Biblia Todo Logo
Bib sou entènèt

- Piblisite -




ଯିରିମୀୟ 5:29 - ପବିତ୍ର ବାଇବଲ

29 ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ କ’ଣ ଏହିସବୁ ପାଇଁ ସେମାନଙ୍କୁ ଦଣ୍ଡ ଦେବା ନାହିଁ? ଆମ୍ଭର ପ୍ରାଣ କ’ଣ ଏହିସବୁ ଲୋକମାନଙ୍କଠାରୁ ପରିଶୋଧ ନେବ ନାହିଁ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ସଦାପ୍ରଭୁ କହନ୍ତି, ଆମ୍ଭେ କି ଏହିସବୁର ପ୍ରତିଫଳ ଦେବା ନାହିଁଣ? ଆମ୍ଭର ପ୍ରାଣ କି ଏହି ପ୍ରକାର ଲୋକଙ୍କଠାରୁ ପରିଶୋଧ ନେବ ନାହିଁ?

Gade chapit la Kopi

ଓଡିଆ ବାଇବେଲ

29 ସଦାପ୍ରଭୁ କହନ୍ତି, “ଆମ୍ଭେ କି ଏହିସବୁର ପ୍ରତିଫଳ ଦେବା ନାହିଁ ? ଆମ୍ଭର ପ୍ରାଣ କି ଏହି ପ୍ରକାର ଲୋକଙ୍କଠାରୁ ପରିଶୋଧ ନେବ ନାହିଁ ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ସଦାପ୍ରଭୁ କହନ୍ତି, ଆମ୍ଭେ କି ଏହିସବୁର ପ୍ରତିଫଳ ଦେବା ନାହିଁ? ଆମ୍ଭର ପ୍ରାଣ କି ଏହି ପ୍ରକାର ଲୋକଙ୍କଠାରୁ ପରିଶୋଧ ନେବ ନାହିଁ?”

Gade chapit la Kopi




ଯିରିମୀୟ 5:29
7 Referans Kwoze  

ସଦାପ୍ରଭୁ କହନ୍ତି, “ଆମ୍ଭେ କ’ଣ ଏହିସବୁର ପ୍ରତିଫଳ ଦେବା ନାହିଁ? ଆମ୍ଭେ କ’ଣ ଏ ପ୍ରକାର ଲୋକମାନଙ୍କ ପ୍ରତି ଦଣ୍ଡ ବିଧାନ କରି ପ୍ରତିଶୋଧ ନେବା ନାହିଁ? ହଁ, ଏହା ନିଶ୍ଚିତ ଯେ, ଏ ପ୍ରକାର ଲୋକ ଦଣ୍ଡ ପାଇବା ଯୋଗ୍ୟ।


ତା'ପରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ୟ ଦେବା ସେମାନଙ୍କ ବିରୁଦ୍ଧରେ, ଯେଉଁମାନେ ମାୟାବୀ, ବ୍ୟଭିଗ୍ଭରୀ, ମିଥ୍ୟାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ୟାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡ଼ି ଦିଅନ୍ତି। ସେହିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।


ଲୋକେ ତୁମ୍ଭ କ୍ଷେତମାନଙ୍କରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସେମାନଙ୍କର ମଜୁରୀ ଦେଲ ନାହିଁ। ସେମାନେ ତୁମ୍ଭ ବିରୁଦ୍ଧରେ କ୍ରନ୍ଦନ କରୁଛନ୍ତି। ସେମାନେ ତୁମ୍ଭ ପାଇଁ ଶସ୍ୟ ଆମଦାନୀ କଲେ। ଏବେ ସ୍ୱର୍ଗୀୟ ସେନାବାହିନୀର ପ୍ରଭୁ ସେମାନଙ୍କ ଚିତ୍କାର ଶୁଣିଛନ୍ତି।


ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା। ଏହି ପ୍ରକାର ଗୋଷ୍ଠୀକୁ ଆମ୍ଭେ ଦଣ୍ଡ ବିଧାନ ନ କରି କ’ଣ ରହିପାରିବା?”


ଉପତ୍ୟକାର ଚି‌କ୍‌କଣ ପଥରଗୁଡ଼ିକ ମଧ୍ୟରେ ତୁମ୍ଭର ଅଂଶ, ସେଗୁଡ଼ିକରେ ତୁମ୍ଭର ଅଧିକାର; ପୁଣି ସେମାନଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ପେୟନୈବେଦ୍ୟ ଢାଳିଅଛ ଓ ନୈବେଦ୍ୟ ଉତ୍ସର୍ଗ କରିଅଛ। ଏସବୁରେ ଆମ୍ଭେ କ’ଣ ଶାନ୍ତ ହେବା?


ସଦାପ୍ରଭୁ କୁହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ପାପ ପାଇଁ ଓ ତୁମ୍ଭମାନଙ୍କ ପିତୃପୁରୁଷଙ୍କ ପାପ ପାଇଁ ଉଭୟଙ୍କୁ ପ୍ରତିଫଳ ଦେବା।” କାରଣ “ସେମାନେ ପର୍ବତଗୁଡ଼ିକ ଉପରେ ଧୂପ ଜଳାଇଛନ୍ତି ଓ ଉପପର୍ବତଗୁଡ଼ିକ ଉପରେ ଆମ୍ଭର ନିନ୍ଦା କରିଛନ୍ତି। ଏଣୁ ସେମାନଙ୍କ କାର୍ଯ୍ୟର ମାନ କଳନା କରି ପ୍ରତିଫଳ ସେମାନଙ୍କ କୋଳରେ ଦେବା।”


କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି, “ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି ଯିରୁଶାଲମ ବିରୁଦ୍ଧରେ ନିର୍ମାଣ କର। ସେହି ନଗର ପ୍ରତିଫଳ ପାଇବାର ଯୋଗ୍ୟ। ତାହାର ଭିତର ସମ୍ପୂର୍ଣ୍ଣ ଉପଦ୍ରବମୟ।


Swiv nou:

Piblisite


Piblisite