Biblia Todo Logo
Bib sou entènèt

- Piblisite -




ଯୋହନ 11:54 - ପବିତ୍ର ବାଇବଲ

54 ତେଣୁ ଯୀଶୁ ଯିହୂଦୀମାନଙ୍କ ମଧ୍ୟରେ ଖୋଲାଖୋଲି ଭାବରେ ଯାତ୍ରା କରିବା ବନ୍ଦ କରିଦେଲେ। ସେ ଯିରୁଶାଲମ ଛାଡ଼ି ମରୁଭୂମି ପାଖଥିବା ଗୋଟିଏ ସ୍ଥାନକୁ ଗ୍ଭଲିଗଲେ। ସେହି ସହରର ନାମ ଏଫ୍ରୟିମ। ସେ ସେଠାରେ ନିଜ ଶିଷ୍ୟମାନଙ୍କ ସହିତ ରହିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

54 ଅତଏବ, ଯୀଶୁ ଯିହୁଦୀମାନଙ୍କ ମଧ୍ୟରେ ଆଉ ପ୍ରକାଶରେ ଗମନାଗମନ କଲେ ନାହିଁ, କିନ୍ତୁ ସେ ସେସ୍ଥାନରୁ ବାହାରିଯାଇ ପ୍ରାନ୍ତର ନିକଟରେ ଥିବା ଅଞ୍ଚଳର ଏଫ୍ରୟିମ ନାମକ ଗୋଟିଏ ନଗରକୁ ପ୍ରସ୍ଥାନ କଲେ, ଆଉ ସେ ଶିଷ୍ୟମାନଙ୍କ ସହିତ ସେଠାରେ ରହିଲେ।

Gade chapit la Kopi

ଓଡିଆ ବାଇବେଲ

54 ଅତଏବ, ଯୀଶୁ ଯିହୂଦୀମାନଙ୍କ ମଧ୍ୟରେ ଆଉ ପ୍ରକାଶରେ ଗମନାଗମନ କଲେ ନାହିଁ, କିନ୍ତୁ ସେ ସେ ସ୍ଥାନରୁ ବାହାରିଯାଇ ପ୍ରାନ୍ତର ନିକଟରେ ଥିବା ଅଞ୍ଚଳର ଏଫ୍ରୟିମ ନାମକ ଗୋଟିଏ ନଗରକୁ ପ୍ରସ୍ଥାନ କଲେ, ଆଉ ସେ ଶିଷ୍ୟମାନଙ୍କ ସହିତ ସେଠାରେ ରହିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

54 ସେଥିପାଇଁ ଯୀଶୁ ଇହୁଦୀମାନଙ୍କ ମଧ୍ୟରେ ଆଉ ପ୍ରକାଶ୍ୟେର ଯାତାୟାତ କଲେ ନାହିଁ ଏବଂ ମରୁଭୂମି ନିକଟରେ ଥିବା ଇଫ୍ରୟିମ ନାମକ ଗୋଟିଏ ସହରକୁ ଯାଇ ସେଠାରେ ଶିଷ୍ୟମାନଙ୍କ ସହିତ ଅବସ୍ଥାନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

54 ଅତଏବ, ଯୀଶୁ ଯିହୁଦୀ ଲୋକମାନଙ୍କ ମଧ୍ୟରେ ଆଉ ପ୍ରକାଶରେ ଗମନାଗମନ କଲେ ନାହିଁ, କିନ୍ତୁ ସେ ସେ ସ୍ଥାନରୁ ବାହାରିଯାଇ ପ୍ରାନ୍ତର ନିକଟରେ ଥିବା ଅଞ୍ଚଳର ଇଫ୍ରୟିମ ନାମକ ଗୋଟିଏ ନଗରକୁ ପ୍ରସ୍ଥାନ କଲେ, ଆଉ ସେ ଶିଷ୍ୟମାନଙ୍କ ସହିତ ସେଠାରେ ରହିଲେ।

Gade chapit la Kopi




ଯୋହନ 11:54
9 Referans Kwoze  

ଏହା ପରେ ଯୀଶୁ ଗାଲିଲୀ ପ୍ରଦେଶରେ ଭ୍ରମଣ କରିବାକୁ ଲାଗିଲେ। ସେ ଯିହୂଦାରେ ଯାତ୍ରା କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ଯିହୂଦୀମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଗ୍ଭହୁଁଥିଲେ।


ଯଦି କୌଣସି ଲୋକ ଗ୍ଭହେଁ ଯେ ସମସ୍ତେ ତାହାଙ୍କୁ ଜାଣନ୍ତୁ, ତେବେ ସେ ତା'ର କାର୍ଯ୍ୟସୂଚୀ ଲୁଚେଇବା ଉଚିତ୍ ନୁହେଁ। ତୁମ୍ଭେ ନିଜକୁ ଜଗତ ଆଗରେ ପ୍ରକାଶ କର। ତୁମ୍ଭେ କରୁଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ସେମାନଙ୍କୁ ଦେଖିବାକୁ ଦିଅ।”


ଅବିୟଙ୍କ ସୈନ୍ୟଦଳ ଯାରବିୟା‌ମଙ୍କ ସୈନ୍ୟଦଳର ପଛେ ପଛେ ଗୋଡ଼ାଇଲେ। ଅବିୟଙ୍କ ସୈନ୍ୟଦଳ ବୈଥଲ, ଯିଶାନା ଓ ଇଫ୍ରୋନ୍ ସହରଗୁଡ଼ିକ ଯାରବିୟା‌ମଙ୍କଠାରୁ ଦଖଲ କରି ନେଲେ। ସେହି ସହର ଓ ସେହି ସହରଗୁଡ଼ିକର ନିକଟରେ ଥିବା କ୍ଷୁଦ୍ର ଗ୍ରାମଗୁଡ଼ିକୁ ମଧ୍ୟ ସେମାନେ ଅଧିକାର କରି ନେଲେ।


ଯୀଶୁ ଉତ୍ତର ଦେଲେ, “ମୁଁ ଲୋକମାନଙ୍କୁ ସବୁବେଳେ ଖୋଲାଖୋଲି ଭାବେ ଶିକ୍ଷା ଦେଇଛି। ମୁଁ ସର୍ବଦା ସମାଜଗୃହ ଓ ମନ୍ଦିରରେ ଶିକ୍ଷା ଦେଇ ଆସିଛି। ସେଠାରେ ସବୁ ଯିହୂଦୀମାନେ ଏକତ୍ର ହୁଅନ୍ତି। ମୁଁ କୌଣସି ବିଷୟ ଗୁପ୍ତ ଭାବରେ କହି ନାହିଁ।


ତା'ପରେ ଯୀଶୁ ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱରେ ପହଞ୍ଚିଲେ। ଯୋହନ ପ୍ରଥମେ ଯେଉଁଠାରେ ବାପ୍ତିସ୍ମ ଦେଉଥିଲେ, ସେ ସେହି ସ୍ଥାନକୁ ଆସିଲେ ଓ ସେଠାରେ ରହିଲେ।


କିନ୍ତୁ ଲୋକମାନଙ୍କ ମଧ୍ୟରେ ଏପରି କେହି ସାହସୀ ନ ଥିଲେ, ଯିଏ କି ଯୀଶୁଙ୍କ ବିଷୟରେ ଖୋଲା ଖୋଲି ଭାବରେ କହିବ। ଲୋକମାନେ ଯିହୂଦୀୟ ନେତାମାନଙ୍କୁ ଭୟ କରୁଥିଲେ।


ତେଣୁ ଯୀଶୁଙ୍କର ଭାଇମାନେ ପର୍ବକୁ ଗଲେ। ସେମାନେ ଗଲାପରେ ଯୀଶୁ ମଧ୍ୟ ଗଲେ। ସେ ଲୋକମାନଙ୍କୁ ଦୃଷ୍ଟିଗୋଚର ହେଲେ ନାହିଁ।


ଏହା ପରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ପରେ ଇଫ୍ରୟିମ ସୀମାରେ ବା‌ଲ୍‌ହା‌ତ୍‌ସୋରରେ ଅବଶାଲୋମର ମେଷଲୋମ ଛେଦନ କଲା ଏବଂ ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା।


Swiv nou:

Piblisite


Piblisite