Biblia Todo Logo
Bib sou entènèt

- Piblisite -




ଯିରିମୀୟ 51:2 - ପବିତ୍ର ବାଇବଲ

2 ପୁଣି ବିଦେଶୀମାନଙ୍କୁ ବାବିଲ ବିରୁଦ୍ଧରେ ପ୍ରେରଣ କରିବା, ସେମାନେ କୁଲାରେ ଅଗାଡ଼ି ଅଲଗା କଲାପରି ତାହାକୁ ଝାଡ଼ି ଦେଶ ଶୂନ୍ୟ କରିବେ। କାରଣ ବିନାଶ କାଳରେ ତା'ର ଚତୁର୍ଦ୍ଦିଗରେ ସୈନ୍ୟ ଘେରି ରହିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ପୁଣି, ଆମ୍ଭେ ବିଦେଶୀମାନଙ୍କୁ ବାବିଲକୁ ପ୍ରେରଣ କରିବା, ସେମାନେ ତାହାକୁ ଝାଡ଼ି ତାହାର ଦେଶ ଶୂନ୍ୟ କରିବେ; କାରଣ ବିପଦ ଦିନରେ ସେମାନେ ଚତୁର୍ଦ୍ଦିଗରେ ତାହାର ବିପକ୍ଷ ହେବେ।

Gade chapit la Kopi

ଓଡିଆ ବାଇବେଲ

2 ପୁଣି, ଆମ୍ଭେ ବିଦେଶୀମାନଙ୍କୁ ବାବିଲକୁ ପ୍ରେରଣ କରିବା, ସେମାନେ ତାହାକୁ ଝାଡ଼ି ତାହାର ଦେଶ ଶୂନ୍ୟ କରିବେ; କାରଣ ବିପଦ ଦିନରେ ସେମାନେ ଚତୁର୍ଦ୍ଦିଗରେ ତାହାର ବିପକ୍ଷ ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପୁଣି, ଆମ୍ଭେ ବିଦେଶୀମାନଙ୍କୁ ବାବିଲକୁ ପ୍ରେରଣ କରିବା, ସେମାନେ ତାହାକୁ ଝାଡ଼ି ତାହାର ଦେଶ ଶୂନ୍ୟ କରିବେ; କାରଣ ବିପଦ ଦିନରେ ସେମାନେ ଚତୁର୍ଦ୍ଦିଗରେ ତାହାର ବିପକ୍ଷ ହେବେ।

Gade chapit la Kopi




ଯିରିମୀୟ 51:2
9 Referans Kwoze  

ତାହାଙ୍କ ହାତରେ କୁଲା ଅଛି। ସେଥିରେ ସେ ଶସ୍ୟ ସବୁରୁ ଅଗାଡ଼ି ତକ ଅଲଗା କରିଦେବେ। ସେ ତାହାଙ୍କ ଖଳାରୁ ପରିଷ୍କାର ହୋଇଥିବା ଶସ୍ୟତକ ଏକାଠି କରିନେଇ ଅମାର ଭିତରେ ରଖି ଦେବେ ଓ ଅଗାଡ଼ି, କାଠି-କୁଟାତକ ନିଆଁରେ ପକେଇ ଦେବେ। ସେ ନିଆଁ କେବେ ହେଲେ ଲିଭିବ ନାହିଁ।”


ଆମ୍ଭେ ସେମାନଙ୍କୁ ଦେଶର ପୁରଦ୍ୱାର ସମୂହରେ କୁଲାରେ ପାଛୁଡ଼ି ଅଛୁ। ଆମ୍ଭେ ସେମାନଙ୍କୁ ସନ୍ତାନସନ୍ତତି ବିହୀନ କରିଅଛୁ। ଆମ୍ଭେ ସେମାନଙ୍କୁ ବିନାଶ କରିଅଛୁ। ସେମାନେ ଆପଣା ଆପଣା ପଥରୁ ଫେରି ନାହାନ୍ତି।


ତୁମ୍ଭେ ସେମାନଙ୍କୁ କୁଲାରେ ଉଡ଼ାଇଲେ ବାୟୁ ସେମାନଙ୍କୁ ଉଡ଼ାଇ ଦେବ ଓ ଘୂର୍ଣ୍ଣିବାୟୁ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବ। ପୁଣି ତୁମ୍ଭେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କରିବ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଗର୍ବ କରିବ।’


ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହାମାରୀରେ ଓ ଦୁର୍ଭିକ୍ଷରେ ନଗର ମଧ୍ୟରେ ମରିବେ। ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଯୁଦ୍ଧରେ ନଗର ବାହାରେ ମୃତ୍ୟୁବରଣ କରିବେ; ଆଉ ଅବଶିଷ୍ଟ ଏକ ତୃତୀୟାଂଶ ଛିନ୍ନଭିନ୍ନ ହେବେ। ଯେହେତୁ ଆମ୍ଭେ ‌‌ଖ‌ଡ଼୍‌ଗ ନେଇ ଗୋଡ଼ାଇବା।


ଅହଙ୍କାରୀ ଜଣକ ଝୁଣ୍ଟି ପଡ଼ିବ ଓ କେହି ତାକୁ ଉଠାଇବେ ନାହିଁ। ପୁଣି ଆମ୍ଭେ ତା'ର ନଗରରେ ଅଗ୍ନି ଲଗାଇବା ଓ ସେ ତା'ର ଚତୁର୍ଦ୍ଦିଗରେ ସମସ୍ତଙ୍କୁ ଗ୍ରାସ କରିବ।”


“ବାବିଲ ବିରୁଦ୍ଧରେ ସମସ୍ତ ଧନୁର୍ଦ୍ଧରମାନଙ୍କୁ ଧନୁରେ ଗୁଣ ଦେବାକୁ ଏକତ୍ରିତ କର। ତାହା ବିରୁଦ୍ଧରେ ଗ୍ଭରିଆଡ଼େ ଏକତ୍ରିତ ହୁଅ। ତାହା ବିରୁଦ୍ଧରେ ଗ୍ଭରିଆଡ଼େ ଛାଉଣି ସ୍ଥାପନ କର। ସେଥିରୁ ତାକୁ ରକ୍ଷା ପାଇବାକୁ ଦିଅ ନାହିଁ। ତାହାର କର୍ମାନୁସାରେ ତାକୁ ପ୍ରତିଫଳ ଦିଅ। ସେ ଯେପରି କରିଛି ତା’ ପ୍ରତି ସେହିପରି କର। କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ଇସ୍ରାଏଲର ଧର୍ମସ୍ୱରୂପ ବିରୁଦ୍ଧରେ ନିଷ୍ଠୁର ହୋଇଅଛ।”


ତୁମ୍ଭମାନଙ୍କର ମୁକ୍ତିଦାତା, ଇସ୍ରାଏଲର ପବିତ୍ର ସ୍ୱରୂପ ସଦାପ୍ରଭୁ ଏହିକଥା କୁହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ପାଇଁ ବାବିଲକୁ ସୈନ୍ୟବାହିନୀ ପଠାଇଅଛୁ। ମୁଁ ସେହି ଫାଟକକୁ ଭାଙ୍ଗି ଦେବି। କ‌‌ଲ୍‌‌ଦୀୟମାନଙ୍କର ଚିତ୍କାର ଦୁଃଖରେ ପରିଣତ ହେବ।


Swiv nou:

Piblisite


Piblisite