Biblia Todo Logo
Bib sou entènèt

- Piblisite -




ଯୋହନ 10:18 - ପବିତ୍ର ବାଇବଲ

18 ମୋ'ଠାରୁ କେହି ମୋ’ ଜୀବନ ନେଇ ପାରିବ ନାହିଁ। ମୁଁ ସ୍ୱେଚ୍ଛାରେ ମୋ’ ଜୀବନ ଦିଏ। ମୋର ଜୀବନ ଦେବାର ଅଧିକାର ଅଛି। ଏବଂ ମୋର ପୁନର୍ବାର ଜୀବନ ଫେରି ପାଇବାର ମଧ୍ୟ ଅଧିକାର ରହିଛି। ଏହି କଥା ମୋତେ ପରମପିତା କହିଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 କେହି ମୋʼଠାରୁ ତାହା ନେଇଯାଇ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ। ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି। ମୁଁ ମୋହର ପିତାଙ୍କଠାରୁ ଏହି ଆଜ୍ଞା ପାଇଅଛି।

Gade chapit la Kopi

ଓଡିଆ ବାଇବେଲ

18 କେହି ମୋ'ଠାରୁ ତାହା ନେଇଯାଇ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ । ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି । ମୁଁ ମୋହର ପିତାଙ୍କଠାରୁ ଏହି ଆଜ୍ଞା ପାଇଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

18 ମୋ’ ଜୀବନକୁ ଅନ୍ୟ କେହି ନେଇ ପାରିବ ନାହିଁ। ତାହା ମୁଁ ସ୍ୱେଚ୍ଛାରେ ଦାନ କରିବି। ନିଜ ଜୀବନ ଦାନ କରିବା ପାଇଁ ଓ ତାକୁ ଫେରାଇ ଆଣିବା ପାଇଁ ମୋର ଅଧିକାର ଅଛି। ଏହା କରିବା ପାଇଁ ପିତା ଈଶ୍ୱର ମୋତେ ଆଜ୍ଞା ଦେଇଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 କେହି ମୋʼଠାରୁ ତାହା ନେଇଯାଇ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ। ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି। ମୁଁ ମୋହର ପିତାଙ୍କଠାରୁ ଏହି ଆଜ୍ଞା ପାଇଅଛି।”

Gade chapit la Kopi




ଯୋହନ 10:18
23 Referans Kwoze  

ଅତି ଅଳ୍ପ ସମୟ ନିମନ୍ତେ ଯୀଶୁଙ୍କୁ ସ୍ୱର୍ଗଦୂତମାନଙ୍କଠାରୁ ନିମ୍ନ ସ୍ତରରେ ରଖା ଯାଇଥିଲା, କିନ୍ତୁ ଏବେ ଆମ୍ଭେ ଦେଖୁଛୁ ଯେ, ସେ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧିଛନ୍ତି। ଏହାର କାରଣ, ତାହାଙ୍କର ଦୁଃଖଭୋଗ ଓ ମୃତ୍ୟୁ ଅଟେ। ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଯୀଶୁ ପ୍ରତ୍ୟେକ ଲୋକଙ୍କ ପାଇଁ ମୃତ୍ୟୁ ବରଣ କଲେ।


ସେ ଆମ୍ଭ ପାଇଁ ନିଜକୁ ଦେଲେ। ଆମ୍ଭକୁ ସମସ୍ତ ମନ୍ଦରୁ ମୁକ୍ତ କରିବା ପାଇଁ ଏବଂ ଆମ୍ଭକୁ ଜଣେ ପବିତ୍ର ଜାତି ଓ କେବଳ ତାହାଙ୍କ ଭଳି ବ୍ୟକ୍ତିସମୂହ ଭାବରେ ଗଢ଼ିବା ପାଇଁ ସେ ମଲେ। ଏହି ପବିତ୍ର ଲୋକମାନେ ସର୍ବଦା ଭଲ କାମ କରିବା ପାଇଁ ଇଚ୍ଛା କରନ୍ତି।


ପରମପିତା ମୋତେ ପ୍ରେମ କରନ୍ତି କାରଣ ମୁଁ ମୋ’ ଜୀବନ ଦିଏ। ମୁଁ ଜୀବନ ଦିଏ, ଯେହେତୁ ମୁଁ ପୁନର୍ବାର ସେହି ଜୀବନ ଲାଭ କରିପାରେ।


କିନ୍ତୁ ଏହି ଜଗତ ଜାଣିବା ଉଚିତ୍ ଯେ, ମୁଁ ପରମପିତାଙ୍କୁ ପ୍ରେମ କରେ। ତେଣୁ ପରମପିତା ମୋତେ ଯେପରି କହିଛନ୍ତି, ମୁଁ ଠିକ୍ ସେହିପରି କରିବି। ଗ୍ଭଲ ଯିବା। “ଆମ୍ଭେ ଏ ସ୍ଥାନ ତ୍ୟାଗ କରିବା।”


ମୁଁ ପରମେଶ୍ୱରଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସ୍ୱର୍ଗରୁ ଆସିଅଛି। ମୁଁ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଆସି ନାହିଁ।


ମୁଁ ମୋର ପରମପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ରେମରେ ରହିଛି। ସେହିପରି ତୁମ୍ଭେ ଯଦି ମୋର ଆଜ୍ଞା ପାଳନ କରିବ, ତୁମ୍ଭେ ମୋ’ ପ୍ରେମରେ ରହିବ।


“ମୁଁ ଉତ୍ତମ ମେଷପାଳକ। ଉତ୍ତମ ମେଷପାଳକ ମେଷମାନଙ୍କ ପାଇଁ ତା'ର ଜୀବନ ଦିଏ।


ଜୀବନ ଦାନ କରିଥିବା ବ୍ୟକ୍ତିକୁ ତୁମ୍ଭେମାନେ ହତ୍ୟା କଲ, ମାତ୍ର ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଲେ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ, ଆମ୍ଭେମାନେ ବି ଏହା ନିଜ ଆଖିରେ ଦେଖିଅଛୁ।


କିନ୍ତୁ ଈଶ୍ୱର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ୟୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ।


“ମୁଁ ଏକୁଟିଆ କିଛି କରି ପାରିବି ନାହିଁ। ମୁଁ କେବଳ ପରମେଶ୍ୱରଙ୍କ କହିବା ଅନୁସାରେ ବିଗ୍ଭର କରେ। ତେଣୁ ମୋର ବିଗ୍ଭର ଠିକ୍, କାରଣ ମୁଁ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ ନାହିଁ। କିନ୍ତୁ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଇଚ୍ଛା କରେ, ଯିଏ ମୋତେ ପଠାଇଛନ୍ତି।


ଏହି ଯୀଶୁଙ୍କୁ ଈଶ୍ୱର ଯେ ମୃତ୍ୟୁରୁ ଉଠାଇଛନ୍ତି, ଆମ୍ଭେମାନେ ସେଥିରେ ନିଜେ ସାକ୍ଷୀ ଅଟୁ।


ଯୀଶୁ ଉତ୍ତର ଦେଲେ, “ମୋ’ ଉପରେ ଆପଣଙ୍କର ଯେଉଁ କ୍ଷମତା ଅଛି ବୋଲି ଆପଣ କହୁଛନ୍ତି, କେବଳ ସେହି କ୍ଷମତା ପରମେଶ୍ୱର ଆପଣଙ୍କୁ ଦେଇଛନ୍ତି। ତେଣୁ ଯିଏ ମୋତେ ଆପଣଙ୍କ ପାଖରେ ସମର୍ପଣ କରିଛି, ତା'ର ପାପ ଆହୁରି ଗୁରୁତର।”


ମୁଁ ଯେପରି ପରମପିତାଙ୍କୁ ଜାଣେ, ସେହିପରି ମୋର ମେଷମାନେ ମୋତେ ଜାଣନ୍ତି। ମୁଁ ଏ ମେଷମାନଙ୍କ ପାଇଁ ଜୀବନ ଦିଏ।


ସ୍ୱୟଂ ପରମପିତା ହେଉଛନ୍ତି ଜୀବନର ଉତ୍ସ। ଅତଏବ ସେ ପୁତ୍ରଙ୍କୁ ଜୀବନ ଦାନ କରିବା ପାଇଁ ଅନୁମତି ଦେଇଛନ୍ତି।


Swiv nou:

Piblisite


Piblisite