Biblia Todo Logo
Bib sou entènèt

- Piblisite -




ଯିରିମୀୟ 49:39 - ପବିତ୍ର ବାଇବଲ

39 ମାତ୍ର ସଦାପ୍ରଭୁ କହନ୍ତି, “ଆମ୍ଭେ ଶେଷ କାଳରେ ଏଲମକୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ମାତ୍ର ଶେଷ କାଳରେ ଆମ୍ଭେ ଏଲମକୁ ବନ୍ଦୀତ୍ଵାବସ୍ଥାରୁ ଫେରାଇ ଆଣିବା, ଏହା ସଦାପ୍ରଭୁ କହନ୍ତି।

Gade chapit la Kopi

ଓଡିଆ ବାଇବେଲ

39 ମାତ୍ର ଶେଷ କାଳରେ ଆମ୍ଭେ ଏଲମ୍‍କୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା,” ଏହା ସଦାପ୍ରଭୁ କହନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ମାତ୍ର ଶେଷ କାଳରେ ଆମ୍ଭେ ଏଲମ୍‍କୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା, ଏହା ସଦାପ୍ରଭୁ କହନ୍ତି।”

Gade chapit la Kopi




ଯିରିମୀୟ 49:39
15 Referans Kwoze  

“ତଥାପି ସଦାପ୍ରଭୁ କହନ୍ତି, ଆମ୍ଭେ ଶେଷକାଳରେ ପୁନର୍ବାର ମୋୟାବକୁ ବନ୍ଦୀତ୍ୱ ସ୍ଥାନରୁ ଫେରାଇ ଆଣିବା।” ମୋୟାବ ବିଷୟରେ ଏହା ଶେଷ ବିଗ୍ଭର।


ଭବିଷ୍ୟତରେ ସଦାପ୍ରଭୁଙ୍କ ଗୃହ, ପର୍ବତର ଉଚ୍ଚତମ ପର୍ବତ ଶିଖର ଉପରେ ସ୍ଥାପିତ ହେବ। ଏହା ସମସ୍ତ ପର୍ବତଗୁଡ଼ିକ ଅପେକ୍ଷା ଉଚ୍ଚତର ହେବ। ଲଗାତାର ଗୋଷ୍ଠୀଗଣ ସ୍ରୋତ ପରି ସେଠାକୁ ଯାଉଥିବେ।


ଆମ୍ଭେ ଇସ୍ରାଏଲକୁ ବନ୍ଦୀରୁ ମୁକ୍ତ କରିବା ଏବଂ ସେମାନଙ୍କୁ ସେମାନଙ୍କର ଭୂମିକୁ ଫେରାଇ ଆଣିବା। ସେମାନେ ଧ୍ୱଂସ ବିଧ୍ୱଂସ ନଗରଗୁଡ଼ିକୁ ପୁନଃନିର୍ମାଣ କରିବେ ଏବଂ ସେହି ନଗରୀରେ ବାସ କରିବେ। ସେମାନେ ଦ୍ରାକ୍ଷାବୃକ୍ଷ କ୍ଷେତରେ ରୋପଣ କରିବେ ଏବଂ ଦ୍ରାକ୍ଷାରସ ପିଇବେ, ଯାହା ସେଠାକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ। ସେମାନେ ମଧ୍ୟ ଗ୍ଭଷ କରିବେ ଓ ଉତ୍ପାଦିତ ଶସ୍ୟକୁ ଭକ୍ଷ୍ୟଣ କରିବେ।


ତା'ପରେ ଇସ୍ରାଏଲର ଲୋକମାନେ ଫେରି ଆସିବେ। ତା'ପରେ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ରାଜା ଦାଉଦଙ୍କୁ ଖୋଜିବେ। ଶେଷଦିବସରେ, ସେମାନେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦେବାକୁ ଆସିବେ।


ଏବେ ଭବିଷ୍ୟତରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଘଟିବ, ତାହା ବୁଝାଇ ଦେବା ପାଇଁ ମୁଁ ଆସିଅଛି। କାରଣ ଏହି ଦର୍ଶନ ଭବିଷ୍ୟତ ବିଷୟରେ ଅଟେ।”


ମାତ୍ର ସ୍ୱର୍ଗସ୍ଥ ପରମେଶ୍ୱର ହିଁ କେବଳ ନିଗୂଢ଼ ବିଷୟମାନ ପ୍ରକାଶ କରି ପାରିବେ। ଆଉ ପରବର୍ତ୍ତୀ ସମୟରେ ଯାହା ଯାହା ଘଟିବ ତାହା ମଧ୍ୟ ପରମେଶ୍ୱର ନବୂଖ‌ଦ୍‌ନିତ୍ସରଙ୍କୁ ଜଣାଇ ଅଛନ୍ତି। ଏହିସବୁ ଆପଣଙ୍କ ସ୍ୱପ୍ନ ଥିଲା ଏବଂ ଏହି ଗୁଡ଼ିକୁ ଆପଣ ବିଛଣାରେ ଶୋଇଥିବା ବେଳେ ଦେଖିଲେ।


ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଏବେ ମୁଁ ଯାକୁବକୁ ବନ୍ଦୀତ୍ୱରୁ ମୁକ୍ତ କରି ଆଣିବି ଓ ସମୁଦାୟ ଇସ୍ରାଏଲ ବଂଶ ପ୍ରତି ଦୟା କରିବି। ଏବଂ ମୁଁ ପବିତ୍ର ନାମ ସକାଶେ ଈର୍ଷାପରାୟଣ ହେବି।


ତୁମ୍ଭେ ଇସ୍ରାଏଲ ବିରୁଦ୍ଧରେ ମୋର ଲୋକ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବ ଏବଂ ଦେଶକୁ ମେଘତୁଲ୍ୟ ଆଚ୍ଛାଦନ କରିବ। ସେହି ଭବିଷ୍ୟତ ଦିନଗୁଡ଼ିକରେ, ମୁଁ ତୁମ୍ଭକୁ ମୋ’ ଦେଶ ବିରୁଦ୍ଧରେ ଆଣିବି, ଯାହା ଫଳରେ ଦେଶଗୁଡ଼ିକ ମୋତେ ଜାଣି ପାରିବେ। ଯେତେବେଳେ ମୋର ପବିତ୍ରତା ତୁମ୍ଭ ମାଧ୍ୟମରେ ସେମାନଙ୍କୁ ଉପସ୍ଥିତିରେ ଦେଖାଇବି।’”


ଏବଂ ମୁଁ ମିଶରୀୟମାନଙ୍କୁ ଫେରାଇ ଆଣିବି, ମୁଁ ସେମାନଙ୍କୁ ସେମାନଙ୍କର ଜନ୍ମଭୂମି ପାଥ୍ରୋଷକୁ ଫେରାଇ ଆଣିବି। ଏବଂ ସେଠାରେ ସେମାନେ ଗୋଟିଏ ଅପ୍ରଧାନ ରାଜ୍ୟ ହୋଇ ରହିବେ।


ସଦାପ୍ରଭୁ କହନ୍ତି, “ଅମ୍ମୋନୀୟ ସନ୍ତାନଗଣ ବନ୍ଦୀ ହୋଇ ନିଆଯିବେ, ମାତ୍ର ସମୟ ଆସିବ, ଆମ୍ଭେ ପୁନର୍ବାର ସେମାନଙ୍କୁ ବନ୍ଦୀତ୍ୱ ଅବସ୍ଥାରୁ ଫେରାଇ ଆଣିବା।”


ଶେଷ ଦିନରେ ଏହା ହିଁ ଘଟିବ। ସଦାପ୍ରଭୁଙ୍କର ମନ୍ଦିରର ପର୍ବତ ଉଚ୍ଚତମ ଶିଖରରେ ହେବ। ଏହା ଅନ୍ୟ ସମସ୍ତ ପାହାଡ଼ଗୁଡ଼ିକ ମଧ୍ୟରେ ଉଚ୍ଚତର ହେବ। ସମସ୍ତ ଗୋଷ୍ଠୀର ଲୋକମାନେ ସ୍ରୋତ ସଦୃଶ ସେଠାକୁ ଧାବିତ ହେବେ।


ଆୟୁବ ତା'ର ବନ୍ଧୁମାନଙ୍କ ପାଇଁ ପ୍ରାର୍ଥନା କଲା। ତା'ପରେ ସଦାପ୍ରଭୁ ଆୟୁବକୁ ପୁଣି ସୌଭାଗ୍ୟ ଆଣି ଦେଲେ। ଆୟୁବର ପୂର୍ବରୁ ଯାହା ଥିଲା ତା'ର ଦୁଇଗୁଣ ସେ ଦେଲେ।


ପୁଣି ସେମାନଙ୍କୁ ଉତ୍ପାଟନ କଲାପରେ ଆମ୍ଭେ ଫେରି ସେମାନଙ୍କୁ ଦୟା କରିବା। ପୁଣି ପ୍ରତ୍ୟେକ ଲୋକକୁ ତାହାର ଅଧିକାରକୁ ଓ ପ୍ରତ୍ୟେକ ଲୋକକୁ ତାହାର ଜମିକୁ ଫେରାଇ ଆଣିବା।


ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଏଲମରେ ଆମ୍ଭର ସିଂହାସନ ସ୍ଥାପନ କରିବା ଓ ସେ ସ୍ଥାନରୁ ରାଜାକୁ ଓ ଅଧିପତିମାନଙ୍କୁ ଉଚ୍ଛିନ୍ନ କରାଇବା।”


Swiv nou:

Piblisite


Piblisite