Biblia Todo Logo
Bib sou entènèt

- Piblisite -




ଯିରିମୀୟ 52:24 - ପବିତ୍ର ବାଇବଲ

24 ପୁଣି ପ୍ରହରୀବର୍ଗର ସେନାପତି ପ୍ରଧାନ ଯାଜକ ସରାୟକୁ ଓ ଦ୍ୱିତୀୟ ଯାଜକ ସିଫନିୟକୁ ଏବଂ ଆଉ ତିନି ଜଣ ଦ୍ୱାରପାଳକୁ ବନ୍ଦୀ କରି ନେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ପୁଣି, ପ୍ରହରୀବର୍ଗର ସେନାପତି ପ୍ରଧାନ ଯାଜକ ସରାୟକୁ ଓ ଦ୍ଵିତୀୟ ଯାଜକ ସଫନୀୟକୁ, ଆଉ ତିନିଜଣ ଦ୍ଵାରପାଳକୁ ଧରିଲା।

Gade chapit la Kopi

ଓଡିଆ ବାଇବେଲ

24 ପୁଣି, ପ୍ରହରୀବର୍ଗର ସେନାପତି ପ୍ରଧାନ ଯାଜକ ସରାୟକୁ ଓ ଦ୍ୱିତୀୟ ଯାଜକ ସଫନୀୟକୁ, ଆଉ ତିନି ଜଣ ଦ୍ୱାରପାଳକୁ ଧରିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ପୁଣି, ପ୍ରହରୀବର୍ଗର ସେନାପତି ପ୍ରଧାନ ଯାଜକ ସରାୟକୁ ଓ ଦ୍ୱିତୀୟ ଯାଜକ ସଫନୀୟକୁ, ଆଉ ତିନି ଜଣ ଦ୍ୱାରପାଳକୁ ଧରିଲା।

Gade chapit la Kopi




ଯିରିମୀୟ 52:24
19 Referans Kwoze  

ପୁଣି ନବୂସ‌ର୍‌ଦ‌‌ନ୍‌ ପ୍ରଧାନ ଯାଜକ ସରାୟ ଦ୍ୱିତୀୟ ଯାଜକ ସିଫନିୟ ଓ ତିନି ଜଣ ଦ୍ୱାରପାଳଙ୍କୁ ନେଇ ଗଲା।


ପୁଣି ସିଦିକିୟ ରାଜା ଶେଲିମିୟର ପୁତ୍ର ଯିହୁଖଲକୁ ଓ ମାସେୟର ପୁତ୍ର ସିଫନିୟ ଯାଜକକୁ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଏକ ବାର୍ତ୍ତା ଦେଇ ପଠାଇଲେ। ସେମାନେ ଯିରିମିୟଙ୍କୁ ବିନୟ କରି କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।”


ସେମାନଙ୍କୁ ସଦାପ୍ରଭୁଙ୍କ ଗୃହକୁ ନେଇଗଲି। ମୁଁ ପରମେଶ୍ୱରଙ୍କ ଲୋକ ଯି‌ଗ୍‌ଦଲିୟର ପୁତ୍ର ହାନନର ପୁତ୍ରମାନଙ୍କର କୋଠରୀକୁ ଗଲି। ସେହି କୋଠରୀ ଶଲ୍ଲୂମର ପୁତ୍ର ମାସେୟ ନାମକ ଦ୍ୱାରପାଳର କୋଠରୀ ଉପରେ, ଅଧିପତିଗଣର କୋଠରୀ ନିକଟରେ ଥିଲା।


ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ହେ ଶମୟିୟ, ତୁମ୍ଭେ ଇସ୍ରାଏଲର ସମସ୍ତ ଲୋକଙ୍କୁ ମାସେୟର ପୁତ୍ର ସିଫନିୟ ଯାଜକକୁ ଓ ଅନ୍ୟାନ୍ୟ ସମସ୍ତ ଯାଜକମାନଙ୍କ ନିକଟକୁ ଆପଣା ନାମରେ ଏହି ପତ୍ର ପଠାଅ।


ରାଜା ସିଦିକିୟ ମ‌‌ଲ୍‌‌କିୟର ପୁତ୍ର ପ‌‌‌ଶ୍‌‌‌ହୂରକୁ ଓ ମାସେୟର ପୁତ୍ର ସିଫନିୟ ଯାଜକକୁ ସଦାପ୍ରଭୁଙ୍କର ବାକ୍ୟ ଦେଇ ଯିରିମିୟ ନିକଟକୁ ପଠାଇଲେ।


ଅସରିୟ ସରାୟଙ୍କ ପିତା ଥିଲେ। ସରାୟ ଯିହୋସାଦକଙ୍କ ପିତା ଥିଲେ।


ସେହି ସମୟରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ କେତେକ ଗରିବ ଲୋକମାନଙ୍କୁ, ନଗରର ଅବଶିଷ୍ଟ ଲୋକମାନଙ୍କୁ, ବାବିଲ ରାଜାର ପକ୍ଷକୁ ପଳାୟନକାରୀଙ୍କୁ ଓ ଅବଶିଷ୍ଟ ଚିତ୍ରଶିଳ୍ପୀମାନଙ୍କୁ ବନ୍ଦୀକରି ନେଇଗଲା।


ଅନନ୍ତର ସିଫନିୟ ଯାଜକ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ କର୍ଣ୍ଣ ଗୋଚରରେ ଏହି ପତ୍ର ପାଠ କଲା।


ଏହିସବୁ ଘଟଣାପରେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତର ଶାସନ ସମୟରେ ସରାୟର ପୁତ୍ର ଏଜ୍ରା ବାବିଲରୁ ଯାତ୍ରା କଲେ। ଉକ୍ତ ସରାୟ ଅସରିୟର ପୁତ୍ର, ଅସରିୟ ହି‌ଲ୍‌‌‌କିୟର ପୁତ୍ର ଥିଲା।


ପଞ୍ଚମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖ‌ଦ୍‌ନିତ୍ସର ରାଜାର ରାଜତ୍ୱର ଉନବିଂଶ ବର୍ଷରେ ନବୂଷରଦନ୍ ନାମକ ପ୍ରହରୀବର୍ଗର ସେନାପତି ଯିରୁଶାଲମକୁ ଆସିଲା।


ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ। ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।


ପୁଣି ରାଜା ସଦାପ୍ରଭୁଙ୍କ ମନ୍ଦିରରୁ ବା‌ଲ୍‌ର, ଆଶେରାମୂର୍ତ୍ତିର ଓ ସ୍ୱର୍ଗସ୍ଥ ସମସ୍ତ ବାହିନୀ ଓ ମିଥ୍ୟା ଦେବତାମାନଙ୍କ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହି‌ଲ୍‌‌‌କିୟ ମହାଯାଜକକୁ, ଦ୍ୱିତୀୟ ଶ୍ରେଣୀର ଯାଜକମାନଙ୍କୁ ଓ ଦ୍ୱାରପାଳମାନଙ୍କୁ ଆଦେଶ କଲେ। ତା'ପରେ ଯୋଶିୟ ରାଜା ସେ ସମସ୍ତ ଦ୍ରବ୍ୟକୁ ଯିରୁଶାଲମର ବାହାରେ କିଦ୍ରୋଣ ଉପତ୍ୟକାରେ ଦ‌ଗ୍‌ଧ କଲେ ଓ ତାହାର ଭସ୍ମ ବୈଥେ‌ଲ୍‌କୁ ନେଇଗଲେ।


ପୁଣି ଯିହୁଦାର ରାଜା ସିଦିକିୟକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସେମାନଙ୍କ ଶତ୍ରୁଗଣ ହସ୍ତରେ ସମର୍ପଣ କରିବା। ଆଉ ସେମାନଙ୍କ ପ୍ରାଣନାଶକାରୀଙ୍କ ହସ୍ତରେ ଓ ବାବିଲ ରାଜାର ଯେଉଁ ସୈନ୍ୟଗଣ ତୁମ୍ଭମାନଙ୍କ ନିକଟରୁ ଉଠିଯାଇ ଅଛନ୍ତି, ସେମାନଙ୍କ ହସ୍ତରେ ସମର୍ପଣ କରିବି।


ସଦାପ୍ରଭୁଙ୍କ କୋପରେ ସେମାନେ ବିନଷ୍ଟ ହୋଇଅଛନ୍ତି। ସଦାପ୍ରଭୁ ଆଉ ସେମାନଙ୍କ ପ୍ରତି ଦୃଷ୍ଟିପାତ କରିବେ ନାହିଁ। କାରଣ ସେମାନେ ଯାଜକମାନଙ୍କୁ ଆଦର କଲେ ନାହିଁ କି ଯିହୁଦାର ପ୍ରାଚୀନବର୍ଗଙ୍କୁ ଅନୁଗ୍ରହ କଲେ ନାହିଁ।


ଏଣୁ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ଯେଉଁ ମୃତ ଶରୀରଗୁଡ଼ିକ ନଗରରେ ରଖିଲ ତାହା ମାଂସ ଓ ନଗର ଏକ ପାତ୍ର ଅଟେ। ମାତ୍ର ତୁମ୍ଭମାନଙ୍କୁ ତହିଁ ମଧ୍ୟରୁ ବାହାର କରାଯିବ।


ପଲ ମଧ୍ୟରୁ ଏକ ମେଷ ବାଛ। ହଣ୍ଡାତଳ ଜାଳେଣି ଦିଅ। ମାଂସକୁ ଉତ୍ତମରୂପେ ସିଦ୍ଧ କର ଓ ଅସ୍ଥିସବୁ ତହିଁ ମଧ୍ୟରେ ପାକ ହେଉ।’


ସଦାପ୍ରଭୁ କହନ୍ତି, “ଦେଖ, ମୁଁ ମେଷପାଳକମାନଙ୍କର ବିରୁଦ୍ଧରେ ଅଛି। ମୁଁ ସେମାନଙ୍କୁ ମୋର ମେଷମାନଙ୍କ ପାଇଁ ଦାୟୀ କରିବି। ମୁଁ ସେମାନଙ୍କୁ ମେଷଗୁଡ଼ିକ ପାଖରୁ ଦୂରକୁ ନେଇଯିବି ଏବଂ ସେମାନେ ଆଉ ସେଗୁଡ଼ିକର ମେଷପାଳକ ହେବେ ନାହିଁ। ସେମାନଙ୍କର ପାଟିରୁ ମୁଁ ମୋର ମେଷଗୁଡ଼ିକୁ ଉଦ୍ଧାର କରିବି ଏବଂ ସେମାନେ ସେମାନଙ୍କର ଖାଦ୍ୟ ହେବେ ନାହିଁ।”


କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ଏପରି ପରିସ୍ଥିତି ସୃଷ୍ଟି କରିବା ଯେ, ତୁମ୍ଭ ପାଇଁ ଯାହା ଘଟିବ, ସେଥିରେ ତୁମ୍ଭେ ଓ ତୁମ୍ଭର ସାଙ୍ଗମାନେ ଆତଙ୍କିତ ହେବେ। ଏବଂ ସେମାନେ ସେମାନଙ୍କର ଶତ୍ରୁଗଣର ‌‌ଖ‌ଡ଼୍‌ଗରେ ନିହତ ହେବେ ଓ ତୁମ୍ଭର ଚକ୍ଷୁ ତାହା ଦେଖିବ। ଆଉ ଆମ୍ଭେ ଯିହୁଦାକୁ ବାବିଲର ରାଜା ହସ୍ତରେ ଦେବା, ତା'ପରେ ସେମାନଙ୍କୁ ବନ୍ଦୀ କରି ବାବିଲକୁ ନେଇଯିବା ଓ ସେମାନଙ୍କୁ ସେଠାରେ ହତ୍ୟା କରାଯିବ।


Swiv nou:

Piblisite


Piblisite