Biblia Todo Logo
Bib sou entènèt

- Piblisite -




ଯିରିମୀୟ 51:54 - ପବିତ୍ର ବାଇବଲ

54 “ଆମ୍ଭେ ବାବିଲରୁ କ୍ରନ୍ଦନର ରବ ଶୁଣିପାରୁଛୁ ଓ କ‌‌ଲ୍‌‌ଦୀୟମାନଙ୍କ ଦେଶରୁ ମନ ବିନାଶର ଶବ୍ଦ ଶୁଣିପାରୁଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

54 ବାବିଲରୁ କ୍ରନ୍ଦନର ରବ ଓ କଲ୍ଦୀୟମାନଙ୍କ ଦେଶରୁ ମହାବିନାଶର ଶଦ୍ଦ ଉଠୁଅଛି !

Gade chapit la Kopi

ଓଡିଆ ବାଇବେଲ

54 ବାବିଲରୁ କ୍ରନ୍ଦନର ରବ ଓ କଲ୍‍ଦୀୟମାନଙ୍କ ଦେଶରୁ ମହାବିନାଶର ଶବ୍ଦ ଉଠୁଅଛି !

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

54 ବାବିଲରୁ କ୍ରନ୍ଦନର ରବ ଓ କଲ୍‍ଦୀୟମାନଙ୍କ ଦେଶରୁ ମହାବିନାଶର ଶବ୍ଦ ଉଠୁଅଛି!

Gade chapit la Kopi




ଯିରିମୀୟ 51:54
10 Referans Kwoze  

“ଦେଶସାରା ସଂଗ୍ରାମର ଓ ମହା ବିନାଶର ଶବ୍ଦ ଶୁଣାଯାଉଛି।


ବାବିଲର ପତନ ଘଟିବ ଓ ସେହି ପତନରେ ପୃଥିବୀ ପ୍ରକମ୍ପିତ ହେବ। ପୃଥିବୀର ସମସ୍ତ ଗୋଷ୍ଠୀ ସେହି କ୍ରନ୍ଦନର ଶବ୍ଦ ଶୁଣିବେ।


ସଦାପ୍ରଭୁ ମଧ୍ୟ କହିଲେ, “ସେହି ସମୟରେ ଯିରୁଶାଲମର ମତ୍ସ୍ୟ ଦ୍ୱାରଠାରେ ସାହାଯ୍ୟ ପାଇଁ ଡାକୁଥିବେ। ଲୋକମାନେ ସହରର ଅନ୍ୟ ପାର୍ଶ୍ୱରେ ମଧ୍ୟ ସାହାଯ୍ୟ ପାଇଁ ଚିତ୍କାର କରୁଥିବେ। ସେମାନେ ମଧ୍ୟ ପାହାଡ଼ମାନଙ୍କରୁ ଖୁବ୍ ଜୋ‌ର୍‌ରେ ଶବ୍ଦ ଶୁଣିବେ।


ଆଉ ବାବିଲର ରାଜା ସେମାନଙ୍କ ବିଷୟରେ ଶୁଣିଲେ ଓ ଭୟଭୀତ ହୋଇପଡ଼ିଲେ। ସେ ଏତେ ଦୁର୍ବଳ ହେଲେ ଯେ ତାଙ୍କର ହାତ ଗ୍ଭଲିଲା ନାହିଁ ଓ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ୟ ବେଦନା ଓ ଯନ୍ତ୍ରଣା ଅନୁଭବ କଲେ।”


ତାହାର ବୃଷଭ ସବୁକୁ ବଧ କର। ସେସବୁ ବଧ ସ୍ଥାନକୁ ଯାଆନ୍ତୁ। ସେମାନେ ସନ୍ତାପର ପାତ୍ର, କାରଣ ସେମାନଙ୍କର ଦିନ ଓ ପ୍ରତିଫଳର ସମୟ ଉପସ୍ଥିତ ହେଲା।


ମୋର ହୃଦୟ ମୋୟାବ ପାଇଁ ବିଳାପ କରୁଛି। ଲୋକମାନେ ଇଗ୍ଲତ୍-ଇଲୀଶୀୟା ଓ ଦୂରସ୍ଥ ସୋୟରକୁ ନିରାପତ୍ତା ପାଇଁ ପଳାୟନ କରୁଛନ୍ତି। ସେମାନେ ରୋଦନ କରି କରି ଲୂହୀତ-ଘାଟୀ ଉପରକୁ ଉଠୁଛନ୍ତି। ହୋରୋନୟିମ ପଥରେ ଯାଉଥିଲା ବେଳେ ଉଚ୍ଚ ସ୍ୱରରେ ବିଳାପ କରୁଛନ୍ତି।


ଶୁଷ୍କ ଦେଶରେ ତାପକୁ ଦୂର କଲାପରି ବିଦେଶୀମାନଙ୍କର କୋଳାହଳକୁ ତୁମେ ନିବାରଣ କରିବ। ମେଘରେ ଛାୟା ଯେପରି ଗରମ ଦିନରେ ତାପକୁ କୋମଳ କରେ, ତୁମ୍ଭେ ପରମେଶ୍ୱର ଭୟଙ୍କର ଲୋକମାନଙ୍କର ଗୀତକୁ ବନ୍ଦ କରିବ।


Swiv nou:

Piblisite


Piblisite