Biblia Todo Logo
Bib sou entènèt

- Piblisite -




ଯିରିମୀୟ 50:30 - ପବିତ୍ର ବାଇବଲ

30 ଏଣୁ ସଦାପ୍ରଭୁ କହନ୍ତି, “ସେହି ଦିନ ତା'ର ଯୁବକଗଣ ଛକରେ ମୃତ ହୋଇ ପତିତ ହେବେ ଓ ତା'ର ଯୋଦ୍ଧାମାନେ ମୃତ୍ୟୁବରଣ କରିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

30 ଏହେତୁ ସଦାପ୍ରଭୁ କହନ୍ତି, ସେଦିନରେ ତାହାର ଯୁବକଗଣ ରାଜଦାଣ୍ତରେ ପତିତ ହେବେ ଓ ତାହାର ଯୋଦ୍ଧା ସମସ୍ତେ ନୀରବ କରାଯିବେ।

Gade chapit la Kopi

ଓଡିଆ ବାଇବେଲ

30 ଏହେତୁ ସଦାପ୍ରଭୁ କହନ୍ତି, “ସେଦିନରେ ତାହାର ଯୁବକଗଣ ରାଜଦାଣ୍ଡରେ ପତିତ ହେବେ ଓ ତାହାର ଯୋଦ୍ଧା ସମସ୍ତେ ନୀରବ କରାଯିବେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 ଏହେତୁ ସଦାପ୍ରଭୁ କହନ୍ତି, ସେଦିନରେ ତାହାର ଯୁବକଗଣ ରାଜଦାଣ୍ଡରେ ପତିତ ହେବେ ଓ ତାହାର ଯୋଦ୍ଧା ସମସ୍ତେ ନୀରବ କରାଯିବେ।

Gade chapit la Kopi




ଯିରିମୀୟ 50:30
10 Referans Kwoze  

ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେହି ସମୟରେ ତାହାର ଯୁବକଗଣ ତାହାର ଛକରେ ମୃତ ହୋଇ ପତିତ ହେବେ। ଆଉ ସମସ୍ତ ଯୋଦ୍ଧା ମୃତ୍ୟୁବରଣ କରିବେ।”


ତେଣୁ ସେମାନଙ୍କର ସନ୍ତାନଗଣ ଦୁର୍ଭିକ୍ଷରେ କବଳିତ ହୁଅନ୍ତୁ। ସେମାନଙ୍କର ଶତ୍ରୁ ସେମାନଙ୍କୁ ‌‌ଖ‌ଡ଼୍‌ଗରେ ପରାସ୍ତ କରନ୍ତୁ। ସେମାନଙ୍କର ସ୍ତ୍ରୀମାନେ ସନ୍ତାନହୀନା ଓ ବିଧବା ହୁଅନ୍ତୁ। ସେମାନଙ୍କର ପୁରୁଷଗଣ ମୃତ୍ୟୁବରଣ କରନ୍ତୁ ଓ ସେମାନଙ୍କର ଯୁବାଗଣ ଯୁଦ୍ଧରେ ନିହତ ହୁଅନ୍ତୁ।


“କାରଣ ମୃତ୍ୟୁ ଆମ୍ଭମାନଙ୍କର ଝରକା ଦେଇ ଆମ୍ଭମାନଙ୍କର ପ୍ରାସାଦରେ ପ୍ରବେଶ କରିଅଛି। ଏହା ବାହାରେ ବାଳକମାନଙ୍କୁ ଓ ନଗରର ଛକମାନଙ୍କରେ ଯୁବକମାନଙ୍କୁ ସଂହାର କରିବାକୁ ପ୍ରସ୍ତୁତ।”


ଆସ, ତୁମ୍ଭେମାନେ ଏକାଠି ହୋଇ ରାଜା, ସେନାପତି ଓ ପ୍ରସିଦ୍ଧ ଲୋକମାନଙ୍କ ଶରୀରର ମାଂସ ତଥା ଅଶ୍ୱ ଓ ସେମାନଙ୍କର ଆରୋହୀଙ୍କର ଓ ସ୍ୱାଧୀନ ଓ ପରାଧୀନ, ସାନ ଓ ବଡ଼, ସବୁ ଲୋକମାନଙ୍କର ମାଂସ ଖାଇବ।”


ତା'ପରେ ସମସ୍ତ ଲୋକମାନେ ଗୁମ୍ଫା ଓ ପର୍ବତର ପଛପଟେ ଲୁଚିଲେ। ସେମାନଙ୍କ ଭିତରେ ପୃଥିବୀର ରାଜାମାନେ, ଶାସକମାନେ, ସେନାପତିମାନେ, ଧନୀଲୋକମାନେ ଓ ଶକ୍ତିଶାଳୀ ଲୋକମାନେ ଥିଲେ। ପ୍ରତ୍ୟେକ ବ୍ୟକ୍ତି, ଦାସ ଓ ମୁକ୍ତ ଲୋକମାନେ ନିଜକୁ ଲୁଗ୍ଭଇ ରଖିଲେ।


ଗଣକମାନେ ‌‌ଖ‌ଡ଼୍‌ଗରେ ବଧ ହେବ, ସେମାନେ କେଡ଼େ ନିର୍ବୋଧ ତାହା ଦେଖାଇବା ପାଇଁ ‌‌ ଖ‌ଡ଼୍‌ଗ ସୈନ୍ୟମାନଙ୍କୁ ବିନାଶ କରିବ, ଫଳରେ ସେମାନେ ଭୟଭୀତ ହେବେ।


ଶତ୍ରୁସୈନ୍ୟ ମୋୟାବକୁ ଆକ୍ରମଣ କରି ତାହାକୁ ଧ୍ୱଂସ କରିବେ। ତାହା ବଳବାନ୍ ସୈନ୍ୟମାନଙ୍କୁ ବଧ୍ୟ ସ୍ଥାନରେ ବଧ କରିବ।” ଏହା ସୈନ୍ୟାଧିପତି ସଦାପ୍ରଭୁ ଏବଂ ରାଜା, ଏହି କଥା କହନ୍ତି।


Swiv nou:

Piblisite


Piblisite