Biblia Todo Logo
Bib sou entènèt

- Piblisite -




ଯୋହନ 12:11 - ପବିତ୍ର ବାଇବଲ

11 ଅନେକ ଯିହୂଦୀ ଲାଜାରଙ୍କ ହେତୁ ସେମାନଙ୍କର ନେତାମାନଙ୍କୁ ଛାଡ଼ି ଯୀଶୁଙ୍କୁ ବିଶ୍ୱାସ କରୁଥିଲେ। ସେଥି ପାଇଁ ଯିହୂଦୀ ନେତାମାନେ ଲାଜାରଙ୍କୁ ମଧ୍ୟ ମାରିବା ପାଇଁ ଚେଷ୍ଟା କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 କାରଣ ତାଙ୍କ ଯୋଗୁ ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଯାଇ ଯୀଶୁଙ୍କଠାରେ ବିଶ୍ଵାସ କରୁଥିଲେ।

Gade chapit la Kopi

ଓଡିଆ ବାଇବେଲ

11 କାରଣ ତାଙ୍କ ଯୋଗୁଁ ଯିହୂଦୀମାନଙ୍କ ମଧ୍ୟରୁ ଅନେକେ ଯାଇ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 କାରଣ ତାଙ୍କ ହେତୁ ବହୁସଂଖ୍ୟକ ଇହୁଦୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରୁଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 କାରଣ ତାହାଙ୍କ ଯୋଗୁଁ ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଯାଇ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ।

Gade chapit la Kopi




ଯୋହନ 12:11
10 Referans Kwoze  

ସେଠାରେ ମରିୟମଙ୍କୁ ଦେଖା କରିବା ନିମନ୍ତେ ଅନେକ ଯିହୂଦୀ ଆସିଥିଲେ। ସେମାନେ ସମସ୍ତେ ଯୀଶୁଙ୍କର କାର୍ଯ୍ୟ ଦେଖିଲେ। ସେମାନଙ୍କ ଭିତରୁ ଅନେକ ଯିହୂଦୀ ତାହାଙ୍କୁ ବିଶ୍ୱାସ କଲେ।


ଯେତେବେଳେ ସେମାନେ ଶୁଣିଲେ ଯେ ଏହି ଆଶ୍ଚର୍ଯ୍ୟ କାର୍ଯ୍ୟ ଯୀଶୁଙ୍କ ଦ୍ୱାରା ହୋଇଛି, ଅନେକ ଲୋକ ତାହାଙ୍କୁ ଭେଟିବା ପାଇଁ ଗଲେ।


ଯିହୂଦୀୟମାନେ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ। ସେମାନେ ପାଉଲଙ୍କ କଥାକୁ ବିରୋଧ କରି ଅପମାନଜନକ ଶବ୍ଦ ସବୁ ପ୍ରୟୋଗ କଲେ।


ଯଦି ଆମ୍ଭେ ତାକୁ ଏଭଳି କାର୍ଯ୍ୟ କରିବା ପାଇଁ ଛାଡ଼ିଦେବା, ତାହାକୁ ସମସ୍ତେ ବିଶ୍ୱାସ କରିବେ। ତା'ପରେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରିଦେବେ।”


ବହୁତ ଲୋକ ଯୀଶୁଙ୍କୁ ବିଶ୍ୱାସ କଲେ। ଲୋକମାନେ କହିଲେ, “ଆମ୍ଭେ ଖ୍ରୀଷ୍ଟଙ୍କ ଆଗମନ ପାଇଁ ଅପେକ୍ଷା କରିଛୁ। ଏହି ବ୍ୟକ୍ତି ଯେଉଁସବୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିଛନ୍ତି, ଖ୍ରୀଷ୍ଟ ଆସିଲେ ଏହା ଅପେକ୍ଷା କ'ଣ ଅଧିକ କରିବେ? ନା, ଏହି ବ୍ୟକ୍ତି ନିଶ୍ଚୟ ଖ୍ରୀଷ୍ଟ ହୋଇଥିବେ।”


ମୁଁ ଜାଣେ ଯେ, ତୁମ୍ଭେ ସବୁବେଳେ ମୋ’ କଥା ଶୁଣ। ମାତ୍ର ତୁମ୍ଭେ ମୋତେ ପଠାଇଛ ବୋଲି ଏଠାରେ ଠିଆ ହୋଇଥିବା ଲୋକମାନେ ଯେପରି ବିଶ୍ୱାସ କରିବେ, ସେଥିପାଇଁ ମୁଁ ଏହା କହିଲି।”


ତେଣୁ ମୁଖ୍ୟ ଯାଜକମାନେ ଲାଜାରଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଯୋଜନା କଲେ।


କିନ୍ତୁ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ। ଏପରିକି, ଅନେକ ଯିହୂଦୀ ନେତାମାନେ ମଧ୍ୟ ତାହାଙ୍କଠାରେ ବିଶ୍ୱାସ କଲେ। କିନ୍ତୁ ସେମାନେ ଫାରୂଶୀମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ତାହାଙ୍କ ବିଶ୍ୱାସ ସମ୍ବନ୍ଧରେ ଖୋଲାଖୋଲି ଭାବେ କହିଲେ ନାହିଁ। ସେମାନେ ଡରିଲେ, କାଳେ ଫାରୂଶୀମାନେ ସେମାନଙ୍କୁ ସମାଜଗୃହରୁ ବାହାର କରିଦେବେ।


Swiv nou:

Piblisite


Piblisite