Biblia Todo Logo
Bib sou entènèt

- Piblisite -




ଯିରିମୀୟ 49:37 - ପବିତ୍ର ବାଇବଲ

37 ପୁଣି ଆମ୍ଭେ ଏଲମର ଲୋକମାନଙ୍କୁ ସେମାନଙ୍କର ଶତ୍ରୁଗଣ ସମ୍ମୁଖରେ ଓ ସେମାନଙ୍କର ପ୍ରାଣନାଶକାରୀଙ୍କ ସମ୍ମୁଖରେ ବିନାଶ କରିବା।” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କ ଉପରେ ଆମ୍ଭର ପ୍ରଚଣ୍ଡ କ୍ରୋଧ ଘଟାଇବା ଓ ସେମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କ ପଛରେ ଏକ ‌‌ଖ‌ଡ଼୍‌ଗ ପଠାଇବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

37 ପୁଣି, ଆମ୍ଭେ ଏଲମର ଲୋକମାନଙ୍କୁ ସେମାନଙ୍କ ଶତ୍ରୁଗଣ ସମ୍ମୁଖରେ ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ସମ୍ମୁଖରେ ବିସ୍ମିତ କରାଇବା; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍, ଆମ୍ଭର ପ୍ରଚଣ୍ତ କ୍ରୋଧ ଘଟାଇବା ଓ ସେମାନଙ୍କୁ ସଂହାର ନ କରିବା ପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ପଛେ ପଛେ ଖଡ଼୍‍ଗ ପଠାଇବା।

Gade chapit la Kopi

ଓଡିଆ ବାଇବେଲ

37 ପୁଣି, ଆମ୍ଭେ ଏଲମ୍‍ର ଲୋକମାନଙ୍କୁ ସେମାନଙ୍କ ଶତ୍ରୁଗଣ ସମ୍ମୁଖରେ ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ସମ୍ମୁଖରେ ବିସ୍ମିତ କରାଇବା,” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ଆମ୍ଭର ପ୍ରଚଣ୍ଡ କ୍ରୋଧ ଘଟାଇବା ଓ ସେମାନଙ୍କୁ ସଂହାର ନ କରିବା ପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ପଛେ ପଛେ ଖଡ୍ଗ ପଠାଇବା।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

37 ପୁଣି, ଆମ୍ଭେ ଏଲମ୍‍ର ଲୋକମାନଙ୍କୁ ସେମାନଙ୍କ ଶତ୍ରୁଗଣ ସମ୍ମୁଖରେ ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ସମ୍ମୁଖରେ ବିସ୍ମିତ କରାଇବା, ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ଆମ୍ଭର ପ୍ରଚଣ୍ଡ କ୍ରୋଧ ଘଟାଇବା ଓ ସେମାନଙ୍କୁ ସଂହାର ନ କରିବା ପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ପଛେ ପଛେ ଖଡ୍ଗ ପଠାଇବା।

Gade chapit la Kopi




ଯିରିମୀୟ 49:37
19 Referans Kwoze  

ସେମାନେ କିଅବା ସେମାନଙ୍କର ପୂର୍ବପୁରୁଷ ଜାଣି ନ ଥିବା ଦେଶୀୟମାନଙ୍କ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ କରିବା। ସେମାନଙ୍କୁ ସଂହାର ନ କରିବା ଯାଏ ସେମାନଙ୍କ ପଛରେ ‌‌ଖ‌ଡ଼୍‌ଗ ପଠାଇବା।”


ମୋୟାବ ପୁନର୍ବାର ପ୍ରଶଂସିତ ହେବ ନାହିଁ। ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ରେ ଲୋକମାନେ ତାହାର ବିନାଶର ଯୋଜନା କରିବେ। ‘ଆସ, ଆମ୍ଭେମାନେ ଏହାକୁ ଧ୍ୱଂସ କରିବା ଏବଂ ଗୋଷ୍ଠୀରୁ ଏହାକୁ ସମାପ୍ତ କରିଦେବା।’ ହେ ମ‌‌ଦ୍‌‌ମେନା! ତୁମ୍ଭେ ମଧ୍ୟ ନୀରବ ହେବ, କାରଣ ‌‌ଖ‌ଡ଼୍‌ଗ ତୁମ୍ଭର ପଶ୍ଚା‌‌ଦ୍‌‌ଗାମୀ ହେବ।


ଏବଂ ଯେଉଁମାନେ ତାକୁ ଓ ତା'ର ସୈନ୍ୟବାହିନୀକୁ ସାହାଯ୍ୟ କରିବାକୁ ତାହାର ଚତୁର୍ଦ୍ଦିଗରେ ଅଛନ୍ତି, ସେ ଏବଂ ତା'ର ସୈନ୍ୟବାହିନୀ ଆମ୍ଭ ଦ୍ୱାରା ସମସ୍ତ ଦିଗରେ ଛିନ୍ନଛତ୍ର ହେବେ। ଆମ୍ଭେ ଆପଣା ‌‌ଖ‌ଡ଼୍‌ଗ ସେମାନଙ୍କ ବିରୁଦ୍ଧରେ ଉଠାଇବା।


ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହାମାରୀରେ ଓ ଦୁର୍ଭିକ୍ଷରେ ନଗର ମଧ୍ୟରେ ମରିବେ। ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଯୁଦ୍ଧରେ ନଗର ବାହାରେ ମୃତ୍ୟୁବରଣ କରିବେ; ଆଉ ଅବଶିଷ୍ଟ ଏକ ତୃତୀୟାଂଶ ଛିନ୍ନଭିନ୍ନ ହେବେ। ଯେହେତୁ ଆମ୍ଭେ ‌‌ଖ‌ଡ଼୍‌ଗ ନେଇ ଗୋଡ଼ାଇବା।


ଗଣକମାନେ ‌‌ଖ‌ଡ଼୍‌ଗରେ ବଧ ହେବ, ସେମାନେ କେଡ଼େ ନିର୍ବୋଧ ତାହା ଦେଖାଇବା ପାଇଁ ‌‌ ଖ‌ଡ଼୍‌ଗ ସୈନ୍ୟମାନଙ୍କୁ ବିନାଶ କରିବ, ଫଳରେ ସେମାନେ ଭୟଭୀତ ହେବେ।


ଲୋକମାନେ ସେମାନଙ୍କର ତମ୍ବୁ ଓ ପଶୁପଲକୁ ନେଇଯିବେ। ସେମାନଙ୍କର ଯବନିକା, ସେମାନଙ୍କର ଯାବତୀୟ ପାତ୍ର ଓ ଓଟ ପଲକୁ ସେମାନେ ନିଜ ପାଇଁ ନେଇଯିବେ। ଆଉ ‘ସେମାନଙ୍କ ଚତୁର୍ଦ୍ଦିଗରେ ଆଶଙ୍କା ବୋଲି’ ସେମାନେ ଉଚ୍ଚସ୍ୱରରେ କହିବେ।”


ଦମ୍ମେଶକ ଦୁର୍ବଳ ହୋଇଅଛି। ଏହା ରକ୍ଷା ପାଇବା ପାଇଁ ଆଶା କରୁଅଛି। ସେମାନଙ୍କୁ ଭୟ ଆକ୍ରାନ୍ତ କରିଅଛି, ପ୍ରସବକାଳୀନ ତୀବ୍ର ବେଦନାଗ୍ରସ୍ତ ସ୍ତ୍ରୀ ପରି ସେମାନେ ଦୁଃଖ ଓ ଯନ୍ତ୍ରଣା ଅନୁଭବ କରୁଛନ୍ତି।


ସେ ସମୟରେ ଏକ ପକ୍ଷୀ ଉଡ଼ି ଉଡ଼ି ଆସିବ, ଆଉ ବସ୍ରା ଉପରେ ଆପଣା ପକ୍ଷ ବିସ୍ତାର କରିବ। ସେତେବେଳେ ଇଦୋମର ବୀର ସୈନିକଗଣ ଭୟଭୀତ ହେବେ ଓ ପ୍ରସବକାଳୀନ ବେଦନାଗ୍ରସ୍ତା ସ୍ତ୍ରୀ ପରି ଯନ୍ତ୍ରଣାରେ କ୍ରନ୍ଦନ କରିବେ।


କିନ୍ତୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଚତୁର୍ଦ୍ଦିଗରୁ ତୁମ୍ଭମାନଙ୍କ ବିପକ୍ଷରେ ଭୟ ଆଣିବା। ତୁମ୍ଭେମାନେ ଏଣେତେଣେ ଧାବିତ ହେବ, ମାତ୍ର ତୁମ୍ଭମାନଙ୍କୁ ଏକତ୍ରିତ କରିବାକୁ କେହି ନ ଥିବେ।”


“ମୋୟାବ ଭଗ୍ନ ହୋଇଅଛି, ତା'ର ଲୋକମାନେ କ୍ରନ୍ଦନ କରୁଛନ୍ତି, ମୋୟାବ ଲଜ୍ଜିତ ହୋଇଅଛି ଓ ଲୋକମାନଙ୍କର ହାସ୍ୟାସ୍ପଦର ପାତ୍ର ହୋଇଅଛି।”


ପୁଣି ସଦାପ୍ରଭୁଙ୍କର ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ ହେବା ପର୍ଯ୍ୟନ୍ତ ତାଙ୍କର ପ୍ରଜ୍ୱଳିତ କ୍ରୋଧ ପ୍ରଶମିତ ହେବ ନାହିଁ। ତୁମ୍ଭେମାନେ ଅନ୍ତିମ ସମୟରେ ତାହା ବୁଝିବ।”


ଆଉ ଆମ୍ଭେ ନାନାଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଉତ୍ତୋଳନ କରିବା। ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ୟସ୍ଥାନ ହେବ ଓ ତୁମ୍ଭମାନଙ୍କ ନଗର ସକଳ ମରୁଭୂମି ହେବ।


ହେ ପୃଥିବୀବାସୀ ଶୁଣ, ଆଉ ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପରେ ଅମଙ୍ଗଳ ଆଣିବା। କାରଣ ସେମାନେ ଆମ୍ଭ ବାକ୍ୟରେ ଅବଧାନ କରି ନାହାନ୍ତି ଓ ଆମ୍ଭର ବ୍ୟବସ୍ଥାକୁ ଅମାନ୍ୟ କରିଅଛନ୍ତି।”


ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଏଲମରେ ଆମ୍ଭର ସିଂହାସନ ସ୍ଥାପନ କରିବା ଓ ସେ ସ୍ଥାନରୁ ରାଜାକୁ ଓ ଅଧିପତିମାନଙ୍କୁ ଉଚ୍ଛିନ୍ନ କରାଇବା।”


ତେଣୁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ତିକ୍ତ ଭୋଜନ କରାଇବା ଓ ବିଷବୃକ୍ଷର ରସ ସେମାନଙ୍କୁ ପାନ କରିବାକୁ ଦେବା।


Swiv nou:

Piblisite


Piblisite