Biblia Todo Logo
Bib sou entènèt

- Piblisite -




ଯିରିମୀୟ 51:26 - ପବିତ୍ର ବାଇବଲ

26 ଲୋକମାନେ କୋଣ ପଥର କିଅବା ମୂଳଦୁଆ ସ୍ଥାପନ ପାଇଁ ତୁମ୍ଭଠାରୁ ପ୍ରସ୍ତର ନେବେ ନାହିଁ। କାରଣ ସଦାପ୍ରଭୁ କହନ୍ତି ତୁମ୍ଭେ ଚିରକାଳ ଧ୍ୱଂସସ୍ଥାନ ହୋଇରହିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଆଉ, ଲୋକମାନେ କୋଣ କିଅବା ଭିତ୍ତିମୂଳ ନିମନ୍ତେ ତୁମ୍ଭଠାରୁ ପ୍ରସ୍ତର ନେବେ ନାହିଁ; ମାତ୍ର ସଦାପ୍ରଭୁ କହନ୍ତି, ତୁମ୍ଭେ ଚିରକାଳ ଧ୍ଵଂସସ୍ଥାନ ହୋଇ ରହିବ।

Gade chapit la Kopi

ଓଡିଆ ବାଇବେଲ

26 ଆଉ, ଲୋକମାନେ କୋଣ କିଅବା ଭିତ୍ତିମୂଳ ନିମନ୍ତେ ତୁମ୍ଭଠାରୁ ପ୍ରସ୍ତର ନେବେ ନାହିଁ; ମାତ୍ର ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଚିରକାଳ ଧ୍ୱଂସସ୍ଥାନ ହୋଇ ରହିବ।’

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଆଉ, ଲୋକମାନେ କୋଣ କିଅବା ଭିତ୍ତିମୂଳ ନିମନ୍ତେ ତୁମ୍ଭଠାରୁ ପ୍ରସ୍ତର ନେବେ ନାହିଁ; ମାତ୍ର ସଦାପ୍ରଭୁ କହନ୍ତି, ତୁମ୍ଭେ ଚିରକାଳ ଧ୍ୱଂସସ୍ଥାନ ହୋଇ ରହିବ।

Gade chapit la Kopi




ଯିରିମୀୟ 51:26
10 Referans Kwoze  

ବାବିଲର ନଗରସବୁ ଧ୍ୱଂସ ସ୍ଥାନ, ଶୁଷ୍କଭୂମି ଓ ପ୍ରାନ୍ତର ହେବ। ତା’ ମଧ୍ୟରେ କୌଣସି ଲୋକ ବାସ କରିବେ ନାହିଁ। କିଅବା ତା’ ମଧ୍ୟଦେଇ କୌଣସି ମନୁଷ୍ୟ ସନ୍ତାନ ଗମନା ଗମନ କରିବେ ନାହିଁ।


ତା'ପରେ ବାବିଲ ଏକ ଧ୍ୱଂସ ସ୍ତୁପରେ ପରିଣତ ହେବ ଏବଂ ତାହା ଶୃଗାଳମାନଙ୍କର ବାସସ୍ଥାନ ହେବ। ଲୋକମାନେ ଏହା ଦେଖି ଆତଙ୍କିତ ହେବେ ଏବଂ ଯେତେବେଳେ ସେମାନେ ଏହା ଦେଖିବେ ‘ଶୀସ୍’ ଶବ୍ଦ କରିବେ। କାରଣ ସେ ନିର୍ଜନ ସ୍ଥାନ ହେବ।


ସମଗ୍ର ବାବିଲ କମ୍ପିତ ଓ ବେଦନାଗ୍ରସ୍ତ ହେଉଅଛି। କାରଣ ତାକୁ ଧ୍ୱସ୍ତ ବିଧ୍ୱସ୍ତ ଓ ଜନଶୂନ୍ୟ କରିବାକୁ ତାହା ବିରୁଦ୍ଧରେ ସଦାପ୍ରଭୁଙ୍କର ସଂକଳ୍ପ ସଫଳ ହେଉଅଛି।


ସଦାପ୍ରଭୁ ସର୍ବଶକ୍ତିମାନ ପୁଣି କହିଲେ, “ମୁଁ ମନୁଷ୍ୟର ବାସସ୍ଥଳୀ ବାବିଲକୁ ଝିଙ୍କ ପକ୍ଷୀର ବାସସ୍ଥଳୀ ଓ ଜଳାଶୟରେ ପରିଣତ କରିବି। ମୁଁ ସଂହାର ରୂପକ ଝାଡ଼ୁ ଧରି ତାକୁ ସମ୍ପୂର୍ଣ୍ଣ ସଫା କରି ଦେବି।”


ପୁଣି ସଦାପ୍ରଭୁ କହନ୍ତି, “ସତୁରିବର୍ଷ ଅନ୍ତେ ଆମ୍ଭେ ବାବିଲ ରାଜାକୁ, ସେହି ଗୋଷ୍ଠୀକି ଓ କ‌‌ଲ୍‌‌ଦୀୟମାନଙ୍କ ଦେଶକୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ତାହାକୁ ସଦାକାଳ ଧ୍ୱଂସସ୍ଥାନ କରିବା।


Swiv nou:

Piblisite


Piblisite