Biblia Todo Logo
Bib sou entènèt

- Piblisite -

ଯିରିମୀୟ 51:46 - ପବିତ୍ର ବାଇବଲ

46 “ତୁମ୍ଭେମାନେ ନିଜ ନିଜ ହୃଦୟକୁ ଦୁର୍ବଳ କର ନାହିଁ। କି ଦେଶ ମଧ୍ୟରେ ହେଉଥିବା ଜନରବକୁ ଶୁଣି ଭୀତ ହୁଅ ନାହିଁ। କାରଣ ଏ ବର୍ଷ ଏକ ଜନରବ ଉଠିବ ଓ ଅନ୍ୟ ବର୍ଷ ଅନ୍ୟ ଜନରବ ହେବ। ପୁଣି ସେ ଜନରବ ଭୟଙ୍କର ଯୁଦ୍ଧ ବିଷୟରେ ହେବ ଓ ଜଣେ ଶାସକ ଅନ୍ୟ ଏକ ଶାସକର ବିପକ୍ଷ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

46 ପୁଣି, ତୁମ୍ଭେମାନେ ଆପଣା ହୃଦୟକୁ କ୍ଷୀଣ ହେବାକୁ ଦିଅ ନାହିଁ, କିଅବା ଦେଶ ମଧ୍ୟରେ ଯେଉଁ ଜନରବ ଶୁଣାଯିବ, ତହିଁ ସକାଶୁ ଭୀତ ହୁଅ ନାହିଁ; କାରଣ ଏକ ବର୍ଷ ଏକ ଜନରବ ଉଠିବ, ଅନ୍ୟ ବର୍ଷ ଅନ୍ୟ ଏକ ଜନରବ ଉଠିବ, ପୁଣି ଦେଶରେ ଦୌରାତ୍ମ୍ୟ ଓ ଶାସନକର୍ତ୍ତା ଶାସନକର୍ତ୍ତାର ବିପକ୍ଷ ହେବ।

Gade chapit la Kopi

ଓଡିଆ ବାଇବେଲ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

46 ପୁଣି, ତୁମ୍ଭେମାନେ ଆପଣା ହୃଦୟକୁ କ୍ଷୀଣ ହେବାକୁ ଦିଅ ନାହିଁ, କିଅବା ଦେଶ ମଧ୍ୟରେ ଯେଉଁ ଜନରବ ଶୁଣାଯିବ, ତହିଁ ସକାଶୁ ଭୀତ ହୁଅ ନାହିଁ; କାରଣ ଏକ ବର୍ଷ ଏକ ଜନରବ ଉଠିବ, ଅନ୍ୟ ବର୍ଷ ଅନ୍ୟ ଏକ ଜନରବ ଉଠିବ, ପୁଣି ଦେଶରେ ଦୌରାତ୍ମ୍ୟ ଓ ଶାସନକର୍ତ୍ତା ଶାସନକର୍ତ୍ତାର ବିପକ୍ଷ ହେବ।

Gade chapit la Kopi

ଯିରିମୀୟ 51:46
16 Referans Kwoze  

ପରମେଶ୍ୱର କୁହନ୍ତି, “ମିଶରୀୟମାନେ ଆପଣା ଆପଣା ବିରୁଦ୍ଧରେ ଯୁଦ୍ଧ କରିବେ, ମୁଁ ତା'ର କାରଣ ହେବି। ଲୋକେ ସେମାନଙ୍କ ଭାଇ ବିପକ୍ଷରେ ସଂଗ୍ରାମ କରିବେ। ପଡ଼ୋଶୀ ପଡ଼ୋଶୀ ମଧ୍ୟରେ ଯୁଦ୍ଧ ହେବ। ନଗର ନଗର ମଧ୍ୟରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଲଢ଼ିବେ।

ଦେଖ, ମୁଁ ତାଙ୍କ ମଧ୍ୟରେ ଏକ ଆତ୍ମା ଦେବି ଓ ସେ ଏକ ଜନରବ ଶୁଣିବ ଏବଂ ତା'ର ଦେଶକୁ ଫେରିଯିବ, ଆଉ ମୁଁ ତାକୁ ତା'ର ନିଜ ଦେଶରେ ‌‌ଖ‌ଡ଼୍‌ଗ ଦ୍ୱାରା ବଧ କରିବି।’”

ଯେତେବେଳେ ଏସବୁ ଘଟଣା ଘଟିବା ଆରମ୍ଭ ହୋଇଯିବ, ତୁମ୍ଭେମାନେ ଭୟ କରିବ ନାହିଁ। ଉପରକୁ ଗ୍ଭହିଁ ଖୁସୀ ହେବ, ଆଦୌ ବ୍ୟସ୍ତ ହେବ ନାହିଁ। କାରଣ ତୁମ୍ଭମାନଙ୍କର ମୁକ୍ତି ସମୟ ପାଖ ହୋଇଗଲାଣି ବୋଲି ଏଥିରୁ ଜାଣିବ।”

ଅମ୍ମୋନୀୟ ଓ ମୋୟାବୀୟମାନେ ସେୟୀର ପାର୍ବତ୍ୟାଞ୍ଚଳର ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ଆରମ୍ଭ କରିଦେଲେ। ଅମ୍ମୋନୀୟ ଓ ମୋୟାବୀୟମାନେ ସେୟୀର ପାର୍ବତ୍ୟାଞ୍ଚଳର ଲୋକଙ୍କୁ ହତ୍ୟା ଓ ବିନାଶ କଲେ। ସେମାନେ ସେୟୀରର ଲୋକମାନଙ୍କୁ ହତ୍ୟା କରିବା ପରେ, ପରସ୍ପରକୁ ହତ୍ୟା କଲେ।

ଯେତେବେଳେ ଗିଦିୟୋନର 300 ସୈନିକମାନେ ସେମାନଙ୍କର ତୂରୀଗୁଡ଼ିକ ବଜାଇଲେ। ସଦାପ୍ରଭୁ ମିଦିୟନୀୟମାନଙ୍କୁ ସେମାନଙ୍କ ନିଜ ନିଜ ମଧ୍ୟରେ ‌‌ଖ‌ଡ଼୍‌ଗ ଦ୍ୱାରା ଯୁଦ୍ଧ କରାଇଲେ। ସେଥିରେ ସୈନ୍ୟଦଳ ସରୋଦାଆଡ଼େ, ବୈଥ୍‌ଶିଟା ପର୍ଯ୍ୟନ୍ତ ଟବ୍ବତ ନିକଟସ୍ଥ ଆବେଲ୍ ମହୋଲାର ସୀମା ପର୍ଯ୍ୟନ୍ତ ପଳାୟନ କଲେ।

“ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ କିଅବା ହେ ଇସ୍ରାଏଲ ତୁମ୍ଭେ ନିରାଶ ହୁଅ ନାହିଁ। ଆମ୍ଭେ ଦୂର ଦେଶରୁ ତୁମ୍ଭକୁ ଓ ବନ୍ଦୀ ଅବସ୍ଥାରୁ ତୁମ୍ଭ ବଂଶକୁ ଉଦ୍ଧାର କରିବା। ତହିଁରେ ଯାକୁବ ଫେରି ଆସି ନିର୍ଭୟ ଓ ନିଶ୍ଚିତରେ ରହିଲା। ଆଉ କେହି ତାହାକୁ ଭୟ ଦେଖାଇଲେ ନାହିଁ।”

ପରମେଶ୍ୱର ମୋର ହୃଦୟକୁ ଦୁର୍ବଳ କରିଛନ୍ତି। ମୁଁ ସାହସ ହରାଇ ଦେଉଛି। ସର୍ବଶକ୍ତିମାନ ପରମେଶ୍ୱର ମୋତେ ଭୟଭୀତ କରୁଛନ୍ତି।

ବିପଦ ଦିନରେ ତୁମ୍ଭେ ଯଦି ଭୀରୁ ଦେଖାଇବ, ତେବେ ତୁମ୍ଭର ଶକ୍ତି କ୍ଷୀଣ ହେବ।

“ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ପୂର୍ବ ଦିଗରୁ ତୁମ୍ଭର ସନ୍ତାନଗଣଙ୍କୁ ଆଣିବା ଓ ପୂର୍ବଦିଗରୁ ତୁମ୍ଭକୁ ଆଣିବା।

ସଦାପ୍ରଭୁ କହନ୍ତି, “ହେ ମୋର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ। କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ, ଯେଉଁମାନଙ୍କରୁ ଆମ୍ଭେ ତୁମ୍ଭକୁ ତଡ଼ି ଦେଇଅଛୁ, ଆମ୍ଭେ ସେମାନଙ୍କୁ ସଂହାର କରିବା। ମାତ୍ର ଆମ୍ଭେ ତୁମ୍ଭକୁ ସଂହାର କରିବା ନାହିଁ। ଆମ୍ଭେ ତୁମ୍ଭକୁ ବିବେଚନା ପୂର୍ବକ ଶାସ୍ତି ଦେବା। ମାତ୍ର ତୁମ୍ଭକୁ ଦଣ୍ଡ ନ ଦେଇ ଛାଡ଼ିବା ନାହିଁ।”

Swiv nou:

Piblisite

Piblisite