Biblia Todo Logo
Bib sou entènèt

- Piblisite -




ଯିରିମୀୟ 8:13 - ପବିତ୍ର ବାଇବଲ

13 “‘ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କର ସମସ୍ତ ଶସ୍ୟ ଓ ଫଳ ନେଇଯିବା ଓ ସେମାନଙ୍କୁ ନିରିହ ରୂପେ ସଂହାର କରିବା। ଦ୍ରାକ୍ଷାଲତାରେ ଦ୍ରାକ୍ଷାଫଳ ଓ ଡିମ୍ବିରି ବୃକ୍ଷରେ ଡିମ୍ବିରି ଫଳ ରହିବ ନାହିଁ। ପତ୍ରସବୁ ମ୍ଳାନ ହୋଇଯିବେ। ଆମ୍ଭେ ସେମାନଙ୍କୁ ଯାହାସବୁ ଦେଇଅଛୁ, ସେସବୁ ସେମାନଙ୍କଠାରୁ ନେଇଯିବୁ।’”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ସଂହାର କରିବା; ଦ୍ରାକ୍ଷାଲତାରେ ଦ୍ରାକ୍ଷାଫଳ, କିଅବା ଡିମିରି ବୃକ୍ଷରେ ଡିମିରି ଫଳ ରହିବ ନାହିଁ ଓ ପତ୍ର ମ୍ଳାନ ହେବ; ଆଉ, ଆମ୍ଭେ ସେମାନଙ୍କୁ ଯାହା ଦେଇଅଛୁ, ସେସବୁ ସେମାନଙ୍କଠାରୁ ଛାଡ଼ିଯିବ।

Gade chapit la Kopi

ଓଡିଆ ବାଇବେଲ

13 ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ସଂହାର କରିବା; ଦ୍ରାକ୍ଷାଲତାରେ ଦ୍ରାକ୍ଷାଫଳ, କିଅବା ଡିମ୍ବିରି ବୃକ୍ଷରେ ଡିମ୍ବିରି ଫଳ ରହିବ ନାହିଁ ଓ ପତ୍ର ମ୍ଳାନ ହେବ; ଆଉ, ଆମ୍ଭେ ସେମାନଙ୍କୁ ଯାହା ଦେଇଅଛୁ, ସେସବୁ ସେମାନଙ୍କଠାରୁ ଛାଡ଼ିଯିବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ସଂହାର କରିବା; ଦ୍ରାକ୍ଷାଲତାରେ ଦ୍ରାକ୍ଷାଫଳ, କିଅବା ଡିମ୍ବିରି ବୃକ୍ଷରେ ଡିମ୍ବିରି ଫଳ ରହିବ ନାହିଁ ଓ ପତ୍ର ମ୍ଳାନ ହେବ; ଆଉ, ଆମ୍ଭେ ସେମାନଙ୍କୁ ଯାହା ଦେଇଅଛୁ, ସେସବୁ ସେମାନଙ୍କଠାରୁ ଛାଡ଼ିଯିବ।”

Gade chapit la Kopi




ଯିରିମୀୟ 8:13
25 Referans Kwoze  

ରାସ୍ତା କଡ଼ରେ ସେ ଗୋଟିଏ ଡିମିରିଗଛ ଦେଖିଲେ। ସେ ଗଛ ପାଖକୁ ଗଲେ, ଗଛରେ ପତ୍ର ଛଡ଼ା ଆଉ ସେ କିଛି ପାଇଲେ ନାହିଁ। ସେ ଗଛକୁ କହିଲେ, “ଆଉ ଏଣିକି ତୋ’ଠାରେ ଫଳ ଆସିବ ନାହିଁ।” ସଙ୍ଗେ ସଙ୍ଗେ ଡିମିରିଗଛଟି ଶୁଖି ମରିଗଲା।


ସେମାନେ ଆମ୍ଭର ଦ୍ରାକ୍ଷାଲତାକୁ ନଷ୍ଟ କରିଛନ୍ତି, ଏହାର ସୁନ୍ଦର ଦ୍ରାକ୍ଷାଗୁଡ଼ିକ ଶୁଖି ନଷ୍ଟ ହୋଇଯାଇଛି। ସେମାନେ ମୋର ଡିମ୍ବିରି ବୃକ୍ଷର ବ‌କ୍‌କଳ ଛଡ଼ାଇ ଫିଙ୍ଗି ଦେଇଛନ୍ତି।


କାରଣ ସେ ଜଳ ନିକଟସ୍ଥ ରୋପିତ ବୃକ୍ଷତୁଲ୍ୟ ହେବ। ତା'ର ମୂଳ ବିସ୍ତୃତ ହୋଇ ଜଳ ପାଇବ। ଗ୍ରୀଷ୍ମକାଳରେ ସେ ଭୟଭୀତ ହେବ ନାହିଁ। ମାତ୍ର ତା'ର ପତ୍ର ସଦାକାଳ ସବୁଜ ରହିବ। ଅନାବୃଷ୍ଟି ସମୟରେ ସେ ଚିନ୍ତିତ ହେବ ନାହିଁ କିଅବା ସେ ଫଳ ଧାରଣରୁ ନିବୃତ୍ତ ହେବ ନାହିଁ।


ସୂର୍ଯ୍ୟ ଉଦୟ ହୋଇ ଅଧିକ ଉତ୍ତପ୍ତ କରେ। ସୂର୍ଯ୍ୟର ଉତ୍ତାପ ଗ୍ଭରା ଗଛଟିକୁ ଶୁଖେଇ ଦିଏ। ଫୁଲ ଝଡ଼ି ଯାଏ। ସେହି ଫୁଲ ଅତି ସୁନ୍ଦର ଥିଲା, କିନ୍ତୁ ଏବେ ତାହା ମୃତ ହେଲା। ଧନୀଲୋକର କଥା ମଧ୍ୟ ଠିକ୍ ସେହିଭଳି। ସେ ତାହାର ବ୍ୟବସାୟ ଲାଗି ଯୋଜନା କରୁଥିବା ବେଳେ ମରିଯିବ।


କାହିଁକି ଏହା ହେଲୋ? କାରଣ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦେଲୁ। ଗଛଗୁଡ଼ିକ ମାରିଦେବାକୁ ଆମ୍ଭେ ରୋଗ ପଠାଇଥିଲୁ। ତୁମ୍ଭ ହାତରେ ପ୍ରସ୍ତୁତ କରିଥିବା ଶସ୍ୟକୁ ଆମ୍ଭେ କୁଆପଥର ପକାଇ ନଷ୍ଟ କରିଥିଲୁ। ଆମ୍ଭେ ଏସବୁ କଲାପରେ ମଧ୍ୟ ସେମାନେ ଆମ୍ଭ ପାଖକୁ ଆସିଲେ ନାହିଁ।’ ସଦାପ୍ରଭୁ ଏହିସବୁ କହିଲେ।


ସଦାପ୍ରଭୁ କୁହନ୍ତି, “ପର୍ବତ ଓ ପୃଥିବୀ ଶୁଷ୍କ ହେବାକୁ ଆମ୍ଭେ ଆଦେଶ ଦେଲୁ। ଶସ୍ୟ, ସଦ୍ୟ ଦ୍ରାକ୍ଷାରସ, ଅଲିଭ ତେଲ ଏବଂ ପୃଥିବୀ ଉତ୍ପାଦନ କରୁଥିବା ସମସ୍ତ ଜିନିଷ ଶୁଷ୍କ ହୋଇଯିବ। ଏହି ମରୁଡି ମଧ୍ୟ ପ୍ରତ୍ୟେକ ପଶୁ, ମନୁଷ୍ୟ ଓ ତୁମ୍ଭର ଶ୍ରମିକ ଉପରେ ପ୍ରଭାବ ପକାଇବ।”


ଡିମ୍ବିରି ଗଛରେ ଡିମ୍ବିରି ଫଳି ନ ପାରେ, ଦ୍ରାକ୍ଷାଲତାରେ ଅଙ୍ଗୁର ଫଳି ନ ପାରେ, ଅଲିଭ ଗଛରେ ଅଲିଭ୍ ଉତ୍ପନ୍ନ ନ ହୋଇପାରେ, କ୍ଷେତରେ ଖାଦ୍ୟଶସ୍ୟ ନ ହୋଇପାରେ, ମେଣ୍ଢାଶାଳରେ ମେଣ୍ଢା ନ ରହିପାରନ୍ତି ଓ ଶସ୍ୟଖଳାରେ ଗୋରୁପଲ ନ ଥାଇ ପାରନ୍ତି।


ସେମାନେ ତୁମ୍ଭମାନଙ୍କର ସଂଗୃହୀତ ଶସ୍ୟ ଓ ରୋଟୀ ଭକ୍ଷ୍ୟଣ କରିବେ। ସେମାନେ ତୁମ୍ଭମାନଙ୍କ ପୁତ୍ରକନ୍ୟା ଗଣଙ୍କୁ ଭକ୍ଷ୍ୟଣ କରିବେ। ସେମାନେ ସେମାନଙ୍କର ମେଷ ଓ ଗାଈ ଗୁଡ଼ିକ ଭକ୍ଷ୍ୟଣ କରିବେ। ସେମାନେ ମଧ୍ୟ ତୁମ୍ଭମାନଙ୍କର ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ଗ୍ରାସ କରିବେ। ଆଉ ତୁମ୍ଭେମାନେ ଯେଉଁ ସୁଦୃଢ଼ ନଗର ଉପରେ ବିଶ୍ୱାସ କରିଅଛ, ସେମାନେ ସେହିସବୁକୁ ‌‌ଖ‌ଡ଼୍‌ଗରେ ଧ୍ୱଂସ କରିବେ।”


ଦଶ ଏକର ପରିମିତ ଦ୍ରାକ୍ଷାକ୍ଷେତରୁ ମାତ୍ର ଏକ ମହଣ ଦ୍ରାକ୍ଷାରସ ଉତ୍ପନ୍ନ ହେବ ଏବଂ ଦଶ ମହଣ ବୀଜରୁ ମାତ୍ର ଏକ ମହଣ ଶସ୍ୟ ଉତ୍ପନ୍ନ ହେବ।”


ତୁମ୍ଭେମାନେ ବୃଥା ପରିଶ୍ରମ କରିବ, କାରଣ ତୁମ୍ଭମାନଙ୍କ ଭୂମି ଶସ୍ୟ ଉତ୍ପନ୍ନ କରିବ ନାହିଁ ଓ କ୍ଷେତ୍ରର ବୃକ୍ଷ ସକଳ ଫଳ ଉତ୍ପନ୍ନ କରିବ ନାହିଁ।


ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଏକ ସ୍ଥାନ ଉପରେ, ମନୁଷ୍ୟ, ପଶୁ, କ୍ଷେତ୍ରସ୍ଥିତ ବୃକ୍ଷ ଓ ଭୂମିର ଫଳ ଉପରେ ଆମ୍ଭର କୋପ ଓ କ୍ରୋଧ ଢଳାଯିବ। ତାହା ଅଗ୍ନି ସଦୃଶ ସବୁ ଦ‌ଗ୍‌ଧ କରିବ, ତାକୁ କେହି ଲିଭାଇ ପାରିବେ ନାହିଁ।”


ଯିହୁଦା ନିବାସୀ ଉପବାସ କରି କାତର ପ୍ରାର୍ଥନା କରିବେ। ମାତ୍ର ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା ନାହିଁ। ସେମାନେ ହୋମବଳି ଓ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କଲେ ବି ଆମ୍ଭେ ତାହା ଗ୍ରହଣ କରିବା ନାହିଁ। କିନ୍ତୁ ଆମ୍ଭେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା।”


ଆମ୍ଭେ ତା'ର ଦ୍ରାକ୍ଷାଲତାଗୁଡ଼ିକୁ ଓ ଡିମ୍ବିରି ଗଛଗୁଡ଼ିକୁ ନଷ୍ଟ କରିଦେବା। ସେ କହିଲା, ‘ମୋର ପ୍ରେମିକମାନେ ମୋତେ ଏସବୁ ଜିନିଷ ଦେଇଥିଲେ।’ କିନ୍ତୁ ଆମ୍ଭେ ତା'ର ବଗିଗ୍ଭକୁ ବଦଳାଇ ଅନାବନା ଗଛରେ ଜଙ୍ଗଲ କରିଦେବା। ବନ୍ୟପଶୁମାନେ ଆସି ସେହି ଗଛରୁ ଖାଇବେ।


ଏଣୁ ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ ଆମ୍ଭ ନାମରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି ଓ ଆମ୍ଭେ ସେମାନଙ୍କୁ ପ୍ରେରଣ ନ କଲେ ହେଁ ସେମାନେ କହନ୍ତି, ‘ଏ ଦେଶରେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହେବ ନାହିଁ,’ ସେହିମାନଙ୍କ ବିଷୟରେ ସଦାପ୍ରଭୁ କହନ୍ତି, ‘ସେହି ଭବିଷ୍ୟ‌ଦ୍‌ବକ୍ତାମାନେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷ ଦ୍ୱାରା ବିନଷ୍ଟ ହେବେ।


ଏଣୁ ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ପ୍ରକାଶ କରିଅଛୁ ଓ ଆପଣା କୋପାଗ୍ନିରେ ସେମାନଙ୍କୁ ସଂହାର କରିଅଛୁ। ସେମାନଙ୍କର ନିଜ କର୍ମର ଫଳ ସେମାନେ ନିଜେ ଭୋଗିଛନ୍ତି।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି


ଆମ୍ଭେ ତୁମ୍ଭର ଶସ୍ୟକୁ ନଷ୍ଟ କରିବା ପାଇଁ କୀଟ ପଠାଇବା ନାହିଁ। ତୁମ୍ଭମାନଙ୍କର ଦ୍ରାକ୍ଷାଲତାସବୁ ଫଳ ଧାରଣ କରିବ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିଲେ।


Swiv nou:

Piblisite


Piblisite