Biblia Todo Logo
Bib sou entènèt

- Piblisite -




ଯିରିମୀୟ 6:5 - ପବିତ୍ର ବାଇବଲ

5 ତେଣୁ ଉଠ, ଆସ ଆମ୍ଭେମାନେ ରାତ୍ରିରେ ଆକ୍ରମଣ କରିବା ଓ ରାଜପ୍ରାସାଦଗୁଡ଼ିକୁ ଧ୍ୱଂସ କରିବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଉଠ, ଆମ୍ଭେମାନେ ରାତ୍ରିରେ ଯାତ୍ରା କରୁ ଓ ତାହାର ଅଟ୍ଟାଳିକାସବୁ ବିନାଶ କରୁ।

Gade chapit la Kopi

ଓଡିଆ ବାଇବେଲ

5 ଉଠ, ଆମ୍ଭେମାନେ ରାତ୍ରିରେ ଯାତ୍ରା କରୁ ଓ ତାହାର ଅଟ୍ଟାଳିକାସବୁ ବିନାଶ କରୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 “ଉଠ, ଆମ୍ଭେମାନେ ରାତ୍ରିରେ ଯାତ୍ରା କରୁ ଓ ତାହାର ଅଟ୍ଟାଳିକାସବୁ ବିନାଶ କରୁ।”

Gade chapit la Kopi




ଯିରିମୀୟ 6:5
12 Referans Kwoze  

ସେ ସଦାପ୍ରଭୁଙ୍କ ଗୃହ, ରାଜଗୃହ ଓ ଯିରୁଶାଲମସ୍ଥ ସକଳ ଗୃହ ଓ ବୃହତ୍ ଗୃହଗୁଡ଼ିକୁ ଅଗ୍ନିରେ ଦ‌ଗ୍‌ଧ କଲା।


ମୋର ଲୋକମାନେ ରାଜନଗରୀ ପରିତ୍ୟାଗ କରିବେ ଓ ଜନାକୀର୍ଣ୍ଣ ନଗର ଜନଶୂନ୍ୟ ହେବ। ଗିରି ଓ ପ୍ରହରୀ ଦୁର୍ଗ ଚିରକାଳ ଗୁହାମୟ, ବନ୍ଦ ଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବ।


ହେ ଲିବାନୋନ୍, ତୁମ୍ଭେ ତୁମ୍ଭର ସମସ୍ତ ଦ୍ୱାର ଖୋଲିଦିଅ ଯେପରି ଅଗ୍ନି ତୁମ୍ଭର ସମସ୍ତ ଦେବଦାରୁ ବୃକ୍ଷଗୁଡ଼ିକୁ ପୋଡ଼ି ପକାଇବେ।


ତେଣୁ ଆମ୍ଭେ ଯିହୁଦାରେ ଅଗ୍ନି ସଂଯୋଗ କରିବା ଏବଂ ସେହି ଅଗ୍ନି ଯିରୁଶାଲମର ସମସ୍ତ ଉଚ୍ଚ ଅଟ୍ଟାଳିକା ଧ୍ୱଂସ କରିଦେବ।”


ଇସ୍ରାଏଲ ରାଜାଙ୍କର ଅଟ୍ଟାଳିକା ନିର୍ମାଣ କଲେ କିନ୍ତୁ ସୃଷ୍ଟିକର୍ତ୍ତାଙ୍କୁ ଭୁଲିଗଲେ। ବର୍ତ୍ତମାନ ଯିହୁଦା ସୁଦୃଢ଼ ଦୁର୍ଗ ନିର୍ମାଣ କରିବ ଯାହାକୁ ଆମ୍ଭେ ଅଗ୍ନି ପଠାଇ ସେହି ସୁଦୃଢ଼ ଦୁର୍ଗକୁ ପୋଡ଼ି ଧ୍ୱଂସ କରିବା।”


“‘ମାତ୍ର ତୁମ୍ଭେମାନେ ଯେବେ ଆମ୍ଭର ବାକ୍ୟରେ ଅବଧାନ ନ କର। ବିଶ୍ରାମ ଦିନକୁ ପବିତ୍ରରୂପେ ପାଳନ ନ କର ଓ ବିଶ୍ରାମ ଦିନରେ ବୋଝ ବହନ କରି ଯିରୁଶାଲମର ଦ୍ୱାରରେ ପ୍ରବେଶ କର, ତେବେ ଆମ୍ଭେ ସେହି ଦ୍ୱାର ସମୂହରେ ଅଗ୍ନି ଜଳାଇବା। ଏହା ଯିରୁଶାଲମର ଅଟ୍ଟାଳିକା ସବୁ ଗ୍ରାସ କରିବା ପର୍ଯ୍ୟନ୍ତ ଜଳି ରହିବ।’”


“କାରଣ ମୃତ୍ୟୁ ଆମ୍ଭମାନଙ୍କର ଝରକା ଦେଇ ଆମ୍ଭମାନଙ୍କର ପ୍ରାସାଦରେ ପ୍ରବେଶ କରିଅଛି। ଏହା ବାହାରେ ବାଳକମାନଙ୍କୁ ଓ ନଗରର ଛକମାନଙ୍କରେ ଯୁବକମାନଙ୍କୁ ସଂହାର କରିବାକୁ ପ୍ରସ୍ତୁତ।”


ଯେଉଁ ଲୋକମାନେ ସେହିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି ସେମାନେ ଜାଣନ୍ତି ଯେ, ତାଙ୍କର ସମସ୍ତ ପ୍ରାସାଦର ଆଶ୍ରୟସ୍ଥଳର ନିରାପଦ ଆଶ୍ରୟସ୍ଥଳ ପରମେଶ୍ୱର ଅଟନ୍ତି।


ନବୂଖ‌ଦ୍‌ନିତ୍ସର ଓ ତାଙ୍କର ସୈନ୍ୟଦଳ ମନ୍ଦିରକୁ ଜ୍ୱଳାଇ ଦେଲେ। ସେମାନେ ଯିରୁଶାଲମ ପ୍ରାଚୀରକୁ ଭାଙ୍ଗି ପକାଇଲେ ଓ ରାଜା ଓ ତାଙ୍କର ପଦାଧିକାରୀମାନଙ୍କର ସବୁ ଗୃହ ଜ୍ୱଳାଇ ଦେଲେ। ସେମାନେ ଯିରୁଶାଲମରେ ଥିବା ପ୍ରତ୍ୟେକ ବହୁମୂଲ୍ୟ ଦ୍ରବ୍ୟକୁ ନେଇଗଲେ ନଚେତ୍ ଧ୍ୱଂସ କରିଦେଲେ।


ଏହା ଓବଦିୟଙ୍କର ଦର୍ଶନ ଅଟେ। ମୋର ପ୍ରଭୁ ସଦାପ୍ରଭୁ ଇଦୋମଙ୍କ ବିଷୟରେ ଯାହା କହନ୍ତି। ମୁଁ ସଦାପ୍ରଭୁ ପରମେଶ୍ୱରଙ୍କଠାରୁ ଏକ ବିବରଣୀ ଶୁଣିଛ। ଜଣେ ବାର୍ତ୍ତାବହ ସେହି ରାଜ୍ୟକୁ ପ୍ରେରିତ ହେଲେ। ସେ କହିଲେ, “ଆସ, ଇଦୋମଙ୍କ ବିରୁଦ୍ଧରେ ସଂଗ୍ରାମ କରିବା।”


ନଗରର ଏକ ସ୍ଥାନ ଭଗ୍ନ ହେବାରୁ ସମସ୍ତ ଯୋଦ୍ଧା ରାତ୍ରି ସମୟରେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ୱାରପଥ ଦେଇ ପଳାଇଲେ। ସେ ସମୟରେ କ‌‌ଲ୍‌‌ଦୀୟମାନେ ନଗରର ବିରୁଦ୍ଧରେ ଚତୁର୍ଦ୍ଦିଗରେ ଘେରି ରହିଥିଲେ। ସେମାନେ ପ୍ରାନ୍ତର ଆଡ଼କୁ ପଳାୟନ କଲେ।


Swiv nou:

Piblisite


Piblisite