Biblia Todo Logo
Bib sou entènèt

- Piblisite -




ଯିରିମୀୟ 50:32 - ପବିତ୍ର ବାଇବଲ

32 ଅହଙ୍କାରୀ ଜଣକ ଝୁଣ୍ଟି ପଡ଼ିବ ଓ କେହି ତାକୁ ଉଠାଇବେ ନାହିଁ। ପୁଣି ଆମ୍ଭେ ତା'ର ନଗରରେ ଅଗ୍ନି ଲଗାଇବା ଓ ସେ ତା'ର ଚତୁର୍ଦ୍ଦିଗରେ ସମସ୍ତଙ୍କୁ ଗ୍ରାସ କରିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 ତହିଁରେ ସେ ଅହଙ୍କାରୀ ଜନ ଝୁଣ୍ଟି କରି ପଡ଼ିବ ଓ କେହି ତାହାକୁ ଉଠାଇବ ନାହିଁ; ପୁଣି, ଆମ୍ଭେ ତାହାର ନଗରସମୂହରେ ଅଗ୍ନି ଲଗାଇବା ଓ ତାହା ତାହାର ଚତୁର୍ଦ୍ଦିଗସ୍ଥ ସକଳ ଗ୍ରାସ କରିବ।

Gade chapit la Kopi

ଓଡିଆ ବାଇବେଲ

32 ତହିଁରେ ସେ ଅହଙ୍କାରୀ ଜନ ଝୁଣ୍ଟି କରି ପଡ଼ିବ ଓ କେହି ତାହାକୁ ଉଠାଇବ ନାହିଁ; ପୁଣି, ଆମ୍ଭେ ତାହାର ନଗରସମୂହରେ ଅଗ୍ନି ଲଗାଇବା ଓ ତାହା ତାହାର ଚତୁର୍ଦ୍ଦିଗସ୍ଥ ସକଳ ଗ୍ରାସ କରିବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ତହିଁରେ ସେ ଅହଙ୍କାରୀ ଜନ ଝୁଣ୍ଟି କରି ପଡ଼ିବ ଓ କେହି ତାହାକୁ ଉଠାଇବ ନାହିଁ; ପୁଣି, ଆମ୍ଭେ ତାହାର ନଗରସମୂହରେ ଅଗ୍ନି ଲଗାଇବା ଓ ତାହା ତାହାର ଚତୁର୍ଦ୍ଦିଗସ୍ଥ ସକଳ ଗ୍ରାସ କରିବ।

Gade chapit la Kopi




ଯିରିମୀୟ 50:32
22 Referans Kwoze  

“ପୁଣି ଆମ୍ଭେ ଦମ୍ମେଶକର ପ୍ରାଚୀରରେ ଅଗ୍ନି ଲଗାଇବା ଓ ତାହା ବି‌‌‌ନ୍‌‌‌ହଦର ସୁଦୃଢ଼ ଅଟ୍ଟାଳିକାସବୁ ଗ୍ରାସ କରିବ।”


ମାତ୍ର ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ କର୍ମଫଳାନୁସାରେ ତୁମ୍ଭମାନଙ୍କୁ ଶାସ୍ତି ଦେବା। ପୁଣି ଆମ୍ଭେ ତୁମ୍ଭମାନଙ୍କ ଅରଣ୍ୟରେ ଅଗ୍ନି ସଂଯୋଗ କରିବା। ସେହି ଅଗ୍ନି ତୁମ୍ଭମାନଙ୍କ ଚତୁର୍ପାର୍ଶ୍ୱରେ ଥିବା ସମସ୍ତ ଦ୍ରବ୍ୟ ଗ୍ରାସ କରିବ।”


ସେଥିପାଇଁ ଗୋଟିଏ ଦିନ ଭିତରେ ଏହି କ୍ଳେଶ ତାକୁ ଆକ୍ରମଣ କରିବ: ମୃତ୍ୟୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା। ସେ ଅଗ୍ନିରେ ଜଳିଯିବ, କାରଣ ପ୍ରଭୁ ପରମେଶ୍ୱର ତା'ର ବିଗ୍ଭର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି।


ତେଣୁ ଆମ୍ଭେ ଯିହୁଦାରେ ଅଗ୍ନି ସଂଯୋଗ କରିବା ଏବଂ ସେହି ଅଗ୍ନି ଯିରୁଶାଲମର ସମସ୍ତ ଉଚ୍ଚ ଅଟ୍ଟାଳିକା ଧ୍ୱଂସ କରିଦେବ।”


ତେଣୁ ଆମ୍ଭେ ମୋୟାବରେ ଅଗ୍ନି ସଂଯୋଗ କରିବା। ସେହି ଅଗ୍ନିଶିଖା କିରିୟୋଥର ପ୍ରାସାଦଗୁଡ଼ିକ ଧ୍ୱଂସ କରିଦେବ। ସେଠାରେ କୋଳାହଳ ଓ ତୂରୀର ଶବ୍ଦ ହେବ ଏବଂ ମୋୟାବ ଧ୍ୱଂସ ହେବ।


କିନ୍ତୁ ଆମ୍ଭେ ରବ୍ବାର ପ୍ରାଚୀର ଉପରେ ଅଗ୍ନି ପକାଇବା ଏବଂ ଏହା ସେଠାକାର ସମସ୍ତ ପ୍ରାସାଦ ଓ ସେହି ଅଗ୍ନି ଦେଶକୁ ଧ୍ୱଂସ କରିଦେବ ଏବଂ ସେଠାରେ ଯୁଦ୍ଧ ବିଭୀଷିକା ଘୂର୍ଣ୍ଣିବାୟୁ ଆସିବ।


ତେଣୁ ଆମ୍ଭେ ତୈମନ୍ ଉପରେ ଅଗ୍ନି ବୃଷ୍ଟି କରିବା। ସେହି ଅଗ୍ନି ବର୍ଷାର ଉଚ୍ଚ ଅଟ୍ଟାଳିକା ଧ୍ୱଂସ କରି ପକାଇବ।”


ତେଣୁ ଆମ୍ଭେ ସୋରର ଅଟ୍ଟାଳିକା ନିକଟକୁ ଅଗ୍ନି ପ୍ରେରଣ କରିବା। ସେହି ଅଗ୍ନି ସୋରର ଉଚ୍ଚ ଅଟ୍ଟାଳିକାଗୁଡ଼ିକୁ ଧ୍ୱଂସ କରିଦେବ।”


ତେଣୁ ଆମ୍ଭେ ଘସାର କାନ୍ଥ ନିକଟକୁ ଅଗ୍ନି ପ୍ରେରଣ କରିବା। ସେହି ଅଗ୍ନି ଘସାର ଉଚ୍ଚ ଅଟ୍ଟାଳିକାକୁ ଧ୍ୱଂସ କରିବ।


ତେଣୁ ଆମ୍ଭେ ହସାୟେଲଙ୍କ ଗୃହ ନିକଟକୁ ଅଗ୍ନି ପ୍ରେରଣ କରିବା। ଏବଂ ସେହି ଅଗ୍ନି ବିନହଦଦଙ୍କ ବିରାଟ ଅଟ୍ଟାଳିକାକୁ ଧ୍ୱଂସ କରିବ।


“କିନ୍ତୁ ନବୂଖ‌ଦ୍‌ନିତ୍ସର ଗର୍ବୀ ଏବଂ ଜି‌‌ଦ୍‌‌ଖୋର ହେଲେ। ତେଣୁ ତାଙ୍କର ରାଜ୍ୟ ତାଙ୍କଠାରୁ ନିଆଗଲା। ତା'ପରେ ତାଙ୍କୁ ଲୋକମାନଙ୍କ ଗହଣରୁ ତଡ଼ି ଦିଆଗଲା।


ଆଉ ତୁମ୍ଭେ କହିବ, ‘ଆମ୍ଭେ ବାବିଲ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତାହା ଏହିପରି ଜଳମଗ୍ନ ହେବ। ସେ ପୁନର୍ବାର ଉଠିବ ନାହିଁ। ସେ ବୁଡ଼ିବ, କାରଣ ସେ ଭୟଙ୍କର ଦୁଷ୍କର୍ମ କରିଅଛି।”’ ଯିରିମିୟଙ୍କ ବାର୍ତ୍ତା ଏହିଠାରେ ସମାପ୍ତ।


ଲୋକମାନେ କୋଣ ପଥର କିଅବା ମୂଳଦୁଆ ସ୍ଥାପନ ପାଇଁ ତୁମ୍ଭଠାରୁ ପ୍ରସ୍ତର ନେବେ ନାହିଁ। କାରଣ ସଦାପ୍ରଭୁ କହନ୍ତି ତୁମ୍ଭେ ଚିରକାଳ ଧ୍ୱଂସସ୍ଥାନ ହୋଇରହିବ।”


ଗର୍ବିତ ମନୁଷ୍ୟର ମନ ବିନାଶ ସମ୍ମୁଖରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।


ଅହଙ୍କାର ସର୍ବନାଶର ସମ୍ମୁଖରେ ଆସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖରେ ଆସେ।


ମୋ’ କ୍ରୋଧରେ ଅଗ୍ନି ପ୍ରଜ୍ୱଳିତ ହେବ, ଯାହା ପାତାଳ ପର୍ଯ୍ୟନ୍ତ ଜଳୁଛି। ଏହା ପୃଥିବୀର ସମସ୍ତ ଦେଶକୁ ଓ ସମସ୍ତ ଉତ୍ପନ୍ନ ବସ୍ତୁକୁ ଗ୍ରାସ କରିବ। ଏହା ପର୍ବତର ମୂଳଦୁଆକୁ ମଧ୍ୟ ପୋଡ଼ି ପକାଇବ।


ଯେଉଁ ଲୋକମାନେ ନିଜକୁ ମୋ'ଠାରୁ ଧାର୍ମିକ ଭାବନ୍ତି, ମୋ’ ବିଷୟରେ ମିଥ୍ୟା କହନ୍ତି। ମୁଁ ଆଶାକରେ ସେମାନେ ଲଜ୍ଜିତ ହୁଅନ୍ତୁ। ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାସବୁ ଉପରେ ଧ୍ୟାନ କରେ।


ଇସ୍ରାଏଲର କୁମାରୀ ପଡ଼ିଯାଇଛି ଏବଂ ସେ ଆଉ ଉଠିପାରିବ ନାହିଁ। ସେ ଏକାକିନୀ ପଡ଼ି ରହିଛି। ସେହି ମଇଳାରୁ ତାକୁ ଉଠାଇବାକୁ କେହି ନାହିଁ।


Swiv nou:

Piblisite


Piblisite