Biblia Todo Logo
Bib sou entènèt

- Piblisite -




ଯିରିମୀୟ 50:8 - ପବିତ୍ର ବାଇବଲ

8 “ତୁମ୍ଭେମାନେ ବାବିଲରୁ ପଳାଅ ଓ କ‌‌ଲ୍‌‌ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ। ଆଉ ପଲର ଅଗ୍ରଗାମୀ ଛାଗ ସ୍ୱରୂପ ହୁଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ ଓ କଲ୍ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ, ପୁଣି ପଲର ଅଗ୍ରଗାମୀ ଛାଗସ୍ଵରୂପ ହୁଅ।

Gade chapit la Kopi

ଓଡିଆ ବାଇବେଲ

8 ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ ଓ କଲ୍‍ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ, ପୁଣି ପଲର ଅଗ୍ରଗାମୀ ଛାଗସ୍ୱରୂପ ହୁଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ ଓ କଲ୍‍ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ, ପୁଣି ପଲର ଅଗ୍ରଗାମୀ ଛାଗ ସ୍ୱରୂପ ହୁଅ।

Gade chapit la Kopi




ଯିରିମୀୟ 50:8
11 Referans Kwoze  

ବାବିଲରୁ ପଳାୟନ କର ଓ ତୁମ୍ଭମାନଙ୍କର ନିଜ ନିଜ ପ୍ରାଣ ରକ୍ଷା କର। ଆଉ ତାହାର ଅଧର୍ମରେ ଉଚ୍ଛିନ୍ନ ହୁଅ ନାହିଁ। କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ସମୟ ଓ ସେ ସେମାନଙ୍କୁ ତା'ର ପ୍ରତିଫଳ ଦେବେ।


ହେ ମୋର ସନ୍ତାନଗଣ, ତୁମ୍ଭେମାନେ ବାବିଲରୁ ବାହାରି ଯାଅ, କ‌‌ଲ୍‌‌ଦୀୟମାନଙ୍କ ମଧ୍ୟରୁ ପଳାୟନ କର; ତୁମ୍ଭେମାନେ ଆନନ୍ଦ ଧ୍ୱନି କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ବିଖ୍ୟାତ କର; ତୁମ୍ଭେମାନେ କୁହ, “ସଦାପ୍ରଭୁ ନିଜର ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।”


ତା'ପରେ ମୁଁ ସ୍ୱର୍ଗରୁ ଆଉ ଏକ ସ୍ୱର ଶୁଣିଲି “ହେ ମୋର ଲୋକମାନେ, ତୁମ୍ଭେମାନେ ସେହି ନଗରରୁ ବାହାରି ଆସ, ତୁମ୍ଭେମାନେ ବାହାରି ଆସିଲେ, ତା'ର ପାପରେ ଭାଗୀଦାର ହେବ ନାହିଁ ଓ ତାହାର କ୍ଳେଶର ସହଭାଗୀ ହେବ ନାହିଁ।


ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ବାବିଲରୁ ପଳାଇ ଯାଅ। ପ୍ରତ୍ୟେକ ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧରୁ ନିଜକୁ ରକ୍ଷା କର।


“ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସେମାନଙ୍କଠାରୁ ନିଜକୁ ଅଲଗା କରି ରଖ, ଯାହା ଅଶୁଦ୍ଧ, ତାହାକୁ ଛୁଅଁ ନାହିଁ, ତା'ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି।”


ହେ ସିୟୋନ, ଉଠ, ଜାଗ, ଆପଣା ବଳ ପରିଧାନ କର। ହେ ପବିତ୍ର ନଗରୀ, ଯିରୁଶାଲମ! ତୁମ୍ଭେ ତୁମ୍ଭର ସୁନ୍ଦର ବସ୍ତୁସବୁ ପରିଧାନ କର। କାରଣ ଏହି ସମୟ ମଧ୍ୟରେ ତୁମ୍ଭ ମଧ୍ୟକୁ ଅନୁନ୍ନତ ଓ ଅଶୁଚି ଲୋକ ଆସିବେ ନାହିଁ।


ଯୁଦ୍ଧାଶ୍ୱ, ଛାଗ ଓ ରାଜା ଯାହା ବିରୁଦ୍ଧରେ କେହି ଉଠେ ନାହିଁ।


ତହୁଁ ମୋଶା ମଣ୍ତଳୀକି କହିଲେ, “ବିନୟ କରୁଅଛି ତୁମ୍ଭେମାନେ ଏହି ଦୁଷ୍ଟ ଲୋକମାନଙ୍କ ଛାଉଣିରୁ ଉଠିଯାଅ ଏବଂ ସେମାନଙ୍କର କିଛି ମାତ୍ର ସ୍ପର୍ଶ କର ନାହିଁ। ନଚେତ୍ ତୁମ୍ଭେମାନେ ସେମାନଙ୍କ ପାପ ଲାଗି ବିନଷ୍ଟ ହେବ।”


ତୁମ୍ଭେମାନେ ପ୍ରସ୍ଥାନ କର, ପ୍ରସ୍ଥାନ କର। ବାବିଲରୁ ବାହାରି ଯାଅ, ଅଶୁଚି ବସ୍ତୁ ଛୁଅ ନାହିଁ। ତୁମ୍ଭେମାନେ ତା'ମଧ୍ୟରୁ ଗ୍ଭଲିଯାଅ। ହେ ସଦାପ୍ରଭୁଙ୍କ ଯାଜକଗଣ, ତୁମ୍ଭେମାନେ ଶୁଚି ହୁଅ।


ସେହି ଦିନରେ, ଅନେକ ଦେଶର ଲୋକମାନେ ପରମେଶ୍ୱରଙ୍କ ନିକଟକୁ ଆସିବେ। ସେମାନେ ଆମ୍ଭର ଲୋକ ହେବେ। ଆଉ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ବାସ କରିବା।” ସେତେବେଳେ ତୁମ୍ଭେ ଜାଣିବ ସର୍ବଶକ୍ତିମାନ ସଦାପ୍ରଭୁ ମୋତେ ତୁମ୍ଭ ନିକଟକୁ ପ୍ରେରଣ କରିଛନ୍ତି।


Swiv nou:

Piblisite


Piblisite