Biblia Todo Logo
Bib sou entènèt

- Piblisite -




ଯିରିମୀୟ 6:9 - ପବିତ୍ର ବାଇବଲ

9 ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି, “ଦ୍ରାକ୍ଷା ସଂଗ୍ରହ କଲାପରି ଇସ୍ରାଏଲର ଅବଶିଷ୍ଟ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଏକତ୍ରିତ କର: ଏହାର ଶାଖାରେ ହାତ ବୁଲାଅ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେମାନେ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କୁ ଦ୍ରାକ୍ଷାଫଳ ପରି ସମ୍ପୂର୍ଣ୍ଣ ରୂପେ ତୋଳି ନେବେ; ତୁମ୍ଭେ ଦ୍ରାକ୍ଷାଫଳ ସଂଗ୍ରହକାରୀର ନ୍ୟାୟ ପୁନଃ ପୁନଃ ଆପଣା ହସ୍ତ ଟୋକାଇରେ ଦିଅ।

Gade chapit la Kopi

ଓଡିଆ ବାଇବେଲ

9 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ସେମାନେ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କୁ ଦ୍ରାକ୍ଷାଫଳ ପରି ସମ୍ପୂର୍ଣ୍ଣ ରୂପେ ତୋଳି ନେବେ; ତୁମ୍ଭେ ଦ୍ରାକ୍ଷାଫଳ ସଂଗ୍ରହକାରୀ ସଦୃଶ୍ୟ ବାରମ୍ବାର ଆପଣା ହସ୍ତ ଟୋକାଇରେ ଦିଅ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ସେମାନେ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କୁ ଦ୍ରାକ୍ଷାଫଳ ପରି ସମ୍ପୂର୍ଣ୍ଣ ରୂପେ ତୋଳି ନେବେ; ତୁମ୍ଭେ ଦ୍ରାକ୍ଷାଫଳ ସଂଗ୍ରହକାରୀ ସଦୃଶ୍ୟ ବାରମ୍ବାର ଆପଣା ହସ୍ତ ଟୋକାଇରେ ଦିଅ।”

Gade chapit la Kopi




ଯିରିମୀୟ 6:9
7 Referans Kwoze  

“ଦ୍ରାକ୍ଷାଫଳ ସଂଗ୍ରହକାରୀମାନେ ଦ୍ରାକ୍ଷାଫଳ ସଂଗ୍ରହ କଲାବେଳେ କିଛି ଫଳ ଗଛରେ ଛାଡ଼ିଥା’ନ୍ତି। ଯଦି ଗ୍ଭେରମାନେ ରାତ୍ରିରେ ଆସନ୍ତି, ତେବେ ସେମାନେ ସମସ୍ତ ନେଇପାରନ୍ତି ନାହିଁ।


ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଅନେକ କେଉଁଟା ଅଣାଇବା,” “ସେମାନେ ମତ୍ସ୍ୟପରି ସେମାନଙ୍କୁ ଧରିବେ। ତା'ପରେ ଆମ୍ଭେ ଅନେକ ବ୍ୟାଧ ଅଣାଇବା। ସେମାନେ ପ୍ରତ୍ୟେକ ପର୍ବତରୁ, ପ୍ରତ୍ୟେକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସେମାନଙ୍କୁ ଶିକାର କରି ଆଣିବେ।


ତା'ପରେ ଆଉ ଜଣେ ସ୍ୱର୍ଗଦୂତ ବେଦୀରୁ ଆସିଲେ। ସେହି ଦୂତଙ୍କର ଅଗ୍ନି ଉପରେ କ୍ଷମତା ଥିଲା। ସେ ଧାରୁଆ ଦାଆ ଧରିଥିବା ଦୂତଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, “ପୃଥିବୀର ଅଙ୍ଗୁର ପେନ୍ଥାଗୁଡ଼ିକ ଦାଆ ବ୍ୟବହାର କରି କାଟି ପକାଅ, କାରଣ ଦ୍ରାକ୍ଷା ପାଚିଗଲାଣି।”


ପୁଣି ସଦାପ୍ରଭୁ କହନ୍ତି, “ଏହି ଦୁଷ୍ଟ ବଂଶକୁ ଆମ୍ଭେ ଯେଉଁ ଯେଉଁ ସ୍ଥାନକୁ ତଡ଼ି ଦେଇଅଛୁ, ସେସବୁ ସ୍ଥାନରେ ସେମାନଙ୍କର ଅବଶିଷ୍ଟ ଲୋକମାନେ ବଞ୍ଚିବା ଅପେକ୍ଷା ବରଂ ମରିବାକୁ ପସନ୍ଦ କରିବେ।”


ଅନାଥୋ‌‌‌ତ୍‌‌‌ରେ ଅବଶିଷ୍ଟ କେହି ରହିବେ ନାହିଁ। ଆମ୍ଭେ ସେମାନଙ୍କ ପ୍ରତି ଶାସ୍ତି ବିଧାନ କରିବା ଓ ସେମାନଙ୍କ ପ୍ରତି ଅମଙ୍ଗଳ ଘଟାଇବା।”


Swiv nou:

Piblisite


Piblisite