Biblia Todo Logo
Bib sou entènèt

- Piblisite -




ଯିରିମୀୟ 50:16 - ପବିତ୍ର ବାଇବଲ

16 ତୁମ୍ଭେମାନେ ବାବିଲର ବୀଜବପନକାରୀଙ୍କୁ ଓ ଶସ୍ୟ ସଂଗ୍ରହକାରୀଙ୍କୁ ବିନାଶ କର। ବାବିଲକୁ ଆସିଥିବା ବନ୍ଦୀମାନେ ନିଜ ନିଜ ଲୋକଙ୍କ ନିକଟକୁ ଫେରିଯିବେ। ସେମାନେ ନିଜ ନିଜ ଦେଶକୁ ପଳାଇବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ତୁମ୍ଭେମାନେ ବାବିଲରୁ ବୀଜବାପକକୁ ଓ ଶସ୍ୟ ସଂଗ୍ରହ ସମୟରେ ଦାʼ ଧରିବା ଲୋକଙ୍କୁ ଉଚ୍ଛିନ୍ନ କର, ଉତ୍ପୀଡ଼କ ଖଡ଼୍‍ଗ ଭୟରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଲୋକଙ୍କ ନିକଟକୁ ଫେରି ଯିବେ ଓ ସେମାନେ ପ୍ରତ୍ୟେକେ ଆପଣା ଆପଣା ଦେଶକୁ ପଳାଇବେ।

Gade chapit la Kopi

ଓଡିଆ ବାଇବେଲ

16 ତୁମ୍ଭେମାନେ ବାବିଲରୁ ବୀଜବାପକକୁ ଓ ଶସ୍ୟ ସଂଗ୍ରହ ସମୟରେ ଦା’ ଧରିବା ଲୋକଙ୍କୁ ଉଚ୍ଛିନ୍ନ କର, ଉତ୍ପୀଡ଼କ ଖଡ୍ଗ ଭୟରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଲୋକଙ୍କ ନିକଟକୁ ଫେରି ଯିବେ ଓ ସେମାନେ ପ୍ରତ୍ୟେକେ ଆପଣା ଆପଣା ଦେଶକୁ ପଳାଇବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ତୁମ୍ଭେମାନେ ବାବିଲରୁ ବୀଜବାପକକୁ ଓ ଶସ୍ୟ ସଂଗ୍ରହ ସମୟରେ ଦା ଧରିବା ଲୋକଙ୍କୁ ଉଚ୍ଛିନ୍ନ କର, ଉତ୍ପୀଡ଼କ ଖଡ୍ଗ ଭୟରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଲୋକଙ୍କ ନିକଟକୁ ଫେରିଯିବେ ଓ ସେମାନେ ପ୍ରତ୍ୟେକେ ଆପଣା ଆପଣା ଦେଶକୁ ପଳାଇବେ।

Gade chapit la Kopi




ଯିରିମୀୟ 50:16
7 Referans Kwoze  

ଆହତ ହରିଣ ଓ ପାଳକହୀନ ମେଷପାଳକମାନଙ୍କ ପରି ବାବିଲର ଲୋକମାନେ ପଳାୟନ କରିବେ। ସେମାନେ ସମସ୍ତେ ନିଜ ଦେଶ ଓ ଗୋଷ୍ଠୀ ଆଡ଼କୁ ଧାବିତ ହେବେ।


ଆମ୍ଭେମାନେ ବାବିଲକୁ ସୁସ୍ଥ କରିବାକୁ ଚେଷ୍ଟା କଲୁ, ମାତ୍ର ସେ ସୁସ୍ଥ ହୋଇପାରିଲା ନାହିଁ। ଆସ, ଆମ୍ଭେମାନେ ତାକୁ ପରିତ୍ୟାଗ କରି ଆପଣା ଆପଣା ଦେଶକୁ ଗ୍ଭଲିଯିବା। ସ୍ୱର୍ଗର ପରମେଶ୍ୱର ତା'ର ଦଣ୍ଡ ବିଧାନ କରିବେ। ତାହାପାଇଁ ଯାହା ଘଟିବ ସେ ସ୍ଥିର କରିବେ।


ସେହି ସୈନ୍ୟଗଣ ପରସ୍ପର ଉପରେ ଝୁଣ୍ଟି ପଡ଼ିବେ। ସେମାନେ ପୁଣି କହିବେ, ‘ଉଠ, ଆମ୍ଭେମାନେ ‌‌ଖ‌ଡ଼୍‌ଗରୁ ରକ୍ଷା ପାଇବା ପାଇଁ ଆପଣା ଲୋକମାନଙ୍କ ନିକଟକୁ ପଳାଇଯିବା ଓ ଆପଣା ଜନ୍ମଭୂମିକୁ ପୁନର୍ବାର ଫେରିଯିବା।’


ହେ କୃଷକଗଣ, ଦୁଃଖ କର। ଉଚ୍ଚ ସ୍ୱରରେ କ୍ରନ୍ଦନ କର। ଦ୍ରାକ୍ଷା କୃଷିକାରୀଗଣ, ତୁମ୍ଭେମାନେ ମଧ୍ୟ ରୋଦନ କର। କାରଣ ତୁମ୍ଭର କ୍ଷେତରେ ଗହମ ଓ ବାର୍ଲି ଅମଳ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି।


ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର କୁହନ୍ତି, “ଲୋକମାନେ ସର୍ବଶକ୍ତିମାନ ସ୍ଥାନରେ କ୍ରନ୍ଦନ କରିବେ। ପ୍ରତ୍ୟେକ ରାସ୍ତାରେ ସେମାନେ କହିବେ ହାୟ! ହାୟ! ସେମାନେ କୃଷକମାନଙ୍କୁ ଶୋକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ ଓ ପେଷାଦାର ଶୋକକାରୀମାନଙ୍କୁ ଶୋକ କରିବାକୁ ଭଡ଼ାରେ ଆଣିବେ।”


ପୁଣି ତୁମ୍ଭ ମାଧ୍ୟମରେ ଆମ୍ଭେ ପାଳକ ଓ ତାହାର ପଲକୁ କୃଷକକୁ ଓ ତାହାର ହଳ ବଳଦକୁ ଏବଂ ଦେଶାଧ୍ୟକ୍ଷ ଓ ରାଜ୍ୟର ଅଧିପତିଗଣକୁ ଚୂର୍ଣ୍ଣ କଲୁ।


ଆହୁରି ସଦାପ୍ରଭୁ ଭୟଙ୍କର ସିଂହ ତୁଲ୍ୟ ଆପଣା ଗହ୍ୱର ତ୍ୟାଗ କରିଅଛନ୍ତି। ତାଙ୍କର କ୍ରୋଧ ରୂପକ ‌‌ଖ‌ଡ଼୍‌ଗ ଭୟଙ୍କର ହେବ ଓ ସେହି ପ୍ରଚଣ୍ଡ କ୍ରୋଧ ହେତୁରୁ ଦେଶ ଶୂନ୍ୟ ମରୁମୟ ସ୍ଥାନ ହେବ।


Swiv nou:

Piblisite


Piblisite