Biblia Todo Logo
Bib sou entènèt

- Piblisite -




ଯିରିମୀୟ 6:18 - ପବିତ୍ର ବାଇବଲ

18 ତେଣୁ ହେ ନାନାଦେଶୀୟମାନେ, ତୁମ୍ଭେମାନେ ଶୁଣ, ଆଉ ହେ ମଣ୍ଡଳୀ, ସେମାନଙ୍କର କ’ଣ ହେବାକୁ ଯାଉଛି, ହୃଦୟଙ୍ଗମ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଏହେତୁ ହେ ନାନା ଦେଶୀୟମାନେ, ତୁମ୍ଭେମାନେ ଶୁଣ, ଆଉ ହେ ମଣ୍ତଳୀ, ସେମାନଙ୍କ ମଧ୍ୟରେ କଅଣ ଅଛି, ତାହା ଜ୍ଞାତ ହୁଅ।

Gade chapit la Kopi

ଓଡିଆ ବାଇବେଲ

18 ଏହେତୁ ହେ ନାନା ଦେଶୀୟମାନେ, ତୁମ୍ଭେମାନେ ଶୁଣ, ଆଉ ହେ ମଣ୍ଡଳୀ, ସେମାନଙ୍କ ମଧ୍ୟରେ କଅଣ ଅଛି, ତାହା ଜ୍ଞାତ ହୁଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଏହେତୁ ହେ ନାନା ଦେଶୀୟମାନେ, ତୁମ୍ଭେମାନେ ଶୁଣ, ଆଉ ହେ ମଣ୍ଡଳୀ, ସେମାନଙ୍କ ମଧ୍ୟରେ କଅଣ ଅଛି, ତାହା ଜ୍ଞାତ ହୁଅ।

Gade chapit la Kopi




ଯିରିମୀୟ 6:18
9 Referans Kwoze  

ହେ ଆମ୍ଭର ଲୋକମାନେ, ମୋୟାବର ରାଜା ବାଲାକ୍ କିପ୍ରକାର ମନ୍ଦ ଯୋଜନା କରିଥିଲେ, ସ୍ମରଣ କର। ଆଉ ବିୟୋରର ପୁତ୍ର ବିଲିୟମ୍ ତାଙ୍କୁ କି ଉତ୍ତର ଦେଇଥିଲେ, ତାକୁ ସ୍ମରଣ କର। ଶିଟୀ‌‌ମ୍‌‌ଠାରୁ ଗି‌ଲ୍‌ଗଲ୍ ପର୍ଯ୍ୟନ୍ତ ଯାହାସବୁ ଘଟିଯାଇଛି, ତାକୁ ମଧ୍ୟ ମନେ ପକାଅ। ତାହାହେଲେ ସଦାପ୍ରଭୁଙ୍କର ନ୍ୟାୟ କର୍ମ ବିଷୟରେ ତୁମ୍ଭେମାନେ ଜାଣି ପାରିବ।”


“ହେ ଗୋଷ୍ଠୀସମୂହ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ଆଉ ଦୂରସ୍ଥ ଦ୍ୱୀପ ସମୂହରେ ତାହା ପ୍ରଗ୍ଭର କରି କୁହ, ‘ଯେ ଇସ୍ରାଏଲକୁ ଛିନ୍ନଭିନ୍ନ କଲେ, ସେ ତାହାକୁ ସଂଗ୍ରହ କରିବେ। ଆଉ ପାଳକ ଯେପରି ତାହାର ମେଷପଲକୁ ରକ୍ଷା କରେ, ସେପରି ସେ ତାହାକୁ ସୁରକ୍ଷା ଦେବେ।’


ଏଥିରେ ମୁଁ, ଯିରିମିୟ କହିଲି, “ହେ ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ପ୍ରକୃତରେ ଭ୍ରାନ୍ତିରେ ପକାଇଛ। ତୁମ୍ଭେ ସେମାନଙ୍କୁ କହିଛ, ‘ତୁମ୍ଭେମାନେ ଶାନ୍ତି ପାଇବ।’ କିନ୍ତୁ ସେମାନଙ୍କ ଗଳା ପାଖରେ ‌‌ଖ‌ଡ଼୍‌ଗ ଅଛି।”


ତେଣୁ ପରମେଶ୍ୱର କହିଲେ, “ହେ ଯିରୁଶାଲମ ଓ ଯିହୁଦାର ଲୋକମାନେ ମୋର ଓ ମୋର ଦ୍ରାକ୍ଷାକ୍ଷେତ ବିଷୟରେ ବିଗ୍ଭର କର।


ଆମ୍ଭେ ତୁମ୍ଭମାନଙ୍କ ଉଦ୍ଦେଶ୍ୟରେ ପ୍ରହରୀ ନିଯୁକ୍ତ କରି କହିଲୁ, ‘ତୂରୀର ଶବ୍ଦ ଶୁଣ।’ ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ଶୁଣିବୁ ନାହିଁ।’


ହେ ପୃଥିବୀବାସୀ ଶୁଣ, ଆଉ ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପରେ ଅମଙ୍ଗଳ ଆଣିବା। କାରଣ ସେମାନେ ଆମ୍ଭ ବାକ୍ୟରେ ଅବଧାନ କରି ନାହାନ୍ତି ଓ ଆମ୍ଭର ବ୍ୟବସ୍ଥାକୁ ଅମାନ୍ୟ କରିଅଛନ୍ତି।”


“ତୁମ୍ଭେମାନେ ନାନାଦେଶୀୟମାନଙ୍କୁ ଜଣାଅ, ଯିରୁଶାଲମ ବିରୁଦ୍ଧରେ ଘୋଷଣା କର। ଦୂର ଦେଶରୁ ଶତ୍ରୁମାନେ ଆସୁଛନ୍ତି। ସେମାନେ ଯିହୁଦାର ନଗରଗୁଡ଼ିକ ବିରୁଦ୍ଧରେ ରଣହୁଙ୍କାର ଛାଡ଼ୁଛନ୍ତି।


Swiv nou:

Piblisite


Piblisite