Biblia Todo Logo
Bib sou entènèt

- Piblisite -




ଯିରିମୀୟ 8:1 - ପବିତ୍ର ବାଇବଲ

1 ସଦାପ୍ରଭୁ କହନ୍ତି, “ସେ ସମୟରେ ଲୋକମାନେ ଯିହୁଦାର ରାଜାଗଣଙ୍କର, ତା'ର ଅଧିପତିମାନଙ୍କର, ଯାଜକଗଣଙ୍କର, ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଓ ଯିରୁଶାଲମ ନିବାସୀଗଣର ଅସ୍ଥିସବୁ ସେମାନଙ୍କ କବରରୁ ବାହାର କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ସଦାପ୍ରଭୁ କହନ୍ତି, ସେସମୟରେ ଲୋକମାନେ ଯିହୁଦାର ରାଜଗଣର ଅସ୍ଥି ଓ ତାହାର ଅଧିପତି- ଗଣର ଅସ୍ଥି, ଯାଜକଗଣର ଅସ୍ଥି, ଭବିଷ୍ୟଦ୍-ବକ୍ତାଗଣର ଅସ୍ଥି ଓ ଯିରୂଶାଲମ ନିବାସୀଗଣର ଅସ୍ଥି ସେମାନଙ୍କ କବରରୁ ବାହାର କରିବେ।

Gade chapit la Kopi

ଓଡିଆ ବାଇବେଲ

1 ସଦାପ୍ରଭୁ କହନ୍ତି, “ସେହି ସମୟରେ ଲୋକମାନେ ଯିହୁଦାର ରାଜାଗଣର ଅସ୍ଥି ଓ ତାହାର ଅଧିପତିଗଣର ଅସ୍ଥି, ଯାଜକଗଣର ଅସ୍ଥି, ଭବିଷ୍ୟଦ୍‍ବକ୍ତାଗଣଙ୍କ ଅସ୍ଥି ଓ ଯିରୂଶାଲମ ନିବାସୀଗଣର ଅସ୍ଥି ସେମାନଙ୍କ କବରରୁ ବାହାର କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ସଦାପ୍ରଭୁ କହନ୍ତି, ସେହି ସମୟରେ ଲୋକମାନେ ଯିହୁଦାର ରାଜାଗଣର ଅସ୍ଥି ଓ ତାହାର ଅଧିପତିଗଣର ଅସ୍ଥି, ଯାଜକଗଣର ଅସ୍ଥି, ଭବିଷ୍ୟଦ୍‍ବକ୍ତାଗଣଙ୍କ ଅସ୍ଥି ଓ ଯିରୂଶାଲମ ନିବାସୀଗଣର ଅସ୍ଥି ସେମାନଙ୍କ କବରରୁ ବାହାର କରିବେ।

Gade chapit la Kopi




ଯିରିମୀୟ 8:1
12 Referans Kwoze  

ଆଉ ଆମ୍ଭେ ଇସ୍ରାଏଲ ସନ୍ତାନଗଣର ଶବ ସେମାନଙ୍କ ପ୍ରତିମାଗଣର ସମ୍ମୁଖରେ ରଖିବା ଓ ତୁମ୍ଭମାନଙ୍କର ଅସ୍ଥିସବୁ ଯଜ୍ଞବେଦିଗୁଡ଼ିକର ଗ୍ଭରିଆଡ଼େ ବିଞ୍ଚିଦେବା।


ସଦାପ୍ରଭୁ ଏହା ହିଁ କହନ୍ତି: “ବହୁ ଅପରାଧ କରିଥିବା ମୋୟାବର ଲୋକମାନଙ୍କୁ ଆମ୍ଭେ ନିଶ୍ଚୟ ଦଣ୍ତ ଦେବା। କାରଣ ମୋୟାବ ଇଦୋମର ରାଜାଙ୍କର ଅସ୍ଥିକୁ ପୋଡ଼ି ଚୂର୍ଣ୍ଣରେ ପରିଣତ କରିଥିଲେ।


ସଦାପ୍ରଭୁଙ୍କର ହସ୍ତ ମୋ’ ଆଡ଼କୁ ପ୍ରସାରିତ ହେଲା ଓ ସେ ତାଙ୍କ ଆତ୍ମାରେ ମୋତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ ଏବଂ ସେହି ଉପତ୍ୟକା ଅସ୍ଥିରେ ପରିପୂର୍ଣ୍ଣ ଥିଲା।


ଯୋଶିୟ ଶମରିୟାର ଉଚ୍ଚସ୍ଥଳୀର ଯାଜକମାନଙ୍କୁ ଯଜ୍ଞବେଦିରେ ବଧ କଲେ ଓ ସେ ଉପରେ ମନୁଷ୍ୟମାନଙ୍କ ଅସ୍ଥି ଯଜ୍ଞବେଦି ଉପରେ ଦ‌ଗ୍‌ଧ କଲେ। ଏହିରୂପେ ସେ ସମସ୍ତ ପୂଜା ସ୍ଥାନକୁ ଅଶୁଚି କରି ଯିରୁଶାଲମକୁ ଫେରିଗଲେ।


ଏହା ପରେ ଯୋଶିୟ ଚତୁର୍ଦ୍ଦିଗକୁ ଗ୍ଭହିଁଲା ବେଳେ ସେଠାରେ ପର୍ବତ ଉପରେ କବରମାନ ଦେଖିଲେ। ତହୁଁ ସେ ଲୋକ ପଠାଇ ସେହି କବରମାନଙ୍କର ଅସ୍ଥି ଅଣାଇଲେ। ଆଉ ପରମେଶ୍ୱରଙ୍କ ଲୋକ ପୂର୍ବେ ଯେପରି ପ୍ରଗ୍ଭର କରିଥିଲେ, ତାଙ୍କ ପ୍ରଗ୍ଭରିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେହି ଯଜ୍ଞବେଦି ଉପରେ ସେହି ଅସ୍ଥିସବୁ ରଖିଲେ ଓ ଦ‌ଗ୍‌ଧ କରି ଅଶୁଚି କଲେ। ଏହି ସମୟରେ ପରମେଶ୍ୱର ଲୋକଙ୍କ ଦୃଷ୍ଟିରେ ଦେଖିଲେ ଯେ, ଯାରବିୟାମ ଯଜ୍ଞବେଦି ପାଖରେ ଛିଡ଼ା ହୋଇଛି। ତା'ପରେ ଯୋଶିୟ ପରମେଶ୍ୱରଙ୍କ ଲୋକର କବର ଦେଖିଲେ।


ସଦାପ୍ରଭୁଙ୍କ ନିର୍ଦ୍ଦେଶରେ ପରମେଶ୍ୱରଙ୍କ ସେହି ଲୋକ ଜଣକ ଯଜ୍ଞବେଦି ବିପକ୍ଷରେ ଉଚ୍ଚସ୍ୱରରେ କହିଲେ, “ହେ ଯଜ୍ଞବେଦି, ସଦାପ୍ରଭୁ ତୁମ୍ଭକୁ କୁହନ୍ତି, ‘ଏଇ ଦେଖ, ଦାଉଦ ବଂଶରେ ଯୋଶିୟ ନାମରେ ଏକ ସନ୍ତାନ ଜନ୍ମ ହେବ। ଉଚ୍ଚସ୍ଥଳୀର ଯାଜକମାନେ ତୁମ୍ଭ ଉପରେ ଧୂପ ଜଳାଉଛନ୍ତି। ଯୋଶିୟ ସେମାନଙ୍କୁ ତୁମ୍ଭ ଉପରେ ବଳିଦାନ କରିବ। ବର୍ତ୍ତମାନ ଏହି ଯାଜକଗଣ ତୁମ୍ଭ ଉପରେ ଧୂପ ଜାଳନ୍ତି କିନ୍ତୁ ଯୋଶିୟ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦ‌ଗ୍‌ଧ କରିବେ। ତେବେ ତୁମ୍ଭକୁ ପୁଣି କେହି ବ୍ୟବହାର କରିବେ ନାହିଁ।’”


ପୁଣି ଇଷେବଲଙ୍କ ଶରୀର ଯିଷ୍ରିୟେଲୀୟ ଭୂମି ଉପରେ ଖତ ପରି ହେବ। ତହିଁରେ କେହି ଏହି ଶରୀରକୁ ଜାଣି ପାରିବେ ନାହିଁ ଏବଂ କହି ପାରିବେ ନାହିଁ ଯେ, ଏହା ଇଷେବଲ।’”


କିନ୍ତୁ ସେହି ଅଧର୍ମାଗ୍ଭରୀ ଲୋକମାନେ ଭୟଭୀତ ହେବେ। ଏପରି ସେମାନେ ପୂର୍ବରୁ କେବେ ଭୟଭୀତ ହୋଇ ନ ଥିବେ। ଇସ୍ରାଏଲ, ସେହି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି। କିନ୍ତୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି। ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରିବ ଏବଂ ପରମେଶ୍ୱର ସେମାନଙ୍କର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।


ପୁଣି ଯେଉଁ ଲୋକମାନଙ୍କ ନିକଟରେ ସେମାନେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି। ସେମାନେ ଦୁର୍ଭିକ୍ଷ ଓ ‌‌ଖ‌ଡ଼୍‌ଗ ହେତୁରୁ ଯିରୁଶାଲମର ସଡ଼କରେ ପକାଯିବେ। ଆଉ ସେମାନଙ୍କୁ ସେମାନଙ୍କର ସ୍ତ୍ରୀ ଏବଂ ସେମାନଙ୍କର ପୁତ୍ରକନ୍ୟାମାନଙ୍କୁ କବର ଦେବାକୁ କେହି ନ ଥିବେ। କାରଣ ଆମ୍ଭେ ସେମାନଙ୍କର ଦୁଷ୍ଟତା ସେମାନଙ୍କର ଉପରେ ଢାଳିଦେବା।’


ଆମ୍ଭେ ତୁମ୍ଭମାନଙ୍କର ହୋମବଳି ନିମନ୍ତେ ଥିବା ଯଜ୍ଞବେଦିଗୁଡ଼ିକୁ ନଷ୍ଟ କରିବା ଏବଂ ତୁମ୍ଭମାନଙ୍କର ସୁଗନ୍ଧ ବେଦିକୁ ମଧ୍ୟ ନଷ୍ଟ କରିବା। ପୁଣି ତୁମ୍ଭମାନଙ୍କର ନିହତ ଲୋକମାନଙ୍କର ମୃତ ଶରୀରକୁ ତୁମ୍ଭମାନଙ୍କ ଦେବତାଗଣର ସମ୍ମୁଖରେ ଫୋପାଡ଼ି ଦେବା।


Swiv nou:

Piblisite


Piblisite