Biblia Todo Logo
Bib sou entènèt

- Piblisite -




ଯୋହନ 1:19 - ପବିତ୍ର ବାଇବଲ

19 “ଆପଣ କିଏ?” ଏହା ଯୋହନଙ୍କୁ ପଗ୍ଭରିବା ପାଇଁ ଯିରୁଶାଲମରୁ ଯିହୂଦୀ ନେତାମାନେ କେତେକ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ପାଖକୁ ପଠାଇଲେ। ସେ ସେମାନଙ୍କୁ ସତ କଥା କହିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଆପଣ କିଏ, ଏହା ଯୋହନଙ୍କୁ ପଚାରିବା ନିମନ୍ତେ ଯିହୁଦୀମାନେ ଯେତେବେଳେ ଯିରୂଶାଲମରୁ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ନିକଟକୁ ପଠାଇଲେ, ସେତେ-ବେଳେ ସେ ଏହି ସାକ୍ଷ୍ୟ ଦେଲେ,

Gade chapit la Kopi

ଓଡିଆ ବାଇବେଲ

19 ଆପଣ କିଏ, ଏହା ଯୋହନଙ୍କୁ ପଚାରିବା ନିମନ୍ତେ ଯିହୂଦୀମାନେ ଯେତେବେଳେ ଯିରୂଶାଲମରୁ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ନିକଟକୁ ପଠାଇଲେ, ସେତେବେଳେ ସେ ଏହି ସାକ୍ଷ୍ୟ ଦେଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

19 ଯିରୂଶାଲମର ଇହୁଦୀ କର୍ତ୍ତୃପକ୍ଷ କେତେ ଜଣ ଧର୍ମଯାଜକ ଓ ଲେବୀୟମାନଙ୍କୁ ଯୋହନଢ଼ଙ୍କ ନିକଟକୁ ପଠାଇଲେ। ସେମାନେ ତାଙ୍କୁ ପଚାରିଲେ, “ଆପର କିଏ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଆପଣ କିଏ, ଏହା ଯୋହନଙ୍କୁ ପଚାରିବା ନିମନ୍ତେ ଯିହୁଦୀ ନେତାମାନେ ଯେତେବେଳେ ଯିରୂଶାଲମ ସହରରୁ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ନିକଟକୁ ପଠାଇଲେ, ସେତେବେଳେ ସେ ଏହି ସାକ୍ଷ୍ୟ ଦେଲେ,

Gade chapit la Kopi




ଯୋହନ 1:19
27 Referans Kwoze  

ଯିହୂଦୀମାନେ ଯୀଶୁଙ୍କ ଗ୍ଭରିପାଖେ ଘେରିଗଲେ। ସେମାନେ ପଗ୍ଭରିଲେ, “ତୁମ୍ଭେ କେତେ ସମୟ ପର୍ଯ୍ୟନ୍ତ ନିଜ ବିଷୟରେ ଆମ୍ଭକୁ ସନ୍ଦେହରେ ରଖିବ? ଯଦି ତୁମ୍ଭେ ନିଜେ ଖ୍ରୀଷ୍ଟ, ତେବେ ଆମ୍ଭକୁ ସ୍ପଷ୍ଟ ଭାବରେ କୁହ।”


ପାଉଲ ଏହା ଶୁଣି କହିଲେ, “ଯୋହନଙ୍କର ବାପ୍ତିସ୍ମର ଉଦ୍ଦେଶ୍ୟ ଥିଲା, ଲୋକମାନେ ଯେପରି ନିଜର ମନ ପରିବର୍ତ୍ତନ କରନ୍ତି। ତେଣୁ ଯେଉଁମାନେ ତାହାଙ୍କ ନିକଟକୁ ଆସୁଥିଲେ, ସେ ସେହି ଲୋକମାନଙ୍କୁ ତାହାଙ୍କ ପରେ ଆସୁଥିବା ବ୍ୟକ୍ତି, ଅର୍ଥାତ୍ ଯୀଶୁଙ୍କଠାରେ ବିଶ୍ୱାସ କରିବା ନିମନ୍ତେ କହୁଥିଲେ।”


ଯୋହନ ତାହାଙ୍କ କାର୍ଯ୍ୟ ପୂର୍ଣ୍ଣ କରି କହିଲେ, ‘ମୋତେ ତୁମ୍ଭେମାନେ କିଏ ବୋଲି ଭାବୁଛ? ମୁଁ ଖ୍ରୀଷ୍ଟ ନୁହେଁ। ଯେ ମୋର ପରେ ଆସୁଛନ୍ତି, ତାହାଙ୍କର ଜୋତା ଫିତା ଫିଟେଇବା ପାଇଁ ମଧ୍ୟ ମୁଁ ଯୋଗ୍ୟ ନୁହେଁ।’


ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭକୁ ପରମେଶ୍ବରଙ୍କଠାରୁ ଚିହ୍ନ ସ୍ୱରୂପେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରି ଦେଖାଅ। ପ୍ରମାଣିତ କର ଯେ, ଏସବୁ କରିବା ପାଇଁ ତୁମ୍ଭର ଅଧିକାର ଅଛି।”


ତେଣୁ ଯିହୂଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିଲେ, “ଆଜି ବିଶ୍ରାମବାର। ବିଶ୍ରାମବାରରେ ତୁମ୍ଭେ ବିଛଣା ବୋହି ନେଇ ଯିବା ଆମ୍ଭର ନିୟମ ବିରୁଦ୍ଧ କାର୍ଯ୍ୟ।”


ତା'ପରେ ଯିହୂଦୀମାନେ ପରସ୍ପର ଭିତରେ ଯୁକ୍ତିତର୍କ କରିବାକୁ ଲାଗିଲେ। ସେମାନେ କହିଲେ, “ଏ ଲୋକ କିପରି ଆମ୍ଭମାନଙ୍କୁ ତା'ର ଶରୀର ଖାଇବା ପାଇଁ ଦେଇ ପାରିବ?”


“ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ଖାଦ୍ୟ,” ବୋଲି ଯୀଶୁ କହିବାରୁ ଯିହୂଦୀମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରଗ୍ଭର କଲେ।


“ତୁମ୍ଭେମାନେ ମାରାତ୍ମକ ଚର୍ମ ରୋଗ ପ୍ରତି ସାବଧାନ ହେବା ଉଚିତ୍। ଲେବୀୟ ଯାଜକମାନେ ତୁମ୍ଭକୁ ଯେଉଁସବୁ ଶିକ୍ଷା ଦିଅନ୍ତି, ତଦନୁସାରେ କର୍ମକରିବା ପାଇଁ ଯତ୍ନ ପୂର୍ବକ ମନୋଯୋଗ କର। ମୁଁ ସେମାନଙ୍କୁ ଯେପରି ଆଜ୍ଞା ଦେଇଅଛି ସେହିରୂପେ କରିବାକୁ ତୁମ୍ଭେମାନେ ମନୋଯୋଗ କରିବା ଉଚିତ୍।


ସେ ଲୋକମାନଙ୍କୁ ସେହି ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ୟମରେ ଯେପରି ସମସ୍ତଲୋକ ଆଲୋକ ବିଷୟରେ ଶୁଣିପାରିବେ ଓ ବିଶ୍ୱାସ କରିବେ, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ।


ସେଥିରେ ଯିହୂଦୀମାନେ କହିଲେ, “ଏହି ମନ୍ଦିର ନିର୍ମାଣ କରିବା ପାଇଁ ଲୋକମାନେ ଛୟାଳିଶ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ। ଆଉ ତୁମ୍ଭେ କ'ଣ ପ୍ରକୃତରେ ବିଶ୍ୱାସ କରୁଛ, ତୁମ୍ଭେ ଏହା ତିନି ଦିନ ମଧ୍ୟରେ ପୁନର୍ବାର ନିର୍ମାଣ କରି ଦେବ?”


ତା'ପରେ ଲୋକଟି ସେହି ଯିହୂଦୀମାନଙ୍କ ପାଖକୁ ଗଲା। ସେ ସେମାନଙ୍କୁ କହିଲା ଯେ ଯୀଶୁ ତାକୁ ସୁସ୍ଥ କରିଛନ୍ତି।


ଯୀଶୁ ବିଶ୍ରାମବାରରେ ଏହିସବୁ (ସୁସ୍ଥ) କାର୍ଯ୍ୟ କରୁଥିଲେ। ତେଣୁ ଯିହୂଦୀମାନେ ଯୀଶୁଙ୍କ ପ୍ରତି ଖରାପ ବ୍ୟବହାର କରିବା ଆରମ୍ଭ କଲେ।


ଏଥିପାଇଁ ଯିହୂଦୀ ନେତାମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଆହୁରି ଅଧିକ ଚେଷ୍ଟା କଲେ। ଯିହୂଦୀମାନେ କହିଲେ, “ପ୍ରଥମେ ଯୀଶୁ ବିଶ୍ରାମବାରର ନିୟମ ଭାଙ୍ଗିଲେ। ତା'ପରେ ସେ ପରମେଶ୍ୱରଙ୍କୁ ନିଜର ପିତା ବୋଲି କହିଲେ। ସେ ନିଜକୁ ପରମେଶ୍ୱରଙ୍କ ସହିତ ସମାନ କଲେ।”


ଏହା ପରେ ଯୀଶୁ ଗାଲିଲୀ ପ୍ରଦେଶରେ ଭ୍ରମଣ କରିବାକୁ ଲାଗିଲେ। ସେ ଯିହୂଦାରେ ଯାତ୍ରା କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ଯିହୂଦୀମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଗ୍ଭହୁଁଥିଲେ।


ଯିହୂଦୀମାନେ ପର୍ବରେ ଯୀଶୁଙ୍କୁ ଖୋଜିଲେ। ସେମାନେ ପଗ୍ଭରିଲେ, “ସେହି ଲୋକଟି କାହିଁ?”


ଯିହୂଦୀମାନେ ଆଶ୍ଚର୍ଯ୍ୟ ହେଲେ। ସେମାନେ କହିଲେ, “ଏ ଲୋକ କେବେ ବିଦ୍ୟାଳୟରେ ପଢ଼ି ନାହିଁ। ଏତେ ବିଷୟବସ୍ତୁ ସେ କିପରି ଜାଣିଲା?”


ତେଣୁ ଯିହୂଦୀମାନେ ପରସ୍ପରକୁ ପଗ୍ଭରିଲେ, “ଯୀଶୁ କ'ଣ ଆତ୍ମହତ୍ୟା କରିବେ? ସେଥିପାଇଁ କ'ଣ ସେ କହିଲେ ଯେ, ‘ମୁଁ ଯେଉଁଠାକୁ ଯାଉଛି ତୁମ୍ଭେମାନେ ସେଠାକୁ ଆସି ପାରିବ ନାହିଁ?’”


ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେମାନେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦେଇଛି। ଆମ୍ଭର ଏହି କଥା କ'ଣ ଠିକ୍ ନୁହେଁ କି?”


ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ, ତୁମ୍ଭ ଭିତରେ ଗୋଟିଏ ଭୂତ ଅଛି। ଏପରିକି ଅବ୍ରହାମ ମରିଥିଲେ ଓ ଭବିଷ୍ୟ‌‌‌ଦ୍‌‌‌ବକ୍ତାମାନେ ମଧ୍ୟ ମରିଥିଲେ। କିନ୍ତୁ ତୁମ୍ଭେ କହୁଛ, ‘ମୋ’ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ।’


ଯିହୂଦୀମାନେ ଯୀଶୁଙ୍କୁ କହିଲେ, “କ'ଣ ତୁମ୍ଭେ ଅବ୍ରହାମଙ୍କୁ କଦାପି ଦେଖି ନାହଁ! ତୁମ୍ଭର ବୟସ ତ ପଗ୍ଭଶ ବର୍ଷ ବି ନୁହେଁ।”


ଯିହୂଦୀମାନେ ଯୀଶୁଙ୍କୁ ମାରିବା ପାଇଁ ପୁଣି ପଥର ଉଠେଇଲେ।


ଅନେକ ଯିହୂଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସେମାନେ ମାର୍ଥା ଓ ମରିୟମଙ୍କୁ ସେମାନଙ୍କର ଭାଇ ଲାଜାର ସକାଶେ ସାନ୍ତ୍ୱନା ଦେବା ପାଇଁ ଆସିଥିଲେ।


ଆମ୍ଭେ ପରମେଶ୍ୱରଙ୍କଠାରୁ ଯେଉଁ ସତ୍ୟଶିକ୍ଷା ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ କହୁଅଛୁ। ପରମେଶ୍ୱର ଜ୍ୟୋତିଃସ୍ୱରୂପ। ଆଉ ତାହାଙ୍କଠାରେ ଆଦୌ ଅନ୍ଧକାର ନାହିଁ।


Swiv nou:

Piblisite


Piblisite