Biblia Todo Logo
Bib sou entènèt

- Piblisite -




ଯୋହନ 1:5 - ପବିତ୍ର ବାଇବଲ

5 ସେହି ଆଲୋକ ଅନ୍ଧକାରରେ ଆଲୋକିତ ହୁଏ, ଆଉ ଅନ୍ଧକାର ଆଲୋକକୁ ପରାଜିତ କରି ପାରି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେହି ଜ୍ୟୋତିଃ ଅନ୍ଧକାରରେ ଜାଜ୍ଵଲ୍ୟମାନ ହୋଇ-ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରି ନାହିଁ।

Gade chapit la Kopi

ଓଡିଆ ବାଇବେଲ

5 ସେହି ଜ୍ୟୋତିଃ ଅନ୍ଧକାରରେ ଜାଜ୍ୱଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରି ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 ସେହି ଜ୍ୟୋତି ଅନ୍ଧକାର ମଧ୍ୟରେ ସଦା ଦୀପ୍ତିମାନ। ଅନ୍ଧକାର ତାକୁ କଦାପି ନିର୍ବାପିତ କରିପାରେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେହି ଜ୍ୟୋତିଃ ଅନ୍ଧକାରରେ ଜାଜ୍ୱଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରି ନାହିଁ।

Gade chapit la Kopi




ଯୋହନ 1:5
10 Referans Kwoze  

ଯେଉଁ ଲୋକ ଆଧ୍ୟାତ୍ମିକ ନୁହେଁ, ସେ ପରମେଶ୍ୱରଙ୍କ ଆତ୍ମିକ ସତ୍ୟଗୁଡ଼ିକୁ ଗ୍ରହଣ କରେ ନାହିଁ। ସେ ଏହିସବୁ ବିଷୟ ଗୁଡ଼ିକୁ ମୁର୍ଖାମୀ ବୋଲି ଭାବେ। ସେ ଆତ୍ମାର ସତ୍ୟଗୁଡ଼ିକୁ ବୁଝିପାରେ ନାହିଁ, କାରଣ ସେଗୁଡ଼ିକୁ କେବଳ ଆଧ୍ୟାତ୍ମିକ ଭାବରେ ବିଗ୍ଭର କରି ହେବ।


ସେହି ବାକ୍ୟ ଜଗତରେ ଥିଲେ। ତାହାଙ୍କ ଦ୍ୱାରା ଏ ପୃଥିବୀର ସୃଷ୍ଟି ହେଲା, କିନ୍ତୁ ଏହି ଜଗତର ଲୋକମାନେ ତାହାଙ୍କୁ ଗ୍ରହଣ କରି ପାରିଲେ ନାହିଁ।


ପରମେଶ୍ୱରଙ୍କ ବିଷୟରେ ପ୍ରକୃତ ଜ୍ଞାନ ପ୍ରାପ୍ତ କରିବାକୁ ଲୋକେ ଗୁରୁତ୍ୱ ଦେଲେ ନାହିଁ। ସେଥିପାଇଁ ପରମେଶ୍ୱର ସେମାନଙ୍କୁ ସେମାନଙ୍କ ବିକୃତ ଚିନ୍ତାରେ ରହିବାକୁ ଛାଡ଼ି ଦେଲେ ଓ ସେମାନେ ଅନୁଚିତ୍ କର୍ମକରି ରହିଲେ।


“ହେ ନିର୍ବୋଧଗଣ। କେତେକାଳ ପର୍ଯ୍ୟନ୍ତ ତୁମ୍ଭେ ନିରର୍ଥକ କାର୍ଯ୍ୟ କରିବାକୁ ଭଲ ପାଇବ? କେତେକାଳ ପର୍ଯ୍ୟନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ? ହେ ମୂର୍ଖମାନେ ଆଉ କେତେକାଳ ବିଦ୍ୟାକୁ ଘୃଣା କରିବ?


ଲୋକେ ଦୀପଟିଏ ଜଳେଇ ତାକୁ ହାଣ୍ଡି ତଳେ ରଖନ୍ତି ନାହିଁ। ଲୋକେ ତାକୁ ଦୀପରୂଖା ଉପରେ ରଖନ୍ତି। ତଦ୍ଦ୍ୱାରା ଦୀପଟି ଘର ଭିତରର ସବୁ ଲୋକଙ୍କୁ ଆଲୋକ ଦିଏ।


ତୁମ୍ଭେ ସେହି ଲୋକମାନଙ୍କୁ ସତ୍ୟ ପଥ ଦେଖାଇବ ଓ ସେମାନଙ୍କୁ ଅନ୍ଧକାରରୁ ଆଲୋକକୁ ଆଣିବ। ତୁମ୍ଭେ ସେମାନଙ୍କୁ ଶୟତାନର ଶକ୍ତି ନିକଟରୁ ଦୂରେଇ ନେଇ ପରମେଶ୍ୱରଙ୍କ ପାଖକୁ ଆଣିବ। ତେବେ ସେମାନଙ୍କର ପାପକୁ କ୍ଷମା କରାଯିବ। ଯେଉଁମାନେ ମୋତେ ବିଶ୍ୱାସ କରି ପବିତ୍ର ହୋଇଛନ୍ତି ସେମାନଙ୍କ ମଧ୍ୟରେ ସେମାନେ ସ୍ଥାନ ପାଇବେ।’”


Swiv nou:

Piblisite


Piblisite