Biblia Todo Logo
Bib sou entènèt

- Piblisite -




ଯିରିମୀୟ 7:18 - ପବିତ୍ର ବାଇବଲ

18 ଯିହୁଦାର ବାଳକମାନେ କାଠ ସଂଗ୍ରହ କରନ୍ତି, ସେମାନଙ୍କର ପିତାମାନେ ଅଗ୍ନି ସଂଯୋଗ କରନ୍ତି ଓ ମାତାମାନେ ଚନ୍ଦ୍ର ଦେବତା ଉଦ୍ଦେଶ୍ୟରେ ପିଷ୍ଟକ ପାକ କରନ୍ତି ଓ ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ପେୟନୈବେଦ୍ୟ ଉତ୍ସର୍ଗ କରନ୍ତି। ସେମାନେ ଆମ୍ଭର ବିରକ୍ତି ପାଇଁ ଏସବୁ କରନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଆମ୍ଭକୁ ବିରକ୍ତ କରିବା ପାଇଁ ଚନ୍ଦ୍ରମାର ଉଦ୍ଦେଶ୍ୟରେ ପିଷ୍ଟକ ପାକ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ବାଳକମାନେ କାଠ ସାଉଣ୍ଟନ୍ତି, ପିତୃଗଣ ଅଗ୍ନି ଜ୍ଵଳାନ୍ତି, ସ୍ତ୍ରୀମାନେ ମଇଦା ଚକଟନ୍ତି।

Gade chapit la Kopi

ଓଡିଆ ବାଇବେଲ

18 ଆମ୍ଭକୁ ବିରକ୍ତ କରିବା ପାଇଁ ଆକାଶର ରାଣୀ ଉଦ୍ଦେଶ୍ୟରେ ପିଷ୍ଟକ ପାକ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ବାଳକମାନେ କାଠ ସାଉଣ୍ଟନ୍ତି, ପିତୃଗଣ ଅଗ୍ନି ଜ୍ୱଳାନ୍ତି, ସ୍ତ୍ରୀମାନେ ମଇଦା ଚକଟନ୍ତି।’

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଆମ୍ଭକୁ ବିରକ୍ତ କରିବା ପାଇଁ ଆକାଶର ରାଣୀ ଉଦ୍ଦେଶ୍ୟରେ ପିଷ୍ଟକ ପାକ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ବାଳକମାନେ କାଠ ସାଉଣ୍ଟନ୍ତି, ପିତୃଗଣ ଅଗ୍ନି ଜ୍ୱଳାନ୍ତି, ସ୍ତ୍ରୀମାନେ ମଇଦା ଚକଟନ୍ତି।

Gade chapit la Kopi




ଯିରିମୀୟ 7:18
28 Referans Kwoze  

ଯିରୁଶାଲମର ସମସ୍ତ ଗୃହ ଓ ସମସ୍ତ ରାଜପ୍ରାସାଦଗୁଡ଼ିକ ତୋଫତ୍ ତୁଲ୍ୟ “ଅଶୁଚି” ସ୍ଥାନ ହେବ। କାରଣ ସେମାନେ ଆକାଶମଣ୍ଡଳସ୍ଥ ଅତିଥି ଉଦ୍ଦେଶ୍ୟରେ ଧୂପ ଜଳାଇ ଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟନୈବେଦ୍ୟ ଉତ୍ସର୍ଗ କରିଅଛନ୍ତି।’”


ଆମ୍ଭେ କ’ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ? ଆମ୍ଭେ କ’ଣ ତାହାଙ୍କଠାରୁ ଅଧିକ ବଳବାନ? ନା!


କିନ୍ତୁ ତୁମ୍ଭେ ମହା କୁକର୍ମ ଓ ପାପ କରିଅଛ। ତୁମ୍ଭ ପୂର୍ବର ଶାସକମାନଙ୍କ ଅପେକ୍ଷା ତୁମ୍ଭେ ଅଧିକ ପାପ କଲ। ତୁମ୍ଭେ ମୋତେ ଅନୁସରଣ କରିବା ବନ୍ଦ କଲ, ମୋତେ ବିରକ୍ତି କରିବା ପାଇଁ ନିଜ ସକାଶେ ଅନ୍ୟ ଦେବତାଗଣ ଓ ପ୍ରତିମାମାନ ନିର୍ମାଣ କରିଅଛ ଓ ମୋତେ ତୁମ୍ଭର ପଛକୁ ପକାଇ ଦେଇଅଛ।


ଆଉ କ‌‌ଲ୍‌‌ଦୀୟମାନେ ଏହି ନଗର ବିରୁଦ୍ଧରେ ସେମାନଙ୍କର ଆକ୍ରମଣ ଆରମ୍ଭ କରିଦେଇଛନ୍ତି, ସେମାନେ ଖୁବଶୀଘ୍ର ଏହି ନଗରରେ ପ୍ରବେଶ କରି ଅଗ୍ନି ଲଗାଇବେ। ଯେଉଁସବୁ ଗୃହଗୁଡ଼ିକରେ ‌ବା‌ଲ୍‌ଦେବ ପାଇଁ ନୈବେଦ୍ୟ ଉତ୍ସର୍ଗ କରିଥିଲେ ଓ ଆମ୍ଭଙ୍କୁ କ୍ରୋଧିତ କରିବା ପାଇଁ ଅନ୍ୟ ଦେବତାମାନଙ୍କୁ ପେୟନୈବେଦ୍ୟ ଉତ୍ସର୍ଗ କଲ, ସେମାନେ ସେହିସବୁ ଗୃହଗୁଡ଼ିକୁ ଦ‌ଗ୍‌ଧ କରିବେ।


“ତୁମ୍ଭେମାନେ ଆମ୍ଭ କଥାପ୍ରତି ଧ୍ୟାନ ଦେଲ ନାହିଁ।” ତଥାପି ସଦାପ୍ରଭୁ କହନ୍ତି, “ନିଜ ହସ୍ତକୃତ କର୍ମଦ୍ୱାରା ଆମ୍ଭକୁ ବିରକ୍ତ କରିଅଛ। ତେଣୁ ତୁମ୍ଭମାନଙ୍କର ଅମଙ୍ଗଳ ହେବ।”


ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭକୁ ରୋପଣ କରିଥିଲେ। ସେ କହିଥିଲେ ତୁମ୍ଭ ଉପରେ ମହାବିପଦ ଆସିବ। କାରଣ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ବହୁ ଦୁଷ୍ଟତା ଆଚରଣ କରିଅଛନ୍ତି। ସେମାନେ ବା‌‌ଲ୍‌‌ଦେବ ଉଦ୍ଦେଶ୍ୟରେ ଧୂପ ଜଲାଇ ଆମ୍ଭକୁ ବିରକ୍ତ କରିବା ସକାଶେ ନିଜେ ନିଜେ ତାହା ସବୁ କରିଛନ୍ତି।”


ଏପରି ଘଟିବାର କାରଣ ଯିରୁଶାଲମ ବିପଥଗାମୀ ହୋଇ ବିନଷ୍ଟ ହୋଇଛି। ଯିହୁଦା ପରମେଶ୍ୱରଙ୍କୁ ଅବଜ୍ଞାକରି ନିପାତିତ ହୋଇଛି। ସେମାନଙ୍କର ବାକ୍ୟ ଓ କାର୍ଯ୍ୟ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରୁଛି। ସେମାନେ ସଦାପ୍ରଭୁଙ୍କ ମହିମାରେ ଉପହାସ କରୁଛନ୍ତି।


“ମୁଁ ତୁମ୍ଭକୁ ଧୂଳିରୁ ଉଠାଇ ଆଣି ମୋର ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲି। ମାତ୍ର ତୁମ୍ଭେ ଯାରବିୟାମଙ୍କ ପଥ ଅନୁସରଣ କଲ ଏବଂ ମୋର ଲୋକ ଇସ୍ରାଏଲୀୟମାନଙ୍କୁ ପାପ କରାଇଲ। ସେମାନଙ୍କ ପାପରେ ଆମ୍ଭେ କ୍ରୋଧିତ ହେଲୁ।


ଯେଉଁମାନେ ଦେବତା ନୁହନ୍ତି ସେମାନଙ୍କ ସହିତ ମୋତେ ଈର୍ଷା ପରାୟଣ କଲେ। ସେମାନେ ସେମାନଙ୍କର ଅସାରତା ଦ୍ୱାରା ମୋତେ ବିରକ୍ତ କଲେ। ସେଥିପାଇଁ ମୁଁ ଇସ୍ରାଏଲକୁ ଈର୍ଷାନ୍ୱିତ କରାଇବି ସେହିମାନଙ୍କ ମାଧ୍ୟମରେ ଯେଉଁମାନେ ପ୍ରକୃତ ଜାତି ନୁହନ୍ତି। ମୁଁ ସେମାନଙ୍କୁ ମୂର୍ଖ ଗୋଷ୍ଠୀ ଦ୍ୱାରା ବିରକ୍ତ କରାଇବି।


ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଈର୍ଷା କଲେ। ସେମାନେ ଅନ୍ୟ ଦେବଗଣଙ୍କର ପୂଜା କଲେ। ସେମାନେ ପ୍ରତିମା ପୂଜା କଲେ। ଏବଂ ପରମେଶ୍ୱର ସେମାନଙ୍କ ଉପରେ କ୍ରୋଧ କଲେ।


ଏପରି ସାବଧାନ ହୁଅ, ଯେତେବେଳେ ତୁମ୍ଭେମାନେ ସୂର୍ଯ୍ୟ, ଚନ୍ଦ୍ର, ତାରାଗଣକୁ ଆକାଶରେ ଦେଖ। ତୁମ୍ଭେମାନେ ସେମାନଙ୍କୁ ବିମୋହିତ ହୋଇ ପ୍ରଣାମ କରିବା ଓ ସେବା କରିବା ଉଚିତ୍ ନୁହେଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅନ୍ୟ ସମସ୍ତ ଜାତିଗଣ ଏହିସବୁ କରିବାକୁ ରଖିଛନ୍ତି।


ତଥାପି ମୁଁ ଆଗରେ ଯେଉଁ ଦେଶ ସେମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲି, ସେହି ଦେଶକୁ ସେମାନଙ୍କୁ ଆଣିଲି। ସେତେବେଳେ ସେମାନେ ପ୍ରତ୍ୟେକ ଉଚ୍ଚପର୍ବତ ଓ ପ୍ରତ୍ୟେକ ଗହଳିଆ ବୃକ୍ଷ ଦେଖି ସେମାନଙ୍କର ବଳିଦାନ କଲେ। ସେମାନେ ସେମାନଙ୍କର ବଳିଦାନ ଦ୍ୱାରା ମୋତେ ବିରକ୍ତ କଲେ। ସେମାନେ ନିଜର ସୁଗନ୍ଧି ଦ୍ରବ୍ୟ ରଖିଲେ ଓ ନିଜ ନିଜର ପେୟନୈବେଦ୍ୟ ଢାଳିଲେ।


ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେ ସ୍ତ୍ରୀଲୋକମାନେ କହିଥିଲ, “ଆମ୍ଭେମାନେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପ ଜଳାଇବା ପାଇଁ ଓ ପେୟନୈବେଦ୍ୟ ଢାଳିବା ପାଇଁ ଯେଉଁ ଶପଥ କରିଅଛୁ ତାହା ଅବଶ୍ୟ ସିଦ୍ଧ କରିବୁ।” ତେଣୁ ତୁମ୍ଭେମାନେ ଆଗେଇ ଗ୍ଭଲ, ତୁମ୍ଭମାନଙ୍କର ଶପଥ ଦୃଢ଼ କର ଓ ତୁମ୍ଭମାନଙ୍କର ଶପଥ ସିଦ୍ଧ କର।’


“ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛ ଓ ଆମ୍ଭର ପବିତ୍ର ପର୍ବତକୁ ପାଶୋରି ଅଛ। ଭଣ୍ଡ ଦେବତା ଉଦ୍ଦେଶ୍ୟରେ ମେଜ ସଜାଉଅଛ ଓ ନିରୂପଣୀ ଦେବୀ ଉଦ୍ଦେଶ୍ୟରେ ମିଶ୍ରିତ ଦ୍ରାକ୍ଷାରସ ପୂରଣ କରୁଅଛ।


ସେହି ଲୋକମାନେ ଉଦ୍ୟାନରେ ବଳିଦାନ କରି ଓ ଆମ୍ଭ ସମ୍ମୁଖରେ ଗୁଡ଼ିଏ ଇଟା ଉପରେ ଧୂପ ଜଳାଇ କ୍ରମାଗତ ଭାବରେ ଆମ୍ଭକୁ ବିରକ୍ତ କରାନ୍ତି।


ଉପତ୍ୟକାର ଚି‌କ୍‌କଣ ପଥରଗୁଡ଼ିକ ମଧ୍ୟରେ ତୁମ୍ଭର ଅଂଶ, ସେଗୁଡ଼ିକରେ ତୁମ୍ଭର ଅଧିକାର; ପୁଣି ସେମାନଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ପେୟନୈବେଦ୍ୟ ଢାଳିଅଛ ଓ ନୈବେଦ୍ୟ ଉତ୍ସର୍ଗ କରିଅଛ। ଏସବୁରେ ଆମ୍ଭେ କ’ଣ ଶାନ୍ତ ହେବା?


କିନ୍ତୁ ଯେଉଁ ଲୋକମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ଅଧିକ ଦୁଃଖ ପାଆନ୍ତି। ମୁଁ ସେମାନଙ୍କ ସହିତ ଏକମତ ହୋଇ ପାରିବି ନାହିଁ। ଯେଉଁମାନେ ସେହି ମୂର୍ତ୍ତିଗୁଡ଼ିକ ଆଗରେ ରକ୍ତ ଅର୍ପଣ କରନ୍ତି, ସେମାନଙ୍କର ନାମ ମୁଁ କେବେ ଉଚ୍ଚାରଣ କରିବି ନାହିଁ।


ସେମାନେ ଯିହୁଦାର ନଗର ଓ ଯିରୁଶାଲମର ସଡ଼କ ସବୁରେ ଯାହା କରୁଛନ୍ତି ତାହା କ’ଣ ତୁମ୍ଭେ ଦେଖୁ ନାହଁ?


ଯେତେବେଳେ ସେମାନଙ୍କର ସନ୍ତାନଗଣ ସେମାନଙ୍କୁ ମନେ ପକାନ୍ତି ସେତେବେଳେ ସେମାନେ ଉଚ୍ଚ ପର୍ବତର ସବୁଜ ବୃକ୍ଷ ପାଖରେ ଥିବା ବଳିଦାନ ଯଜ୍ଞବେଦି ଓ ପବିତ୍ର କାଠଖମ୍ବ ଦେଖନ୍ତି।


ଯିହୁଦାର ଯୁବକଗଣ ଚକି ବହନ କଲେ। ଆଉ ପିଲାମାନେ କାଠ ଭାରରେ ଝୁଣ୍ଟି ପଡ଼ିଲେ।


ତା'ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଏହିସବୁ ଦେଖିଲ? ଏହିପରି ଘୃଣ୍ୟ କର୍ମମାନ କରିବା କ’ଣ ଯିହୁଦାର ଭବିଷ୍ୟଦ୍ ବଂଶଧରଙ୍କ ପାଇଁ ଠିକ୍ ଅଟେ? ବାସ୍ତବରେ ସେମାନେ ଦେଶକୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ କରିଅଛନ୍ତି, ଏବଂ ଆମ୍ଭକୁ କ୍ରୋଧିତ କରି ରଖିଅଛନ୍ତି। ଆଉ ଦେଖ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ସମ୍ମାନ ଦେବା ପାଇଁ ସେମାନେ ନାସିକାରେ ନାକଫୁଲ ପିନ୍ଧିଛନ୍ତି।


ତୁମ୍ଭେ ମିଶର ସହିତ ଅବାଧ ଯୌନକ୍ରିୟା ଉପଭୋଗ କରିଛ, ତୁମ୍ଭର ବୃହତ ଯୌନାଙ୍ଗରେ ପଡ଼ୋଶୀ ଯୌନକ୍ରିୟା କରିଛନ୍ତି। ମୋତେ ବିରକ୍ତ କରିବା ପାଇଁ ତୁମ୍ଭେ ତା’ ସହିତ ବହୁବାର ଯୌନକ୍ରିୟା କରିଥିଲ।


ଆଉ ଆମ୍ଭେ ଆପଣା ଲୋକମାନଙ୍କ ବିରୁଦ୍ଧରେ ଆମ୍ଭର ବିଗ୍ଭର ପ୍ରକାଶ କରିବା କାରଣ ସେମାନେ ଦୁଷ୍ଟ ପ୍ରକୃତିର ଲୋକ। ସେମାନେ ଆମ୍ଭକୁ ପରିତ୍ୟାଗ କରିଛନ୍ତି, ସେମାନେ ଅନ୍ୟ ଦେବତାମାନଙ୍କ ନିକଟରେ ଧୂପ ଉତ୍ସର୍ଗ କରିଛନ୍ତି ଓ ଆପଣା ହସ୍ତକୃତ ପ୍ରତିମାଗୁଡ଼ିକ ନିକଟରେ ପ୍ରଣାମ କରିଛନ୍ତି।


ତଥାପି ଆମ୍ଭେ ଆମ୍ଭର ଦାସ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ବାରମ୍ବାର ତୁମ୍ଭମାନଙ୍କ ନିକଟକୁ ପଠାଇଲୁ। ଆଉ ତୁମ୍ଭମାନଙ୍କୁ ଜଣାଇଲୁ, “ତୁମ୍ଭେମାନେ ଏହି ଘୃଣ୍ୟ କର୍ମ କର ନାହିଁ, ଆମ୍ଭେ ତାହା ଘୃଣା କରୁ।”


ତା'ପରେ ସେ ମୋତେ ସଦାପ୍ରଭୁଙ୍କ ମନ୍ଦିରର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ। ସେଠାରେ ମୁଁ ଦେଖିଲି, ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାର ନିକଟରେ, ବାରଣ୍ଡା ଓ ଯଜ୍ଞବେଦିର ମଧ୍ୟସ୍ଥାନରେ ପଚିଶ୍ ଜଣ ପୁରୁଷ ସଦାପ୍ରଭୁଙ୍କ ମନ୍ଦିର ଆଡ଼େ ପିଠି କରି ଓ ପୂର୍ବ ଦିଗଆଡ଼େ ମଥାନତ କରି ସେମାନେ ସୂର୍ଯ୍ୟକୁ ପୂଜା କରୁଥିଲେ।


Swiv nou:

Piblisite


Piblisite