରରୁ ବାହାର କରିଦେଲେ। ମୁଦ୍ରା ବିନିମୟକାରୀମାନଙ୍କର ମେଜସବୁ ଓଲଟାଇ ଦେଇ ମୁଦ୍ରାଗୁଡ଼ିକୁ ତଳେ ବିଞ୍ଚି ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ପୁଣି, ମୁଦ୍ରା-ବ୍ୟବସାୟୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ସେମାନଙ୍କ ମେଜଗୁଡ଼ାକ ଓଲଟାଇ ପକାଇଲେ;

Gade chapit la Kopi




ଯୋହନ 2:15
7 Referans Kwoze  

ଆମ୍ଭେ ଯେଉଁ ଅସ୍ତ୍ରଗୁଡ଼ିକ ସାହାଯ୍ୟରେ ସଂଗ୍ରାମ କରୁ ସେଗୁଡ଼ିକ ଜାଗତୀକ ଅସ୍ତ୍ରଶସ୍ତ୍ର ନୁହେଁ। ଆମ୍ଭର ଅସ୍ତ୍ରଶସ୍ତ୍ରରେ ପରମେଶ୍ୱରଙ୍କ ଶକ୍ତି ନିହିତ ଅଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତ୍ରୁର ଶକ୍ତିଶାଳୀ ସ୍ଥାନ ଗୁଡ଼ିକ ନଷ୍ଟ କରିପାରେ। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସାହାଯ୍ୟରେ ଆମ୍ଭେ ଲୋକଙ୍କ ସମସ୍ତ ଯୁକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉଠୁଥିବା ପ୍ରତ୍ୟେକ ଗର୍ବର କଥା ଖଣ୍ଡନ କରୁ।


ଯେତେବେଳେ ଯୀଶୁ କହିଲେ, “ମୁଁ ଯୀଶୁ,” ଲୋକମାନେ ପଛକୁ ଘୁଞ୍ଚିଯାଇ ତଳେ ପଡ଼ିଗଲେ।


ସେ କହିଲେ, “ଏହା ଯିରୁବ୍ବାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, ‘ଏହା ପରାକ୍ରମ କି ବଳଦ୍ୱାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି।


ଯୀଶୁ ମନ୍ଦିର ପରିସରରେ ପ୍ରବେଶ କଲେ। ସେଠାରେ କିଣା ଓ ବିକା କରୁଥିବା ଲୋକମାନଙ୍କୁ ଯୀଶୁ ବାହାରକୁ ଘଉଡ଼େଇ ଦେଲେ। ସେ ମୁଦ୍ରା ବ୍ୟବସାୟୀଙ୍କ ମେଜ ଓ କାପ୍ତା ବ୍ୟବସାୟୀଙ୍କ ଆସନ ଓଲଟେଇ ଦେଲେ।


ସେହି ମନ୍ଦିର ପରିସରରେ ଯୀଶୁ ଲୋକମାନଙ୍କୁ ଗୋରୁ, ମେଣ୍ଢା ଓ କପୋତ ବିକ୍ରୀ କରିବାର ଦେଖିଲେ। କେତେକ ଲୋକଙ୍କୁ ସେ ଟେବୁଲ ପାଖରେ ବସିଥିବାର ଦେଖିଲେ। ସେହି ଲୋକମାନେ ଲୋକଙ୍କର ଟଙ୍କା ବିନିମୟ ଓ ବ୍ୟବସାୟ କରୁଥିଲେ।


ତା'ପରେ ଯୀଶୁ କପୋତ ବେପାରୀମାନଙ୍କୁ କହିଲେ, “ଏସବୁ ଜିନିଷ ଗୁଡ଼ିକ ଏଠାରୁ ନେଇଯାଅ। ମୋହର ପିତାଙ୍କ ଗୃହକୁ ଗୋଟିଏ ବାଣିଜ୍ୟ ଗୃହରେ ପରିଣତ କର ନାହିଁ।”


ତେଣୁ ସୈନିକମାନେ ଜୀବନ ରକ୍ଷକ ଡଙ୍ଗାର ଦଉଡ଼ି କାଟି ଦେଲେ ଓ ତାହାକୁ ପାଣିରେ ପକେଇ ଦେଲେ।


Swiv nou:

Piblisite


Piblisite