Biblia Todo Logo
Bib sou entènèt

- Piblisite -




ଯିରିମୀୟ 9:17 - ପବିତ୍ର ବାଇବଲ

17 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ବିବେଚନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ବିବେଚନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ;

Gade chapit la Kopi

ଓଡିଆ ବାଇବେଲ

17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ବିବେଚନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ବିବେଚନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ;

Gade chapit la Kopi




ଯିରିମୀୟ 9:17
12 Referans Kwoze  

ଆହୁରି ସେମାନେ ଉଚ୍ଚସ୍ଥାନ ବିଷୟରେ ଭୟ କରିବେ ଓ ପଥରେ ତ୍ରାସ ହେବେ। ଆଉ ତୁମ୍ଭର ବାଳ ବାଦାମ ବୃକ୍ଷର ପୁଷ୍ପ ତୁଲ୍ୟ ଧଳା ଗତିରେ ପରିଣତ କରିବ। ତୁମ୍ଭର ଗତି ଝିଣ୍ଟିକାର ଗତି ସଦୃଶ ହେବ ଓ ତୁମ୍ଭେ ତୁମ୍ଭର ବଞ୍ଚିବାର ଇଚ୍ଛା ହରାଇବ। ଏବଂ ତା'ପରେ ତୁମ୍ଭେ ତୁମ୍ଭର ଚିରନିବାସକୁ (କବରକୁ) ଗମନ କରିବ। ଶୋକକାରୀମାନେ ଏକତ୍ରିତ ହୋଇ ତୁମ୍ଭର ମୃତ ଶରୀରକୁ କବର ସ୍ଥାନକୁ ନେବେ।


ଯିରିମିୟ ଯୋଶିୟଙ୍କ ନିମନ୍ତେ ସମାଧିକାଳୀନ କେତୋଟି ଗୀତ ଲେଖିଲେ ଓ ତାହାକୁ ଗାନ କଲେ। ଆଜି ପର୍ଯ୍ୟନ୍ତ ପୁରୁଷ ଓ ସ୍ତ୍ରୀ ଗାୟକ ଗାୟିକାମାନେ ସେହି ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କରିଥା’ନ୍ତି। ଇସ୍ରାଏଲର ଲୋକମାନେ ଏହି ପ୍ରକାର ସବୁବେଳେ କଲେ। ସେମାନେ ଯୋଶିୟଙ୍କ ନିମନ୍ତେ ଏକ ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କଲେ। ସେହି ଗୀତଗୁଡ଼ିକ ସମାଧିକାଳୀନ ସଙ୍ଗୀତ ପୁସ୍ତକରେ ଲେଖାଯାଇଅଛି।


ସେମାନେ ଯିହୂଦୀ ସମାଜଗୃହର ଅଧିକାରୀଙ୍କ ଘରକୁ ଗଲେ। ସେ ସେଠାରେ ଲୋକମାନଙ୍କୁ ଉଚ୍ଚ ସ୍ୱରରେ ବିଳାପ କରୁଥିବାର ଦେଖିଲେ। ସେଠାରେ ବହୁତ କୋଳାହଳ ହେଉଥିଲା।


କେତେକ ଯାଦୁକର ସବୁବେଳେ ଲିବିୟାଥନକୁ ଆବାହନ କରି ଜଗାନ୍ତି। ସେହିମାନେ ସେହି ଦିନକୁ ଅଭିଶାପ ଦିଅନ୍ତୁ, ଯେଉଁ ଦିନ ମୁଁ ଜନ୍ମିଲି।


ତା'ପରେ ଯୀଶୁ ଯିହୂଦୀ ପ୍ରାର୍ଥନାଗୃହର ଅଧ୍ୟକ୍ଷଙ୍କ ଘରେ ପହଞ୍ଚିଲେ। ସେଠାରେ ବଂଶୀବାଦକମାନେ ସମାଧି ଜନିତ ବଂଶୀ ବଜାଉଥିଲେ। ଝିଅଟି ମରିଯାଇଥିବାରୁ ଲୋକେ କାନ୍ଦୁଥିଲେ।


“ହେ ଯିରିମିୟ, ଆପଣା ମସ୍ତକର କେଶ କାଟି ପକାଇ ଦିଅ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରେ ବିଳାପ କର। କାରଣ ସଦାପ୍ରଭୁ ଏହି ବଂଶପ୍ରତି କ୍ରୋଧଭାବ ଓ ବିମୁଖତା ପ୍ରକାଶ କରି ଏହି ବଂଶକୁ ଅଗ୍ରାହ୍ୟ ଓ ପରିତ୍ୟାଗ କରିଛନ୍ତି।


ସଦାପ୍ରଭୁ ଶତ୍ରୁ ପାଲଟିଛନ୍ତି। ସେ ଇସ୍ରାଏଲକୁ ଗ୍ରାସ କରିଅଛନ୍ତି। ସେ ତା'ର ସମସ୍ତ ଅଟ୍ଟାଳିକା ଓ ସମସ୍ତ ଦୁର୍ଗକୁ ଧ୍ୱଂସ କରିଅଛନ୍ତି। ଆଉ ସେ ଯିହୁଦା କନ୍ୟା ମଧ୍ୟରେ ଶୋକ ଓ ବିଳାପ ବୃଦ୍ଧି କରିଅଛନ୍ତି।


“ହେ ମନୁଷ୍ୟ ପୁତ୍ର, ସୋର ପାଇଁ ବିଳାପ କର।


“ଏହି ବିଳାପ ଗୀତ ଲୋକେ ଗାନ କରିବେ। ଜାତିମାନଙ୍କର କନ୍ୟାମାନେ ବିଳାପ କରି ଏହି ଗୀତ ଗାଇବେ। ସେମାନେ ମିଶରର ସମଗ୍ର ଜନତା ଉଦ୍ଦେଶ୍ୟରେ ବିଳାପ ପରି ଏହା ଗାନ କରିବେ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି।


ହେ ଇସ୍ରାଏଲୀୟବାସୀ, ଏହି ବାର୍ତ୍ତା ଶୁଣ। ତୁମ୍ଭମାନଙ୍କ ବିଷୟରେ ଏହା ହେଉଛି ବିଳାପର ସଙ୍ଗୀତ।


ତା'ପରେ ଲୋକମାନେ ତୁମ୍ଭ ବିରୁଦ୍ଧରେ ଗୀତ ଗାଇବେ। ତାହା ଏକ ଦୁଃଖର ସଙ୍ଗୀତ ହେବ। ସେମାନେ ବିଳାପ କରି କହିବେ, ‘ଆମ୍ଭେମାନେ ଧ୍ୱଂସ ହୋଇଗଲୁ, ସଦାପ୍ରଭୁ ଆମ୍ଭର ଭୂମି ନେଇଗଲେ ଏବଂ ଅନ୍ୟ ଲୋକକୁ ତାହା ଦେଲେ। ଆମ୍ଭର ଭୂମିକୁ ଭାଗଭାଗ କରି ଶତ୍ରୁମାନଙ୍କୁ ବାଣ୍ଟି ଦେଲେ।


Swiv nou:

Piblisite


Piblisite