ଯିରିମୀୟ 50:29 - ପବିତ୍ର ବାଇବଲ29 “ବାବିଲ ବିରୁଦ୍ଧରେ ସମସ୍ତ ଧନୁର୍ଦ୍ଧରମାନଙ୍କୁ ଧନୁରେ ଗୁଣ ଦେବାକୁ ଏକତ୍ରିତ କର। ତାହା ବିରୁଦ୍ଧରେ ଗ୍ଭରିଆଡ଼େ ଏକତ୍ରିତ ହୁଅ। ତାହା ବିରୁଦ୍ଧରେ ଗ୍ଭରିଆଡ଼େ ଛାଉଣି ସ୍ଥାପନ କର। ସେଥିରୁ ତାକୁ ରକ୍ଷା ପାଇବାକୁ ଦିଅ ନାହିଁ। ତାହାର କର୍ମାନୁସାରେ ତାକୁ ପ୍ରତିଫଳ ଦିଅ। ସେ ଯେପରି କରିଛି ତା’ ପ୍ରତି ସେହିପରି କର। କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ଇସ୍ରାଏଲର ଧର୍ମସ୍ୱରୂପ ବିରୁଦ୍ଧରେ ନିଷ୍ଠୁର ହୋଇଅଛ।” Gade chapit laପବିତ୍ର ବାଇବଲ (Re-edited) - (BSI)29 ଧନୁର୍ଦ୍ଧାରୀମାନଙ୍କୁ, ଧନୁରେ ଗୁଣଦାୟୀ ସମସ୍ତଙ୍କୁ ବାବିଲ ବିରୁଦ୍ଧରେ ଏକତ୍ର ଡାକ; ତାହା ବିରୁଦ୍ଧରେ ଚାରିଆଡ଼େ ଛାଉଣି ସ୍ଥାପନ କର; ତହିଁରେ କାହାକୁ ରକ୍ଷା ପାଇବାକୁ ଦିଅ ନାହିଁ; ତାହାର କର୍ମାନୁସାରେ ତାହାକୁ ପ୍ରତିଫଳ ଦିଅ; ସେ ଯେପରି କରିଅଛି, ତାହା ପ୍ରତି ସେପରି କର; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଇସ୍ରାଏଲର ଧର୍ମସ୍ଵରୂପଙ୍କ ବିରୁଦ୍ଧରେ ଦର୍ପ କରିଅଛି। Gade chapit laଓଡିଆ ବାଇବେଲ29 “ଧନୁର୍ଦ୍ଧାରୀମାନଙ୍କୁ, ଧନୁରେ ଗୁଣଦାୟୀ ସମସ୍ତଙ୍କୁ ବାବିଲ ବିରୁଦ୍ଧରେ ଏକତ୍ର ଡାକ; ତାହା ବିରୁଦ୍ଧରେ ଚାରିଆଡ଼େ ଛାଉଣି ସ୍ଥାପନ କର; ତହିଁରୁ କାହାକୁ ରକ୍ଷା ପାଇବାକୁ ଦିଅ ନାହିଁ; ତାହାର କର୍ମାନୁସାରେ ତାହାକୁ ପ୍ରତିଫଳ ଦିଅ; ସେ ଯେପରି କରିଅଛି, ତାହା ପ୍ରତି ସେପରି କର; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ଦର୍ପ କରିଅଛି।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT29 ଧନୁର୍ଦ୍ଧାରୀମାନଙ୍କୁ, ଧନୁରେ ଗୁଣଦାୟୀ ସମସ୍ତଙ୍କୁ ବାବିଲ ବିରୁଦ୍ଧରେ ଏକତ୍ର ଡାକ; ତାହା ବିରୁଦ୍ଧରେ ଚାରିଆଡ଼େ ଛାଉଣି ସ୍ଥାପନ କର; ତହିଁରୁ କାହାକୁ ରକ୍ଷା ପାଇବାକୁ ଦିଅ ନାହିଁ; ତାହାର କର୍ମାନୁସାରେ ତାହାକୁ ପ୍ରତିଫଳ ଦିଅ; ସେ ଯେପରି କରିଅଛି, ତାହା ପ୍ରତି ସେପରି କର; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ଦର୍ପ କରିଅଛି। Gade chapit la |
ଆପଣ ନମ୍ର ହେବା ପରିବର୍ତ୍ତେ ସ୍ୱର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରୌପ୍ୟ ପାତ୍ରରେ ଆପଣ, ଆପଣଙ୍କ ଅମାତ୍ୟଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମାରେ ଦେବଗଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସେମାନଙ୍କର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧୀନ, ଆପଣ ସେହି ପରମେଶ୍ୱରଙ୍କର ଗୌରବ କରି ନାହାନ୍ତି।