Biblia Todo Logo
Bib sou entènèt

- Piblisite -




ଯୋହନ 10:7 - ପବିତ୍ର ବାଇବଲ

7 ତେଣୁ ଯୀଶୁ ଆଉଥରେ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ମୁଁ ହେଉଛି ମେଷମାନଙ୍କ ଫାଟକ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ତେଣୁ ଯୀଶୁ ପୁନର୍ବାର କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ମେଷଗୁଡ଼ିକର ଦ୍ଵାର।

Gade chapit la Kopi

ଓଡିଆ ବାଇବେଲ

7 ତେଣୁ ଯୀଶୁ ପୁନର୍ବାର କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ମେଷଗୁଡ଼ିକର ଦ୍ୱାର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

7 ତେଣୁ ଯୀଶୁ ପୁନର୍ବାର କହିଲେ, “ସତ କହୁଛି- ମୁଁ ମେଷମାନଙ୍କ ପାଇଁ ଦ୍ୱାର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତେଣୁ ଯୀଶୁ ପୁନର୍ବାର କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ମେଷଗୁଡ଼ିକର ଦ୍ୱାର।

Gade chapit la Kopi




ଯୋହନ 10:7
12 Referans Kwoze  

ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ମୁଁ ସତ୍ୟ ଓ ଜୀବନ। ପରମପିତାଙ୍କ ପାଖକୁ ଯିବା ପାଇଁ ମୁଁ ହେଉଛି ଏକମାତ୍ର ପଥ।


କାରଣ ଖ୍ରୀଷ୍ଟଙ୍କ ମାଧ୍ୟମରେ ହିଁ, ଏକ ଆତ୍ମା ହୋଇ ପରମପିତା ପାଖକୁ ଯିବାର ଅଧିକାର ଆମ୍ଭକୁ ମିଳିଲା।


ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କୌଣସି ଲୋକ ମେଷଶାଳରେ ପ୍ରବେଶ କରେ, ତେବେ ସେ ଦ୍ୱାର ବାଟେ ଯିବା ଉଚିତ୍। ଯଦି ସେ ଅନ୍ୟ ବାଟ ଚଢ଼ି ଭିତରକୁ ଯାଏ, ତେବେ ସେ ଗ୍ଭେର। ସେ ନିଶ୍ଚୟ ମେଷ ଗ୍ଭେରି କରିବା ପାଇଁ ଚେଷ୍ଟା କରୁଛି।


ମୁଁ ଫାଟକ। ଯେଉଁ ବ୍ୟକ୍ତି ମୋ’ (ଫାଟକ) ଦେଇ ପ୍ରବେଶ କରେ, ସେ ରକ୍ଷା ପାଇବ। ସେହି ଲୋକ ଭିତରକୁ ଆସିପାରିବ ଓ ବାହାରକୁ ଯାଇ ପାରିବ। ତା'ର ଯାହା ଦରକାର, ସେ ସବୁ ପାଇବ।


“ଆଉ ତୁମ୍ଭେମାନେ ଆମ୍ଭର ମେଷ ଓ ଆମ୍ଭ ତୃଣଭୂମିର ମେଷ ଅଟ। ତୁମ୍ଭେମାନେ ମନୁଷ୍ୟ ଅଟ ଓ ଆମ୍ଭେ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ।” ଏହା ମୋର ପ୍ରଭୁ, ସଦାପ୍ରଭୁ କହନ୍ତି।


ତା'ହେଲେ ଆମ୍ଭେ ତୁମ୍ଭର ଲୋକ, ତୁମ୍ଭର ମେଷପଲ ସର୍ବଦା ତୁମ୍ଭକୁ ଧନ୍ୟବାଦ ଦେବୁ। ପିଢ଼ି ପରେ ପିଢ଼ି, ତୁମ୍ଭେ ଯାହା କରିଛ, ସେଥିପାଇଁ ଆମ୍ଭେ ତୁମ୍ଭକୁ ପ୍ରଶଂସା କରିବୁ।


ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି। ସେ ଆମ୍ଭକୁ ସୃଷ୍ଟି କରିଛନ୍ତି। ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ।


ସେ ହେଉଛନ୍ତି ଆମ୍ଭର ପରମେଶ୍ୱର, ଏବଂ ଆମ୍ଭେ ତାଙ୍କର ସନ୍ତାନଗଣ। ଆଜି ଆମ୍ଭେ ତାଙ୍କର ମେଷ ତୁଲ୍ୟ, ସିଏ ତାଙ୍କ ନିଜର ତୃଣଭୂମିକୁ ଯତ୍ନ ନିଅନ୍ତି।


ମାତ୍ର ଆମ୍ଭେମାନେ ସମସ୍ତେ ମେଷପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପଥରେ ଯାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡରେ ନେଇ ଯାଇଛନ୍ତି।


ନିରୂପିତ ପର୍ବମାନଙ୍କରେ ଯିରୁଶାଲମରେ ଯେପରି ବଳି ଯୋଗ୍ୟ ମେଷ ଓ ଛାଗପଲ ପୂର୍ଣ୍ଣ ହୋଇ ଯାଆନ୍ତି, ଶୂନ୍ୟ ନଗରଗୁଡ଼ିକ ବହୁ ମନୁଷ୍ୟରେ ପରିପୂର୍ଣ୍ଣ ହେବ।”


Swiv nou:

Piblisite


Piblisite