Biblia Todo Logo
Bib sou entènèt

- Piblisite -




ଯିରିମୀୟ 49:26 - ପବିତ୍ର ବାଇବଲ

26 ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେହି ସମୟରେ ତାହାର ଯୁବକଗଣ ତାହାର ଛକରେ ମୃତ ହୋଇ ପତିତ ହେବେ। ଆଉ ସମସ୍ତ ଯୋଦ୍ଧା ମୃତ୍ୟୁବରଣ କରିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଏହେତୁ ସଦାପ୍ରଭୁ କହନ୍ତି, ସେଦିନରେ ତାହାର ଯୁବକଗଣ ତାହାର ରାଜଦାଣ୍ତରେ ପତିତ ହେବେ ଓ ସମସ୍ତ ଯୋଦ୍ଧା ନିସ୍ତବ୍ଧ କରାଯିବେ।

Gade chapit la Kopi

ଓଡିଆ ବାଇବେଲ

26 ଏହେତୁ ସଦାପ୍ରଭୁ କହନ୍ତି, “ସେଦିନରେ ତାହାର ଯୁବକଗଣ ତାହାର ରାଜଦାଣ୍ଡରେ ପତିତ ହେବେ ଓ ସମସ୍ତ ଯୋଦ୍ଧା ନିସ୍ତବ୍ଧ କରାଯିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଏହେତୁ ସଦାପ୍ରଭୁ କହନ୍ତି, ସେଦିନରେ ତାହାର ଯୁବକଗଣ ତାହାର ରାଜଦାଣ୍ଡରେ ପତିତ ହେବେ ଓ ସମସ୍ତ ଯୋଦ୍ଧା ନିସ୍ତବ୍ଧ କରାଯିବେ।

Gade chapit la Kopi




ଯିରିମୀୟ 49:26
7 Referans Kwoze  

ଏଣୁ ସଦାପ୍ରଭୁ କହନ୍ତି, “ସେହି ଦିନ ତା'ର ଯୁବକଗଣ ଛକରେ ମୃତ ହୋଇ ପତିତ ହେବେ ଓ ତା'ର ଯୋଦ୍ଧାମାନେ ମୃତ୍ୟୁବରଣ କରିବେ।”


“ମିଶରରେ କଲାପରି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ରୋଗଗୁଡ଼ିକୁ ପ୍ରେରଣ କଲୁ। ‌‌ଖ‌ଡ଼୍‌ଗରେ ଆମ୍ଭେ ତୁମ୍ଭର ଯୁବକମାନଙ୍କୁ ହତ୍ୟା କଲୁ। ତୁମ୍ଭମାନଙ୍କର ଘୋଡ଼ାଗୁଡ଼ିକୁ ନେଇଗଲୁ। ତୁମ୍ଭର ଶିବିରଗୁଡ଼ିକୁ ମୃତଶବର ଦୁର୍ଗନ୍ଧରେ ପରିପୂର୍ଣ୍ଣ କଲୁ। ତଥାପି ତୁମ୍ଭେମାନେ ଆମ୍ଭ ସାହାଯ୍ୟ ଭିକ୍ଷା ପାଇଁ ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ।


ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହିଲେ, “ଖୁବ୍ ଶୀଘ୍ର ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା। ସେମାନଙ୍କର ଯୁବାଗଣ ‌‌ଖ‌ଡ଼୍‌ଗରେ ନିହିତ ହେବେ ଓ ସେମାନଙ୍କର ପୁତ୍ରକନ୍ୟାଗଣ ଦୁର୍ଭିକ୍ଷରେ ମରିବେ।


ତୁମ୍ଭର ଧନ, ତୁମ୍ଭର ବାଣିଜ୍ୟ ଦ୍ରବ୍ୟ, ତୁମ୍ଭର ବାଣିଜ୍ୟ, ତୁମ୍ଭର ନାବିକଗଣ, ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭ ଜାହାଜର ଛିଦ୍ର ବଟାଳିକା ଲୋକମାନେ, ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ବହିବା ଲୋକମାନେ, ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ଯୋଦ୍ଧାମାନେ ଓ ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ସମାଜ ତୁମ୍ଭର ପତନ ଦିନରେ ସମୁଦ୍ର ମଧ୍ୟସ୍ଥଳରେ ଜଳମଗ୍ନ ହେବେ।


ଯୁବକ ଓ ବୃଦ୍ଧ ନଗରର ରାସ୍ତାରେ ପତିତ ହୋଇଛନ୍ତି। ଯୁବକ, ଯୁବତୀ ‌‌ଖ‌ଡ଼୍‌ଗରେ ହତ ହୋଇ ପଡ଼ିଛନ୍ତି। ସଦାପ୍ରଭୁ ସେମାନଙ୍କୁ ଆପଣା କ୍ରୋଧ ଦିନରେ ବଧ କରିଛନ୍ତି ଓ ସେମାନଙ୍କ ପ୍ରତି ନିର୍ଦ୍ଦୟ ହୋଇଛନ୍ତି।


“କାରଣ ମୃତ୍ୟୁ ଆମ୍ଭମାନଙ୍କର ଝରକା ଦେଇ ଆମ୍ଭମାନଙ୍କର ପ୍ରାସାଦରେ ପ୍ରବେଶ କରିଅଛି। ଏହା ବାହାରେ ବାଳକମାନଙ୍କୁ ଓ ନଗରର ଛକମାନଙ୍କରେ ଯୁବକମାନଙ୍କୁ ସଂହାର କରିବାକୁ ପ୍ରସ୍ତୁତ।”


Swiv nou:

Piblisite


Piblisite