ଯିରିମୀୟ 7:26 - ପବିତ୍ର ବାଇବଲ26 ମାତ୍ର ସେମାନେ ଆମ୍ଭ କଥା ଶୁଣିଲେ ନାହିଁ କିଅବା ତହିଁରେ କର୍ଣ୍ଣପାତ କଲେ ନାହିଁ। ସେମାନେ ଅବାଧ୍ୟ ହୋଇ ତାଙ୍କର ପୂର୍ବପୁରୁଷଗଣଙ୍କ ଅପେକ୍ଷା ଅଧିକ ଦୁରାଗ୍ଭରୀ ହେଲେ। Gade chapit laପବିତ୍ର ବାଇବଲ (Re-edited) - (BSI)26 ତଥାପି ସେମାନେ ଆମ୍ଭ କଥା ଶୁଣିଲେ ନାହିଁ, କିଅବା ତହିଁରେ କର୍ଣ୍ଣପାତ କଲେ ନାହିଁ, ମାତ୍ର ଆପଣା ଆପଣା ଗ୍ରୀବା ଶକ୍ତ କଲେ; ସେମାନେ ଆପଣା-ମାନଙ୍କର ପୂର୍ବପୁରୁଷଗଣ ଅପେକ୍ଷା ଅଧିକ ଦୁରାଚାର କଲେ। Gade chapit laଓଡିଆ ବାଇବେଲ26 ତଥାପି ସେମାନେ ଆମ୍ଭ କଥା ଶୁଣିଲେ ନାହିଁ, କିଅବା ତହିଁରେ କର୍ଣ୍ଣପାତ କଲେ ନାହିଁ,ମାତ୍ର ଆପଣା ଆପଣା ଗ୍ରୀବା ଶକ୍ତ କଲେ; ସେମାନେ ଆପଣାମାନଙ୍କର ପୂର୍ବପୁରୁଷଗଣ ଅପେକ୍ଷା ଅଧିକ ଦୁରାଚାର କଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT26 ତଥାପି ସେମାନେ ଆମ୍ଭ କଥା ଶୁଣିଲେ ନାହିଁ, କିଅବା ତହିଁରେ କର୍ଣ୍ଣପାତ କଲେ ନାହିଁ, ମାତ୍ର ଆପଣା ଆପଣା ଗ୍ରୀବା ଶକ୍ତ କଲେ; ସେମାନେ ଆପଣାମାନଙ୍କର ପୂର୍ବପୁରୁଷଗଣ ଅପେକ୍ଷା ଅଧିକ ଦୁରାଚାର କଲେ। Gade chapit la |
ଆମ୍ଭେ ସେମାନଙ୍କୁ କହିଥିଲୁ, ‘ତୁମ୍ଭର କୌଣସି ଏବ୍ରୀୟ ଭ୍ରାତା ତୁମ୍ଭ ନିକଟରେ ବୀକ୍ରିତ ହୋଇ ଛଅ ବର୍ଷ ତୁମ୍ଭର ଦାସ୍ୟକର୍ମ କଲା ଉତ୍ତାରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ ଦେବ, ତୁମ୍ଭେମାନେ ପ୍ରତ୍ୟେକ ସାତ ବର୍ଷର ଶେଷରେ ଆପଣା ଆପଣାର ସେହି ଭ୍ରାତାଙ୍କୁ ମୁକ୍ତ କରିବ।’ ମାତ୍ର ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭର ବାକ୍ୟ ଶୁଣିଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ।
ପୁନର୍ବାର ତୁମ୍ଭେ ସେମାନଙ୍କୁ ସତର୍କ କଲ। ତୁମ୍ଭେ ସେମାନଙ୍କୁ, ତୁମ୍ଭ ବ୍ୟବସ୍ଥା ନିକଟକୁ ଫେରିବା ପାଇଁ କହିଲ। କିନ୍ତୁ ସେମାନେ ବହୁତ ଗର୍ବୀ ଥିଲେ। ସେମାନେ ତୁମ୍ଭର ଆଜ୍ଞା ଶୁଣିଲେ ନାହିଁ। ଯଦି ଲୋକମାନେ ତୁମ୍ଭର ବ୍ୟବସ୍ଥା ମାନନ୍ତି, ତେବେ ସେମାନେ ବାସ୍ତବରେ ବଞ୍ଚି ପାରିବେ। କିନ୍ତୁ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭର ବ୍ୟବସ୍ଥା ଭଙ୍ଗ କଲେ। ସେମାନେ ବହୁତ ଜିଦ୍ଖୋର ଥିଲେ ଏବଂ ତୁମ୍ଭକୁ ପ୍ରତ୍ୟାଖାନ କଲେ। ସେମାନେ ତୁମ୍ଭର ଆଜ୍ଞା ମାନିଲେ ନାହିଁ।
ହେ ସଦାପ୍ରଭୁ, ମୁଁ ଜାଣୁଛି, ତୁମ୍ଭେ ସେମାନଙ୍କୁ ସତ୍ୟ ଓ ବିଶ୍ୱସ୍ତ ହେବାକୁ ଗ୍ଭହଁ। ସେମାନଙ୍କୁ ପ୍ରହାର କରିଅଛ। ମାତ୍ର ସେମାନେ ଅନୁତପ୍ତ ନୁହନ୍ତି। ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ। ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି। ସେମାନେ ନିଜ ନିଜ ମୁଖ ପାଷାଣଠାରୁ ଅଧିକ କଠିନ କରିଅଛନ୍ତି। ସେମାନେ କୁପଥରୁ ଫେରିବାକୁ ଇଚ୍ଛା କରି ନାହାନ୍ତି।
ଆଉ ମଧ୍ୟ ଆମ୍ଭେ ଆମ୍ଭର ସମସ୍ତ ଦାସ ଓ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭ ନିକଟକୁ ପଠାଇଅଛୁ। ଆଉ ସେମାନେ ତୁମ୍ଭମାନଙ୍କୁ ବାରମ୍ବାର କହି ଅଛନ୍ତି, “ତୁମ୍ଭେମାନେ ନିଜ ନିଜ କୁପଥରୁ ନିବୃତ୍ତ ହୁଅ, ନିଜ ନିଜ ଆଚରଣ ସଂଶୋଧନ କର ଓ ଅନ୍ୟ ଦେବଗଣର ସେବା କରି ସେମାନଙ୍କୁ ଅନୁସରଣ କର ନାହିଁ। ତାହାହେଲେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭେ ଯେଉଁ ଦେଶ ଦେଇଅଛୁ ତହିଁରେ ତୁମ୍ଭେମାନେ ବାସ କରିବ।” ମାତ୍ର ତୁମ୍ଭେମାନେ ତାହା କର୍ଣ୍ଣପାତ କରି ନାହଁ କିଅବା ଆମ୍ଭ ବାକ୍ୟରେ ଅବଧାନ କରି ନାହଁ।
ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଓ ସେମାନଙ୍କ ପିତୃଗଣଙ୍କ ସହିତ କୃତ ତାଙ୍କର ନିୟମ ଓ ସେମାନଙ୍କର ପ୍ରତି ଦତ୍ତ ତାହାଙ୍କର ସାକ୍ଷ୍ୟସବୁ ଅଗ୍ରାହ୍ୟ କଲେ। ସେମାନେ ସଦାପ୍ରଭୁଙ୍କ ଚେତାବନୀ ଶୁଣିବାକୁ ଅମାନ୍ୟ କଲେ। ସେମାନେ ମୂଲ୍ୟହୀନ ମୂର୍ତ୍ତିଗୁଡ଼ିକୁ ଅନୁସରଣ କଲେ, ପୂଜା କଲେ ଏବଂ ସେମାନେ ନିଜେ ମୂଲ୍ୟହୀନ ହୋଇଗଲେ। ସେମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଜାତି ପରି ବାସ କଲେ, ଯଦିଓ ସଦାପ୍ରଭୁ ସେମାନଙ୍କୁ ଆଦେଶ ଦେଇଥିଲେ, “ସେମାନେ ଯାହା କରନ୍ତି ତୁମ୍ଭେମାନେ ତାହା କର ନାହିଁ।” ଯାହା ସଦାପ୍ରଭୁ ସେମାନଙ୍କୁ କରିବାକୁ ମନା କରିଥିଲେ, ସେମାନେ ତାହା କଲେ।