Biblia Todo Logo
Bib sou entènèt

- Piblisite -




ଯିରିମୀୟ 48:45 - ପବିତ୍ର ବାଇବଲ

45 “ଯେଉଁମାନେ ପଳାଇଯାଇ ଶକ୍ତିଶାଳୀ ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ରେ ଆଶ୍ରୟ ନେବେ ସେମାନେ ମଧ୍ୟ ରକ୍ଷା ପାଇବେ ନାହିଁ। କାରଣ ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ରୁ ଓ ସୀହୋନରୁ ଅଗ୍ନି ନିର୍ଗତ ହୋଇ ମୋୟାବର ଅଧିପତି ଓ ଅହଙ୍କାରୀମାନଙ୍କୁ ଗ୍ରାସ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

45 ଯେଉଁମାନେ ପଳାଇ ଗଲେ, ସେମାନେ ବଳହୀନ ହୋଇ ହିଶ୍ବୋନର ଛାୟା ତଳେ ଠିଆ ହୁଅନ୍ତି; କାରଣ ହିଶ୍ବୋନରୁ ଅଗ୍ନି ଓ ସୀହୋନ ମଧ୍ୟରୁ ଅଗ୍ନିଶିଖା ନିର୍ଗତ ହୋଇ ମୋୟାବର କୋଣ ଓ କଳହକାରୀମାନଙ୍କ ମସ୍ତକର ତାଳୁଆ ଗ୍ରାସ କରିଅଛି।

Gade chapit la Kopi

ଓଡିଆ ବାଇବେଲ

45 ଯେଉଁମାନେ ପଳାଇ ଗଲେ, ସେମାନେ ବଳହୀନ ହୋଇ ହିଷ୍‍ବୋନର ଛାୟା ତଳେ ଠିଆ ହୁଅନ୍ତି; କାରଣ ହିଷ୍‍ବୋନରୁ ଅଗ୍ନି ଓ ସୀହୋନ ମଧ୍ୟରୁ ଅଗ୍ନିଶିଖା ନିର୍ଗତ ହୋଇ ମୋୟାବର କୋଣ ଓ କଳହକାରୀମାନଙ୍କ ମସ୍ତକର ତାଳୁଆ ଗ୍ରାସ କରିଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

45 ଯେଉଁମାନେ ପଳାଇଗଲେ, ସେମାନେ ବଳହୀନ ହୋଇ ହିଷ୍‍ବୋନର ଛାୟା ତଳେ ଠିଆ ହୁଅନ୍ତି; କାରଣ ହିଷ୍‍ବୋନରୁ ଅଗ୍ନି ଓ ସୀହୋନ ମଧ୍ୟରୁ ଅଗ୍ନିଶିଖା ନିର୍ଗତ ହୋଇ ମୋୟାବର କୋଣ ଓ କଳହକାରୀମାନଙ୍କ ମସ୍ତକର ତାଳୁଆ ଗ୍ରାସ କରିଅଛି।

Gade chapit la Kopi




ଯିରିମୀୟ 48:45
12 Referans Kwoze  

“ମୁଁ ସଦାପ୍ରଭୁଙ୍କୁ ଆସୁଥିବା ଦେଖିଲି, କିନ୍ତୁ ବର୍ତ୍ତମାନ ନୁହେଁ। ମୁଁ ତାଙ୍କର ଦର୍ଶନ ପାଉଅଛି, କିନ୍ତୁ ସେ ନିକଟବର୍ତ୍ତୀ ନୁହନ୍ତି। ଯାକୁବଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲଠାରୁ ଏକ ରାଜଦଣ୍ତ ‌‌ଉ‌‌ତ୍‌‌ଥିତ‌ ହେବ। ମୋୟାବର ପାର୍ଶ୍ୱ ଭେଦ କରିବ ଓ କଳହର ସମସ୍ତ ପରିବାରବର୍ଗକୁ ଚୂର୍ଣ୍ଣ କରିବ।


ହି‌ଷ୍‌ବୋନଠାରୁ ଅଗ୍ନି ନିର୍ଗତ ହୋଇଅଛି। ଏକ ଶିଖା ସୀହୋନ ନଗରରୁ ବାହାରିଲା। ସେହି ଅଗ୍ନି ମୋୟାବର ଆର ନଗରକୁ ଧ୍ୱଂସ କଲା ଏବଂ ଅର୍ଣ୍ଣୋନର ପର୍ବତଗୁଡ଼ିକୁ ଧ୍ୱଂସ କଲା।


ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏ କଥା କ’ଣ କେବେ ହେଲେ ଶାସ୍ତ୍ରରେ ପଢ଼ି ନ ଥିଲ? ‘ଯେଉଁ ପଥରକୁ ଗୃହ ନିର୍ମାଣକାରୀମାନେ ବେକାର ଭାବିଲେ, ସେହି ପଥର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ମୂଳଦୁଆ କୋଣର ପଥର ହୋଇଗଲା। ପରମେଶ୍ୱର ଏହା ହିଁ କଲେ, ଆମ୍ଭ ପାଇଁ ଏହା ଆଶ୍ଚର୍ଯ୍ୟଜନକ ଘଟଣା।’


“କୋଣ ପ୍ରସ୍ତର, ତାଙ୍କଠାରୁ ତମ୍ବୁର କିଳା, ଯୁଦ୍ଧର ଧନୁ ଏବଂ ସମସ୍ତ ସୈନ୍ୟାଧିପତି, ଏକତ୍ର ଯିହୁଦାରୁ ଆସିବେ।


ତେଣୁ ଆମ୍ଭେ ମୋୟାବରେ ଅଗ୍ନି ସଂଯୋଗ କରିବା। ସେହି ଅଗ୍ନିଶିଖା କିରିୟୋଥର ପ୍ରାସାଦଗୁଡ଼ିକ ଧ୍ୱଂସ କରିଦେବ। ସେଠାରେ କୋଳାହଳ ଓ ତୂରୀର ଶବ୍ଦ ହେବ ଏବଂ ମୋୟାବ ଧ୍ୱଂସ ହେବ।


କାରଣ ହି‌ଷ୍‌ବୋନ ଇମୋରୀୟମାନଙ୍କ ରାଜା ସୀହୋନଙ୍କ ରାଜକୀୟ ନଗର ଥିଲା। ସେ ମୋୟାବର ପୂର୍ବ ରାଜା ବିପକ୍ଷରେ ଯୁଦ୍ଧ କଲେ ଏବଂ ଅର୍ଣ୍ଣୋନ ପର୍ଯ୍ୟନ୍ତ ଦେଶ ଅଧିକାର କଲେ।


ଅନନ୍ତର ଇସ୍ରାଏଲ ଇମୋରୀୟମାନଙ୍କ ରାଜା ସୀହୋନ ନିକଟକୁ କେତେକ ଦୂତଙ୍କୁ ପଠାଇଲେ, ସେମାନେ ରାଜାଙ୍କୁ କହିଲେ,


ହେ ମୋୟାବ, ତୁମ୍ଭେ ଦୁଃଖିତ ଅଟ। ତୁମ୍ଭେ କମୋଶର ଲୋକମାନଙ୍କୁ ହରାଇଛ। ତା'ର ପୁତ୍ରଗଣ ପଳାୟନ କରିଛନ୍ତି, ତା'ର କନ୍ୟାମାନେ ଇମୋରୀୟ ଶାସକ କର୍ତ୍ତା ରାଜା ସୀହୋନ ହସ୍ତରେ ବନ୍ଦୀ ହୋଇଛନ୍ତି।


ଯୁବକମାନେ ଅଗ୍ନିରେ ପୋଡ଼ି ମଲେ। ଏବଂ ସେମାନଙ୍କ କନ୍ୟାମାନଙ୍କର ବିବାହରେ ବିବାହ-ଗୀତ ଶୁଣାଗଲା ନାହିଁ।


ପରମେଶ୍ୱର ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ବାଶନର ରାଜା ଓ‌ଗ୍‌କୁ ଏବଂ କିଣାନର ସକଳ ରାଜ୍ୟକୁ ପରାସ୍ତ କଲେ।


ଅଧିକନ୍ତୁ ନୋଫର ଓ ତଫ‌ନ୍‌ହେଷର ସନ୍ତାନଗଣ ତୁମ୍ଭ ମସ୍ତକର ମୁକୁଟ ଭାଙ୍ଗି ପକାଇ ଅଛନ୍ତି।


ମୋୟାବ ପୁନର୍ବାର ପ୍ରଶଂସିତ ହେବ ନାହିଁ। ହି‌‌‌ଶ୍‌‌‌ବୋ‌‌‌ନ୍‌‌‌ରେ ଲୋକମାନେ ତାହାର ବିନାଶର ଯୋଜନା କରିବେ। ‘ଆସ, ଆମ୍ଭେମାନେ ଏହାକୁ ଧ୍ୱଂସ କରିବା ଏବଂ ଗୋଷ୍ଠୀରୁ ଏହାକୁ ସମାପ୍ତ କରିଦେବା।’ ହେ ମ‌‌ଦ୍‌‌ମେନା! ତୁମ୍ଭେ ମଧ୍ୟ ନୀରବ ହେବ, କାରଣ ‌‌ଖ‌ଡ଼୍‌ଗ ତୁମ୍ଭର ପଶ୍ଚା‌‌ଦ୍‌‌ଗାମୀ ହେବ।


Swiv nou:

Piblisite


Piblisite