Biblia Todo Logo
Bib sou entènèt

- Piblisite -




ଯିରିମୀୟ 6:30 - ପବିତ୍ର ବାଇବଲ

30 ଲୋକେ ସେମାନଙ୍କୁ ‘ପରିତ୍ୟକ୍ତା ରୂପା’ ବୋଲି କହିବେ କାରଣ ସଦାପ୍ରଭୁ ସେମାନଙ୍କୁ ପରିତ୍ୟାଗ କରିଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

30 ସଦାପ୍ରଭୁ ସେମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି, ଏଣୁ ଲୋକେ ସେମାନଙ୍କୁ ଅଗ୍ରାହ୍ୟ ରୂପା ବୋଲି କହିବେ।

Gade chapit la Kopi

ଓଡିଆ ବାଇବେଲ

30 ସଦାପ୍ରଭୁ ସେମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି, ଏଣୁ ଲୋକେ ସେମାନଙ୍କୁ ଅଗ୍ରାହ୍ୟ ରୂପା ବୋଲି କହିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 ସଦାପ୍ରଭୁ ସେମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି, ଏଣୁ ଲୋକେ ସେମାନଙ୍କୁ ଅଗ୍ରାହ୍ୟ ରୂପା ବୋଲି କହିବେ।”

Gade chapit la Kopi




ଯିରିମୀୟ 6:30
16 Referans Kwoze  

ଏହି ଲୋକମାନେ ମୋର ପରମେଶ୍ୱରଙ୍କ କଥା ଶୁଣିଲେ ନାହିଁ, ତେଣୁ ପ୍ରଭୁ ସେମାନଙ୍କ କଥା ଶୁଣିବେ ନାହିଁ। ସେମାନେ ବସହରା ହୋଇ ଯାଯାବର ପରି ଏଣେତେଣେ ଦେଶର ସବୁଆଡ଼େ ବୁଲିବେ।


“ଉତ୍ତମଗୁଣ ରୂପା ସଦୃଶ। ମାତ୍ର ତୁମ୍ଭର ରୂପା ଖାଦ ପାଲଟିଛି। ତୁମ୍ଭର ଦ୍ରାକ୍ଷାରସ ଜଳମିଶ୍ରିତ ହୋଇଅଛି। ଉତ୍ତମଗୁଣ ଦୁର୍ବଳ ହୋଇଛି।


ହେ ସଦାପ୍ରଭୁ, ପୃଥିବୀର ଦୁଷ୍ଟଗଣଙ୍କୁ ତୁମ୍ଭେ ଆବର୍ଜ୍ଜନା ପରି ଫିଙ୍ଗିଦିଅ। ଯେପରି ମୁଁ ତୁମ୍ଭର ନିୟମକୁ ସ୍ନେହ କରିବି।


ଲୋକମାନେ ରୂପାର ଖାଦ ଦୂର କରିବାକୁ ଏକ ପ୍ରକାର ଜିନିଷ ବ୍ୟବହାର କରନ୍ତି। ସେହିପରି ଭାବରେ ମୁଁ ତୁମ୍ଭମାନଙ୍କର ଅପବିତ୍ରତାକୁ ଦୂର କରିବି। ତୁମ୍ଭମାନଙ୍କ ଭିତରୁ ସମସ୍ତ ମନ୍ଦ ଜିନିଷ କାଢ଼ି ନେବି ଓ ତୁମ୍ଭମାନଙ୍କୁ ପବିତ୍ର କରିବି।


ତା'ହେଲେ ମୁଁ ପ୍ରଶ୍ନ କରୁଛି: “କ’ଣ ପରମେଶ୍ୱର ନିଜ ଲୋକମାନଙ୍କୁ ପରିତ୍ୟାଗ କରନ୍ତି କି?” ନା! ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ଅବ୍ରହାମଙ୍କ ପରିବାରର ଅଟେ। ବିନ୍ୟାମିନଙ୍କ ଗୋଷ୍ଠୀରେ ଜାତ।


“ତୁମ୍ଭେମାନେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଜେ ସ୍ୱାଦହୀନ ହୋଇଯାଏ, ତେବେ ତାକୁ ଆଉଥରେ ଲୁଣିଆ କରା ଯାଇ ନ ପାରେ। ଲୁଣ ଆପଣା ଲୁଣିଆ ସ୍ୱାଦ ହରାଇଲେ ଆଉ କୌଣସି କାମରେ ଲାଗିପାରିବ ନାହିଁ। ତାକୁ ବାହାରେ ଫିଙ୍ଗି ଦିଆଯିବ। ଲୋକେ ତାକୁ ପାଦରେ ଚକଟି ଗ୍ଭଲିଯିବେ।


ମାତ୍ର ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୁଦ୍ଧ ହୋଇଅଛ। ଆଉ ତୁମ୍ଭେ କ’ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ?


ଲୋକମାନେ କହନ୍ତି, ହେ ପରମେଶ୍ୱର, ତୁମ୍ଭେ କ’ଣ ଯିହୁଦାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ? ତୁମ୍ଭେ କ’ଣ ସିୟୋନକୁ ଘୃଣା କରିଅଛ? ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭେମାନେ ଆଉ ସୁସ୍ଥ ହୋଇ ପାରିବୁ ନାହିଁ। ତୁମ୍ଭେ କାହିଁକି ଏପରି କଲ? ଆମ୍ଭେମାନେ ଶାନ୍ତି ଗ୍ଭହିଁଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ଆମ୍ଭେମାନେ ଆରୋଗ୍ୟ ଇଚ୍ଛା କଲୁ। ମାତ୍ର କେବଳ ଆଶଙ୍କା ଉପସ୍ଥିତ ହେଲା।


“ହେ ଯିରିମିୟ, ଆପଣା ମସ୍ତକର କେଶ କାଟି ପକାଇ ଦିଅ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରେ ବିଳାପ କର। କାରଣ ସଦାପ୍ରଭୁ ଏହି ବଂଶପ୍ରତି କ୍ରୋଧଭାବ ଓ ବିମୁଖତା ପ୍ରକାଶ କରି ଏହି ବଂଶକୁ ଅଗ୍ରାହ୍ୟ ଓ ପରିତ୍ୟାଗ କରିଛନ୍ତି।


ରୂପାର ଖାଦ କାଢ଼ି ପକାଅ, ତେବେ ସୁନାରି ଏକ ପାତ୍ର ତିଆରି କରି ପାରିବ।


କିନ୍ତୁ ସେହି ଅଧର୍ମାଗ୍ଭରୀ ଲୋକମାନେ ଭୟଭୀତ ହେବେ। ଏପରି ସେମାନେ ପୂର୍ବରୁ କେବେ ଭୟଭୀତ ହୋଇ ନ ଥିବେ। ଇସ୍ରାଏଲ, ସେହି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି। କିନ୍ତୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି। ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରିବ ଏବଂ ପରମେଶ୍ୱର ସେମାନଙ୍କର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।


ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।


ଆମ୍ଭେ ଏକ ମାସ ମଧ୍ୟରେ ତିନି ଜଣ ମେଷପାଳକଙ୍କୁ ଧ୍ୱଂସ କଲୁ। ଆମ୍ଭେ ସେମାନଙ୍କ ଉପରେ ଅଧୈର୍ଯ୍ୟ ଥିଲୁ ଏବଂ ସେମାନେ ଆମ୍ଭକୁ ଘୃଣା କଲେ।


ଏଣୁ ସଦାପ୍ରଭୁ ସମସ୍ତ ଇସ୍ରାଏଲୀୟଙ୍କୁ ଅଗ୍ରାହ୍ୟ କଲେ। ସେ ସେମାନଙ୍କୁ କ୍ଳେଶ ଦେଲେ। ସେମାନଙ୍କୁ ବିନାଶକାରୀମାନଙ୍କ ହସ୍ତରେ ସମର୍ପଣ କଲେ। ଶେଷରେ ସେ ସେମାନଙ୍କୁ ନିଜ ଦୃଷ୍ଟି ପଥରୁ ଦୂରେଇ ଦେଲେ ଓ ସେମାନଙ୍କୁ ପରିତ୍ୟାଗ କଲେ।


“ତା'ପରେ ଯେତେବେଳେ ଯିହୁଦାର ଲୋକମାନେ, କିଅବା ଭବିଷ୍ୟ‌ଦ୍‌ବକ୍ତାଗଣ କିଅବା ଯାଜକଗଣ ତୁମ୍ଭକୁ ପଗ୍ଭରନ୍ତି, ‘ହେ ଯିରିମିୟ, ସଦାପ୍ରଭୁଙ୍କର ଭାରୋକ୍ତି କ’ଣ?’ ସେତେବେଳେ ତୁମ୍ଭେ ନିଶ୍ଚିତ ଭାବରେ ସେମାନଙ୍କୁ ଉତ୍ତର କରିବ, ‘ତୁମ୍ଭେମାନେ ହେଉଛ ସଦାପ୍ରଭୁଙ୍କର ବୋଝ, ତେଣୁ ମୁଁ ତୁମ୍ଭମାନଙ୍କୁ ପରିତ୍ୟାଗ କରିବି।’ ଏହା ସଦାପ୍ରଭୁ କହନ୍ତି।


Swiv nou:

Piblisite


Piblisite