Biblia Todo Logo
Bib sou entènèt

- Piblisite -




ଯିରିମୀୟ 51:50 - ପବିତ୍ର ବାଇବଲ

50 ହେ ‌‌ଖ‌ଡ଼୍‌ଗରୁ ବଞ୍ଚିତ ଲୋକମାନେ, ତୁମ୍ଭେମାନେ ଗ୍ଭଲିଯାଅ, ସ୍ଥିର ହୋଇ ଠିଆ ହୁଅ ନାହିଁ। ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ଯିରୁଶାଲମକୁ ମନେ ପକାଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

50 ହେ ଖଡ଼୍‍ଗରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଚାଲିଯାଅ, ସ୍ଥିର ହୋଇ ଠିଆ ହୁଅ ନାହିଁ ! ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ଯିରୂଶାଲମ ତୁମ୍ଭମାନଙ୍କ ମନରେ ପଡ଼ୁ।

Gade chapit la Kopi

ଓଡିଆ ବାଇବେଲ

50 ହେ ଖଡ୍ଗରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଚାଲିଯାଅ, ସ୍ଥିର ହୋଇ ଠିଆ ହୁଅ ନାହିଁ ! ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ଯିରୂଶାଲମ ତୁମ୍ଭମାନଙ୍କ ମନରେ ପଡ଼ୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

50 ହେ ଖଡ୍ଗରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଚାଲିଯାଅ, ସ୍ଥିର ହୋଇ ଠିଆ ହୁଅ ନାହିଁ! ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ଯିରୂଶାଲମ ତୁମ୍ଭମାନଙ୍କ ମନରେ ପଡ଼ୁ।

Gade chapit la Kopi




ଯିରିମୀୟ 51:50
24 Referans Kwoze  

‌‌ଖ‌ଡ଼୍‌ଗରୁ ରକ୍ଷା ପାଇ ଅଳ୍ପ କେତେକ ଲୋକ ମିଶରରୁ ଯିହୁଦାକୁ ଫେରିଯିବେ। ତହିଁରେ ଯେଉଁମାନେ ପ୍ରବାସ କରିବା ପାଇଁ ମିଶର ଦେଶକୁ ଯାଇଅଛନ୍ତି, ଯିହୁଦାର ସେହି ଅବଶିଷ୍ଟାଂଶ ଲୋକେ, ସେମାନେ ଜାଣିବେ କାହାର ବାକ୍ୟ ବିଶ୍ୱାସ ଯୋଗ୍ୟ, ମୋର ନା ସେମାନଙ୍କର।”


ଯିରୁଶାଲମରେ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କର। “ମୁଁ ଆଶାକରେ ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ସେମାନେ ସେଠାରେ ଶାନ୍ତି ପାଇବେ।


ତା'ପରେ ମୁଁ ସ୍ୱର୍ଗରୁ ଆଉ ଏକ ସ୍ୱର ଶୁଣିଲି “ହେ ମୋର ଲୋକମାନେ, ତୁମ୍ଭେମାନେ ସେହି ନଗରରୁ ବାହାରି ଆସ, ତୁମ୍ଭେମାନେ ବାହାରି ଆସିଲେ, ତା'ର ପାପରେ ଭାଗୀଦାର ହେବ ନାହିଁ ଓ ତାହାର କ୍ଳେଶର ସହଭାଗୀ ହେବ ନାହିଁ।


ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ବାବିଲରୁ ପଳାଇ ଯାଅ। ପ୍ରତ୍ୟେକ ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧରୁ ନିଜକୁ ରକ୍ଷା କର।


ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ, ଆନନ୍ଦ ଗାନ କରି ସିୟୋନରେ ଉପସ୍ଥିତ ହେବେ। ଚିର ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ। ସେମାନେ ଆନନ୍ଦ ଓ ଉଲ୍ଲାସ ପ୍ରାପ୍ତ ହେବେ ଏବଂ ଦୁଃଖ ଶୋକ ସୁଦୂରଗାମୀ ହେବ।


ବାବିଲରୁ ପଳାୟନ କର ଓ ତୁମ୍ଭମାନଙ୍କର ନିଜ ନିଜ ପ୍ରାଣ ରକ୍ଷା କର। ଆଉ ତାହାର ଅଧର୍ମରେ ଉଚ୍ଛିନ୍ନ ହୁଅ ନାହିଁ। କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ସମୟ ଓ ସେ ସେମାନଙ୍କୁ ତା'ର ପ୍ରତିଫଳ ଦେବେ।


“ତୁମ୍ଭେମାନେ ବାବିଲରୁ ପଳାଅ ଓ କ‌‌ଲ୍‌‌ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ। ଆଉ ପଲର ଅଗ୍ରଗାମୀ ଛାଗ ସ୍ୱରୂପ ହୁଅ।


“ତୁମ୍ଭେ ସ୍ଥାନେ ସ୍ଥାନେ ଆପଣା ପାଇଁ ପଥଚିହ୍ନ ରଖ ଓ ପଥ ପ୍ରଦର୍ଶକ ସ୍ତମ୍ଭ ନିର୍ମାଣ କର। ଯେଉଁ ରାଜପଥରେ ତୁମ୍ଭେ ଗମନ କରିଥିଲ ସେହି ପଥରେ ମନୋନିବେଶ କର। ହେ ଇସ୍ରାଏଲ କୁମାରୀ, ଫେରି ଆସ, ତୁମ୍ଭର ନଗରଗୁଡ଼ିକୁ ଫେରି ଆସ।


ତୁମ୍ଭେ ନିଜ ଦେହର ଧୂଳି ଝାଡ଼ି ଦିଅ, ହେ ସିୟୋନର ବନ୍ଦୀନି କନ୍ୟା ଯିରୁଶାଲମ! ଉଠ, ତୁମ୍ଭ ଗଳାର ସେ ବନ୍ଧନକୁ ଢିଲା କର।


ହେ ମୋର ସନ୍ତାନଗଣ, ତୁମ୍ଭେମାନେ ବାବିଲରୁ ବାହାରି ଯାଅ, କ‌‌ଲ୍‌‌ଦୀୟମାନଙ୍କ ମଧ୍ୟରୁ ପଳାୟନ କର; ତୁମ୍ଭେମାନେ ଆନନ୍ଦ ଧ୍ୱନି କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ବିଖ୍ୟାତ କର; ତୁମ୍ଭେମାନେ କୁହ, “ସଦାପ୍ରଭୁ ନିଜର ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।”


ଏବଂ ବଞ୍ଚି ରହିଥିବା ଲୋକମାନଙ୍କୁ ଯେଉଁମାନଙ୍କୁ ଗୋଷ୍ଠୀୟମାନଙ୍କୁ ବନ୍ଦୀରୂପେ ନିଆଯିବ, ସେମାନେ ମୋତେ ମନେ ରଖିବେ ଏବଂ ଆମ୍ଭେ ସେମାନଙ୍କର ବ୍ୟଭିଗ୍ଭରୀ ହୃଦୟକୁ କିପରି ଦୁଃଖରେ ପୂର୍ଣ୍ଣ କଲୁ, ଯାହା ଆମ୍ଭଠାରୁ ଦୂରେଇ ଗଲା ଏବଂ ସେମାନଙ୍କର ବ୍ୟଭିଗ୍ଭରୀ ଆଖି ଯାହା ସେମାନଙ୍କର ମୂର୍ତ୍ତିସବୁକୁ ଅନୁସରଣ କଲା। ସେମାନେ ନିଜେ କରିଥିବା କୁକର୍ମ ପାଇଁ ଓ ସେମାନଙ୍କର ଘୃଣ୍ୟ ବ୍ୟବହାର ପାଇଁ ନିଜକୁ ଘୃଣା କରିବେ।


ତା'ପରେ ସେହି ଲୋକମାନେ ଏକତ୍ରିତ ହୋଇ ଦାନିୟେଲ ନିକଟକୁ ଗଲେ ଓ ତାଙ୍କୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ନିବେଦନ କରୁଥିବାର ଦେଖିଲେ।


Swiv nou:

Piblisite


Piblisite