Biblia Todo Logo
Bib sou entènèt

- Piblisite -




ଯିରିମୀୟ 51:8 - ପବିତ୍ର ବାଇବଲ

8 ବାବିଲ ଅକସ୍ମାତ୍ ପତିତ ଓ ବିନଷ୍ଟ ହୋଇଛି। ତାହା ପାଇଁ କ୍ରନ୍ଦନ କର, ତାହାର ବେଦନା ପାଇଁ ଔଷଧ ଦିଅ। ସେ ହୁଏତ ସୁସ୍ଥ ହୋଇ ପାରିବ

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ବାବିଲ ଅକସ୍ମାତ୍ ପତିତ ଓ ବିନଷ୍ଟ ହୋଇଅଛି; ତାହା ପାଇଁ ହାହାକାର କର; ତାହାର ବେଦନାର ପାଇଁ ଔଷଧ ନିଅ , କେଜାଣି ସେ ସୁସ୍ଥ ହୋଇ ପାରିବ।

Gade chapit la Kopi

ଓଡିଆ ବାଇବେଲ

8 ବାବିଲ ଅକସ୍ମାତ୍‍ ପତିତ ଓ ବିନଷ୍ଟ ହୋଇଅଛି; ତାହା ପାଇଁ ହାହାକାର କର; ତାହାର ବେଦନାର ପାଇଁ ଔଷଧ ନିଅ, କେଜାଣି ସେ ସୁସ୍ଥ ହୋଇ ପାରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ବାବିଲ ଅକସ୍ମାତ୍‍ ପତିତ ଓ ବିନଷ୍ଟ ହୋଇଅଛି; ତାହା ପାଇଁ ହାହାକାର କର; ତାହାର ବେଦନାର ପାଇଁ ଔଷଧ ନିଅ, କେଜାଣି ସେ ସୁସ୍ଥ ହୋଇ ପାରିବ।

Gade chapit la Kopi




ଯିରିମୀୟ 51:8
20 Referans Kwoze  

“ହେ ମିଶରର ଅନୂଢ଼ା କନ୍ୟା, ତୁମ୍ଭେ ଗିଲିୟଦଠାରୁ ଔଷଧ ନିଅ। ମାତ୍ର ତୁମ୍ଭେ ଯାହା ଔଷଧ ନେଲେ ମଧ୍ୟ ତାହା ବ୍ୟର୍ଥ ହେବ, ତୁମ୍ଭେ ଆରୋଗ୍ୟ ହେବ ନାହିଁ।


ଆଉ ଦେଖ, ଏଠି ଏକଦଳ ଲୋକ ଓ ଅଶ୍ୱାରୋହୀ ସୈନ୍ୟ ଆସୁଛନ୍ତି।” ତା'ପରେ ଜଣେ ଦୂତ କହିଲା, “ବାବିଲ ପରାସ୍ତ ହୋଇଛି ଓ ବାବିଲର ପତନ ହୋଇଛି। ତା'ର ପ୍ରତିମାଗୁଡ଼ିକ ଭାଙ୍ଗି ଭୂମିସାତ୍ ହୋଇଛି।”


ତା'ପରେ ଦ୍ୱିତୀୟ ଦୂତ ଜଣକ, ପ୍ରଥମ ସ୍ୱର୍ଗଦୂତଙ୍କୁ ଅନୁସରଣ କରି କହିଲେ, “ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦେଖାଇ ଭ୍ରଷ୍ଟାଗ୍ଭର କାମ ଓ ପରମେଶ୍ୱରଙ୍କ କ୍ରୋଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହୋଇଯାଇଛି।”


ସେ ଦୂତ ବହୁତ ଉଚ୍ଚ ସ୍ୱରରେ ପାଟିକରି କହିଲେ: “ତା'ର ପତନ ହେଲା। ମହାନଗରୀ ବାବିଲର ପତନ ହୋଇଗଲା। ତାହା ଭୂତମାନଙ୍କର ବାସସ୍ଥଳୀ ହେଲା। ତାହା ପ୍ରତ୍ୟେକ ଭୂତାତ୍ମା, ପ୍ରତ୍ୟେକ ପ୍ରକାରର ଶୁଚି ପକ୍ଷୀ ଏବଂ ପ୍ରତ୍ୟେକ ଅଶୁଚି ତଥା ଘୃଣ୍ୟ ପଶୁଙ୍କ ଆଶ୍ରୟସ୍ଥଳ ହେଲା।


“ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଗ୍ଭର କର। ଧ୍ୱଜା ଉଠାଇ ପ୍ରଗ୍ଭର କର ଓ ଗୋପନ ନ ରଖି କୁହ, ‘ବାବିଲ ହସ୍ତଗତ ହେଲା, ବେଲ ଲଜ୍ଜିତ ହେଲା; ମରୋଦକ ବିସ୍ମିତ ହେଲା; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦେବତା ସକଳ ବିସ୍ମିତ ହେଲେ।’


“ମୋୟାବ ଧ୍ୱଂସପ୍ରାପ୍ତ ହୋଇ ଲଜ୍ଜିତ ହୋଇଅଛି। ତେଣୁ ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର। ମୋୟାବ ଧ୍ୱଂସ ହୋଇଅଛି ବୋଲି ଅର୍ଣ୍ଣୋନରେ ପ୍ରଗ୍ଭର କର।


ହେ ନୀନିବୀ, ତୁମ୍ଭେ ଭୟଙ୍କର ଭାବରେ କ୍ଷତ ବିକ୍ଷତ ହୋଇଛ। କିଛି ତୁମ୍ଭର କ୍ଷତକୁ ଆରୋଗ୍ୟ କରି ପାରିବ ନାହିଁ। ଯେକେହି ତୁମ୍ଭ ବିଷୟରେ ସମ୍ବାଦ ଶୁଣେ ସେମାନେ ତାଳି ମାରନ୍ତି। ସେମାନେ ସମସ୍ତେ ଖୁସୀ ହୁଅନ୍ତି କାରଣ ସେମାନେ ସମସ୍ତେ ତୁମ୍ଭମାନଙ୍କର ଭୁଲ୍ ଯୋଗୁଁ ସର୍ବଦା ପୀଡ଼ିତ ହେଉଛନ୍ତି।


ପୁଣି ମାଦୀୟ ଦାରିୟାବସ ରାଜ୍ୟ ପ୍ରାପ୍ତ ହେଲା। ସେ ସମୟରେ ତାହାର ବୟସ ବାଷଠି ବର୍ଷ ହୋଇଥିଲା।


ତେଣୁ ସେହି କାରଣରୁ ପରମେଶ୍ୱରଙ୍କର ହସ୍ତ ପ୍ରେରିତ ଲିଖିତ ହେଲା ଓ ଏହି ଲେଖା ଲିଖିତ ହେଲା।


“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “‘ତୁମ୍ଭେମାନେ ବିଳାପ କରି କୁହ, “ହାୟ ହାୟ, ସେହି ଭୟଙ୍କର ଦିନ ଆସୁଛି।”


“ଶେଶକ” କିପରି ଅନ୍ୟମାନଙ୍କ ଦ୍ୱାରା ନିଆଗଲା ଓ ସମଗ୍ର ପୃଥିବୀର ପ୍ରଶଂସାର ପାତ୍ର କିପରି ହଠାତ୍ ଧରା ପଡ଼ିଅଛି, ବାବିଲ କେମିତି ଅନ୍ୟ ଦେଶମାନଙ୍କ ପାଇଁ ଏକ ଭୟର ପାତ୍ର ହୋଇଅଛି।


ତେଣୁ ଆମ୍ଭେ ମୋୟାବ ପାଇଁ ଓ ତା'ର ସମସ୍ତ ନିବାସୀ ପାଇଁ ହାହାକାର କରିବା। ଆଉ କୀର୍ହେରସର ଲୋକମାନଙ୍କ ପାଇଁ ମଧ୍ୟ ଆମ୍ଭେ ଶୋକ କରିବା।


ଗିଲିୟଦରେ ଔଷଧ ଅଛି ଓ ସେଠାରେ ବୈଦ୍ୟମାନେ ମଧ୍ୟ ଅଛନ୍ତି। ତେବେ ମୋର ଆଘାତପ୍ରାପ୍ତ ଲୋକମାନେ କାହିଁକି ଆରୋଗ୍ୟଲାଭ କରୁ ନାହାନ୍ତି?


ଏ ଉଭୟ ଘଟଣା ସହସା ଏକ ମୁହୂର୍ତ୍ତରେ ଘଟିବ। ପ୍ରଥମେ ସନ୍ତାନ ବିରହ ଓ ପରେ ବୈଧବ୍ୟ ତୁମ୍ଭ ପ୍ରତି ଘଟିବ। ତୁମ୍ଭର ଅପାର ଶକ୍ତିଶାଳୀ କୌଶଳ ଓ ମାୟାବୀତ୍ୱ କିଛି ସାହାଯ୍ୟ କରିବ ନାହିଁ। ଏ ଦୁଇଟି ସମ୍ପୂର୍ଣ୍ଣ ପରିମାଣରେ ତୁମ୍ଭ ପ୍ରତି ଘଟିବ।


“ତେଣୁ ତୁମ୍ଭ ପ୍ରତି ଦୁର୍ଦ୍ଦଶା ଘଟିବ; ତୁମ୍ଭେ ଜାଣିବ ନାହିଁ ଏହା କେତେବେଳେ ଘଟିବ। ତୁମ୍ଭ ଉପରେ ବିପଦ ପଡ଼ିବ ମାତ୍ର ତୁମ୍ଭେ ତାହା ଦୂର କରି ପାରିବ ନାହିଁ। ତୁମ୍ଭେ ଏତେ ଶୀଘ୍ର ବିନାଶ ହେବ, ତାହା ତୁମ୍ଭେ ଜାଣିବ ନାହିଁ।


Swiv nou:

Piblisite


Piblisite