Biblia Todo Logo
Bib sou entènèt

- Piblisite -




ଯୋହନ 12:16 - ପବିତ୍ର ବାଇବଲ

16 ଯୀଶୁଙ୍କର ଶିଷ୍ୟମାନେ ସେତେବେଳେ ଏହି ଘଟଣାର ଅର୍ଥ ବୁଝିପାରି ନ ଥିଲେ। କିନ୍ତୁ ଯୀଶୁ ଯେତେବେଳେ ମହିମାନ୍ୱିତ ହେଲେ ସେତେବେଳେ ସେମାନେ ବୁଝି ପାରିଲେ ଯେ, ଏହା ତାହାଙ୍କ ବିଷୟରେ ଲେଖାଯାଇଥିଲା। ତା'ପରେ ଶିଷ୍ୟମାନେ ମନେ ପକାଇଲେ ଯେ ସେମାନେ ଯୀଶୁଙ୍କ ପ୍ରତି ଏହା ସବୁ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ତାହାଙ୍କ ଶିଷ୍ୟମାନେ ପ୍ରଥମେ ଏହିସମସ୍ତ ବିଷୟ ବୁଝିଲେ ନାହିଁ, କିନ୍ତୁ ଯୀଶୁ ମହିମାନ୍ଵିତ ହେଲା ଉତ୍ତାରେ ଏସମସ୍ତ ବିଷୟ ଯେ ତାହାଙ୍କ ସମ୍ଵନ୍ଧରେ ଲେଖାଯାଇଥିଲା, ପୁଣି ତାହାଙ୍କ ପ୍ରତି ସେମାନେ ଯେ ଏହିସବୁ କରିଥିଲେ, ତାହା ସେମାନଙ୍କ ମନରେ ପଡ଼ିଲା।

Gade chapit la Kopi

ଓଡିଆ ବାଇବେଲ

16 ତାହାଙ୍କ ଶିଷ୍ୟମାନେ ପ୍ରଥମେ ଏହି ସମସ୍ତ ବିଷୟ ବୁଝିଲେ ନାହିଁ, କିନ୍ତୁ ଯୀଶୁ ମହିମାନ୍ୱିତ ହେଲା ଉତ୍ତାରେ ଏସମସ୍ତ ବିଷୟ ଯେ ତାହାଙ୍କ ସମ୍ବନ୍ଧରେ ଲେଖାଯାଇଥିଲା, ପୁଣି, ତାହାଙ୍କ ପ୍ରତି ସେମାନେ ଯେ ଏହି ସବୁ କରିଥିଲେ, ତାହା ସେମାନଙ୍କ ମନରେ ପଡ଼ିଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

16 ସେତେବେଳେ ଶିଷ୍ୟମାନେ ଏହାର ତାତ୍ପର୍ଯ୍ୟ ବୁଝି ନ ଥିଲେ। କିନ୍ତୁ ଯୀଶୁଙ୍କର ଗୌରବମୟ ପୁନରୁତ୍ଥାନ ପରେ ସେମାନଙ୍କର ମନେ ପଡ଼ିଲା ଯେ, ତାଙ୍କ ସମ୍ପର୍କରେ ଏସବୁ କଥା ଶାସ୍ତ୍ରରେ ଲେଖାଯାଇଥିଲା ଏବଂ ସେହି ଅନୁସାରେ ସେମାନେ କାର୍ଯ୍ୟ କରିଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ତାହାଙ୍କ ଶିଷ୍ୟମାନେ ପ୍ରଥମେ ଏହି ସମସ୍ତ ବିଷୟ ବୁଝିଲେ ନାହିଁ, କିନ୍ତୁ ଯୀଶୁ ମହିମାନ୍ୱିତ ହେଲା ଉତ୍ତାରେ ଏସମସ୍ତ ବିଷୟ ଯେ ତାହାଙ୍କ ସମ୍ବନ୍ଧରେ ଲେଖାଯାଇଥିଲା, ପୁଣି, ତାହାଙ୍କ ପ୍ରତି ସେମାନେ ଯେ ଏହିସବୁ କରିଥିଲେ, ତାହା ସେମାନଙ୍କ ମନରେ ପଡ଼ିଲା।

Gade chapit la Kopi




ଯୋହନ 12:16
19 Referans Kwoze  

ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ। ତେଣୁ ତାହାଙ୍କର ଶିଷ୍ୟମାନେ ତାହାଙ୍କ ବିଷୟରେ ଶାସ୍ତ୍ରରେ ଯାହା ଲେଖାଥିଲା ଓ ଯୀଶୁ ଯାହା କହିଥିଲେ, ସେସବୁ କଥା ବିଶ୍ୱାସ କଲେ।


କିନ୍ତୁ ତୁମ୍ଭକୁ ସାହାଯ୍ୟକାରୀ ସବୁ ଶିକ୍ଷା ଦେବେ। ମୁଁ ତୁମକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାଯ୍ୟ ମଧ୍ୟ କରିବେ। ଏହି ସାହାଯ୍ୟକାରୀ ହେଉଛନ୍ତି ପବିତ୍ରଆତ୍ମା, ଯାହାଙ୍କୁ ପରମପିତା ମୋ’ ନାମରେ ପଠାଇବେ।


ଯୀଶୁ ପବିତ୍ରଆତ୍ମାଙ୍କ ବିଷୟରେ କହୁଥିଲେ। ଯୀଶୁ ଏପର୍ଯ୍ୟନ୍ତ ମୃତ୍ୟୁ ଭୋଗ କରି ନ ଥିବାରୁ ଓ ସେ ମହିମାପ୍ରାପ୍ତ ହୋଇ ନ ଥିବାରୁ ଲୋକମାନଙ୍କୁ ଏପର୍ଯ୍ୟନ୍ତ ପବିତ୍ରଆତ୍ମା ଦିଆଯାଇ ନ ଥିଲା। କିନ୍ତୁ ପରେ, ଯେଉଁ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରିବେ, ସେମାନେ ପବିତ୍ରଆତ୍ମା ଲାଭ କରିବେ।


“ତେଣୁ ଇସ୍ରାଏଲର ସମସ୍ତେ ଏହା ଭଲ ଭାବରେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶରେ ବିଦ୍ଧ କରିଛ, ଈଶ୍ୱର ତାହାଙ୍କୁ ପ୍ରଭୁ ଓ ମଶୀହ ପଦରେ ନିଯୁକ୍ତ କରିଛନ୍ତି।”


ଯୀଶୁ ସେମାନଙ୍କୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ରଙ୍କର ଗୌରବ ପାଇବା ସମୟ ଆସିଯାଇଛି।


ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ୍। ଆମ୍ଭ ବିଶ୍ୱାସର ନେତା ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ୱାସକୁ ସିଦ୍ଧ କରନ୍ତି। ସେ କ୍ରୁଶ ଉପରେ ମୃତ୍ୟୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କ୍ରୁଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ୱର ତାହାଙ୍କ ସମ୍ମୁଖରେ ଯେଉଁ ଆନନ୍ଦର ଲକ୍ଷ୍ୟ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ୱରଙ୍କ ସିଂହାସନର ଡାହାଣରେ ବସିଛନ୍ତି।


ଆମ୍ଭେ ଯାହାକିଛି କହୁଛୁ, ତା'ର ସାରମର୍ମ ହେଲା ଯେ, ଆମ୍ଭମାନଙ୍କର ଏଭଳି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗର ପରମେଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ବସି ଅଛନ୍ତି।


ନା! ଈଶ୍ୱର ଏହା କରିଛନ୍ତି। ସେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କ ଈଶ୍ୱର ଅଟନ୍ତି। ସେ ଆମ୍ଭର ସମସ୍ତ ପୂର୍ବପୁରୁଷଙ୍କ ଈଶ୍ୱର ଅଟନ୍ତି। ସେ ତାହାଙ୍କ ମହାନ ସେବକ ଯୀଶୁଙ୍କୁ ଗୌରବାନ୍ୱିତ କରିଅଛନ୍ତି। ମାତ୍ର ତୁମ୍ଭେମାନେ ଯୀଶୁଙ୍କୁ ମୃତ୍ୟୁ ଭୋଗ କରିବା ନିମନ୍ତେ ସମର୍ପଣ କରିଦେଲ। ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ, କିନ୍ତୁ ତୁମ୍ଭେମାନେ ଯୀଶୁଙ୍କୁ ଗ୍ଭହଁ ନାହିଁ ବୋଲି ପୀଲାତଙ୍କୁ କହିଲ।


ଯୀଶୁଙ୍କୁ ସ୍ୱର୍ଗକୁ ଉଠାଇ ନିଆ ଯାଇଛି। ସେ ବର୍ତ୍ତମାନ ଈଶ୍ୱରଙ୍କର ଡାହାଣ ପଟେ ଅଛନ୍ତି। ପରମପିତା ଯୀଶୁଙ୍କୁ ପବିତ୍ରଆତ୍ମା ଦେଇଛନ୍ତି। ଈଶ୍ୱର ଏହି ପବିତ୍ରଆତ୍ମା ଦେବା ପାଇଁ ଆଗରୁ ଶପଥ କରିଥିଲେ। ତେଣୁ ଯୀଶୁ ପବିତ୍ରଆତ୍ମାଙ୍କୁ ଢାଳି ଦେଉଛନ୍ତି। ବର୍ତ୍ତମାନ ତୁମ୍ଭେମାନେ ଏହା ଦେଖୁଅଛ ଓ ଶୁଣୁଅଛ।


ମୁଁ ତୁମ୍ଭକୁ ଏସବୁ କଥା ବର୍ତ୍ତମାନ କହିଛି, ତେଣୁ ଯେତେବେଳେ ଏସବୁ ଘଟିବାର ସମୟ ଆସିବ, ସେତେବେଳେ ତୁମ୍ଭେମାନେ ମନେ ପକାଇବ ଯେ ମୁଁ ତୁମ୍ଭକୁ ସତର୍କ କରିଥିଲି। “ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ଆରମ୍ଭରୁ ଏସବୁ କଥା ତୁମ୍ଭମାନଙ୍କୁ କହି ନ ଥିଲି।


ତା'ପରେ ଯୀଶୁ ଶିଷ୍ୟମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟରେ ଯାହାସବୁ ଲେଖା ଯାଇଥିଲା, ଯୀଶୁ ସେମାନଙ୍କୁ ସବୁ ବୁଝାଇଲେ।


ତା'ପରେ ଯୀଶୁ ସେହି ଦୁଇଜଣ ଲୋକଙ୍କୁ କହିଲେ, “ତୁମ୍ଭେମାନେ କେତେ ବୋକା। ଭବିଷ୍ୟ‌ଦ୍‌ବକ୍ତାମାନେ ଯାହାସବୁ କହିଥିଲେ, ସେହି ସତ୍ୟକୁ ବିଶ୍ୱାସ କରିବାରେ ତୁମ୍ଭେମାନେ କେତେ ମନ୍ଥର।


ପ୍ରେରିତମାନେ ଏ କଥା ବୁଝିବାକୁ ଚେଷ୍ଟା କଲେ। ମାତ୍ର ସେମାନେ ବୁଝି ପାରିଲେ ନାହିଁ। ଏ କଥାର ଅର୍ଥ ସେମାନଙ୍କ ପାଖରେ ଗୁପ୍ତ ରହିଲା।


କିନ୍ତୁ ଶିଷ୍ୟମାନେ ଯୀଶୁଙ୍କ ଏ କଥାର କିଛି ଅର୍ଥ ବୁଝି ପାରିଲେ ନାହିଁ। ଏହାର ଅର୍ଥ ସେମାନଙ୍କ ପ୍ରତି ଲୁକାୟିତ ଥିଲା। ତେଣୁ ସେମାନେ କିଛି ଏହାକୁ ବୁଝି ପାରିଲେ ନାହିଁ କିନ୍ତୁ ସେମାନେ ଯୀଶୁଙ୍କୁ ଏ ବିଷୟରେ ପଗ୍ଭରିବାକୁ ସାହସ କଲେ ନାହିଁ।


ବର୍ତ୍ତମାନ ପରମପିତା ତୁମ୍ଭର ଉପସ୍ଥିତିରେ ମୋତେ ଗୌରବାନ୍ୱିତ କର। ଜଗତ ଆରମ୍ଭ ହେବା ପୂର୍ବରୁ, ମୋର ତୁମ୍ଭ ସହିତ ଯେଉଁ ଗୌରବ ଥିଲା, ତୁମ୍ଭେ ମୋତେ ତୁମ୍ଭ ସହିତ ଗୌରବାନ୍ୱିତ କର।


ପ୍ରଭୁ ଯୀଶୁ ଏହିସବୁ କଥା ପ୍ରେରିତମାନଙ୍କୁ କହି ସାରିବା ପରେ ତାହାଙ୍କୁ ସ୍ୱର୍ଗକୁ ନିଆଗଲା। ସେ ପରମେଶ୍ୱରଙ୍କ ଡାହାଣ ପଟେ ବସିଲେ।


ଯୀଶୁଙ୍କ ଏହି କଥା କହିବାର ଅର୍ଥ ଶିଷ୍ୟମାନେ ବୁଝି ପାରିଲେ ନାହିଁ। ସେମାନେ ତାହାଙ୍କୁ ଏହାର ଅର୍ଥ ପଗ୍ଭରି ବୁଝିବାକୁ ଭୟ କଲେ।


Swiv nou:

Piblisite


Piblisite