Biblia Todo Logo
Bib sou entènèt

- Piblisite -




ଯିରିମୀୟ 52:22 - ପବିତ୍ର ବାଇବଲ

22 ଆଉ ତାହାର ଅଗ୍ରଭାଗରେ ପିତ୍ତଳର ମୁଣ୍ଡାଳି ଥିଲା। ସେହି ମୁଣ୍ଡାଳିର ଉଚ୍ଚତା ପାଞ୍ଚ ହାତ ଓ ମୁଣ୍ଡାଳିର ଉପରେ ଚତୁର୍ଦ୍ଦିଗରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା। ଆଉ ସେ ସବୁ ପିତ୍ତଳମୟ ଥିଲା। ଦ୍ୱିତୀୟ ସ୍ତମ୍ଭ ପ୍ରଥମ ସ୍ତମ୍ଭର ଆକାର ସଦୃଶ ଥିଲା ଓ ସେଥିରେ ମଧ୍ୟ ଡାଳିମ୍ବ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଆଉ, ତହିଁର ଉପରେ ପିତ୍ତଳର ମୁଣ୍ତାଳି ଥିଲା, ସେହି ମୁଣ୍ତାଳିର ଉଚ୍ଚତା ପାଞ୍ଚ ହାତ ଓ ମୁଣ୍ତାଳିର ଉପରେ ଚତୁର୍ଦ୍ଦିଗରେ ଜାଲିକର୍ମ ଓ ଡାଳିମ୍ଵାକୃତି ଥିଲା, ସେସବୁ ପିତ୍ତଳମୟ ଥିଲା; ଆଉ, ଦ୍ଵିତୀୟ ସ୍ତମ୍ଭର ମଧ୍ୟ ଏହି ପ୍ରକାର ଆକାର ଓ ଡାଳିମ୍ଵ ଥିଲା।

Gade chapit la Kopi

ଓଡିଆ ବାଇବେଲ

22 ଆଉ, ତହିଁର ଉପରେ ପିତ୍ତଳର ମୁଣ୍ଡାଳି ଥିଲା, ସେହି ମୁଣ୍ଡାଳିର ଉଚ୍ଚତା ପାଞ୍ଚ ହାତ ଓ ମୁଣ୍ଡାଳିର ଉପରେ ଚତୁର୍ଦ୍ଦିଗରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା, ସେସବୁ ପିତ୍ତଳମୟ ଥିଲା; ଆଉ, ଦ୍ୱିତୀୟ ସ୍ତମ୍ଭର ମଧ୍ୟ ଏହି ପ୍ରକାର ଆକାର ଓ ଡାଳିମ୍ବ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଆଉ, ତହିଁର ଉପରେ ପିତ୍ତଳର ମୁଣ୍ଡାଳି ଥିଲା, ସେହି ମୁଣ୍ଡାଳିର ଉଚ୍ଚତା ପାଞ୍ଚ ହାତ ଓ ମୁଣ୍ଡାଳିର ଉପରେ ଚତୁର୍ଦ୍ଦିଗରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା, ସେସବୁ ପିତ୍ତଳମୟ ଥିଲା; ଆଉ, ଦ୍ୱିତୀୟ ସ୍ତମ୍ଭର ମଧ୍ୟ ଏହି ପ୍ରକାର ଆକାର ଓ ଡାଳିମ୍ବ ଥିଲା।

Gade chapit la Kopi




ଯିରିମୀୟ 52:22
9 Referans Kwoze  

ଶଲୋମନ ମନ୍ଦିରର ସମ୍ମୁଖରେ ଦୁଇଟି ସ୍ତମ୍ଭ ରଖିଲେ। ଏହି ସ୍ତମ୍ଭ ପଞ୍ଚତିରିଶ୍ ହାତ ଉଚ୍ଚ ଥିଲା। ଏହି ସ୍ତମ୍ଭ ଦୁଇଟିର ଅଗ୍ରଭାଗ ପାଞ୍ଚ ହାତରୁ ଟିକେ ଅଧିକ ଲମ୍ବ ଥିଲା।


ଦୁଇ ସୁବର୍ଣ୍ଣ ହାରର ଦୁଇ ମୁଣ୍ଡକୁ ଏଫୋଦର ସ୍କନ୍ଧ ପଟିରେ ବାନ୍ଧ।


ଆଉ ଦୁଇ ସ୍ତମ୍ଭର ଉପରି ଭାଗରେ ମଧ୍ୟ ମୁଣ୍ତାଳି ଥିଲା ଓ ସେଗୁଡ଼ିକ ପାତ୍ର ଆକୃତି ଜାଲିର ଉପରକୁ ଥିଲା। ଅନ୍ୟ ମୁଣ୍ତାଳିରେ ଚତୁର୍ଦ୍ଦିଗରେ ଧାଡ଼ି ଧାଡ଼ି ହୋଇ 200ଟି ଡାଳିମ୍ବାକୃତି ଥିଲା।


Swiv nou:

Piblisite


Piblisite