Biblia Todo Logo
Bib sou entènèt

- Piblisite -




ଯିରିମୀୟ 52:11 - ପବିତ୍ର ବାଇବଲ

11 ତା'ପରେ ବାବିଲର ରାଜା ସିଦିକିୟର ଚକ୍ଷୁ ଉତ୍ପାଟନ କରି, ତାକୁ ଶୃଙ୍ଖଳବଦ୍ଧ କରି ବାବିଲକୁ ନେଇଗଲା ଓ କାରାଗାରରେ ନିକ୍ଷେପ କଲା। ସେ ମୃତ୍ୟୁ ପର୍ଯ୍ୟନ୍ତ କାରାଗାରରେ ରହିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆଉ, ସେ ସିଦିକୀୟର ଚକ୍ଷୁ ଉପାଡ଼ି ପକାଇଲା; ପୁଣି, ବାବିଲର ରାଜା ତାହାକୁ ଶୃଙ୍ଖଲରେ ବଦ୍ଧ କରି ବାବିଲକୁ ନେଇଗଲା ଓ ତାହାର ମୃତ୍ୟୁ ପର୍ଯ୍ୟନ୍ତ ତାହାକୁ କାରାଗାରରେ ରଖିଲା।

Gade chapit la Kopi

ଓଡିଆ ବାଇବେଲ

11 ଆଉ, ସେ ସିଦିକୀୟର ଚକ୍ଷୁ ଉପାଡ଼ି ପକାଇଲା; ପୁଣି, ବାବିଲର ରାଜା ତାହାକୁ ଶୃଙ୍ଖଳରେ ବଦ୍ଧ କରି ବାବିଲକୁ ନେଇଗଲା ଓ ତାହାର ମୃତ୍ୟୁୁ ପର୍ଯ୍ୟନ୍ତ ତାହାକୁ କାରାଗାରରେ ରଖିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆଉ, ସେ ସିଦିକୀୟର ଚକ୍ଷୁ ଉପାଡ଼ି ପକାଇଲା; ପୁଣି, ବାବିଲର ରାଜା ତାହାକୁ ଶୃଙ୍ଖଳରେ ବଦ୍ଧ କରି ବାବିଲକୁ ନେଇଗଲା ଓ ତାହାର ମୃତ୍ୟୁୁ ପର୍ଯ୍ୟନ୍ତ ତାହାକୁ କାରାଗାରରେ ରଖିଲା।

Gade chapit la Kopi




ଯିରିମୀୟ 52:11
7 Referans Kwoze  

ସେ ଖସିଯିବା ପାଇଁ ଚେଷ୍ଟା କରିବ, କିନ୍ତୁ ଆମ୍ଭେ ତା’ ପାଇଁ ଆମ୍ଭର ଜାଲ ବିଚ୍ଛାଇବା ଓ ସେ ଫାନ୍ଦରେ ପଡ଼ିଯିବ। ଏବଂ ଆମ୍ଭେ ତାକୁ କ‌‌ଲ୍‌‌‌‌ଦୀୟ ଲୋକମାନଙ୍କର ଦେଶ ବାବିଲକୁ ନେଇଯିବା। ଆଉ ସେ ସେହି ସ୍ଥାନରେ ମରିବ କିନ୍ତୁ ସେ ତାହା ଦେଖି ପାରିବ ନାହିଁ।


ପୁଣି ସେ ସିଦିକିୟର ଚକ୍ଷୁ ଉପାଡ଼ି ତାକୁ ବାବିଲକୁ ନେବାକୁ ପିତ୍ତଳ ଶୃଙ୍ଖଳରେ ବାନ୍ଧିଲେ।


ସଦାପ୍ରଭୁ ମୋର ପ୍ରଭୁ, ଏହି କଥା କହନ୍ତି, “ମୁଁ ଜୀବିତ ଥିବା ପ୍ରମାଣେ ରାଜା ବାବିଲରେ ମୃତ୍ୟୁବରଣ କରିବ, ଯେହେତୁ ସେ ରାଜା ବିରୁଦ୍ଧରେ ବିଦ୍ରୋହ କଲା, ଯିଏ ତାକୁ ସିଂହାସନରେ ସ୍ଥାପନ କରିଥିଲେ, ସେ ତାଙ୍କ ସହିତ କରିଥିବା ପ୍ରତିଜ୍ଞା ଭଙ୍ଗ କଲେ।


ଏସବୁ ଘଟିଲା ପରେ’” ସଦାପ୍ରଭୁ କହନ୍ତି, “‘ଆମ୍ଭେ ଯିହୁଦା ରାଜା ସିଦିକିୟଙ୍କୁ, ତାହାର ଦାସଗଣଙ୍କୁ ଓ ତାହାର ଲୋକମାନଙ୍କୁ ଯେଉଁମାନେ ମହାମାରୀ, ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖ‌ଦ୍‌ନିତ୍ସରଙ୍କ ହସ୍ତରେ, ସେମାନଙ୍କ ଶତ୍ରୁଗଣ ହସ୍ତରେ ଓ ସେମାନଙ୍କ ପ୍ରାଣନାଶକାରୀଙ୍କ ହସ୍ତରେ ସମର୍ପଣ କରିବା। ଆଉ ସେମାନେ ସେମାନଙ୍କୁ ଦୟା, କରୁଣା ଓ କ୍ଷମା ନ କରି ‌‌ଖ‌ଡ଼୍‌ଗରେ ବଧ କରିବେ।’


ସଦାପ୍ରଭୁ ଉଦ୍ୟାନସ୍ଥ ତମ୍ବୁ ପରି ସେମାନଙ୍କର ଆବାସ କୁଡ଼ିଆକୁ ନଷ୍ଟ କରି ଦେଇଛନ୍ତି। ସେ ଆପଣା ସାମାଜିକ ଉପାସନା ସ୍ଥାନକୁ ନଷ୍ଟ କରିଦେଇଅଛନ୍ତି। ସଦାପ୍ରଭୁ ସିୟୋନରେ ମହାସଭା ଓ ବିଶ୍ରାମ ଦିନ ବିସ୍ତୃତ କରାଇ ଅଛନ୍ତି। ଆଉ ଆପଣା ପ୍ରଚଣ୍ଡ କ୍ରୋଧରେ ରାଜା ଓ ଯାଜକମାନଙ୍କୁ ତୁଚ୍ଛ କରିଛନ୍ତି।


ସେମାନେ ଅସ୍ତ୍ରଶସ୍ତ୍ର, ରଥ ଓ ଅଶ୍ୱ ସହିତ ସମସ୍ତ ଗୋଷ୍ଠୀଗଣକୁ ଧରି ତୁମ୍ଭ ବିରୁଦ୍ଧରେ ଆସିବେ। ସେମାନେ ଚର୍ମ, ଢାଲ ଓ ଟୋପର ଧରି ଚତୁର୍ଦ୍ଦିଗରେ ତୁମ୍ଭ ବିରୁଦ୍ଧରେ ବେଢ଼ିଯିବେ। ମୁଁ ତୁମ୍ଭକୁ ଦଣ୍ଡ ଦେବା ପାଇଁ ସେମାନଙ୍କୁ ପ୍ରୟୋଗ କରିବି ଓ ସେମାନେ ସେମାନଙ୍କର ବିଧି ଅନୁସାରେ ତୁମ୍ଭର ଶାସ୍ତି ବିଧାନ କରିବେ।


Swiv nou:

Piblisite


Piblisite