Biblia Todo Logo
Bib sou entènèt

- Piblisite -




ଯୋହନ 1:42 - ପବିତ୍ର ବାଇବଲ

42 ତା'ପରେ ଆନ୍ଦ୍ରିୟ ଶିମୋନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଏକଦୃଷ୍ଟିରେ ଗ୍ଭହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭେ କେଫା ନାମରେ ଡକା ଯିବ।” (“କେଫା” ଅର୍ଥାତ୍ “ପିତର”)

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

42 ସେ ତାଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ଯୀଶୁ ତାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭେ କେଫା (ଅନୁବାଦ କଲେ ଏହାର ଅର୍ଥ ପିତର) ନାମରେ ଖ୍ୟାତ ହେବ।

Gade chapit la Kopi

ଓଡିଆ ବାଇବେଲ

42 ସେ ତାଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ । ଯୀଶୁ ତାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ । ତୁମ୍ଭେ କୈଫା (ଅନୁବାଦ କଲେ ଏହାର ଅର୍ଥ ପିତର) ନାମରେ ଖ୍ୟାତ ହେବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

42 ସେ ଶିମୋନଙ୍କୁ ଯୀଶୁଙ୍କ ନିକଟକୁ ନେଇଗଲେ। ଯୀଶୁ ଶିମୋନଙ୍କୁ ଚାହିଁ କହିଲେ: “ତୁମେ ଯୋହନଙ୍କ ପୁତ୍ର ଶିମୋନ, କିନ୍ତୁ ତୁମେ କେମ୍ପା ନାମରେ ଖାଦ୍ୟ ହେବ।” (କେମ୍ପା ଶବ୍ଦର ଅର୍ଥ ପିତର ବା “ପତର”)

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

42 ସେ ତାହାଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ଯୀଶୁ ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭେ କୈଫା (ଅର୍ଥାତ୍‍ ପିତର) ନାମରେ ଖ୍ୟାତ ହେବ।”

Gade chapit la Kopi




ଯୋହନ 1:42
20 Referans Kwoze  

ସେ କେଫାଙ୍କୁ ଓ ତା'ପରେ ବାରଜଣ ପ୍ରେରିତଙ୍କୁ ଦେଖା ଦେଲେ।


ପାଉଲ, କେଫା ବା ପିତର; ଜଗତ ଜୀବନ ବା ମୃତ୍ୟୁ; ବର୍ତ୍ତମାନ ବା ଭବିଷ୍ୟତ ସମସ୍ତ ହିଁ ତୁମ୍ଭମାନଙ୍କର।


ମୁଁ ଏହା କହିବା ଅର୍ଥ: ତୁମ୍ଭମାନଙ୍କ ଭିତରୁ ଜଣେ କୁହେ, “ମୁଁ ପାଉଲଙ୍କର ଅନୁଗାମୀ,” ଆଉଜଣେ କୁହେ “ମୁଁ ଆପଲ୍ଲଙ୍କର ଅନୁଗାମୀ,” ଅନ୍ୟ ଜଣେ କୁହେ, “ମୁଁ କେଫାଙ୍କର ଅନୁଗାମୀ,” ଓ ଅନ୍ୟଜଣେ କୁହେ: “ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ!”


ଯାକୁବ, ପିତର ଓ ଯୋହନ ନେତା ରୂପେ ପରିଗଣିତ ହେଉଥିଲେ। ସେମାନେ ଦେଖିଲେ ଯେ, ପରମେଶ୍ୱର ମୋତେ ଏହି ବିଶେଷ ଅନୁଗ୍ରହ ପ୍ରଦାନ କରିଛନ୍ତି। ସେଥିପାଇଁ ସେମାନେ ବର୍ଣ୍ଣ‌ବ୍‌‌‌‌ବା ଓ ମୋତେ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲେ। ଯାକୁବ, ପିତର ଓ ଯୋହନ କହିଲେ, “ପାଉଲ ଓ ବର୍ଣ୍ଣ‌ବ୍‌‌‌‌ବା, ତୁମ୍ଭେମାନେ ଅଣଯିହୂଦୀମାନଙ୍କ ପାଖକୁ ଯିବା କଥାରେ ଆମ୍ଭେମାନେ ରାଜି ଅଛୁ। ମାତ୍ର ଆମ୍ଭେମାନେ ଯିହୂଦୀମାନଙ୍କ ପାଖକୁ ଯିବୁ।”


ଜଣେ ବିଶ୍ୱାସିନୀ ପତ୍ନୀକୁ ଯାତ୍ରା ବେଳେ ସଙ୍ଗରେ ନେଇ ଯିବା ପାଇଁ କ’ଣ ଆମ୍ଭର ଅଧିକାର ନାହିଁ? ଅନ୍ୟ ପ୍ରେରିତମାନେ, ପ୍ରଭୁଙ୍କର ଭାଇମାନେ ଓ କେଫାତ ଏପରି କରୁଛନ୍ତି।


ସେହି ବାରଜଣ ଶିଷ୍ୟଙ୍କ ନାମ ଏହିଭଳି: ଶିମୋନ (ଯାହାଙ୍କୁ ପିତର ବୋଲି କୁହାଯାଏ), ତାହାଙ୍କ ଭାଇ ଆନ୍ଦ୍ରିୟ, ଜେବଦୀଙ୍କ ପୁଅ ଯାକୁବ ଓ ତାହାଙ୍କ ଭାଇ ଯୋହନ।


ଶିମୋନ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡ଼ିଏ ମାଛ ଧରି ପାରିଥିବାରୁ ଆଶ୍ଚର୍ଯ୍ୟ ହୋଇଗଲେ। ଶିମୋନ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡ଼ିଯାଇ କହିଲେ, “ହେ ପ୍ରଭୁ! ତୁମ୍ଭେ ମୋ’ ପାଖରୁ ଗ୍ଭଲିଯାଅ। ମୁଁ ଜଣେ ପାପୀ ମଣିଷ।”


ଯୀଶୁଙ୍କର କେତେକ ଶିଷ୍ୟ ଏକତ୍ର ହୋଇଥିଲେ, ସେମାନେ ହେଲେ ଶିମୋନ ପିତର, ଥୋମା, (ଡାକନାମ ଦିଦୁମ)। ଗାଲିଲୀର କାନ୍ନା ନିବାସୀ ନିଥନିୟେଲ, ଜେବଦୀର ପୁତ୍ରମାନେ ଓ ଦୁଇଜଣ ଅନ୍ୟ ଶିଷ୍ୟ।


ଯୀଶୁ ମନୋନୀତ କରିଥିବା ବାରଜଣଙ୍କ ନାମ ଏହିଭଳି; ଶିମୋନ (ଯାହାଙ୍କୁ ସେ ପିତର ବୋଲି ନାମ ଦେଲେ)।


“ମୁଁ ତୁମ୍ଭ ସମସ୍ତଙ୍କ ବିଷୟରେ କହୁ ନାହିଁ। ମୁଁ ଯେଉଁମାନଙ୍କୁ ବାଛିଛି, ସେମାନଙ୍କୁ ଜାଣେ। କିନ୍ତୁ ଶାସ୍ତ୍ରରେ ଯାହା ଲେଖାଅଛି, ତାହା ନିଶ୍ଚୟ ଘଟିବ: ‘ଯେଉଁ ଲୋକ ମୋ’ ସହିତ ଖାଏ, ସେ ମୋ’ ବିରୁଦ୍ଧରେ ଠିଆ ହେବ।’


ସେମାନେ ହେଲେ: ଶିମୋନ ଯାହାଙ୍କୁ ସେ ପିତର ବୋଲି ମଧ୍ୟ ନାମ ଦେଲେ। ଶିମୋନଙ୍କ ଭାଇ ଆନ୍ଦ୍ରିୟ, ଯାକୁବ ଓ ଯୋହନ, ଫିଲି‌ପ୍‌ପ ଓ ବାର୍ଥଲମି,


ତିନି ବର୍ଷ ପରେ ମୁଁ ଯିରୁଶାଲମକୁ ଗଲି। ମୁଁ ପିତରଙ୍କୁ ଦେଖା କରିବାକୁ ଯାଇଥିଲି।


ପିତର ଆନ୍ତିୟଖିଆ ନଗରକୁ ଆସିଲେ। ସେ ସେଠାରେ କିଛି ଭୂଲ୍ କାମ କଲେ। ମୁଁ ତାଙ୍କ ବିରୁଦ୍ଧରେ ସିଧାସଳଖ କହିଲି, କାରଣ ସେ ଦୋଷୀ ଥିଲେ। ଘଟଣାଟି ଏହା:


ନାମାନ୍ ନିଜର ପ୍ରଭୁ ଅରା‌ମ୍‌ର ରାଜାଙ୍କ ନିକଟକୁ ଯାଇ ଇସ୍ରାଏଲୀୟ ବାଳିକା ଯାହା କହିଥିଲେ ସବୁ କହିଲେ।


ଯୀଶୁ ତାକୁ କହିଲେ, “ଯାଅ, ତୁମ୍ଭ ସ୍ୱାମୀଙ୍କୁ ଡାକି ଏଠାକୁ ଆସ।”


Swiv nou:

Piblisite


Piblisite