Biblia Todo Logo
Bib sou entènèt

- Piblisite -




ଯୋହନ 11:3 - ପବିତ୍ର ବାଇବଲ

3 ତେଣୁ ମରିୟମ ଓ ମାର୍ଥା ଯୀଶୁଙ୍କୁ ଜଣାଇବା ପାଇଁ ଗୋଟିଏ ଲୋକ ପଠାଇଲେ। ସେମାନେ କହି ପଠାଇଲେ, “ପ୍ରଭୁ, ତୁମ୍ଭର ପ୍ରିୟ ବନ୍ଧୁ ଲାଜାର ପୀଡ଼ିତ ଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତେଣୁସେହି ଭଉଣୀମାନେ ତାହାଙ୍କ ନିକଟକୁ କହି ପଠାଇଲେ, ପ୍ରଭୋ, ଦେଖନ୍ତୁ, ଯାହାକୁ ଆପଣ ସ୍ନେହ କରନ୍ତି, ସେ ପୀଡ଼ିତ ଅଛି।

Gade chapit la Kopi

ଓଡିଆ ବାଇବେଲ

3 ତେଣୁ ସେହି ଭଉଣୀମାନେ ତାହାଙ୍କ ନିକଟକୁ କହି ପଠାଇଲେ, ପ୍ରଭୁ, ଦେଖନ୍ତୁ, ଯାହାକୁ ଆପଣ ସ୍ନେହ କରନ୍ତି, ସେ ପୀଡ଼ିତ ଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 ଏମାନଙ୍କର ଭାଇ ଲାଜାର ଅସୁସ୍ଥ ହୋଇ ପଡ଼ିବାରୁ ସେମାନେ ଯୀଶୁଙ୍କ ନିକଟକୁ ଖବର ପଠାଇଲେ: “ପ୍ରଭୁ, ଆପଣଙ୍କ ପ୍ରିୟ ବନ୍ଧୁ ପୀଡ଼ିତ ଅଛି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତେଣୁ ସେହି ଭଉଣୀମାନେ ତାହାଙ୍କ ନିକଟକୁ କହି ପଠାଇଲେ, ପ୍ରଭୁ, ଦେଖନ୍ତୁ, ଯାହାକୁ ଆପଣ ସ୍ନେହ କରନ୍ତି, ସେ ପୀଡ଼ିତ ଅଛି।

Gade chapit la Kopi




ଯୋହନ 11:3
16 Referans Kwoze  

ଯୀଶୁ ମାର୍ଥା, ତା'ର ଭଉଣୀ ମରିୟମ ଓ ଲାଜାରଙ୍କୁ ବହୁତ ଭଲ ପାଉଥିଲେ।


“ମୁଁ ଯେଉଁମାନଙ୍କୁ ପ୍ରେମ କରେ ସେମାନଙ୍କୁ ସଂଶୋଧନ କରେ ଓ ଦଣ୍ଡ ଦିଏ। ତେଣୁ କଠିନ ଚେଷ୍ଟା କର। ନିଜ ହୃଦୟ ଓ ନିଜ ଜୀବନ ପରିବର୍ତ୍ତନ କର।


ଏରାଷ୍ଟ କରିନ୍ଥ ନଗରଠାରେ ରହିଛନ୍ତି ଏବଂ ତ୍ରଫିମଙ୍କୁ ମୁଁ ମୀଲୀତଠାରେ ଛାଡ଼ି ଆସିଛି କାରଣ ସେ ଅସୁସ୍ଥ ଥିଲେ।


ଯୀଶୁଙ୍କ ପାଖରେ ଆଉ ଜଣେ ଶିଷ୍ୟ ବସିଥିଲା। ଯୀଶୁ ତାହାକୁ ବହୁତ ଭଲ ପାଉଥିଲେ।


ଯିହୂଦୀମାନେ କହିଲେ, “ଦେଖ, ଯୀଶୁ ଲାଜାରଙ୍କୁ କେତେ ସ୍ନେହ କରୁଥିଲେ।”


ଯୀଶୁ ଏ କଥା କହିବା ସାରିବା ପରେ, କହିଲେ, “ଆମ୍ଭର ବନ୍ଧୁ ଲାଜାର ବର୍ତ୍ତମାନ ଶୋଇଛନ୍ତି। ମୁଁ ତାହାଙ୍କୁ ଉଠେଇବା ପାଇଁ ସେଠାକୁ ଯାଉଛି।”


ସଦାପ୍ରଭୁ ଯାହାକିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି, ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ। ସଦାପ୍ରଭୁ ପ୍ରକୃତରେ ଦେଖାଇ ଦିଅନ୍ତି ଯେ ସେ ସେମାନଙ୍କୁ ଭଲ ପାଆନ୍ତି।


ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ପୁତ୍ରକୁ ମୋରିୟାକୁ ନିଅ। ମୋରିୟାରେ ତୁମ୍ଭର ଏକ ମାତ୍ର ସ୍ନେହର ପୁତ୍ର ଇ‌ସ୍‌ହାକକୁ ମୋ’ ନିମନ୍ତେ ହୋମାର୍ଥେ ବଳିଦାନ କର। ମୁଁ ଯେଉଁ ପର୍ବତକୁ କହିବି ସେହି ପର୍ବତକୁ ନେଇ ସେଠାରେ ହୋମବଳି କର।”


ଲାଜାର ନାମରେ ଜଣେ ବ୍ୟକ୍ତି ଅସୁସ୍ଥ ଥିଲେ। ସେ ବେଥନୀୟା ନଗରରେ ରହୁଥିଲେ। ସେଠାରେ ମରିୟମ ଓ ତାହାଙ୍କ ଭଉଣୀ ମାର୍ଥା ବାସ ମଧ୍ୟ କରୁଥିଲେ।


ସେହି ବିଧବାକୁ ଦେଖି ଯୀଶୁଙ୍କ ମନରେ କରୁଣା ଜାତ ହେଲା। ସେ ତାକୁ କହିଲେ, “କାନ୍ଦ ନାହିଁ।”


ସେହି ମରିୟମ ପରେ ପ୍ରଭୁ ଯୀଶୁଙ୍କ ପାଦରେ ଅତି ମୂଲ୍ୟବାନ ଅତର ଢାଳି ନିଜ କେଶରେ ପାଦ ପୋଛି ଦେଇଥିଲେ। ସେମାନଙ୍କର ଭାଇ ଲାଜାର ଅସୁସ୍ଥ ଥିଲେ।


ମାର୍ଥା ଯୀଶୁଙ୍କୁ କହିଲେ, “ପ୍ରଭୁ, ଯଦି ଆପଣ ଏଠାରେ ଥାଆନ୍ତେ, ତେବେ ମୋର ଭାଇ ମରି ନ ଥା'ନ୍ତା।


ତୁମେ ମୋତେ ‘ଗୁରୁ’ ଓ ‘ପ୍ରଭୁ’ କହୁଛ। ଅବଶ୍ୟ, ଏହା ଠିକ୍, କାରଣ ମୁଁ ତାହା ଅଟେ।”


Swiv nou:

Piblisite


Piblisite