ଯିରିମୀୟ 5:7 - ପବିତ୍ର ବାଇବଲ7 ପରମେଶ୍ୱର ପୁଣି କହିଲେ, “ହେ ଯିହୁଦା, ତୁମ୍ଭେ ଗୋଟିଏ କାରଣ ଦିଅ, ଆମ୍ଭେ ତୁମ୍ଭକୁ କାହିଁକି କ୍ଷମା କରିବା? ତୁମ୍ଭର ସନ୍ତାନମାନେ ଆମ୍ଭକୁ ପରିତ୍ୟାଗ କରିଛନ୍ତି। ଯେଉଁମାନେ ଈଶ୍ୱର ନୁହନ୍ତି ସେମାନେ ସେମାନଙ୍କ ନାମରେ ଶପଥ କରିଛନ୍ତି। ଆମ୍ଭେ ସେମାନଙ୍କୁ ସମସ୍ତ ଭୋଜନ ଦେଇ ପରିତୃପ୍ତ କରାଇଲେ ମଧ୍ୟ ସେମାନେ ବ୍ୟଭିଗ୍ଭରୀ ହେଲେ। ସେମାନେ ଦଳ ଦଳ ହୋଇ ବେଶ୍ୟାମାନଙ୍କ ଗୃହରେ ବହୁ ସମୟ ଅତିବାହିତ କଲେ। Gade chapit laପବିତ୍ର ବାଇବଲ (Re-edited) - (BSI)7 ଆମ୍ଭେ କିରୂପେ ତୁମ୍ଭକୁ କ୍ଷମା କରି ପାରିବା? ତୁମ୍ଭର ସନ୍ତାନଗଣ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଯେଉଁମାନେ ଈଶ୍ଵର ନୁହନ୍ତି, ସେମାନଙ୍କ ନାମରେ ଶପଥ କରିଅଛନ୍ତି; ଆମ୍ଭେ ଯେତେବେଳେ ସେମାନଙ୍କୁ ପରିତୃପ୍ତ ରୂପେ ଭୋଜନ କରାଇଲୁ, ସେତେବେଳେ ସେମାନେ ବ୍ୟଭିଚାର କଲେ ଓ ଦଳ ଦଳ ହୋଇ ବେଶ୍ୟାମାନଙ୍କ ଗୃହରେ ଏକତ୍ର ହେଲେ। Gade chapit laଓଡିଆ ବାଇବେଲ7 ଆମ୍ଭେ କିପରି ତୁମ୍ଭକୁ କ୍ଷମା କରି ପାରିବା ? ତୁମ୍ଭର ସନ୍ତାନଗଣ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଯେଉଁମାନେ ଈଶ୍ୱର ନୁହନ୍ତି, ସେମାନଙ୍କ ନାମରେ ଶପଥ କରିଅଛନ୍ତି; ଆମ୍ଭେ ଯେତେବେଳେ ସେମାନଙ୍କୁ ପରିତୃପ୍ତ ରୂପେ ଭୋଜନ କରାଇଲୁ, ସେତେବେଳେ ସେମାନେ ବ୍ୟଭିଚାର କଲେ ଓ ଦଳ ଦଳ ହୋଇ ବେଶ୍ୟାମାନଙ୍କ ଗୃହରେ ଏକତ୍ର ହେଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 “ଆମ୍ଭେ କିପରି ତୁମ୍ଭକୁ କ୍ଷମା କରି ପାରିବା? ତୁମ୍ଭର ସନ୍ତାନଗଣ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଯେଉଁମାନେ ଈଶ୍ୱର ନୁହନ୍ତି, ସେମାନଙ୍କ ନାମରେ ଶପଥ କରିଅଛନ୍ତି; ଆମ୍ଭେ ଯେତେବେଳେ ସେମାନଙ୍କୁ ପରିତୃପ୍ତ ରୂପେ ଭୋଜନ କରାଇଲୁ, ସେତେବେଳେ ସେମାନେ ବ୍ୟଭିଚାର କଲେ ଓ ଦଳ ଦଳ ହୋଇ ବେଶ୍ୟାମାନଙ୍କ ଗୃହରେ ଏକତ୍ର ହେଲେ। Gade chapit la |
ଅଥବା, ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ। ନିଜକୁ ପ୍ରତାରଣା କର ନାହିଁ। ଯେଉଁମାନେ ଯୌନଗତ ପାପ କରନ୍ତି, ପୁଣି ମୂର୍ତ୍ତିପୂଜକ, ବ୍ୟଭିଗ୍ଭରୀ, ସମଲିଙ୍ଗୀ, ସ୍ୱାର୍ଥପର, ଗ୍ଭେର, ମଦୁଆ, ପରନିନ୍ଦକ ଓ ଠକୁଆ, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ।
ତା'ପରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ୟ ଦେବା ସେମାନଙ୍କ ବିରୁଦ୍ଧରେ, ଯେଉଁମାନେ ମାୟାବୀ, ବ୍ୟଭିଗ୍ଭରୀ, ମିଥ୍ୟାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ୟାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡ଼ି ଦିଅନ୍ତି। ସେହିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।
ତୁମ୍ଭେମାନେ ହାରୋଣଙ୍କ ବଂଶଧର, ସଦାପ୍ରଭୁ ଯାଜକମାନଙ୍କୁ ବାହାର କରିଦେଲେ। ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ବାହାର କରିଦେଲ। ଏହା ପରେ ତୁମ୍ଭେମାନେ ନିଜେ ନିଜର ଯାଜକମାନଙ୍କୁ ବାଛିଲ, ଠିକ୍ ଯେପରି ପୃଥିବୀର ଅନ୍ୟ ଦେଶର ଲୋକମାନେ କରିଥା’ନ୍ତି। ଆଉ ବର୍ତ୍ତମାନ ଯେକୌଣସି ବ୍ୟକ୍ତି ଗୋଟିଏ ଅଳ୍ପବୟସ୍କ ବୃଷ ଓ ସାତୋଟି ମେଣ୍ଢା ଆଣି ଦେଲେ ଜଣେ ଯାଜକ ହୋଇ ପାରିବ। ଜଣେ ଯାଜକ ଯିଏ କି ‘ଅଣଦେବତାମାନଙ୍କର’ ସେବା କରିବ।