Biblia Todo Logo
Bib sou entènèt

- Piblisite -




ଯିରିମୀୟ 5:5 - ପବିତ୍ର ବାଇବଲ

5 ମୋତେ ଧନୀ ଲୋକମାନଙ୍କ ପାଖକୁ ଯିବାକୁ ଏବଂ କଥାବାର୍ତ୍ତା ହେବାକୁ ଦିଅ। କାରଣ ସେମାନେ ହିଁ ସଦାପ୍ରଭୁଙ୍କର ପଥ ଏବଂ ସେମାନଙ୍କର ପରମେଶ୍ୱରଙ୍କର ବ୍ୟବସ୍ଥା ଜାଣନ୍ତି।” କିନ୍ତୁ ଏମାନେ ଏକତ୍ର ହୋଇ ଯୁଆଳି ଭାଙ୍ଗି ଅଛନ୍ତି ଓ ବନ୍ଧନସବୁକୁ ଛିଣ୍ଡାଇ ପକାଇ ଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ମୁଁ ବଡ଼ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି; କାରଣ ସେମାନେ ସଦାପ୍ରଭୁଙ୍କର ପଥ ଓ ଆପଣାମାନଙ୍କ ପରମେଶ୍ଵରଙ୍କ ଶାସନ ଜାଣନ୍ତି। ମାତ୍ର ଏମାନେ ଏକମନା ହୋଇ ଯୁଆଳି ଭାଙ୍ଗିଅଛନ୍ତି ଓ ବନ୍ଧନ ସବୁ ଛିଣ୍ତାଇ ପକାଇ ଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

5 ମୁଁ ବଡ଼ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି; କାରଣ ସେମାନେ ସଦାପ୍ରଭୁଙ୍କର ପଥ ଓ ଆପଣାମାନଙ୍କ ପରମେଶ୍ୱରଙ୍କ ଶାସନ ଜାଣନ୍ତି। ମାତ୍ର ଏମାନେ ଏକମନା ହୋଇ ଯୁଆଳି ଭାଙ୍ଗିଅଛନ୍ତି ଓ ବନ୍ଧନ ସବୁ ଛିଣ୍ଡାଇ ପକାଇ ଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ମୁଁ ବଡ଼ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି; କାରଣ ସେମାନେ ସଦାପ୍ରଭୁଙ୍କର ପଥ ଓ ଆପଣାମାନଙ୍କ ପରମେଶ୍ୱରଙ୍କ ଶାସନ ଜାଣନ୍ତି।” ମାତ୍ର ଏମାନେ ଏକମନା ହୋଇ ଯୁଆଳି ଭାଙ୍ଗିଅଛନ୍ତି ଓ ବନ୍ଧନସବୁ ଛିଣ୍ଡାଇ ପକାଇଅଛନ୍ତି।

Gade chapit la Kopi




ଯିରିମୀୟ 5:5
25 Referans Kwoze  

“ହେ ଯିହୁଦା, ବହୁବର୍ଷ ପୂର୍ବେ ଆମ୍ଭେ ତୁମ୍ଭର ଯୁଆଳି ଭାଙ୍ଗି ତୁମ୍ଭର ବନ୍ଧନ ସବୁ ଚ୍ଛେଦନ କରିଅଛୁ। ଆଉ ତୁମ୍ଭେ କହିଛ, ‘ଆମ୍ଭେ ତୁମ୍ଭର ଦାସତ୍ୱ କର୍ମ କରିବୁ ନାହିଁ।’ ପ୍ରକୃତରେ ତୁମ୍ଭେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ତୁମ୍ଭର ବ୍ୟଭିଗ୍ଭର କରି ଗ୍ଭଲିଅଛ।


ସେହି ବ୍ୟକ୍ତିଙ୍କୁ ସେ ରାଜ୍ୟର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସେମାନେ ତାହାଙ୍କ ପଛରେ ଦଳେ ଲୋକଙ୍କୁ ସେଠାକୁ ପଠାଇଲେ। ସେଠାକୁ ଯାଇ ଏହି ଦଳର ଲୋକମାନେ କହିଲେ, ‘ଆମ୍ଭେ ଗ୍ଭହୁଁନା ଯେ, ସେହି ବ୍ୟକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।’


ସେହି ଯିହୂଦୀ ନେତାଙ୍କୁ ଦୁଃଖିତ ହେବାର ଦେଖି ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ଧନୀ ଲୋକମାନେ ପ୍ରବେଶ କରିବ ବହୁତ କଠିନ।


ଜଣେ ଯାଜକ ପରମେଶ୍ୱରଙ୍କ ଶିକ୍ଷାସମୂହ ଜାଣିବା ଉଚିତ୍। ଲୋକମାନେ ଯାଜକମାନଙ୍କ ନିକଟକୁ ଯାଇ ପରମେଶ୍ୱରଙ୍କ ଶିକ୍ଷାସମୂହ ଗ୍ରହଣ କରିବା ଉଚିତ୍। କାରଣ ଜଣେ ଯାଜକ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଦୂତ ଅଟେ।


ଯିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ ନେଇ ବିଗ୍ଭର କରନ୍ତି। ଆଉ ସେ ସ୍ଥାନର ଯାଜକଗଣ ଅର୍ଥ ନେଇ ଶିକ୍ଷା ଦିଅନ୍ତି ଓ ଭବିଷ୍ୟ‌ଦ୍‌ବକ୍ତାଗଣ ଭବିଷ୍ୟ‌ଦ୍‌ବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାଯ୍ୟ ପାଇଁ ଆଶା କରନ୍ତି। ସେମାନେ ମଧ୍ୟ କୁହନ୍ତି, “ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠାରେ ଅଛନ୍ତି। ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।”


ହେ ଶମରିୟାର ପର୍ବତବାସିନୀ, ବାଶନର ରମଣୀମାନେ, ତୁମ୍ଭେମାନେ ମୋର ଏହି ବାକ୍ୟ ଶୁଣ। ତୁମ୍ଭେମାନେ ଦରିଦ୍ର ଲୋକଙ୍କୁ ଆଘାତ ଦେଇ ଦରିଦ୍ରମାନଙ୍କୁ ଦଳି ଦେଇଛ ଆଉ ମଧ୍ୟ ତୁମ୍ଭର ସ୍ୱାମୀମାନଙ୍କୁ କହିଛ, “ଆମ୍ଭମାନଙ୍କୁ କିଛି ପାନ କରିବାକୁ ଦିଅ।”


“ଇସ୍ରାଏଲର ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ଲୋକ ଲୋଭାସକ୍ତ। ଆଉ ଭବିଷ୍ୟ‌ଦ୍‌ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ ପ୍ରତ୍ୟେକ ମିଥ୍ୟାଗ୍ଭରୀ।


ମୋଶା ହୃ‌ଦ୍‌ବୋଧ କଲେ ଯେ, ହାରୋଣ ଲୋକମାନଙ୍କୁ ନିୟନ୍ତ୍ରଣ ବାହାର କରି ଦେଇଛନ୍ତି। ତେଣୁ ଶତ୍ରୁମାନଙ୍କ ଦ୍ୱାରା ହାସ୍ୟାସ୍ପଦ ହେବାକୁ ହେବ।


“ପୁଣି ସେମାନେ ଅସତ୍ୟତା ନିମନ୍ତେ ନିଜ ନିଜ ଜିହ୍ୱାରୂପ ଧନୁକୁ ବକ୍ର କରନ୍ତି। ଆଉ ସେମାନେ ଦେଶରେ ବଳିଷ୍ଠ ହୋଇଅଛନ୍ତି, ମାତ୍ର ସତ୍ୟତା ପାଇଁ ନୁହେଁ। କାରଣ ସେମାନେ ପାପ ଉପରେ ପାପ କରିବାକୁ ଅଗ୍ରସର ହୁଅନ୍ତି। ସେମାନେ ଆମ୍ଭକୁ ଜାଣନ୍ତି ନାହିଁ।” ଏହା ସଦାପ୍ରଭୁ କହନ୍ତି।


ଏବଂ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଏହି ଲୋକମାନେ ପାପପୂର୍ଣ୍ଣ ଯୋଜନା କରନ୍ତି ଓ ଏ ନଗର ମଧ୍ୟରେ କୁମନ୍ତ୍ରଣାସବୁ ଦିଅନ୍ତି।


ଆହୁରି ମଧ୍ୟ ଯାଜକମାନଙ୍କର ନେତାଗଣ ଓ ଯିହୁଦାର ଲୋକମାନେ ଭୟଙ୍କର ପାପ କଲେ ଓ ସଦାପ୍ରଭୁଙ୍କ ନିକଟରେ ଆହୁରି ଅବିଶ୍ୱସ୍ତ ହେଲେ। ସେମାନେ ଅନ୍ୟ ଦେଶମାନଙ୍କର ମନ୍ଦ ଦୃଷ୍ଟାନ୍ତକୁ ଅନୁକରଣ କଲେ। ସେହି ନେତାମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କଲେ। ସଦାପ୍ରଭୁ ଯିରୁଶାଲମର ମନ୍ଦିରକୁ ପବିତ୍ର କରିଥିଲେ।


ତୁମ୍ଭର ଶାସକଗଣ ବିଦ୍ରୋହୀ ହୋଇଛନ୍ତି ଓ ଗ୍ଭେରମାନଙ୍କର ବନ୍ଧୁ ହୋଇଛନ୍ତି। ତୁମ୍ଭର ସମସ୍ତ ଶାସକ ଲାଞ୍ଚକୁ ଭଲ ପାଆନ୍ତି। ଅନ୍ୟାୟ କାର୍ଯ୍ୟ ପାଇଁ ପାରିତୋଷିକ ଗ୍ରହଣ କରନ୍ତି। ଆଉ ସେହି ଶାସକମାନେ ଲୋକଙ୍କୁ ଠକିବାକୁ ଅର୍ଥ ନିଅନ୍ତି। ତୁମ୍ଭର ସେହି ଶାସକଗଣ ଅନାଥ ପିଲାମାନଙ୍କୁ ଓ ବିଧବାମାନଙ୍କୁ ସେମାନଙ୍କର ଦରକାର ବେଳେ ସାହାଯ୍ୟ କରନ୍ତି ନାହିଁ।’


ହେ ବର୍ତ୍ତମାନ ସମୟର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟପ୍ରତି ଧ୍ୟାନ ଦିଅ। “ଆମ୍ଭେ କ’ଣ ଇସ୍ରାଏଲ ପ୍ରତି ପ୍ରାନ୍ତରସ୍ୱରୂପ କିଅବା ନିବିଡ଼ ଅନ୍ଧକାରମୟ ଦେଶ ସ୍ୱରୂପ ହୋଇଅଛୁ? ଆମ୍ଭର ଲୋକମାନେ କାହିଁକି କହୁଛନ୍ତି, ‘ଆମ୍ଭେମାନେ ବନ୍ଧନମୁକ୍ତ ହୋଇଅଛୁ, ଆମ୍ଭେମାନେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ?’


ଏପରିକି ଆକାଶର ପକ୍ଷୀଗଣ ନିଜ ନିଜ ନିରୂପିତ ସମୟ ଜାଣନ୍ତି। ଆଉ ଘୁଘୁ, ତାଳଚୋଞ୍ଚ ଓ ସାରସ ନିଜ ନିଜର ଆସିବା ସମୟ ରକ୍ଷା କରନ୍ତି। ମାତ୍ର ଆମ୍ଭର ଲୋକମାନେ ସଦାପ୍ରଭୁଙ୍କର ନିୟମ ଜାଣନ୍ତି ନାହିଁ।


ତୁମ୍ଭେ ବହୁ ଗୋଷ୍ଠୀ ସହିତ ବନ୍ଧୁତା ସ୍ଥାପନ କରିଅଛ। ମାତ୍ର ‘ବନ୍ଧୁମାନେ’ ତୁମ୍ଭକୁ ପାଶୋରି ଅଛନ୍ତି। ସେମାନେ ତୁମ୍ଭକୁ ମନେ ପକାନ୍ତି ନାହିଁ। କାରଣ ତୁମ୍ଭର ବହୁ ଅଧର୍ମ ଓ ବହୁ ପାପ ଯୋଗୁଁ ଆମ୍ଭେ ତୁମ୍ଭକୁ ଶତ୍ରୁ ତୁଲ୍ୟ ଆଘାତ କରିଅଛୁ ଓ ନିର୍ଦ୍ଦୟଲୋକ ତୁଲ୍ୟ ଶାସ୍ତି ଦେଇଅଛୁ।


ହେ ସିୟୋନର ଲୋକମାନେ, ଯେଉଁମାନେ ତୁମ୍ଭର ଦୁଃଖ ନାହିଁ ବୋଲି କହୁଛ ଏବଂ ଶମରିୟା ପର୍ବତ ଉପରେ ଥିବା ନିବାସୀ ଯେଉଁମାନେ ନିଜକୁ ନିରାପଦ ମନେ କରୁଛ, ତୁମ୍ଭମାନଙ୍କ ପାଇଁ ଏହା ଅତି ମନ୍ଦ ହେବ। ତୁମ୍ଭେମାନେ ମହାନ ଦେଶର ପ୍ରଧାନଗଣ। “ଇସ୍ରାଏଲର ଗୃହ” ତୁମ୍ଭମାନଙ୍କର ଉପଦେଶ ପାଇଁ ତୁମ୍ଭମାନଙ୍କ ପାଖକୁ ଆସୁଛି।


Swiv nou:

Piblisite


Piblisite