Biblia Todo Logo
Bib sou entènèt

- Piblisite -




ଯିରିମୀୟ 49:28 - ପବିତ୍ର ବାଇବଲ

28 ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଦ୍ୱାରା ପରାଜିତ କେଦରର ଓ ହା‌‌‌ତ୍‌‌‌ସୋରର ରାଜା ସମୂହ ବିଷୟରେ ଏହି ବାର୍ତ୍ତା। ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯାଅ ଓ କେଦରର ପରିବାରବର୍ଗକୁ ଆକ୍ରମଣ କର। ପୂର୍ବଦେଶୀୟ ସନ୍ତାନଗଣର ସର୍ବସ୍ୱ ହରଣ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

28 ବାବିଲର ରାଜା ନବୂଖଦ୍ନିତ୍ସର ଦ୍ଵାରା ପରାଜିତ କେଦରର ଓ ହାତ୍ସୋର ରାଜ୍ୟସମୂହର ବିଷୟ। ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଉଠି କେଦରକୁ ଯାଅ ଓ ପୂର୍ବଦେଶୀୟ ସନ୍ତାନଗଣର ସର୍ବସ୍ଵ ହରଣ କର।

Gade chapit la Kopi

ଓଡିଆ ବାଇବେଲ

28 ବାବିଲର ରାଜା ନବୂଖଦ୍‍ନିତ୍ସର ଦ୍ୱାରା ପରାଜିତ କେଦାରର ଓ ହାସୋର ରାଜ୍ୟସମୂହର ବିଷୟ। ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଉଠି କେଦାରକୁ ଯାଅ ଓ ପୂର୍ବଦେଶୀୟ ସନ୍ତାନଗଣର ସର୍ବସ୍ୱ ହରଣ କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

28 “ବାବିଲର ରାଜା ନବୂଖଦ୍‍ନିତ୍ସର ଦ୍ୱାରା ପରାଜିତ କେଦାରର ଓ ହାସୋର ରାଜ୍ୟସମୂହର ବିଷୟ। ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଉଠି କେଦାରକୁ ଯାଅ ଓ ପୂର୍ବଦେଶୀୟ ସନ୍ତାନଗଣର ସର୍ବସ୍ୱ ହରଣ କର।

Gade chapit la Kopi




ଯିରିମୀୟ 49:28
20 Referans Kwoze  

ମାତ୍ର ଇଫ୍ରୟିମ ଓ ଯିହୁଦା ଉଭୟେ ପଲେଷ୍ଟୀୟ ଆକ୍ରମଣ କରିବେ। ଏହି ଉଭୟ ଗୋଷ୍ଠୀ ପକ୍ଷୀ ସଦୃଶ କ୍ଷୁଦ୍ର ପ୍ରାଣୀଙ୍କ ଉପରୁ ଝାମ୍ପ ମାରିବେ। ପୂର୍ବଦେଶୀୟ ଲୋକମାନଙ୍କର ସେମାନେ ଧନସମ୍ପଦ ଲୁଣ୍ଠନ କରିବେ। ସେ ଉଭୟେ ଗୋଷ୍ଠୀ ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣଙ୍କୁ ଆୟତ୍ତ କରିବେ।


ସେମାନେ ଏହିପରି କଲେ, କାରଣ ମିଦିୟନୀୟ ଓ ଅମାଲେକୀୟ ଓ ପୂର୍ବ ଦେଶିୟ ଗୋଷ୍ଠୀମାନେ ସର୍ବଦା ଆସି ସେମାନଙ୍କର ଫସଲ ନଷ୍ଟ କରି ଦେଉଥିଲେ।


ପ୍ରତ୍ୟେକ ବିଧିପୂର୍ବକ ତାଲିକା ଅନୁସାରେ ନାମ: ଇଶ୍ମାଏଲର ଜ୍ୟେଷ୍ଠପୁତ୍ର ନବାୟୋତ୍ ତାହା ଉତ୍ତାରେ କେରଦ ଓ ଅ‌ଦ୍‌ବେଲ ଓ ମି‌ବ୍‌ସମ୍।


ଆରବ ଓ କେଦରର ଅଧିପତିମାନେ ତୁମ୍ଭର ବଣିକ ଥିଲେ। ମେଷଶାବକ, ମେଷ ଓ ଛାଗ ବଦଳରେ ତୁମ୍ଭର ଦ୍ରବ୍ୟ ନେଇ ବାଣିଜ୍ୟ କରୁଥିଲେ।


ମୁଁ ସଦାପ୍ରଭୁଙ୍କଠାରୁ ସମ୍ବାଦ ଶୁଣିଅଛି; ପୁଣି ଗୋଷ୍ଠୀଗଣ ମଧ୍ୟରେ ଏହି କଥା କହିବା ପାଇଁ ଜଣେ ଦୂତ ପ୍ରେରିତ ହୋଇଅଛି। ଯଥା: “ତୁମ୍ଭେ ଏକତ୍ରିତ ହୋଇ ତାହା ବିରୁଦ୍ଧରେ ଆସ, ଇଦୋମ ବିରୁଦ୍ଧରେ ଯୁଦ୍ଧ ପାଇଁ ଅଗ୍ରସର ହୁଅ।


ସାଗର ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପ ସମୂହକୁ ଯାଅ। ଆଉ କେଦରକୁ ଲୋକ ପଠାଅ ଓ ଉତ୍ତମ ରୂପେ ବିବେଚନା କରି ଦେଖ, ସେଠାରେ କେହି ଏପରି କାର୍ଯ୍ୟ କେବେ କରିଅଛି କି?


“ହା‌‌‌ତ୍‌‌‌ସୋର ଶୃଗାଳମାନଙ୍କର ବାସସ୍ଥାନ ହେବ। କୌଣସି ଲୋକ ସେଠାରେ ବାସ କରିବେ ନାହିଁ, କିଅବା କୌଣସି ମନୁଷ୍ୟ ସନ୍ତାନ ତା’ ମଧ୍ୟରେ ପ୍ରବାସ କରିବେ ନାହିଁ। ତାହା ଚିରକାଳ ନିର୍ଜନ ସ୍ଥାନ ହୋଇ ରହିବ।”


ପ୍ରାନ୍ତର ଓ ତା'ର ନଗର ସମସ୍ତ, ସମସ୍ତ ଗ୍ରାମ, ଯେଉଁଠାରେ କେଦାର ବାସ କରେ, ସଦାପ୍ରଭୁଙ୍କର ପ୍ରଶଂସା ଗାନ କର। ଶେଲା ନିବାସୀମାନେ ଆନନ୍ଦରେ ଓ ଶାନ୍ତିରେ ବାସ କରନ୍ତି, ସେମାନେ ସଦାପ୍ରଭୁଙ୍କର ଗୁଣଗାନ ପର୍ବତ ଶିଖରରୁ ଉଚ୍ଚସ୍ୱରରେ ଗାନ କରନ୍ତୁ।


ଆରବ ବିଷୟକ ଦୁଃଖବାର୍ତ୍ତା। ଦଦନୀୟ ବଣିକ ଦଳ ଆରବ ମରୂଭୂମିସ୍ଥ ବନ ମଧ୍ୟରେ ରାତ୍ରି ଯାପନ କଲେ।


ଆଗୋ ଯିରୁଶାଲମର କନ୍ୟାଗଣ, ମୁଁ କେଦାରର ତମ୍ବୁ ତୁଲ୍ୟ, ଶଲୋମନଙ୍କର ଯବନିକା ତୁଲ୍ୟ କୃଷ୍ଣବର୍ଣ୍ଣ, ତଥାପି ସୁନ୍ଦରୀ।


ଆୟୁବ 7,000 ମେଣ୍ଢା, 3,000 ଓଟ, 1,000 ଷଣ୍ଢ ଏବଂ 500 ମାଇ ଗଧର ମାଲିକ ଥିଲା। ତା'ର ଅନେକ ଗୁଡ଼ିଏ ଭୃତ୍ୟ ଥିଲେ। ଆୟୁବ ପୂର୍ବାଞ୍ଚଳ ଦେଶମାନଙ୍କ ମଧ୍ୟରେ ସବୁଠାରୁ ବେଶୀ ଧନୀ ଥିଲା।


ସେମାନଙ୍କର ବଂଶଧରଗଣ ଏହିପରି ଥିଲେ: ଇ‌ଶ୍‌ମାୟେଲର ପ୍ରଥମ ପୁତ୍ର ଥିଲେ ନାବାୟୋତ୍। ଇ‌ଶ୍‌ମାୟେଲଙ୍କର ଅନ୍ୟ ପୁତ୍ରମାନେ ଥିଲେ: କେଦାର, ଅ‌ଦ୍‌ବେଲ୍, ମି‌ବ୍‌ସମ୍,


ଅବ୍ରହାମ ମୃତ୍ୟୁ ପୂର୍ବରୁ ସେ ଦାସୀମାନଙ୍କ ପୁତ୍ରଗଣଙ୍କୁ କିଛି ଉପହାର ଦେଲେ ଓ ସେହି ପୁତ୍ରଗଣଙ୍କୁ ପୂର୍ବ ଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ। ସେ ସେମାନଙ୍କୁ ଇ‌ସ୍‌ହାକଠାରୁ ଦୂରକୁ ପଠାଇଲେ। ତା'ପରେ ଅବ୍ରହାମ ତାଙ୍କର ସମସ୍ତ ସମ୍ପତ୍ତି ଇ‌ସ୍‌ହାକଙ୍କୁ ଦେଲେ।


ମିଥ୍ୟାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି। ଏହା କେଦାରର ତମ୍ବୁରେ ବାସ କରିବା ସଦୃଶ।


ପୁଣି ଦଦାନ୍, ଢେମା ଓ ବୁଷର ଲୋକମାନେ ଆପଣା ଆପଣା କେଶ ମୁଣ୍ଡନ କରି ସେହି ପାତ୍ରରୁ ପାନ କଲେ।


ପୁଣି ଆରବର ସମସ୍ତ ରାଜାଙ୍କୁ ଓ ପ୍ରାନ୍ତରବାସୀ ମିଶ୍ରିତ ଗୋଷ୍ଠୀବର୍ଗର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି।


Swiv nou:

Piblisite


Piblisite