Biblia Todo Logo
Bib sou entènèt

- Piblisite -




ଯିରିମୀୟ 51:32 - ପବିତ୍ର ବାଇବଲ

32 ପୁଣି ତା'ର ନଦୀପାର ଘାଟସବୁ ଅଧିକୃତ ହୋଇଅଛି ଓ ନଳବଣ ସବୁ ଅଗ୍ନିରେ ଦ‌ଗ୍‌ଧିଭୂତ ହୋଇଅଛି। ଆଉ ତା'ର ଯୋଦ୍ଧାଗଣ ଭୟଭୀତ ହୋଇଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 ପୁଣି, ପାରଘାଟସବୁ ହସ୍ତଗତ ହୋଇଅଛି, ନଳବଣସବୁ ଅଗ୍ନିରେ ଦଗ୍ଧ ଓ ଯୋଦ୍ଧାମାନେ ଭୟଗ୍ରସ୍ତ ହୋଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

32 ପୁଣି, ପାରଘାଟସବୁ ହସ୍ତଗତ ହୋଇଅଛି, ନଳବଣସବୁ ଅଗ୍ନିରେ ଦଗ୍ଧ ଓ ଯୋଦ୍ଧାମାନେ ଭୟଗ୍ରସ୍ତ ହୋଇଅଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ପୁଣି, ପାରଘାଟସବୁ ହସ୍ତଗତ ହୋଇଅଛି, ନଳବଣସବୁ ଅଗ୍ନିରେ ଦଗ୍ଧ ଓ ଯୋଦ୍ଧାମାନେ ଭୟଗ୍ରସ୍ତ ହୋଇଅଛନ୍ତି।

Gade chapit la Kopi




ଯିରିମୀୟ 51:32
7 Referans Kwoze  

ବାବିଲର ସାହସୀ ଯୋଦ୍ଧାଗଣ ଯୁଦ୍ଧରୁ ଅବସର ନେଇଅଛନ୍ତି। ସେମାନେ ନିଜ ନିଜ ଗଡ଼ ମଧ୍ୟରେ ଅଛନ୍ତି। ସେମାନଙ୍କର ଶକ୍ତି ଦୁର୍ବଳ ହୋଇଅଛି। ସେମାନେ ଭୟଭୀତା ସ୍ତ୍ରୀଲୋକମାନଙ୍କ ପରି ହୋଇଛନ୍ତି। ସେମାନଙ୍କର ବାସସ୍ଥାନ ସବୁ ଦ‌ଗ୍‌ଧ ହୋଇଛି ଓ ସେମାନଙ୍କର ନଗର ଫାଟକର ଖିଡ଼ିକିସବୁ ଭଗ୍ନ ହୋଇଅଛି।


“ଆମ୍ଭେ ଗଭୀର ଜଳକୁ ଶୁଷ୍କ ହେବାକୁ କହୁ ଓ ତୁମ୍ଭର ନଦନଦୀଗୁଡ଼ିକ ଶୁଷ୍କ କରିଦେଉ।”


“ସେମାନେ ତ ନିଜକୁ ରକ୍ଷା କରି ପାରିବେ ନାହିଁ, ସେମାନେ କୁଟାପରି ଅଗ୍ନିରେ ଦ‌ଗ୍‌ଧିଭୂତ ହେବେ। ସେମାନେ ଅଗ୍ନିଶିଖାର ବଳରୁ ନିଜକୁ ଉଦ୍ଧାର କରି ପାରିବେ ନାହିଁ। ତାହା ଏପରି ଦ‌ଗ୍‌ଧିଭୂତ ହେବ ଯେକୌଣସି ଅଙ୍ଗାର ରହିବ ନାହିଁ, ଫଳରେ ଉଷ୍ଣ ହେବାକୁ ତାହା ରହିବ ନାହିଁ।


ସମଗ୍ର ବାବିଲ ନଗର ଅଧିକୃତ ହୋଇଅଛି। ଏହି ସମ୍ବାଦ ଜଣେ ବାର୍ତ୍ତାବହ ଅନ୍ୟ ଜଣେ ବାର୍ତ୍ତାବହକୁ ଓ ଜଣେ ଦୂତ ଅନ୍ୟ ଜଣେ ଦୂତକୁ ତାହା ଜଣାଇବାକୁ ଦୌଡ଼ିବ।


କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, “ବାବିଲ ଏକ ଶସ୍ୟ ମର୍ଦ୍ଦନ ଖଳା ସ୍ୱରୂପ ଆଉ ଅଳ୍ପ ସମୟରେ ଅମଳ ସମୟ ଆସିବ।”


ନଗରର ଏକ ସ୍ଥାନ ଭଗ୍ନ ହେବାରୁ ସମସ୍ତ ଯୋଦ୍ଧା ରାତ୍ରି ସମୟରେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ୱାରପଥ ଦେଇ ପଳାଇଲେ। ସେ ସମୟରେ କ‌‌ଲ୍‌‌ଦୀୟମାନେ ନଗରର ବିରୁଦ୍ଧରେ ଚତୁର୍ଦ୍ଦିଗରେ ଘେରି ରହିଥିଲେ। ସେମାନେ ପ୍ରାନ୍ତର ଆଡ଼କୁ ପଳାୟନ କଲେ।


Swiv nou:

Piblisite


Piblisite