Biblia Todo Logo
Bib sou entènèt

- Piblisite -




ଯୋହନ 15:12 - ପବିତ୍ର ବାଇବଲ

12 ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଛି! ଯେପରି ମୁଁ ତୁମ୍ଭକୁ ପ୍ରେମ କରିଛି ତୁମ୍ଭେମାନେ ମଧ୍ୟ ପରସ୍ପରକୁ ସେହିପରି ପ୍ରେମ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା।

Gade chapit la Kopi

ଓଡିଆ ବାଇବେଲ

12 ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରେ, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର: ତୁମ ପ୍ରତି ମୋର ଏହି ଆଜ୍ଞା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା।

Gade chapit la Kopi




ଯୋହନ 15:12
16 Referans Kwoze  

ଏହି ଆଜ୍ଞା ଆମ୍ଭେ ପରମେଶ୍ୱରଙ୍କଠାରୁ ପାଇଛୁ ଯେ ଯେକେହି ପରମେଶ୍ୱରଙ୍କୁ ପ୍ରେମ କରେ, ସେ ନିଜ ଭାଇକୁ ମଧ୍ୟ ପ୍ରେମ କରେ।


“ମୁଁ ତୁମ୍ଭକୁ ଗୋଟିଏ ନୂତନ ଆଜ୍ଞା ଦେଉଛି। ତୁମ୍ଭେମାନେ ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରୁଛି, ତୁମ୍ଭେମାନେ ପରସ୍ପରକୁ ସେହିପରି ପ୍ରେମ କରିବା ଉଚିତ୍।


ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ରେମ କର।


ପରମେଶ୍ୱରଙ୍କର ଏହା ଆଦେଶ: ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ବିଶ୍ୱାସ କରିବା ଓ ପରସ୍ପରକୁ ଭଲ ପାଇବା।


ଭଲ କାର୍ଯ୍ୟରେ ଜଡ଼ିତ ହୁଅ। ଭାଇ ଓ ଭଉଣୀଙ୍କ ଭଳି ସମର୍ପିତ ରହି ଜଣେ ଅନ୍ୟ ଜଣକୁ ଦୟାର ସହ ପ୍ରେମ କରୁ। ତୁମ୍ଭେ ନିଜେ ଯେତିକି ସମ୍ମାନ ଗ୍ଭହଁ, ତା'ଠାରୁ ଅଧିକ ସମ୍ମାନ ଏହି ଭାଇଭଉଣୀ ମାନଙ୍କୁ ଦିଅ।


ପ୍ରେମପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ରେମ କରିଛନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଅନ୍ୟମାନଙ୍କୁ ପ୍ରେମ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ମଧୁର-ସୁଗନ୍ଧି-ଯୁକ୍ତ ଭେଟି ଓ ପରମେଶ୍ୱରଙ୍କ ବଳି ସ୍ୱରୂପ ଅଟନ୍ତି।


ଅତଏବ ସମସ୍ତେ ମିଳିମିଶି ଶାନ୍ତିରେ ରହିବା ଉଚିତ୍। ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କର। ପରସ୍ପରକୁ ଭାଇ ଭଉଣୀ ଭଳି ଭଲ ପାଅ। ସଦୟ ଓ ନମ୍ର ହୁଅ।


ଏବେ, ସତ୍ୟ ପାଳନ ଦ୍ୱାରା ତୁମ୍ଭେମାନେ ନିଜ ନିଜକୁ ପବିତ୍ର କରିଛ। ତୁମ୍ଭେମାନେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ସତ୍ୟ ପ୍ରେମ ଦେଖାଇ ପାରିବ। ଅତଏବ, ପୂର୍ଣ୍ଣ ହୃଦୟ ସହିତ ଗଭୀର ଭାବରେ ପରସ୍ପରକୁ ପ୍ରେମ କର।


ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରେମଭାବ ବିଷୟରେ ତୁମ୍ଭମାନଙ୍କୁ ଲେଖିବାର ଆବଶ୍ୟକତା ନାହିଁ। ପରସ୍ପରକୁ ପ୍ରେମ କରିବା ପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଆଗରୁ ଶିଖାଇଛନ୍ତି।


ତୁମ୍ଭମାନଙ୍କର ପ୍ରେମ ବୃଦ୍ଧି ହେଉ ବୋଲି, ଆମ୍ଭେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ। ପରସ୍ପର ନିମନ୍ତେ ଓ ଅନ୍ୟ ସମସ୍ତଙ୍କ ପାଇଁ ସେ ତୁମ୍ଭମାନଙ୍କୁ ଅଧିକରୁ ଅଧିକ ପ୍ରେମ ପ୍ରଦାନ କରନ୍ତୁ, ଆମ୍ଭେ ଏହି ପ୍ରାର୍ଥନା କରୁଛୁ। ଆମ୍ଭେ ଯେଭଳି ତୁମ୍ଭମାନଙ୍କୁ ଭଲ ପାଉ, ସେହିଭଳି ତୁମ୍ଭେମାନେ ସମସ୍ତଙ୍କୁ ଭଲ ପାଅ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।


ଆମ୍ଭେ ସର୍ବଦା ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ ବୋଲି ଆମ୍ଭେ ଉଚିତ୍ ମନେ କରୁଛୁ। ତୁମ୍ଭମାନଙ୍କ ବିଶ୍ୱାସ ଯେହେତୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ ବୋଲି ପ୍ରମାଣିତ ହେଉଛି।


ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭ ସମସ୍ତଙ୍କୁ ପ୍ରେମ କରିଅଛୁ।” ମାତ୍ର ତୁମ୍ଭେମାନେ କହିଲ, “ତୁମ୍ଭେ କିପରି ଆମ୍ଭଙ୍କୁ ତୁମ୍ଭର ପ୍ରେମ ଦେଖାଇଛ?” ସଦାପ୍ରଭୁ କହିଲେ, “ଏଷୌ କ’ଣ ଯାକୁବର ଭାଇ ନୁହେଁ? ତଥାପି ଆମ୍ଭେ ଯାକୁବକୁ ପ୍ରେମ କଲୁ।


ଏହା ମୋର ଆଦେଶ, ତୁମ୍ଭେମାନେ ପରସ୍ପରକୁ ପ୍ରେମ କର।


ପ୍ରିୟ ମହାଶୟା। ମୁଁ ତୁମ୍ଭକୁ କହୁଛି: ଆମ୍ଭେ ସମସ୍ତେ ପରସ୍ପରକୁ ପ୍ରେମ କରିବା ଉଚିତ୍। ଏହା ଏକ ନୂତନ ଆଜ୍ଞା ନୁହେଁ। ଏହା ସେହି ଆଜ୍ଞା, ଯାହା ଆମ୍ଭମାନଙ୍କ ନିକଟରେ ଆରମ୍ଭରୁ ଅଛି।


Swiv nou:

Piblisite


Piblisite