Biblia Todo Logo
Bib sou entènèt

- Piblisite -




ଯିରିମୀୟ 50:15 - ପବିତ୍ର ବାଇବଲ

15 ବାବିଲର ଚତୁର୍ଦ୍ଦିଗରେ ବିଜୟର ସିଂହନାଦ କର, ସେ ନିଜକୁ ସମର୍ପଣ କରିଅଛି। ତାହାର ସମସ୍ତ ଗଡ଼ ପତିତ ହୋଇଅଛି ଓ ପ୍ରାଚୀରସବୁ ଉତ୍ପାଟିତ ହୋଇଅଛି। କାରଣ ଏହା ସଦାପ୍ରଭୁଙ୍କ ଦ୍ୱାରା ଦେୟ ପ୍ରତିଶୋଧ। ତାହାଠାରୁ ପ୍ରତିଶୋଧ ନିଅ। ସେ ଯେପରି କରିଅଛି, ତାହା ପ୍ରତି ସେହିପରି କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ତାହାର ଚତୁର୍ଦ୍ଦିଗରେ ସିଂହନାଦ କର, ସେ ଆପଣାକୁ ସମର୍ପଣ କରିଅଛନ୍ତି; ତାହାର ଗଡ଼ସକଳ ପତିତ ଓ ତାହାର ପ୍ରାଚୀରସକଳ ଉତ୍ପାଟିତ ହୋଇଅଛି; କାରଣ ଏହା ସଦାପ୍ରଭୁଙ୍କର ଦାତବ୍ୟ ପ୍ରତିଶୋଧଦ; ତାହାଠାରୁ ପ୍ରତିଶୋଧ ନିଅ; ସେ ଯେପରି କରିଅଛି, ସେପରି ତାହା ପ୍ରତି କର।

Gade chapit la Kopi

ଓଡିଆ ବାଇବେଲ

15 ତାହାର ଚତୁର୍ଦ୍ଦିଗରେ ସିଂହନାଦ କର, ସେ ଆପଣାକୁ ସମର୍ପଣ କରିଅଛନ୍ତି; ତାହାର ଗଡ଼ସକଳ ପତିତ ଓ ତାହାର ପ୍ରାଚୀରସକଳ ଉତ୍ପାଟିତ ହୋଇଅଛି; କାରଣ ଏହା ସଦାପ୍ରଭୁଙ୍କର ଦାତବ୍ୟ ପ୍ରତିଶୋଧ; ତାହାଠାରୁ ପ୍ରତିଶୋଧ ନିଅ; ସେ ଯେପରି କରିଅଛି, ସେପରି ତାହା ପ୍ରତି କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ତାହାର ଚତୁର୍ଦ୍ଦିଗରେ ସିଂହନାଦ କର, ସେ ଆପଣାକୁ ସମର୍ପଣ କରିଅଛନ୍ତି; ତାହାର ଗଡ଼ସକଳ ପତିତ ଓ ତାହାର ପ୍ରାଚୀରସକଳ ଉତ୍ପାଟିତ ହୋଇଅଛି; କାରଣ ଏହା ସଦାପ୍ରଭୁଙ୍କର ଦାତବ୍ୟ ପ୍ରତିଶୋଧ; ତାହାଠାରୁ ପ୍ରତିଶୋଧ ନିଅ; ସେ ଯେପରି କରିଅଛି, ସେପରି ତାହା ପ୍ରତି କର।

Gade chapit la Kopi




ଯିରିମୀୟ 50:15
44 Referans Kwoze  

ପୁଣି ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ବାବିଲର ପ୍ରଶସ୍ତ ସୁଦୃଢ଼ ପ୍ରାଚୀର ସମ୍ପୂର୍ଣ୍ଣ ରୂପେ ଉତ୍ପାଟିତ ହେବ ଓ ତାହାର ଉଚ୍ଚ ଦ୍ୱାରସବୁ ଅଗ୍ନିରେ ଦ‌ଗ୍‌ଧ ହେବ। ବାବିଲର ଲୋକମାନେ କଠିନ ପରିଶ୍ରମ କରିବେ ଓ ନଗରକୁ ରକ୍ଷା କରିବାକୁ କ୍ଳାନ୍ତ ହେବେ। ମାତ୍ର ତାହା କିଛି ସାହାଯ୍ୟ କରିବ ନାହିଁ। ସେମାନେ ସେହି ଅଗ୍ନିଶିଖାରେ ଜାଳେଣି ସ୍ୱରୂପ ଦ‌ଗ୍‌ଧ ହେବେ।”


ସେ ନଗର ଅନ୍ୟମାନଙ୍କର ଯେପରି କ୍ଷତି କରିଛି, ତାହାର ସେହି ପ୍ରକାର କ୍ଷତି ହେବ। ତା'ର କୁକର୍ମ ପାଇଁ ତାହାକୁ ଦୁଇ ଗୁଣ ଅଧିକ ପ୍ରତିଫଳ ଦିଆଯିବ। ସେ ନଗର ଅନ୍ୟମାନଙ୍କୁ ଯେପରି ସୁରା ଦେଇଛି, ତା'ନିମନ୍ତେ ତା’ ଅପେକ୍ଷା ଦୁଇଗୁଣ ଅଧିକ ନିଶାଯୁକ୍ତ ସୁରା ପ୍ରସ୍ତୁତ କରାଯିବ ଓ ତାହାକୁ ପାନ କରିବାକୁ ଦିଆଯିବ।


ବାବିଲରୁ ପଳାୟନ କର ଓ ତୁମ୍ଭମାନଙ୍କର ନିଜ ନିଜ ପ୍ରାଣ ରକ୍ଷା କର। ଆଉ ତାହାର ଅଧର୍ମରେ ଉଚ୍ଛିନ୍ନ ହୁଅ ନାହିଁ। କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ସମୟ ଓ ସେ ସେମାନଙ୍କୁ ତା'ର ପ୍ରତିଫଳ ଦେବେ।


“କିନ୍ତୁ ସେତେବେଳେ ଆମ୍ଭର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ପ୍ରତିଶୋଧ ନେବେ ଓ ସେହି ଦିନ ବିପକ୍ଷମାନଙ୍କୁ ପ୍ରତିଫଳ ଦେବେ। ‌‌ଖ‌ଡ଼୍‌ଗ ସମସ୍ତଙ୍କୁ ନିଃଶେଷ କରି ତୃପ୍ତ ହେବ ଓ ସେମାନଙ୍କର ରକ୍ତ ପାନକରି ତୃଷା ନିବାରଣ କରିବ। କାରଣ ଉତ୍ତର ଦେଶରେ ଫରାତ୍ ନଦୀ ନିକଟରେ ଆମ୍ଭମାନଙ୍କର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଯଜ୍ଞସ୍ଥଳୀ ଅଛି।


ଆମ୍ଭେମାନେ ଖାଦ୍ୟରେ ତୃପ୍ତ ହେବା ନିମନ୍ତେ, ମିଶରୀୟ ଓ ଅଶୂରୀୟମାନଙ୍କ ସହିତ ଚୁକ୍ତିବଦ୍ଧ ହୋଇଅଛୁ।


ତା'ପରେ ଆମ୍ଭେ ବାବିଲର ‌ବା‌ଲ୍‌ଦେବଠାରୁ ପ୍ରତିଶୋଧ ନେବା ଓ ଯାହା ସେ ଗିଳିଅଛି, ଆମ୍ଭେ ତା'ର ମୁଖରୁ ତାହା ବାହାର କରିବା। ଗୋଷ୍ଠୀ ଏହା ପାଇଁ ଆଉ ନିର୍ଝର ହେବ ନାହିଁ। ଏବଂ ବାବିଲର ପ୍ରାଚୀର ପଡ଼ିଯିବ।


ସୈନ୍ୟାଧିପତି ସଦାପ୍ରଭୁ ଆପଣା ନାମରେ ଏହି ଶପଥ କରିଅଛନ୍ତି, “ହେ ବାବିଲ, ଆମ୍ଭେ ତୁମ୍ଭକୁ ପଙ୍ଗପାଳ ସଦୃଶ ଶତ୍ରୁ ସୈନ୍ୟରେ ପୂର୍ଣ୍ଣ କରିବା। ଆଉ ସେମାନେ ତୁମ୍ଭ ବିରୁଦ୍ଧରେ ବିଜୟର ଜୟକାର କରିବେ।”


ତୁମ୍ଭେମାନ ବାଣ ତୀ‌‌‌କ୍ଷ୍‌‌‌ଣ କର, ଦୃଢ଼କରି ଢାଲ ଧର। ସଦାପ୍ରଭୁ ମାଦିୟ ରାଜଗଣର ମନ ଉତ୍ତେଜିତ କରିଅଛନ୍ତି। କାରଣ ବାବିଲକୁ ନଷ୍ଟ କରିବାକୁ ସେ ସଂକଳ୍ପ କରିଅଛନ୍ତି। ଯେହେତୁ ବାବିଲର ସୈନ୍ୟମାନେ ସଦାପ୍ରଭୁଙ୍କ ମନ୍ଦିର ଧ୍ୱଂସ କରିଛନ୍ତି। ସେଥିପାଇଁ ସେ ପ୍ରତିଶୋଧ ସ୍ୱରୂପ ତାକୁ ଦଣ୍ଡ ଦେବେ।


ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କ ପରି ଦାମ୍ଭିକ ହୁଅ ନାହିଁ। କିନ୍ତୁ ଇଚ୍ଛୁକ ହୃଦୟର ସହିତ ସଦାପ୍ରଭୁଙ୍କର ଆଜ୍ଞାକାରୀ ହୁଅ। ସେହି ପବିତ୍ର ସ୍ଥାନକୁ ଆସ। ସଦାପ୍ରଭୁ ତାଙ୍କ ପବିତ୍ର ସ୍ଥାନକୁ ଚିରଦିନ ନିମନ୍ତେ ପବିତ୍ର କରିଛନ୍ତି। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କର। ତେବେ ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭମାନଙ୍କଠାରୁ ନିବୃତ୍ତ ହେବ।


ସମସ୍ତ ନେତାଗଣ, ସୈନ୍ୟଗଣ ଓ ରାଜା ଦାଉଦଙ୍କର ପୁତ୍ରଗଣ ଶଲୋମନଙ୍କୁ ରାଜାରୂପେ ସ୍ୱୀକାର କଲେ ଓ ତାଙ୍କର ବାଧ୍ୟ ହେଲେ।


ତାହାଙ୍କର ବିଗ୍ଭରଗୁଡ଼ିକ ସତ୍ୟ ଓ ଯଥାର୍ଥ। ସେ ମହା ବେଶ୍ୟାକୁ ଦଣ୍ଡ ଦେଇଛନ୍ତି। ସେହି ବେଶ୍ୟା ତା'ର ଯୌନଗତ ପାପରେ ପୃଥିବୀକୁ ଭ୍ରଷ୍ଟ କରି ଦେଇଅଛି। ପରମେଶ୍ୱର ତାହାଙ୍କ ସେବକମାନଙ୍କର ରକ୍ତ ହେତୁ ତାହାକୁ ଦଣ୍ଡ ଦେଇଛନ୍ତି।”


ଲୋକମାନେ ଯେହେତୁ ତୁମ୍ଭର ପବିତ୍ର ଲୋକ ଓ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କର ରକ୍ତପାତ କରିଥିଲେ, ଏବେ ତୁମ୍ଭେ ସେମାନଙ୍କୁ ରକ୍ତପାତ କରିବାକୁ ଦେଇଛ। ସେମାନେ ଏହା ହିଁ ପାଇବାକୁ ଯୋଗ୍ୟ।”


ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦେଖାଇବା ଉଚିତ୍। ଯଦି ତୁମ୍ଭେ ଦୟା ନ ଦେଖାଇବ, ତା'ହେଲେ ପରମେଶ୍ୱର ବିଗ୍ଭର କଲାବେଳେ ତୁମ୍ଭ ପ୍ରତି ମଧ୍ୟ ସେ ଦୟା ଦେଖାଇବେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦେଖାଇଥିବା ବ୍ୟକ୍ତି ତାହାର ବିଗ୍ଭର ହେଲାବେଳେ ନିର୍ଭୟରେ ଠିଆ ହେବ।


ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଗ୍ଭରକୁ ମାନନ୍ତି ନାହିଁ, ସେମାନଙ୍କୁ ଦଣ୍ଡ ଦେବା ଲାଗି ସେ ଜ୍ୱଳନ୍ତ ଅଗ୍ନିଶିଖା ସହିତ ଆସିବେ।


ତୁମ୍ଭମାନଙ୍କ ପ୍ରତି ଭୁଲ୍ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ୱରଙ୍କ କ୍ରୋଧ ଦ୍ୱାରା ଦଣ୍ତିତ ହେବା ଲାଗି ଅପେକ୍ଷା କର। ଶାସ୍ତ୍ରରେ ଲେଖା ଅଛି: ପରମେଶ୍ୱର କହିଛନ୍ତି, “ଦଣ୍ତ ଦେବା ମୋର କାମ। ମୁଁ ଲୋକମାନଙ୍କୁ ପ୍ରତିଦାନ ଦେବି।”


ଆମ୍ଭେ ଯେତେବେଳେ ଭୁଲ୍ କରୁ, ସେଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼େ ଯେ ପରମେଶ୍ୱର ହେଉଛନ୍ତି ଠିକ୍। ସେଥିପାଇଁ ପରମେଶ୍ୱର ଯେତେବେଳେ ଆମ୍ଭକୁ ଦଣ୍ଡ ଦିଅନ୍ତି, କ’ଣ ଆମ୍ଭେ କହି ପାରିବା ଯେ, ସେ ଅନ୍ୟାୟୀ? ମୁଁ କେତେକ ଲୋକଙ୍କ ଭାବିବାର ଢଙ୍ଗ ବିଷୟରେ କହୁଛି।


ପରମେଶ୍ୱର କେତେବେଳେ ତାହାଙ୍କ ଲୋକମାନଙ୍କୁ ଦଣ୍ଡ ଦେବେ, ସେହି ସମୟ ବିଷୟରେ ଭବିଷ୍ୟ‌ଦ୍‌ବକ୍ତାମାନେ ଅନେକ କଥା ଲେଖିଛନ୍ତି। ମୁଁ ତୁମ୍ଭମାନଙ୍କୁ ସେହି ସମୟ ବିଷୟରେ କହୁଛି, ଯେତେବେଳେ ସମସ୍ତ ଘଟଣା ନିଶ୍ଚିତ ରୂପରେ ଘଟିବ।


ତୁମ୍ଭେ ଅନ୍ୟର ବିଗ୍ଭର କଲେ ଠିକ୍ ସେହିଭଳି ତୁମ୍ଭର ବି ବିଗ୍ଭର କରାଯିବ। ତୁମ୍ଭେ ଅନ୍ୟକୁ ଯେଉଁଥିରେ ତଉଲିବ, ପରମେଶ୍ୱର ତୁମ୍ଭକୁ ସେହିଥିରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆଯିବ।


ସଦାପ୍ରଭୁ ଈର୍ଷାପରାୟଣ ଏବଂ ପ୍ରତିଶୋଧ ପରାୟଣ। ସେ କ୍ରୋଧାନ୍ୱିତ ହୋଇ ପ୍ରତିଶୋଧ ନିଅନ୍ତି। ତାଙ୍କର ବିରୁଦ୍ଧାଚରଣ କରୁଥିବା ଲୋକମାନଙ୍କ ଉପରେ ସେ ପ୍ରତିଶୋଧ ନିଅନ୍ତି। ସେ ତାଙ୍କର ଶତ୍ରୁମାନଙ୍କ ଉପରେ ରାଗନ୍ତି।


“ଗୁଲିବାଣ୍ଟ ଯାହାକି ସେ ତା'ର ଦକ୍ଷିଣ ହସ୍ତରେ ଉଠାଇଲା, ତାହା ଯିରୁଶାଲମର ହେବ। ଯେଉଁଠାରେ ସେ ନଷ୍ଟକାରୀ କାଠ ଗଣ୍ଡିକୁ ଏବଂ ହତ୍ୟା କରିବାକୁ ଆଜ୍ଞା ଦେବ, ଯୁଦ୍ଧ ପାଇଁ ସେ ଡାକରା ଦେବ, ଫାଟକ ବିରୁଦ୍ଧରେ ନଷ୍ଟକାରୀ କାଠଗଣ୍ଡିକୁ ଖଞ୍ଜିବ। ତା'ପରେ ସେ ସହର ଚତୁର୍ପାର୍ଶ୍ୱରେ ପ୍ରାଚୀର ନିର୍ମାଣ କରିବ।


କିନ୍ତୁ ସେ ରକ୍ଷା ପାଇବ ନାହିଁ। କାରଣ ସେ ଚୁକ୍ତି ଭଙ୍ଗ କରି ଶପଥ ତୁଚ୍ଛ କରିଅଛି। ସେ ଏସବୁ କରିଅଛି ଏବଂ ଦଣ୍ଡରୁ ପଳାଇ ଯାଇପାରିବ ନାହିଁ।”


ଆଉ ତୁମ୍ଭେ କହିବ, ‘ଆମ୍ଭେ ବାବିଲ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତାହା ଏହିପରି ଜଳମଗ୍ନ ହେବ। ସେ ପୁନର୍ବାର ଉଠିବ ନାହିଁ। ସେ ବୁଡ଼ିବ, କାରଣ ସେ ଭୟଙ୍କର ଦୁଷ୍କର୍ମ କରିଅଛି।”’ ଯିରିମିୟଙ୍କ ବାର୍ତ୍ତା ଏହିଠାରେ ସମାପ୍ତ।


ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ତୁମ୍ଭକୁ ସୁରକ୍ଷା ଦେବା ଓ ତୁମ୍ଭ ପାଇଁ ପ୍ରତିଶୋଧ ନେବା। ପୁଣି ଆମ୍ଭେ ବାବିଲର ସମୁଦ୍ରକୁ ଶୁଖାଇ ଦେବା ଓ ତାହାର ନିର୍ଝରକୁ ଶୁଖାଇ ଦେବା।


ଆଉ ସଦାପ୍ରଭୁ କହନ୍ତି, “ହେ ବାବିଲ, ତୁମ୍ଭେ ଏକ ବିନାଶକ ପର୍ବତ, ତୁମ୍ଭେ ସମୁଦାୟ ପୃଥିବୀକୁ ବିନାଶ କରୁଅଛ, ତେଣୁ ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ ଓ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା। ତୁମ୍ଭକୁ ଶୈଳର ଶୃଙ୍ଗରୁ ଗଡ଼ାଇ ଏକ ଅଗ୍ନିଦ‌ଗ୍‌ଧ ପର୍ବତ କରିବା।


“ହେ ଧନୁର୍ଦ୍ଧର ବୀରଗଣ, ତୁମ୍ଭେମାନେ ବାବିଲ ବିରୁଦ୍ଧରେ ଆପଣା ସୈନ୍ୟ ସଜାଅ। ତୁମ୍ଭମାନଙ୍କର କୌଣସି ବାଣ ନ ରଖି ତାହା ପ୍ରତି ନିକ୍ଷେପ କର, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି।


କାରଣ ପ୍ରତିଶୋଧର ଦିନ ଆମ୍ଭ ହୃଦୟରେ ଥିଲା ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହୋଇଅଛି।


କେତେବେଳେ ସଦାପ୍ରଭୁ ତାଙ୍କର କରୁଣା ପ୍ରଦର୍ଶନ କରିବେ ଓ କେଉଁ ସମୟରେ ପରମେଶ୍ୱର ଦୁଷ୍ଟାଗ୍ଭରୀଙ୍କ ଉପରେ ପ୍ରତିଶୋଧ ନେବେ ଓ ଶୋକାର୍ତ୍ତମାନଙ୍କୁ ସାନ୍ତ୍ୱନା କରିବେ। ସେ ସବୁ ପ୍ରଗ୍ଭର କରିବାକୁ ପରମେଶ୍ୱର ମୋତେ ପ୍ରେରଣ କରିଛନ୍ତି।


ପୁଣି ସଦାପ୍ରଭୁ ଧାର୍ମିକତାର ସାଞ୍ଜୁ ବୁକୁରେ, ପରିତ୍ରାଣରୂପକ ଟୋପି ମସ୍ତକରେ, ପ୍ରତିଶୋଧରୂପକ ବସ୍ତ୍ର ଓ ଉ‌ଦ୍‌ଯୋଗରୂପକ ବସ୍ତ୍ର ଉତ୍ତରୀୟ ରୂପେ ପରିଧାନ କଲେ।


ସେମାନଙ୍କୁ ଅନ୍ୟ ଗୋଷ୍ଠୀୟମାନଙ୍କୁ ଦଣ୍ଡିତ କରିବାକୁ ଯାଆନ୍ତୁ। ସେମାନଙ୍କୁ ଯିବାକୁ ଓ ଦଣ୍ଡ ଦେବାକୁ ଦିଅ।


ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ୱର, ଯିଏ ଦଣ୍ଡ ଦିଅନ୍ତି, ତୁମ୍ଭର ମହାନତା ଦେଖାଅ।


କିନ୍ତୁ ଶାମୁୟେଲ ଆଗ‌ଗ୍‌କୁ କହିଲେ, “ତୁମ୍ଭ ‌‌ଖ‌ଡ଼୍‌ଗ ଯେମନ୍ତ ସ୍ତ୍ରୀମାନଙ୍କୁ ସନ୍ତାନ ହିନ କରିଅଛି, ତେମନ୍ତ ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହିନ ହେବ।” ତହୁଁ ଶାମୁୟେଲ ଗି‌ଲ୍‌ଗ‌ଲ୍‌ରେ ସଦାପ୍ରଭୁଙ୍କ ସମ୍ମୁଖରେ ଆଗ‌ଗ୍‌କୁ ଖଣ୍ତ ଖଣ୍ତ କରି ହାଣିଲେ।


ଯାଜକମାନେ ମେଷ ତୂରୀ ବଜାଇଲେ, ଲୋକମାନେ ମେଷ ତୂରୀ ଶବ୍ଦ ଶୁଣି ପାଟି କରିବାକୁ ଲାଗିଲେ। ପ୍ରାଚୀରଟି ଭାଙ୍ଗିଗଲା, ଲୋକମାନେ ସିଧାସଳଖ ନଗର ମଧ୍ୟକୁ ଦୌଡ଼ିଲେ। ଇସ୍ରାଏଲର ଲୋକମାନେ ନଗରକୁ ଅକ୍ତିଆର କଲେ।


ସମସ୍ତ ଯାଜକମାନେ ମେଷ ତୂରୀରେ ଦୀର୍ଘ ଧ୍ୱନି କରିବେ ଓ ଯେତେବେଳେ ତୁମ୍ଭେମାନେ ସେହି ତୂରୀ ଶବ୍ଦ ଶୁଣିବ ସେତେବେଳେ ସମସ୍ତ ଲୋକ ମହାଜୟ ଧ୍ୱନିରେ ଜୟଧ୍ୱନି କରିବେ ଏବଂ ପ୍ରାଚୀର ପଡ଼ିଯିବ ଓ ସମସ୍ତ ଲୋକମାନେ ସିଧା ନଗରକୁ ଯିବାକୁ ସକ୍ଷମ ହେବେ।”


“ହେ ଜାତିଗଣ, ତାଙ୍କର ଲୋକମାନଙ୍କ ପାଇଁ ଗାନ କର। କାରଣ ସେ ଆପଣା ଦାସମାନଙ୍କର ରକ୍ତପାତର ପ୍ରତିଶୋଧ ନେବେ। ସେ ଆପଣା ବିପକ୍ଷଗଣଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବେ। ପୁଣି ସେ ଆପଣା ଦେଶ ଓ ଆପଣା ଲୋକମାନଙ୍କ ନିମନ୍ତେ ପ୍ରତିଶୋଧ ନେବେ ଏବଂ ତାଙ୍କର ଦେଶ ନିମନ୍ତେ ସେ ପ୍ରାୟଶ୍ଚିତ କରିବେ।”


ଆମ୍ଭେ ଆପଣା ବଜ୍ରତୁଲ୍ୟ ଖ‌ଡ଼୍‌ଗରେ ଶାଣ ଦେଲେ, ବିଗ୍ଭର ସାଧନ କରିବା ପାଇଁ ହସ୍ତକ୍ଷେପ କଲେ, ଆମ୍ଭେ ଆପଣା ବିପକ୍ଷଗଣ ବିରୁଦ୍ଧରେ ପରିଶୋଧ ନେବା। ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି ସେମାନଙ୍କର ଦୋଷ ଅନୁଯାୟୀ ଦଣ୍ତ ଦେବା।


ମୁଁ ପ୍ରତିଶୋଧ ନେବି। ମୁଁ ସେମାନଙ୍କର ପ୍ରାପ୍ୟ ଦେବି। ସେମାନଙ୍କର ପାଦ ଖସିଯିବା ପର୍ଯ୍ୟନ୍ତ ଅପେକ୍ଷା କରିବି। ସେମାନଙ୍କର ଅସୁବିଧାର ସମୟ ନିକଟ ହୋଇ ଆସୁଛି।’


ସଦାପ୍ରଭୁ ଆପଣା ଅସ୍ତ୍ରାଗାର ଫିଟାଇ ଆପଣା କ୍ରୋଧରୂପ ଅସ୍ତ୍ରସବୁ ବାହାର କରି ଆଣିଛନ୍ତି। କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କର କ‌‌ଲ୍‌‌ଦୀୟମାନଙ୍କ ଦେଶରେ ସେମାନଙ୍କ ପାଇଁ କିଛି କରିବାର ଅଛି।


ପୁଣି ସଦାପ୍ରଭୁ କହନ୍ତି, “ପୁଣି ଯର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାୟୀ ଗ୍ଭରଣଭୂମିରେ ଥିବା ସେହିମାନଙ୍କୁ ଭୟ ଦେବା ପାଇଁ ଆସିବା ପରି ଆମ୍ଭେ ସେମାନଙ୍କୁ ହଠାତ୍, ସେମାନଙ୍କ ଦେଶରୁ ତଡ଼ିଦେବା। କାହାକୁ ଆମ୍ଭେ ଏଠାରେ ନିଯୁକ୍ତ କରିବା, କାରଣ ମୋ’ ପରି କେହି ନୁହନ୍ତି? ସେଠାରେ ଆମ୍ଭକୁ ପ୍ରତିରୋଧ କରିବା ପାଇଁ କିଏ ଅଛନ୍ତି? ଆମ୍ଭ ସମ୍ମୁଖରେ ଠିଆ ହେଲାପରି ପାଳକ କିଏ ଅଛନ୍ତି?”


ଆଉ ଆମ୍ଭେ ବାବିଲକୁ ଓ କ‌‌ଲ୍‌‌ଦୀୟ ନିବାସୀ ସମସ୍ତଙ୍କୁ ସିୟୋନରେ ତୁମ୍ଭମାନଙ୍କ ଦୃଷ୍ଟି ଗୋଚରରେ ସେମାନଙ୍କ କୃତ ସମସ୍ତ ଦୁଷ୍କର୍ମର ପ୍ରତିଫଳ ଦେବା।” ଏହା ସଦାପ୍ରଭୁ କହନ୍ତି।


ବାବିଲର ସାହସୀ ଯୋଦ୍ଧାଗଣ ଯୁଦ୍ଧରୁ ଅବସର ନେଇଅଛନ୍ତି। ସେମାନେ ନିଜ ନିଜ ଗଡ଼ ମଧ୍ୟରେ ଅଛନ୍ତି। ସେମାନଙ୍କର ଶକ୍ତି ଦୁର୍ବଳ ହୋଇଅଛି। ସେମାନେ ଭୟଭୀତା ସ୍ତ୍ରୀଲୋକମାନଙ୍କ ପରି ହୋଇଛନ୍ତି। ସେମାନଙ୍କର ବାସସ୍ଥାନ ସବୁ ଦ‌ଗ୍‌ଧ ହୋଇଛି ଓ ସେମାନଙ୍କର ନଗର ଫାଟକର ଖିଡ଼ିକିସବୁ ଭଗ୍ନ ହୋଇଅଛି।


ସେ ପାପ କର୍ମର ପରିମାଣ ଅନୁସାରେ ସେମାନଙ୍କ ପ୍ରତି ଭୟଙ୍କର ହିଂସ୍ର ହେବେ। ଏବଂ ନିଜର ଶତ୍ରୁମାନଙ୍କୁ ଏକ ଶିକ୍ଷା ଦେବେ। ଆଉ ମଧ୍ୟ ଦ୍ୱୀପ ସମୂହକୁ ପ୍ରତିଫଳ ଦାନ କରିବେ।


Swiv nou:

Piblisite


Piblisite